Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମଗ୍ର ଦିଲ୍ଲୀ-ଏନ୍‌ସିଆର୍ ଅଂଚଳରେ ୫ଜି ସେବା ଆରମ୍ଭ କରିବାରେ ଜିଓ ପ୍ରଥମ ଅପରେଟର
ଆଜିର ଖବର

ସମଗ୍ର ଦିଲ୍ଲୀ-ଏନ୍‌ସିଆର୍ ଅଂଚଳରେ ୫ଜି ସେବା ଆରମ୍ଭ କରିବାରେ ଜିଓ ପ୍ରଥମ ଅପରେଟର

November 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଦିଲ୍ଲୀ ପରେ ନୋଏଡ଼ା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଘୋଷଣା କରାଯାଇଛି । ଏଥି ସହିତ ସମଗ୍ର ଦିଲ୍ଲୀ-ଏନ୍‌ସିଆର୍ ଅଂଚଳରେ ଟ୍ରୁ-୫ଜି ସେବା ଆରମ୍ଭ କରିବାରେ ଜିଓ ହେଉଛି ଦେଶର ଏକମାତ୍ର ଟେଲିକମ୍ ଅପରେଟର। ଜିଓ ପକ୍ଷରୁ ଦ୍ରୁତ ଗତିରେ ବିଭିନ୍ନ ସ୍ଥାନରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି। ଦିଲ୍ଲୀ ବ୍ୟତୀତ ମୁମ୍ବାଇ, କୋଲକାତା, ବାରାଣାସୀ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ନାଥଦ୍ୱାରାରେ ରିଲାଏନ୍ସ ଜିଓ ପକ୍ଷରୁ ପୂର୍ବରୁ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇସାରିଛି। ଏହି ତାଲିକାରେ ଦିଲ୍ଲୀ-ଏନ୍‌ସିଆର୍ ହେଉଛି ସବୁଠୁ ନୂଆ ସ୍ଥାନ।

ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ସିଗ୍‌ନାଲ୍ ଦିଲ୍ଲୀ-ଏନ୍‌ସିଆର୍‌ର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଚଳ ଏବଂ କ୍ଷେତ୍ରରେ ମିଳିବ। ଅଧିକାଂଶ ଆବାସିକ ଅଂଚଳ, ହସ୍ପିଟାଲ୍‌, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ କୋଠା, ମଲ୍‌, ପ୍ରମୁଖ ବଜାର, ଟେକ୍ ପାର୍କ ଏବଂ ମେଟ୍ରୋ ଷ୍ଟେସନରେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ଉପଲବ୍ଧ ହେବ।

ଏହା ପୂର୍ବରୁ ଦିଲ୍ଲୀରେ ଲକ୍ଷ ଲକ୍ଷ ଗ୍ରାହକ ଜିଓ ଟ୍ରୁ-୫ଜି ସେବାକୁ ବ୍ୟବହାର କରୁଛନ୍ତି। ଏନ୍‌ସିଆର୍ ଅଂଚଳରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ପରେ ଜିଓର ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫର ଅଧୀନରେ ଆମନ୍ତ୍ରଣ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହି ଅଫରରେ ଗ୍ରହକମାନଙ୍କୁ ଅସୀମିତ ୫ଜି ଡାଟା ଏବଂ ୧ ଜିବିପିଏସ୍ ପର୍ଯ୍ୟନ୍ତ ସ୍ପିଡ୍ ମିଳିବ। ଏଥିପାଇଁ ଗ୍ରାହକମାନଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ରିଲାଏନ୍ସ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଦେଶର ରାଜଧାନୀ ଏବଂ ଏନ୍‌ସିଆର୍‌ର ଅଂଚଳର ଅଧିକାଂଶ ସ୍ଥାନରେ ଜିଓ ଟ୍ରୁ-୫ଜି ସେବା ପହଂଚାଇବା ଆମ ପାଇଁ ଗର୍ବର ବିଷୟ। ଜିଓ ଏହାର ଟ୍ରୁ-୫ଜି ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରୁଛି ଏବଂ ଏହି ଅଂଚଳର ଏକ ବଡ଼ ଭାଗରେ ପୂର୍ବରୁ ଏହା ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିସାରିଛି। ସମଗ୍ର ଦିଲ୍ଲୀ-ଏନ୍‌ସିଆର୍ ଅଂଚଳରେ ୫ଜି ସେବା ପ୍ରଦାନ କରିବାରେ ଜିଓ ହେଉଛି ଏକମାତ୍ର ଟେଲିକମ୍ ଅପରେଟର। ସମସ୍ତ ଭାରତୀୟଙ୍କ ନିକଟରେ ଜିଓ ଟ୍ରୁ-୫ଜି ସେବା ପହଂଚାଇବା ଲାଗି ଜିଓର ଇଞ୍ଜିନିୟରମାନେ ନିରବଚ୍ଛିନ୍ନ ଭାବେ ଚବିଶ ଘଂଟା କାର୍ଯ୍ୟ କରୁଛନ୍ତି, କାରଣ ଏହି ପ୍ରଯୁକ୍ତି ଲୋକମାନଙ୍କ ଜୀବନରେ ପରିବର୍ତନ ଆଣିପାରିବ।’’

ଟ୍ରୁ-୫ଜି ସେବା ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୭ ତାରିଖ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 7, 2026

୯ ପୋଲିସକୁ ଫାଶୀ

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Latest News

ଆଜି ଏପ୍ରିଲ ୭ ତାରିଖ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 7, 2026

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.