
ମୁମ୍ବାଇ: ବିଶ୍ବର ଅନ୍ୟତମ ଧନୀ ବ୍ୟକ୍ତି ତଥୀ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଝିଅ ଇଶା ଆମ୍ବାନୀ ଏବଂ ଜ୍ବାଇଁ ଆନନ୍ଦ ପିରାମଲଙ୍କୁ ନେଇ ଆସିଛି ବଡ ଖବର। ତାହା ହେଲା ଉଭୟ ଇଷା ଓ ଆନନ୍ଦ ଗତକାଲି ଜାଆଁଳା ଛୁଆର ପିତାମାତା ହୋଇଛନ୍ତି। ଜାଆଁଳାଙ୍କ ମଧ୍ୟରୁ ଜଣେ ପୁଅ ଏବଂ ଆଉ ଜଣେ ଝିଅ।
ତେବେ ଉଭୟଙ୍କ ନାମ କରଣ ମଧ୍ୟ କରାଯାଇଛି। ପୁଅର ନାମ କ୍ରିଷ୍ଣା ରଖାଯାଇଥିବା ବେଳେ ଝିଅର ନାମ ଆଦୀୟା ରଖାଯାଇଛି। ଦୁଇ ଛୁଆ ଏବଂ ମା ଇଷାଙ୍କ ସ୍ବାସ୍ଥ୍ୟ ଭଲ ଅଛି ବୋଲି ଆମ୍ବାନୀ ପରିବାର ତରଫରୁ କୁହାଯାଇଛି। ଇଶା ଏବଂ ଆନନ୍ଦ ଗତ 2018 ଡିସେମ୍ବର 12 ତାରିଖରେ ବିବାହ କରିଥିଲେ।