ଅନ୍ୟ ଦେଶ ତୁଳନାରେ ଭାରତରେ ପେଟ୍ରୋଲ ମୂଲ୍ୟ ସର୍ବନିମ୍ନ: କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ

Published: Dec 16, 2022, 9:27 am IST

ନୂଆଦିଲ୍ଲୀ: ବର୍ତ୍ତମାନର ବିଶ୍ୱ ପରିସ୍ଥିତି ଏବଂ ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଅନ୍ୟ ଦେଶ ତୁଳନାରେ ଭାରତରେ ପେଟ୍ରୋଲ ମୂଲ୍ୟ ସର୍ବନିମ୍ନ ଅଟେ। ୨୦୨୧-୨୨ ଅବଧିରେ ଭାରତରେ ପେଟ୍ରୋଲର ମୂଲ୍ୟ ମାତ୍ର ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ଅବଶ୍ୟ, ଏହି ସମୟ ମଧ୍ୟରେ ଆନ୍ତର୍ଜାତୀୟ ସ୍ତରରେ ମୂଲ୍ୟରେ ବହୁତ ବୃଦ୍ଧି ଘଟିଥିଲା।

ଗୁରୁବାର ପ୍ରଶ୍ନ କାଳରେ ସେ କହିଛନ୍ତି ଯେ, କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ କରିବା ପାଇଁ କେତେକ ରାଜ୍ୟ ଭାଟ୍ ହ୍ରାସ କରିଛନ୍ତି। କିନ୍ତୁ ପଶ୍ଚିମବଙ୍ଗ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ଝାଡଖଣ୍ଡ ଟିକସ ହ୍ରାସ କରି କରିନାହାନ୍ତି। ସେ କହିଛନ୍ତି ଯେ, ମୂଲ୍ୟକୁ ଯଥାର୍ଥ ସ୍ତରରେ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ନଭେମ୍ବର ୨୦୨୧ ଏବଂ ମେ ୨୦୨୨ ରେ ଦୁଇଥର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି।

ପୁରୀ କହିଛନ୍ତି ଯେ, “ଅନ୍ୟ କେତେକ ରାଜ୍ୟ ମଧ୍ୟ ଭାଟ୍ ହ୍ରାସ କରିଛନ୍ତି। କେତେକ ରାଜ୍ୟ ୧୭ ଟଙ୍କା ମୂଲ୍ୟରେ ଭାଟ୍ ଆଦାୟ କରୁଛନ୍ତି ଏବଂ ଅନ୍ୟ ଅଣ-ବିଜେପି ରାଜ୍ୟମାନେ ୩୨ ଟଙ୍କା ମୂଲ୍ୟରେ ଭାଟ୍ ଆଦାୟ କରୁଛନ୍ତି। ଆଜି ପେଟ୍ରୋଲର ମୂଲ୍ୟ କେତେକ ସ୍ଥାନରେ ଲିଟର ପିଛା ୧୦୦ ଟଙ୍କା ଏବଂ କେତେକ ସ୍ଥାନରେ ୮-୧୦ ଟଙ୍କା ଶସ୍ତା ଅଟେ।

Related posts