Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଥମ ଓଡିଆ ଭାବେ ‘ଫିକି’ ର ସଭାପତି ଦାୟିତ୍ବ ନେଲେ ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା
ଜାତୀୟ ଖବର

ପ୍ରଥମ ଓଡିଆ ଭାବେ ‘ଫିକି’ ର ସଭାପତି ଦାୟିତ୍ବ ନେଲେ ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା

December 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Subhrakant Panda
ପ୍ରଥମ ଓଡିଆ ଭାବେ 'ଫିକି' ର ସଭାପତି ଦାୟିତ୍ବ ନେଲେ ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: ଆଜି ଦେଶର ପ୍ରମୁଖ ଶିଳ୍ପପତି ତଥା ଶିଳ୍ପ ସଂସ୍ଥା ସଂଘ ଫିକି ର ସଭାପତି ଭାବେ ଦାୟିତ୍ବ ନେଲେ ଓଡିଆ ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା। ସେ ହେଉଛନ୍ତି ପ୍ରଥମ ଓଡିଆ, ଯେ କି ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ସଂଘର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ଫିକି ବା Federation of Indian Chambers of Commerce and Industry ହେଉଛି ଦେଶର ଏକ ପ୍ରମୁଖ ଶିଳ୍ପ ସଂସ୍ଥା ଯେଉଁଥିରେ ଦେଶର ବହୁ ଶିଳ୍ପପତି ସଭ୍ୟ ଅଛନ୍ତି। ନିକଟରେ ଓଡିଶାରେ ଆୟୋଜିତ ହୋଇଥିବା ମେକ ଇନ ଓଡିଶାର ସମସ୍ତ ଦାୟିତ୍ବ ଫିକି ଇଣ୍ଡିଆ ଗ୍ରହଣ କରିଥିଲା। ଶୁଭ୍ରକାନ୍ତ ବର୍ତ୍ତମାନ ଫେରୋ ଆଲାଇସ୍ କଂପାନୀ ଇମ୍ଫା ର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। 

ପୂର୍ବରୁ ଶୁଭ୍ରକାନ୍ତ ଫିକିର ବରିଷ୍ଠ ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ। ଶୁଭ୍ରକାନ୍ତ ବହୁ ବର୍ଷ ଧରି ଫିକି ସହିତ ଜଡିତ ଅଛନ୍ତି। ସେ ଫିକି ଓଡିଶା ଚ୍ୟାପଟରର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଫିକି କାର୍ଯ୍ୟକାଳ ମଧ୍ୟରେ ଶୁଭ୍ରକାନ୍ତ ଦେଶର ଶିଳ୍ପ ଜଗତର ସମୃଦ୍ଧି ପାଇଁ ବେଶ କିଛି କାର୍ଯ୍ୟ କରିଛନ୍ତି।

ଦାୟିତ୍ବ ଗ୍ରହଣ କରିବା ପରେ ସେ କହିଛନ୍ତି ଯେ, ଫିକିର ଏକ ସ୍ଲୋଗାନ ରହିଛି ତାହା ହେଲା voice of India’s business and industry and accordingly. ତାହାକୁ ଧ୍ୟାନରେ ରଖି କାର୍ଯ୍ୟ କରିବାକୁ ପଡିବ। ସେହିପରି ଓଡିଶାର ଶିଳ୍ପ ସମୃଦ୍ଧ ପାଇଁ ଫିକି ସ୍ବତନ୍ତ୍ର ଧ୍ୟାନ ଦେବ। ମୋର ପୂର୍ବାଞ୍ଚଳ ଏବଂ ଏମଏସଏମଇ ମୁଖ୍ୟ ଫୋକସ ରହିବ ବୋଲି ଶୁଭ୍ରକାନ୍ତ କହିଛନ୍ତି। ଆସନ୍ତା ବର୍ଷ ଠାରୁ ଓଡିଶା ପ୍ରତି ମୋର ସ୍ବତନ୍ତ୍ର ଧ୍ୟାନ ରହିବ ବୋଲି ସେ କହିଛନ୍ତି।

ଶୁଭ୍ରକାନ୍ତ ବୋଷ୍ଟନ ବିଶ୍ବବିଦ୍ୟାଳୟର କ୍ୟୁଷ୍ଟର୍ମ ସ୍କୁଲ ଅଫ ବିଜେନେସରୁ ଗ୍ରାଜୁଏସନ କରିଛନ୍ତି। ଏଥିରେ ଶୁଭ୍ରକାନ୍ତ ଉଭୟ ମ୍ୟାନେଜମେଣ୍ଟ ଏବଂ ଆର୍ଥିକ ପରିଚାଳନା ଉପରେ ଶିକ୍ଷାଲାଭ କରିଛନ୍ତି। ଏହାପରେ ସେ ନିଜ ସଂସ୍ଥା ଇମ୍ଫାର ବିଭିନ୍ନ ପଦପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।

ficci ଫିକି
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.