
ଜୟପୁର: ମହଙ୍ଗା ମାଡ ମଧ୍ୟରେ ରାଜସ୍ଥାନବାସୀଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତିକର ଖବର ମିଳିଛି। ରାଜସ୍ଥାନରେ ଏପ୍ରିଲ ୧ ତାରିଖରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦୦ ଟଙ୍କା ହ୍ରାସ ହେବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଘୋଷଣା କରିଛନ୍ତି। ଏପ୍ରିଲ୍ ମାସରେ, ଗେହଲୋଟ୍ ସରକାର ଦରିଦ୍ର ସୀମାରେଖା ତଳେ ଥିବା ଏବଂ ଉଜ୍ଜ୍ଵଳା ଯୋଜନାରେ ଅନ୍ତର୍ଭୁକ୍ତ ଲୋକଙ୍କୁ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇବ।
ଗେହଲୋଟ୍ କହିଛନ୍ତି ଯେ, “ବର୍ତ୍ତମାନ, ମୁଁ କେବଳ ଗୋଟିଏ କଥା କହିବାକୁ ଚାହେଁ। ଉଜ୍ଜ୍ଵଳା ଯୋଜନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଲୋକଙ୍କୁ ଏଲପିଜି ସଂଯୋଗ ଏବଂ ଗ୍ୟାସ ଚୁଲା ଦିଅନ୍ତି, କିନ୍ତୁ ସିଲିଣ୍ଡର ଖାଲି ରହିଛି। କାରଣ ଏହାର ମୂଲ୍ୟ ୪୦୦ ଟଙ୍କାରୁ ବୃଦ୍ଧି ପାଇ ୧୦୪୦ଟଙ୍କାରେ ପହଞ୍ଚିଛି।