Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋଟସ୍ ଚକୋଲେଟ୍‌ର ୫୧% ଅଂଶଧନ ଅଧିଗ୍ରହଣ କରିବ ରିଲାଏନ୍ସ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍
ଆଜିର ଖବର

ଲୋଟସ୍ ଚକୋଲେଟ୍‌ର ୫୧% ଅଂଶଧନ ଅଧିଗ୍ରହଣ କରିବ ରିଲାଏନ୍ସ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍

December 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ରିଲାଏନ୍ସ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଆର୍‌ସିପିଏଲ୍‌) ପକ୍ଷରୁ ଲୋଟସ୍ ଚକୋଲେଟ୍‌ର ୫୧% ଅଂଶଧନକୁ ଅଧିଗ୍ରହଣ କରାଯାଇଛି। ଏନେଇ ଆର୍‌ସିପିଏଲ୍ ଏବଂ ଲୋଟସ୍ ଗ୍ରୁପ୍‌ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ପି ପାଇ ଅନନ୍ତ ପି ପାଇ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କ ସହିତ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।
ଏହି ବୁଝାମଣା ଅନୁସାରେ ଆର୍‌ସିପିଏଲ୍ ପକ୍ଷରୁ ଲୋଟସ୍‌ର ୬୫,୪୮,୯୩୫ ଇକ୍ୱିଟି ସେୟାରକୁ ସେୟାର ପିଛା ୧୧୩ ଟଙ୍କା ହିସାବରେ ୭୪ କୋଟି ଟଙ୍କାରେ ଅଧିଗ୍ରହଣ କରାଯିବ। ଏହି ଇକ୍ୱିଟି ସେୟାର ଲୋଟସ୍‌ର ୫୧% ପେଡ୍ ଅଫ୍ ଇକ୍ୱିଟି ସେୟାର ପୁଞ୍ଜି ସହସମାନ। ଆରସିପିଏଲ୍ ପକ୍ଷରୁ ଲୋଟସ୍‌ର ୨୬ ପ୍ରତିଶତ ଅଂଶଧନ ରହିଥିବା ସାଧାରଣ ଅଂଶଧନକାରୀମାନଙ୍କ ସେବି ନିୟମ ଅନୁଯାୟୀ ପାଇଁ ଓପନ ଅଫର ଘୋଷଣା କରାଯିବ।
ଆର୍‌ସିପିଏଲ୍ ପକ୍ଷରୁ ଯେଉଁ ପାଣ୍ଠି ପ୍ରଦାନ କରାଯିବ ତାହା ଲୋଟସ୍‌କୁ ଏକ ବ୍ୟାପକ କନଫେକ୍ସନାରି, କୋକୋଆ, ଚକୋଲେଟ୍ ଡେରିଭେଟିସ୍ ଏବଂ ତତ୍ ସଂକ୍ରାନ୍ତୀୟ ଉତ୍ପାଦର ଉତ୍ପାଦନକାରୀ ଭାବେ ଆଗକୁ ବଢ଼ିବା ଏବଂ ନିଜକୁ ସମ୍ପ୍ରସାରିତ କରିବାରେ ସହାୟକ ହେବ।

ଏହି କାରବାର ସମ୍ପର୍କରେ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଇଶା ଅମ୍ବାନି କହିଛନ୍ତି ଯେ, “ଚମତ୍କାର ବ୍ୟବସାୟ ବୁଦ୍ଧିମତା ଏବଂ ନିଷ୍ଠା ଜରିଆରେ ଏକ ଦୃଢ଼ କୋକୋଆ ଏବଂ ଚକୋଲେଟ୍ ଡେରିଭେଟିଭ୍‌ସ ସୃଷ୍ଟି କରିଥିବା ଲୋଟସ୍ ସହିତ ସହଯୋଗିତା ସ୍ଥାପନ କରି ରିଲାଏନ୍ସ ଉତ୍ସାହିତ। ଲୋଟସ୍‌ରେ ଆମ ନିବେଶ ହେଉଛି ସ୍ୱଦେଶୀ ଭାବେ ବିକାଶ ହେଉଥିବା ଉଚ୍ଚମାନର ଦୈନନ୍ଦୀନ ଜୀବନରେ ବ୍ୟବହାର ହେଉଥିବା ଉତ୍ପାଦକୁ ଆହୁରି ସୁଦୃଢ଼ କରି ସୁଲଭ ମୂଲ୍ୟରେ ଏକ ବୃହତ ଗ୍ରାହକ ବର୍ଗ ପାଖରେ ତାହାକୁ ପହଂଚାଇବା। ଆମେ ବ୍ୟବସାୟକୁ ଆଗକୁ ବଢ଼ାଇବା ଏବଂ ପରବର୍ତ୍ତୀ ପର୍ଯ୍ୟାୟର ଅଭିବୃଦ୍ଧିକୁ ବଢ଼ାଇବାକୁ ଯାଉଥିବା ବେଳେ ଲୋଟସ୍‌ର ଉଚ୍ଚ ଅଭିଜ୍ଞ ପରିଚାଳନା ଟିମ୍ ସହିତ କାର୍ଯ୍ୟ କରିବାକୁ ଚାହିରହିଛୁ।’’

ଲୋଟସ୍‌ର ପ୍ରତିଷ୍ଠାତା-ପ୍ରମୋଟର ଅଭିଜିତ ପାଇ କହିଛନ୍ତି ଯେ, “ରିଲାଏନ୍ସ ସହ ଏହି ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ। ଶ୍ରେଷ୍ଠ ମାନର ମାନୁଫାକ୍‌ଚରିଂ ଦକ୍ଷତା ଏବଂ ପ୍ରତିଭା ଜରିଆରେ ସବୁ ପ୍ରକାର ଗ୍ରାହକ ବର୍ଗଙ୍କ ପାଇଁ ବିଶ୍ୱ ସ୍ତରୀୟ କନଫେକ୍ସନାରି (ଚକୋଲେଟ୍‌) ଉତ୍ପାଦ ଗଠନ କରିବା ଲାଗି ଆମର ଲକ୍ଷ୍ୟ ରହିଛି। ରିଲାଏନ୍ସ ସହିତ ଆମର ସହଯୋଗିତା ଏହି ଲକ୍ଷ୍ୟକୁ ହାସଲ କରିବା ଏବଂ ଲୋଟସ୍‌ର ରୂପାନ୍ତରଣକୁ ତ୍ୱରାନ୍ୱିତରେ ଆମକୁ ଆହୁରି ସକ୍ଷମ କରିବ।’’

ଅଂଶଧନ ଅଧିଗ୍ରହଣ
Share. Facebook Twitter LinkedIn Email WhatsApp Copy Link

Related Posts

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026
Latest News

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.