Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟକୁ ଆସୁଥିବା ନୂଆ ଶିଳ୍ପ ପ୍ରତି ଅଧିକାରୀମାନେ କିପରି ମନୋଭାବ ରଖିବେ, କହିଲେ ମନ୍ତ୍ରୀ
ବିଶେଷ ଖବର

ରାଜ୍ୟକୁ ଆସୁଥିବା ନୂଆ ଶିଳ୍ପ ପ୍ରତି ଅଧିକାରୀମାନେ କିପରି ମନୋଭାବ ରଖିବେ, କହିଲେ ମନ୍ତ୍ରୀ

January 10, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
Industry
ରାଜ୍ୟକୁ ଆସୁଥିବା ନୂଆ ଶିଳ୍ପ ପ୍ରତି ଅଧିକାରୀମାନେ କିପରି ମନୋଭାବ ରଖିବେ, କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓ-ହବ୍‌ଠାରେ ଆୟୋଜିତ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କ ସମ୍ମିଳନୀରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ରାଜ୍ୟରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପ୍ରତି ବିଭାଗୀୟ ଅଧିକାରୀମାନେ ସକରାତ୍ମକ ମନୋଭାବ ପୋଷଣ ବର୍ତ୍ତମାନ ସମୟର ଆହ୍ୱାନ ବୋଲି କହିଛନ୍ତି।

ନିକଟରେ ରାଜ୍ୟ ସରକାର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଜରିଆରେ ଅନେକଗୁଡ଼ିଏ ସଂକଳ୍ପ ପାରିତ କରିଛନ୍ତି। ସେଗୁଡ଼ିକର ଯଥାଯଥ ଅନୁପାଳନ ସକାଶେ ଆମକୁ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିବାକୁ ହେବ। ଅଯଥା ନୀତିନିୟମର ଦ୍ୱାହି ଦେଇ କାର୍ଯ୍ୟରେ ବାଧା ଉପୁଜାଇବା ପରିବର୍ତ୍ତେ କାର୍ଯ୍ୟଟି ଅନାୟାସରେ କିପରି ହୋଇପାରିବ ସେଥି ନିମନ୍ତେ ଶିଳ୍ପ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ସହଯୋଗ ପ୍ରଦାନ କରିବା ଆବଶ୍ୟକ ବୋଲି କହିଥିଲେ।

କେତେକ କ୍ଷେତ୍ରରେ ଏକ ପ୍ରକାର ଦସ୍ତାବିଜ ବାରମ୍ବାର ମଗା ଯାଉଥିବା, ମଞ୍ଜୁରୀପ୍ରାପ୍ତ ଅର୍ଥ ପଇଠକୁ ବିଳମ୍ବ କରିବା, ନିର୍ଦ୍ଧାରିତ ଦିବସ ପରେ ପ୍ରାପ୍ତି ଦରଖାସ୍ତକୁ ନାକଚ କରିବା ଭଳି କେତେକ ପଦକ୍ଷେପ ଯୋଗୁଁ ଅନେକ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଇଚ୍ଛୁକ ବ୍ୟକ୍ତି ହତୋତ୍ସାହ ହେଉଥିବା ପରିଲକ୍ଷିତ ହେଉଛି। ତେଣୁ ଏଗୁଡ଼ିକ ପ୍ରତି ସହୃଦୟତାର ସହ ବିଚାର କରି କାର୍ଯ୍ୟକରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।

ଚଳିତ ବର୍ଷ ବାଣିଜ୍ୟ ମେଳା ହେବନାହିଁ, କିନ୍ତୁ ଆସନ୍ତା ମାର୍ଚ୍ଚ ୫ରୁ ୯ ତାରିଖ ମଧ୍ୟରେ ପ୍ରତି ଜିଲ୍ଲାସ୍ତରରେ ଉଦ୍ୟୋଗ ସପ୍ତାହ ପାଳନ କରାଯିବ। ଏହି ଉପଲକ୍ଷେ ଜିଲ୍ଲାସ୍ତରରେ ପ୍ରଦର୍ଶନୀ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ହେଉଥିବା ବିଶେଷ ଉତ୍ପାଦଗୁଡ଼ିକର ପ୍ରଦର୍ଶନ, ଏଗୁଡ଼ିକର ପ୍ରକ୍ରିୟାକରଣ ଏବଂ ଏ ଧରଣର ଉଦ୍ୟୋଗ ପାଇଁ ସରକାର ପ୍ରୋତ୍ସାହନଗୁଡ଼ିକ ସମ୍ବନ୍ଧରେ ଏହି ମେଳାରେ ଜନସାଧାରଣଙ୍କୁ ଅବଗତ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି।

ବିଶେଷ ଭାବେ ସ୍କୁଲ, କଲେଜ, ଆଇଟିଆଇ ପ୍ରଭୃତିର ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷମାନଙ୍କୁ ପତ୍ରାଳାପ କରି ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀ ବୁଲି ଦେଖିବା ପାଇଁ ବ୍ୟବସ୍ଥା କଲେ ଏହା ଯୁବପିଢ଼ିଙ୍କୁ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ଦିଗରେ ନୂତନ ଉତ୍ସାହ ଭରିଦେବ। ରାଜ୍ୟରଯୁବବର୍ଗ ଚାକିରି ପଛରେ ନଗୋଡ଼ାଇ କିପରି ଅନ୍ୟକୁ ନିଯୁକ୍ତି ଦେବେ, ସେଥିପ୍ରତି ଆଗ୍ରହ ପ୍ରକାଶ କରିବା ପାଇଁ ବାତାବରଣ ସୃଷ୍ଟି କରିବା କଥା ବୋଲି ମନ୍ତ୍ରୀ ଶ୍ରୀ ଦେବ ପ୍ରକାଶ କରିଥିଲେ।
ମନ୍ତ୍ରୀ ଶ୍ରୀ ଦେବ ବିଭାଗୀୟ ଅଧିକାରୀମାନେ ନିଜକୁ ବିଭାଗର ସମସ୍ତ ନୀତିନିୟମ ସହ ଅବଗତ କରାଇବା ଆବଶ୍ୟକ।

ଏଥି ସହିତ ଅନ୍ୟାନ୍ୟ ବିଭାଗ ଦ୍ୱାରା ଶିଳ୍ପ ପ୍ରତିଷ୍ଠା ନିମନ୍ତେ କରାଯାଇଥିବା ନିୟମ ସଂପର୍କରେ ଅବଗତ ହେବା ନିହାତି ଆବଶ୍ୟକ ବୋଲି କହିଥିଲେ। ଏଥି ପାଇଁ ପ୍ରତି ୪ ମାସରେ ଥରେ ଶିବିର ଆୟୋଜନ କରି ଏ ସଂପର୍କରେ ତାଲିମ ପ୍ରଦାନ କରିବାକୁ ସେ ଜୋର ଦେଇଥିଲେ। ସେ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସହାୟତା ଦେବା ଓ ଦର ଧାର୍ଯ୍ୟ ପ୍ରକ୍ରିୟାକୁ ଉନ୍ନତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟ ସରକାର ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଉଥିବାରୁ ଏଥି ପ୍ରତି ଯନିବାନ ରହିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲାପାଳମାନଙ୍କ ସହ ଜିଏମ୍‌, ଡିଆଇସିଙ୍କୁ ବିଦେଶ ଭ୍ରମଣ କରିବାର ସୁଯୋଗ ସୃଷ୍ଟି କରାଗଲେ ଶିଳ୍ପ ପ୍ରତି ଥିବା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଅଣାଯାଇପାରିବ ବୋଲି ସେ ମତ ଦେଇଥିଲେ।

ସେ ସ୍ଥାନୀୟ ଉତ୍ପାଦଗୁଡ଼ିକର ବିଦେଶ ରପ୍ତାନୀ ପ୍ରତି ଆମର ଲକ୍ଷ୍ୟ ରହିବା ଆବଶ୍ୟକ। ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ, ବିଶେଷ ଭାବେ ଗୋଟିଏ ସ୍ଥାନରେ ଏହି ଜମି ଚିହ୍ନଟ ହେଲେ ଏହାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସୁବିଧା ହେବ ବୋଲି ସେ ପ୍ରକାଶ କରିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଥିଲେ ଯେ ବିଭାଗର କେତେକ ନିୟମ କାର୍ଯ୍ୟ ସଂପାଦନରେଯଦି ଅସୁବିଧା ସୃଷ୍ଟି କରୁଥାଏ, ତେବେ ସେ କ୍ଷେତ୍ରରେ ନିୟମର ସଂଶୋଧନ ପାଇଁ କ୍ଷେତ୍ର ଅଧିକାରୀମାନେ ପରାମର୍ଶ ଦେଇପାରିବେ। ନିୟମର ଆଳ ଦେଖାଇ କୌଣସି କାର୍ଯ୍ୟକୁ ଅଯଥା ବିଳମ୍ବ କରିବା ଅବା ବାତିଲ କରିବା କେବେ ବି ଶୁଭଙ୍କର ନୁହେଁ। ତେଣୁ ସମସ୍ତେ ସକରାତ୍ମକ ଭାବନା ନେଇ କାର୍ଯ୍ୟକରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଜିଲ୍ଲା କାର୍ଯ୍ୟାଳୟ ନିଜପାଖରେ ଏକ ଡିଜିଟାଲ୍‌ ଡାଟାବେସ୍‌ ପ୍ରସ୍ତୁତ କରି ରଖିବା ଉଚିତ।

ଏହା ଆମକୁ ଜିଲ୍ଲାର ଶିଳ୍ପ ମାନଚିତ୍ରର ସାଂପ୍ରତିକ ସ୍ଥିତି ଆକଳନରେ ସାହାଯ୍ୟ କରିବ ବୋଲି ସେ କହିଥିଲେ। ସେହିପରି ବିଭାଗର ଶିଳ୍ପ ସଂସ୍ଥା ଉଦ୍ଦେଶ୍ୟରେ ଦିଆଯାଇଥିବା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନକୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସାରି ବିଭାଗକୁ ଜଣାଇବା ପାଇଁ କୁହାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଓ ଆଞ୍ଚଳିକ ସାଧାରଣ ପରିଚାଳକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଏମ୍‌ଏସ୍‌ଏମ୍‌ଇର ସ୍ୱତନ୍ତ୍ର ସଚିବ ଶ୍ରୀ ବିଭୂତି ଭୂଷଣ ଦାସ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ, ଡି.ଇ.ପି.ଏମ୍‌ ଶ୍ରୀ ଦିଲ୍ଲୀପ କୁମାର ସାହୁ, ଅତିରିକ୍ତ ସଚିବ ଶ୍ରୀମତୀ ରାଜଶ୍ରୀ ସିଂ, ଶ୍ରୀମତୀ ମାନସୀ ମାନ୍‌ଧାତା, ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଏସ୍‌.ଏନ୍‌. ହୋତା ପ୍ରମୁଖ ଉପସ୍ଥିତ ଥିଲେ।

industry ପ୍ରତାପ ଦେବ ମନ୍ତ୍ରୀ ପ୍ରତାପ ଦେବ ଶିଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.