Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର ପ୍ରତାପ ଦେବଙ୍କୁ ଟକ୍କର ଦେବେ କଂଗ୍ରେସର ଦେବସ୍ମିତା ଶର୍ମା, ସେ କିଏ ??

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାଏ। କାରଣ ଏହି ନିର୍ବାଚନ ମଣ୍ଡଳିର ବିଧାୟକ ହେଉଛନ୍ତି ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ପ୍ରତାପ ଦେବ। ତେବେ ଏଥର ନିର୍ବାଚନରେ ପ୍ରତାପଙ୍କ ସହିତ ଜଣେ ଯୁବା ପ୍ରାର୍ଥୀ ଲଢେଇ କରିବେ। ସେ ହେଉଛନ୍ତି ଦେବସ୍ମିତା ଶର୍ମା। କଂଗ୍ରେସ ତାଙ୍କୁ ଆଳିରେ ପ୍ରାର୍ଥୀ କରିଛି।

ତେବେ ଦେବସ୍ମିତା ହେଉଛନ୍ତି ଆଳିର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ। ଦେବେନ୍ଦ୍ର ଶର୍ମା ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କ ବଦଳରେ ଝିଅ ଦେବସ୍ମିତା ଛିଡା ହେବ ବୋଲି ସେ କଂଗ୍ରେସକୁ ଜଣାଇ ଦେଇଥିଲେ। ସେହି ଅନୁସାରେ ଦଳ ଦେବସ୍ମିତାଙ୍କ ନାମ ଘୋଷଣା କରିଛି।

ଦେବେନ୍ଦ୍ର କହିଛନ୍ତି ଯେ ତାଙ୍କର ଦେହ ଭଲ ରହୁ ନ ଥିବାରୁ ସେ ଆଉ ନିର୍ବାଚନରେ ଭାଗ ନେବେ ନାହିଁ। ତେବେ ସେ ନିର୍ବାଚନ ମଣ୍ଡଳି ରାଜନୀତିରେ ସକ୍ରିୟ ରହିବେ। ବର୍ତ୍ତମାନ ଯୁବ ପିଢି ନିର୍ବାଚନକୁ ଆସିବା ଦରକାର। ସେଥିପାଇଁ ଝିଅ ରାଜନୀତିରେ ପାଦ ଦେଇଛି। ବର୍ତ୍ତମାନ ଆଳି ଏବଂ ରାଜକନିକାରେ କଂଗ୍ରେସ ସଂଗଠନ ବେଶ ସୁଦୃଢ ରହିଛି। ସେଥିପାଇଁ ଦେବସ୍ମିତା ଜିତିବା ସହଜ ହେବ ବୋଲି ଦେବେନ୍ଦ୍ର ଆଶା ରଖିଛନ୍ତି।

ଦେବସ୍ମିତା ଏଥର ନିର୍ବାଚନରେ ଛିଡା ହେବେ ବୋଲି ଚାକିରୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ବୃତିରେ ଜଣେ ଡାକ୍ତର। ନିକଟରେ ସେ ସରକାରୀ ଡାକ୍ତରୀ ପଦବୀରୁ ଇସ୍ତଫା ଦେଇଛନ୍ତି। ତେବେ ଦେବସ୍ମିତା ବହୁ ପୂର୍ବରୁ ନିର୍ବାଚନ ରଣାଙ୍ଗନରେ ଛିଡା ହେବେ ବୋଲି ନିଷ୍ପତି କରି ସେହି ଅଞ୍ଚଳରେ ଲୋକସଂପର୍କ ମଧ୍ୟ ଜାରୀ ରଖିଛନ୍ତି। ସେ ଘରକୁ ଘର ବୁଲି ଲୋକଙ୍କ ସହିତ ବିଶେଷ କରି ମହିଳାଙ୍କ ସହିତ ଯୋଗାଯୋଗରେ ଅଛନ୍ତି।

ଏ ନେଇ ଦେବସ୍ମିତା କହୁନ୍ତି ଯେ ତାଙ୍କ ଜେଜେ ବାପା ଦିବାକର ଶର୍ମା ଡାକ୍ତର ଥାଇ ରାଜନୀତିରେ ପାଦ ଦେଇଥିଲେ। ଆଉ ବିଧାୟକ ମଧ୍ୟ ହୋଇଥିଲେ। ସେହିପରି ବାପା ଦେବେନ୍ଦ୍ର ଶର୍ମା ମଧ୍ୟ ବିଧାୟକ ଥିଲେ। ତେଣୁ ଆମ ପରିବାର ଗୋଟିଏ ରାଜନୈତିକ ପରିବାର। ଆମ ପରିବାର ପ୍ରତି ଆଳି ଜନସଧାରଣଙ୍କର ଭଲ ପାଇବା ରହିଛି। ପରବର୍ତ୍ତି ପିଢି ଭାବେ ତାହାକୁ ମୁଁ ଆଗକୁ ନେବେ ବୋଲି ଦେବସ୍ମିତା କହିଛନ୍ତି।

ଦେବସ୍ମିତା କଂଗ୍ରେସ ରାଜନୀତିରେ ପୂର୍ବରୁ ପାଦ ଥାପି ସାରିଛନ୍ତି। କାରଣ 2014 ମସିହାରେ ବାପା ଦେବେନ୍ଦ୍ର ଶର୍ମାଙ୍କ ପାଇଁ ସେ ପ୍ରଚାରର ମଙ୍ଗ ଧରିଥିଲେ। କଂଗ୍ରେସକୁ ଭୋଟ ଦେବା ପାଇଁ ସେ ଲୋକଙ୍କ ଘରକୁ ଘର ବୁଲିଥିଲେ। ବାପା ମଧ୍ୟ ସେତେବେଳେ ମୋତେ ରାଜନୀତିରେ ଆଗକୁ ଆଣିଥିଲେ ବୋଲି ଦେବସ୍ମିତା କହିଛନ୍ତି। ତେବେ ବର୍ତ୍ତମାନ ସେ ଆଳିରେ ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ପ୍ରତାପ ଦେବଙ୍କୁ ଟକ୍କର ଦେବେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କିଏ ଏହି ଯୁବତୀ ଦେବସ୍ମିତା ଶର୍ମା? ଆଳି ନିର୍ବାଚନ ମଣ୍ଡଳିରେ ମନ୍ତ୍ରୀ ପ୍ରତାପ ଦେବଙ୍କୁ ଦେବେ ଟକ୍କର

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାଏ। କାରଣ ଏହି ନିର୍ବାଚନ ମଣ୍ଡଳିର ବିଧାୟକ ହେଉଛନ୍ତି ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ପ୍ରତାପ ଦେବ। ତେବେ ଏଥର ନିର୍ବାଚନରେ ପ୍ରତାପଙ୍କ ସହିତ ଜଣେ ଯୁବତୀ ଲଢେଇ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯାହାକୁ ନେଇ ପ୍ରତାପ ବର୍ତ୍ତମାନ ଚିନ୍ତାରେ ପଡିଯାଇଛନ୍ତି।

ଏଥର ନିର୍ବାଚନରେ ପ୍ରତାପଙ୍କୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦେବସ୍ମିତା ଶର୍ମା। ସେ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି। ଆଉ ସେ ହେଉଛନ୍ତି ଆଳିର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ। ଦେବେନ୍ଦ୍ର ଶର୍ମା ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କ ବଦଳରେ ଝିଅ ଦେବସ୍ମିତା ଛିଡା ହେବ ବୋଲି କଂଗ୍ରେସ ସବୁଜ ସଙ୍କେତ ଦେଇଛି ବୋଲି ଜଣାପଡିଛି।

ଦେବେନ୍ଦ୍ର କହିଛନ୍ତି ଯେ ତାଙ୍କର ଦେହ ଭଲ ରହୁ ନ ଥିବାରୁ ସେ ଆଉ ନିର୍ବାଚନରେ ଭାଗ ନେବେ ନାହିଁ। ତେବେ ସେ ନିର୍ବାଚନ ମଣ୍ଡଳି ରାଜନୀତିରେ ସକ୍ରିୟ ରହିବେ। ବର୍ତ୍ତମାନ ଯୁବ ପିଢି ନିର୍ବାଚନକୁ ଆସିବା ଦରକାର ବୋଲି ଦେବେନ୍ଦ୍ର କହିଛନ୍ତି। ସେଥିପାଇଁ ଝିଅ ରାଜନୀତିରେ ପାଦ ଦେଇଛି। ବର୍ତ୍ତମାନ ଆଳି ଏବଂ ରାଜକନିକାରେ କଂଗ୍ରେସ ସଂଗଠନ ବେଶ ସୁଦୃଢ ରହିଛି। ସେଥିପାଇଁ ଦେବସ୍ମିତା ଜିତିବା ସହଜ ହେବ ବୋଲି ଦେବେନ୍ଦ୍ର ଆଶା ରଖିଛନ୍ତି।

ଦେବସ୍ମିତା ଏଥର ନିର୍ବାଚନରେ ଛିଡା ହେବେ ବୋଲି ଚାକିରୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ବୃତିରେ ଜଣେ ଡାକ୍ତର। ନିକଟରେ ସେ ସରକାରୀ ଡାକ୍ତରୀ ପଦବୀରୁ ଇସ୍ତଫା ଦେଇଛନ୍ତି। ତେବେ ଦେବସ୍ମିତା ବହୁ ପୂର୍ବରୁ ନିର୍ବାଚନ ରଣାଙ୍ଗନରେ ଛିଡା ହେବେ ବୋଲି ନିଷ୍ପତି କରି ସେହି ଅଞ୍ଚଳରେ ଲୋକସଂପର୍କ ଜାରୀ ରଖିଛନ୍ତି। ସେ ଘରକୁ ଘର ବୁଲି ଲୋକଙ୍କ ସହିତ ବିଶେଷ କରି ମହିଳାଙ୍କ ସହିତ ଯୋଗାଯୋଗରେ ଅଛନ୍ତି।

ଏ ନେଇ ଦେବସ୍ମିତା କହୁନ୍ତି ଯେ ତାଙ୍କ ଜେଜେବାପା ଦିବାକର ଶର୍ମା ଡାକ୍ତର ଥାଇ ରାଜନୀତିରେ ପାଦ ଦେଇଥିଲେ। ଆଉ ବିଧାୟକ ମଧ୍ୟ ହୋଇଥିଲେ। ସେହିପରି ବାପା ଦେବେନ୍ଦ୍ର ଶର୍ମା ମଧ୍ୟ ବିଧାୟକ ଥିଲେ। ତେଣୁ ଆମ ପରିବାର ଗୋଟିଏ ରାଜନୈତିକ ପରିବାର। ଆମ ପରିବାର ପ୍ରତି ଆଳି ଜନସଧାରଣଙ୍କର ଭଲ ପାଇବା ରହିଛି। ପରବର୍ତ୍ତି ପିଢି ଭାବେ ତାହାକୁ ମୁଁ ଆଗକୁ ନେବେ ବୋଲି ଦେବସ୍ମିତା କହିଛନ୍ତି।

ଦେବସ୍ମିତା କଂଗ୍ରେସ ରାଜନୀତିରେ ପୂର୍ବରୁ ପାଦ ଥାପି ସାରିଛନ୍ତି। କାରଣ 2014 ମସିହାରେ ବାପା ଦେବେନ୍ଦ୍ର ଶର୍ମାଙ୍କ ପାଇଁ ସେ ପ୍ରଚାରର ମଙ୍ଗ ଧରିଥିଲେ। କଂଗ୍ରେସକୁ ଭୋଟ ଦେବା ପାଇଁ ସେ ଲୋକଙ୍କ ଘରକୁ ଘର ବୁଲିଥିଲେ। ବାପା ମଧ୍ୟ ସେତେବେଳେ ମୋତେ ରାଜନୀତିରେ ଆଗକୁ ଆଣିଥିଲେ ବୋଲି ଦେବସ୍ମିତା କହିଛନ୍ତି। ତେବେ ବର୍ତ୍ତମାନ ସେ ଚାକିରୀ ଛାଡି ଲୋକ ସଂପର୍କ ବଢାଇବା ପରେ ତାଙ୍କୁ ନେଇ ଆଳିରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଦାନ ହେଲା ଦୁଇ ବର୍ଷର ରପ୍ତାନୀ ପୁରସ୍କାର, ଜାଣନ୍ତୁ କିଏ ସେହି ଭାଗ୍ୟବାନ ସଂସ୍ଥା

ଭୁବନେଶ୍ୱର: ରାଜ୍ୟ ରପ୍ତାନୀ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ୨୦୨୦-୨୧ ଏବଂ ୨୦୨୧-୨୨ ପାଇଁ ପୁରସ୍କାର ପ୍ରଦାନ ସମାରୋହ ସଂପାଦିତ ହୋଇଯାଇଛି।ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ରପ୍ତାନୀକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ପ୍ରମୁଖ ଶାସନ ସଚିିବ ଶ୍ରୀ ଶାଶ୍ୱତ ମିଶ୍ର, ନିର୍ଦ୍ଦେଶକ ରପ୍ତାନୀ ଓ ବାଣିଜ୍ୟ ଶ୍ରୀ ଦିଲ୍ଲୀପ କୁମାର ସାହୁ ଏବଂ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ।

୨୦୨୦-୨୧ ମସିହା ପାଇଁ ସର୍ବଶ୍ରେଷ୍ଠ ରପ୍ତାନୀ ପୁରସ୍କାର ବେଦାନ୍ତ (ଝାରସୁଗୁଡ଼ା)କୁ ମିଳିଛି । ଦ୍ୱିତୀୟରେ ସୁନ୍ଦରଗଡ଼ର କୁଲାଙ୍ଗସ୍ଥିତ ଆର୍‌.ବି. ଅଗ୍ରୱାଲ ଏଣ୍ଡ କମ୍ପାନୀକୁ ମିଳିଛି। ଟ୍ରଫି ସହ ମେରିଟ୍‌ ସାର୍ଟିଫିକେଟ୍‌ ବର୍ଗରେ ଭୁବନେଶ୍ୱରସ୍ଥ ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟକଚର ଲିଃ., ବାଲେଶ୍ୱରର ଇମାମି ପେପର ମିଲ୍‌ସ, ବଲାଙ୍ଗିରର ବି.ଏଲ୍‌. ଗୋୟାଲ୍‌, ଭୁବନେଶ୍ୱରର ବି. ୱାନ୍‌ ବିଜିନେସ୍‌ ହାଉସ୍‌, ଇଣ୍ଡିଆନ୍‌ ମେଟାଲ୍‌ ଏଣ୍ଡ ଫେରୋ ଆଲଏଜ୍‌ ଲିଃ. ଓ ଭୁବନେଶ୍ୱରର ଇନ୍‌ଫୋସିସ୍‌ ଲିଃ ପୁରସ୍କାର ପାଇଛନ୍ତି ।

ସେହିପରି ସାର୍ଟିଫିକେଟ ଅଫ୍‌ ଏକ୍ସଲେନ୍ସି ବର୍ଗରେ ସୁନ୍ଦରଗଡ଼ର ଆଇ.ଏଫ୍‌.ଜି.ଏଲ୍‌ ରିଫ୍ରାକେଫାରିଜ୍‌, ବାରାଦ୍ୱୀପସ୍ଥ ଭାରତୀୟ ତୈଳ ନିଗମ, ଭୁବନେଶ୍ୱରର ଜେ.ପି. ହ୍ୟାଣ୍ଡଲୁମ୍‌, ଯାଜପୁରର ମାଗ୍‌ମା ଫୁଡସ୍‌ ପ୍ରା. ଲିମିଟେଡ୍‌, ଭୁବନେଶ୍ୱରସ୍ଥ ନାଲ୍‌କୋ, ସମ୍ବଲପୁରର ହିଣ୍ଡାଲ୍‌କୋ, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଭୁବନେଶ୍ୱର, ଭୁବନେଶ୍ୱରସ୍ଥ ଆବ୍‌ସିସ୍‌ ସୂଚନା ପ୍ରଯୁକ୍ତି ବୈଷୟିକ ସମ୍ବର୍ଦ୍ଧିତ ହୋଇଛନ୍ତି।

ସ୍ପେଶାଲ୍‌ ସାର୍ଟିଫିକେଟ୍‌ ବର୍ଗରେ ବାଲେଶ୍ୱରର ଅର୍ଚ୍ଚିଡ୍‌ ମେରାଇନ୍‌ ଏକ୍ସପୋଟର୍ସ ଏବଂ ପାରାଦ୍ୱୀପର ଆଇ.ଏମ୍‌.ବି. ମେରାଇନ୍‌ ଏକ୍ସପୋର୍ଟ ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ବର୍ଗରେ ବ୍ରହ୍ମପୁରର ଡି.କେ.ଏସ୍‌.ଆର୍‌ ସ୍ପେଶାଲିଷ୍ଟ କେମିକାଲ୍‌କୁ ପୁରସ୍କାର ପ୍ରଦାନ କରାଯାଇଛି।

୨୦୨୧-୨୨ ମସିହା ପାଇଁ ଶ୍ରେଷ୍ଠ ରପ୍ତାନୀ ପୁରସ୍କାର ବେଦାନ୍ତ (ଝାରସୁଗୁଡ଼ା) ଓ ଆବ୍‌ସିସ୍‌ ସୂଚନା ପ୍ରଯୁକ୍ତି (ଭୁବନେଶ୍ୱର)କୁ ମିଳିଛି। ଟ୍ରଫି ଉଇଥ୍‌ ସାର୍ଟିଫିକେଟ୍‌ ଅଫ୍‌ ମେରିଟ୍‌ ବର୍ଗରେ ପାରାଦ୍ୱୀପର ଭାରତୀୟ ତୈଳ ନିଗମ, ଭୁବନେଶ୍ୱରର ଗ୍ୟାଲାସ୍କି ମେଡିକେୟାର, ଭୁବନେଶ୍ୱରର ଜେ.ପି. ହ୍ୟାଣ୍ଡଲୁମ୍‌, ଯାଜପୁରର ମାଗ୍‌ମା ଫୁଡସ୍‌, ଶ୍ରୀରାମ୍‌ ଏକ୍ସପୋର୍ଟ, ଭୁବନେଶ୍ୱର, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିଃ, ସମ୍ବଲପୁର, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଭୁବନେଶ୍ୱରକୁ ମିଳିଛି।

ସାର୍ଟିଫିକେଟ୍‌ ଅଫ୍‌ ଏକ୍ସିଲେନ୍ସି ବର୍ଗରେ ଟେରାକ୍ଲକ୍‌ ମେସିନାରୀ, ଭୁବନେଶ୍ୱର, ଇମାମି ପେପର ମିଲ୍ସ ଲିମିଟେଡ୍‌, ବାଲେଶ୍ୱର, ଟି.ଆର୍‌.ଏଲ୍‌ କ୍ରୋସାକି ରିଫ୍ରାକେଫାରିଜ୍‌, ଝାରସୁଗୁଡ଼ା, ସୁଦର୍ଶନ କ୍ରାଫଫସ୍‌ ମୁ୍ୟଜିୟମ୍‌, ପୁରୀ, ସାହୀ ଏକ୍ସପୋର୍ଟସ ପ୍ରା.ଲିଃ, ପୁରୀ, ବି.ୱାନ୍‌ ବିଜିନେସ୍‌ ହାଉସ୍‌, ଭୁବନେଶ୍ୱର, ଫ୍ଲାମିଂଗୋ ଶ୍ରୀମ୍ପ୍ଲେକ୍ସ, ଭୁବନେଶ୍ୱର, ଫାଲ୍‌କନ୍‌ ମେରାଇନ୍‌ ଏକ୍ସପୋର୍ଟ ଲିଃ, ଭୁବନେଶ୍ୱର, ଅର୍‌ଚିଡ୍‌ ମେରାଇନ୍‌ ଏକ୍ସପୋର୍ଟ, ବାଲେଶ୍ୱର, ଆଇ.ଆର୍‌.ଇ.ଏଲ୍‌ ଇଣ୍ଡିଆ ଲିଃ, ଗଞ୍ଜାମ, ଇଣ୍ଡିଆନ୍‌ ମେଟାଲ୍‌ ଏଣ୍ଡ ଫେରୋ ଆଲଏଜ୍‌ ଲିଃ, ଭୁବନେଶ୍ୱର, ନାଲ୍‌କୋ, ଭୁବନେଶ୍ୱର, ଏଲ୍‌.ଟି.ଆଇ ମାଇଣ୍ଡ ଟ୍ରି, ଭୁବନେଶ୍ୱର ପୁରସ୍କୃତ ହୋଇଛନ୍ତି ।

ସ୍ପେଶାଲ ସାର୍ଟିଫିକେଟ୍‌ ବର୍ଗରେ ଉତ୍କଳ ସ୍ପେସିଆଲିଟି ଇଣ୍ଡଷ୍ଟି୍ରଜ୍‌ ଲିଃ, ଖୋର୍ଦ୍ଧା ଓ ମାଷ୍ଟରଚେଫ୍‌ ଏକ୍ସପୋର୍ଟସ, ବାଲେଶ୍ୱର ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ବର୍ଗରେ ଡି.କେ.ଏସ୍‌.ଆର୍‌ ସ୍ପେସିଆଲିଟି କେମିକାଲ୍ସ, ବ୍ରହ୍ମପୁର, ଗଞ୍ଜାମ ପୁରସ୍କାର ଲାଭ କରିଛନ୍ତି।

ସୂଚନା ଯୋଗ୍ୟ, ବିଭିନ୍ନ ବର୍ଗରେ ଉପରୋକ୍ତ ରପ୍ତାନୀକାରୀମାନେ କେମିକାଲସ୍‌, ପ୍ଲାଷ୍ଟିକ୍‌, ଫାର୍ମାସି୍ୟଟିକାଲସ୍‌, ହସ୍ତତନ୍ତ ଓ ବୟନ ଶିଳ୍ପ, ଆଗ୍ରୋ ଉତ୍ପାଦ, ସାମୁଦି୍ରକ ଉତ୍ପାଦ, ଇଲେକ୍‌ଟ୍ରୋନିକ୍ସ ଏଣ୍ଡ ସଫଫେୱୟାର, ମିନେରାଲସ୍‌ ମେଟାଲର୍ଜିକାଲସ୍‌, ସୂଚନା ଓ ପ୍ରଯୁକ୍ତି ଉତ୍ପାଦ ସଂପର୍କିତ ଇଂଜିନିୟରିଂ ଏଣ୍ଡ ଆଲଏଡ୍‌, କୃଷିଜାତ ଦ୍ରବ୍ୟ, ମସଲା, କାଜୁ, କ୍ଷୀର, ପୋଲ୍‌ଟ୍ରି ଆଦି ଉତ୍ପାଦ ରପ୍ତାନୀ କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୮-୧୯ ମସିହାରେ ମେଟାଲର୍ଜିକାଲ ବର୍ଗରେ ୨୬୦୮୨.୯୭ କୋଟିର ରପ୍ତାନୀ ହୋଇଥିଲା। ଏହା ସହ ଇଂଜିନିୟରିଂ ଏଣ୍ଡ କେମିକାଲ୍‌, ମିନେରାଲ୍‌, କୃଷି ଓ ଜଙ୍ଗଲଜାତ, ସାମୁଦି୍ରକ, ହସ୍ତତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ, ଫାର୍ମାସୁ୍ୟଟିକାଲ ସଫଫେୱୟାର/ଇଲେକ୍‌ଟ୍ରୋନିକ୍ସ କ୍ଷେତ୍ରରେ ୨୦୧୮-୧୯ ଆର୍ଥିକ ବର୍ଷରେ ସମୁଦାୟ ୪୮୧୧୭.୬୦ କୋଟିର ରପ୍ତାନୀ ହୋଇଥିଲାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ୯୫୭୭୩.୯୫ କୋଟିର ସାମଗ୍ରୀ ରପ୍ତାନୀ ହୋଇଛି।

ଏକ୍ସପୋର୍ଟ ଇନ୍‌ସେଟିଭ୍‌ ରିମ୍ବର୍ସମେଣ୍ଟ ପୋର୍ଟାଲ ଏବଂ ସି.ଏମ.ସ୍କିମ୍‌ ଫର ରିଅମ୍ବର୍ସମେଣ୍ଟ ଅଫ୍‌ ଇନ୍‌ଟେରେଷ୍ଟ ଟୁ ଏମ୍‌.ଏସ୍‌.ଏମ୍‌.ଇର ଉପଯୋଗରେ ଆସନ୍ତା ବର୍ଷମାନଙ୍କରେ ବିଭିନ୍ନ ଉତ୍ପାଦଗୁଡ଼ିକର ରପ୍ତାନୀ ରାଶି ଆହୁରି ବୃଦ୍ଧି ହେବ ବୋଲି ଆଶା କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏମଏସଏମଇ କୁ ପ୍ରୋତ୍ସାହନ ପାଇଁ ଉଦଘାଟିତ ହେଲା ଏକ ପୋର୍ଟାଲ, ଜାଣନ୍ତୁ ଏହା କଣ

ଭୁବନେଶ୍ବର: ୨୦୨୨ ମସିହା ନଭେମ୍ବର ୩୦ ତାରିଖରେ ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ରେ ଓଡ଼ିଶା ଏକ୍ସପୋର୍ଟ ପଲିସି-୨୦୨୨ ଅନୁମୋଦିତ ହୋଇଥିଲା। ଏହି ପଲିସି ଅନୁସାରେ ଯେଉଁ ରପ୍ତାନୀକାରୀମାନେ ସାତଗୋଟି ବିଷୟ ଉପରେ ରପ୍ତାନିକ କାର୍ଯ୍ୟ କରିଥିବେ, ସେମାନଙ୍କର ଖର୍ଚ୍ଚ ସରକାର ବହନ କରିବେ। ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ଯୁବକଯୁବତୀମାନଙ୍କୁ ଆତ୍ମନିଯୁକ୍ତି ପ୍ରୋତ୍ସାହନ ଦେବା ପାଇଁ ସରକାର ଏହିପରି ଯୋଜନା ପ୍ରଣୟନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟଠାରେ ଏକ୍ସପୋର୍ଟ ଇନ୍‌ସେନ୍‌ଟିଭ୍‌ ରିଅମ୍ବର୍ସମେଣ୍ଟ ପୋର୍ଟାଲ (http://eirp_depm.odisha.gov.in) ଉଦ୍‌ଘାଟିତ ହୋଇଯାଇଛି। ରପ୍ତାନୀକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ କଲେ ସେମାନଙ୍କ ଖର୍ଚ୍ଚ ଅନୁମୋଦନ ହେବ ଓ ସେମାନେ ଗାଇଡ୍‌ଲାଇନ୍‌ ଅନୁଯାୟୀ ବହନ କରିଥିବା ସରକାରୀ ରାଶି ପିଛିଲା ଭାବେ ଫେରିପାଇବେ।

ଏହି ସାତଗୋଟି ବିଷୟ ହେଲା ଆନ୍ତର୍ଜାତିକ ସ୍ତରରେ ବାଣିଜ୍ୟ ମେଳାରେ ଭାଗ ନେବା ପାଇଁ ଫ୍ଲାଇଟ୍‌ ଖର୍ଚ୍ଚ ୫୦ ପ୍ରତିଶତ ସରକାର ବହନ କରିବେ। ତେବେ ୫୦ ହଜାର ଭିତରେ ସୀମିତ ରହିବ। ଷ୍ଟଲ୍‌ ଖର୍ଚ୍ଚ ସରକାର ବହନ କରିବେ। ସେହିପରି ରପ୍ତାନୀ ଉନ୍ନୟନ ପରିଷଦରେ ସଭ୍ୟ ହେବା ପାଇଁ ଯେଉଁ ଖର୍ଚ୍ଚ, ସେଥିରୁ ସରକାର କିଛି ଅଂଶ ବହନ କରିବେ। ତାହା ସର୍ବାଧିକ ୪୦ ହଜାର ଟଙ୍କା ଅଟେ।

ୱାନ୍‌ ଟାଇମ୍‌ ଅର୍ଗାନିକ୍‌ ସାର୍ଟିଫିକେଟ୍‌ ହାସଲ ପାଇଁ ଯେଉଁ ଖର୍ଚ୍ଚ କରିବାକୁ ପଡ଼ିବ ତା’ର ୫୦ ପ୍ରତିଶତ ଓ ସର୍ବାଧିକ ୧୦ ଲକ୍ଷ ସରକାର ବହନ କରିବେ। ମୁଖ୍ୟତଃ ବିଦେଶକୁ ରପ୍ତାନୀ କରୁଥିବା ବ୍ୟକ୍ତି ବା କମ୍ପାନୀ ଏହି ସାର୍ଟିଫିକେଟ୍‌ ହାସଲ କରିବା ଜରୁରୀ ହୋଇଥାଏ। ସେହିପରି କଣ୍ଟ୍ରି ସାର୍ଟିଫିକେଟ୍‌, ଏକ୍ସପୋର୍ଟ ଇନ୍‌ସ୍ପେକନ୍‌ ଏଜେନ୍ସି ଦ୍ୱାରା ଅନୁମୋଦିତ ସାର୍ଟିଫିକେଟ୍‌, କ୍ୱାଲିଟି ସାର୍ଟିଫିକେଟ୍‌ ପାଇଁ ସର୍ବାଧିକ ରାଶି ସରକାର ବହନ କରିବେ।

ସେହିପରି ରପ୍ତାନୀ ଦ୍ରବ୍ୟର ଷ୍ଟାଣ୍ଡାର୍ଡ ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ପଞ୍ଜିକୃତ ସରକାର ସଂସ୍ଥା ଦ୍ୱାରା ଟେକ୍‌ନୋଲୋଜି ଆଡ୍‌ଭାନ୍ସମେଣ୍ଟ କନ୍‌ସଲ୍‌ଟାନ୍ସି ପାଇଁ ଖର୍ଚ୍ଚ ଯାହାକି ୫ ଲକ୍ଷ ଅଟେ, ପଛୁଆ ଭାବେ ପ୍ରାପ୍ତି ହୋଇପାରିବ। ଏହି ପୋର୍ଟାଲ ବ୍ୟବହାର କରି ରପ୍ତାନୀକାରୀ ବ୍ୟକ୍ତି ବା ସଂସ୍ଥା ୨୦୨୨ ନଭେମ୍ବର ୩୦ ତାରିଖଠାରୁ ପିଛିଲା ଭାବେ ପାଇପାରିବେ। କିନ୍ତୁ ଏଥିରେ ଥିବା ବିଭିନ୍ନ ସର୍ତ୍ତାବଳୀ ପରିପୂରଣ ହେବା ଆବଶ୍ୟକ। ଏହି ସମସ୍ତ ସର୍ତ୍ତାବଳୀ ପୋର୍ଟାଲରେ ଲିଖିତ ଅଛି ଓ ୨୦୨୨ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନୀତିରେ ଉଲ୍ଲିଖିତ ଅଛି।

ପୋର୍ଟାଲକୁ ଉଦ୍‌ଘାଟନ କରି ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ କହିଲେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଉନ୍ନୟନ ପରେ ଯୁବକଯୁବତୀଙ୍କ ଆତ୍ମନିଯୁକ୍ତି ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ସେଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି। ରପ୍ତାନୀ, ବାଣିଜ୍ୟ, ଷ୍ଟାର୍ଟଅପ୍‌ ଏବଂ ଦକ୍ଷତା ବିକାଶ ପରସ୍ପର ସଂଯୋଗୀକରଣ ସୂତ୍ରରେ ବନ୍ଧା।

ଯୁବକଯୁବତୀମାନେ ସରକାରଙ୍କ ଦ୍ୱାରା ପ୍ରଣୀତ ହେଉଥିବା ବିଭିନ୍ନ ନୀତି ଓ ଯୋଜନା ସଂପର୍କରେ ସଚେତନ ହୋଇ ଏହି ସେକଫର ପ୍ରତି ଆଗଭର ହେଲେ ଆତ୍ମନିଯୁକ୍ତି ପରିପୂର୍ଣ୍ଣ
ହୋଇପାରିବ। କିନ୍ତୁ ରକ୍ଷଣଶୀଳତା ଯୋଗୁ ମାନସିକ ଦୃଢ଼ତା ବଜାୟ ଓ ସଠିକ୍‌ ନିଷ୍ପତ୍ତି ନେବାରୁ ସେମାନେ ବିରତ ହେଉଛନ୍ତି ଯାହା ଚିନ୍ତାଜନକ ଅଟେ। କୃଷି ପରେ ଏମ୍‌ଏସ୍‌ଏମ୍‌ଇ ବର୍ତ୍ତମାନ ପୁଞ୍ଜିନିବେଶ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଲାଭ କରିସାରିଲାଣି।

ବିଭାଗୀୟ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପୋର୍ଟାଲ ସମ୍ବନ୍ଧରେ ବିସ୍ତୃତ ଭାବେ କହିଥିଲେ।  ଏକ୍ସପୋର୍ଟ ପଲିସିର ଅପରେସନାଲ୍‌ ଗାଇଡ୍‌ଲାଇନ୍‌ ସମ୍ବନ୍ଧରେ ସଚେତନତା ବୃଦ୍ଧି ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ପୋର୍ଟାଲ ସହଜ, ସରଳ ଅଟେ। ଆଜିଠାରୁ ଅନ୍‌ଲାଇନ୍‌ ଭାବରେ କାର୍ଯ୍ୟକରିବ ବୋଲି ସେ ସୂଚନା ଦେଇଥିଲେ। ଖୁବ୍‌ ନିକଟରେ ୨୦୨୦-୨୧ ଓ ୨୦୨୧-୨୨ ମସିହା ପାଇଁ ରପ୍ତାନୀକାରୀ ସଂସ୍ଥା ଓ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଏମ୍‌. ସାଦ୍ଦିକ୍‌ ଆଲାମ୍‌, ସ୍ୱତନ୍ତ୍ର ସଚିବ ବିଭୂତି ଭୂଷଣ ନାୟକ, ନିର୍ଦ୍ଦେଶକ, ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ବିଭ୍ରାଟ ନେଇ ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ ଦେବଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଛାତ୍ର କଂଗ୍ରେସର କର୍ମକର୍ତାମାନେ ହାତରେ ଲଣ୍ଠନ ଓ ବିଂଚଣା ଧରି ଅଭିନବ ଉପାୟରେ ସେଠାରେ ପ୍ରତିବାଦ ଜଣାଇଥିଲେ।

ଛାତ୍ରକଂଗ୍ରେସର କର୍ମକର୍ତମାନେ ଶକ୍ତିମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବା ପାଇଁ ତାଙ୍କ ବାସଗୃହ ଆଡକୁ ଧସେଇ ପଶୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ପ୍ରାୟ ଏକ ଘଣ୍ଟା କାଳ ଛାତ୍ରକଂଗ୍ରେସର କର୍ମକର୍ତାମାନଙ୍କ ସହ ପୋଲିସର ଧସ୍ତାଧସ୍ତି ଚାଲିଥିଲା ।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ନେତୃତ୍ବରେ  ଏଥିରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ଅଜୟ ସାହୁ, ସ୍ୱାଗତ କର, ସୁରଜ ରାଉତ, ସାଗର ପଟ୍ଟନାୟକ, ବିଶ୍ୱଭୂଷଣ ମହାପାତ୍ର, କାର୍ତିକ କାଣ୍ଡି, ଉଦିତ୍ ପ୍ରଧାନ, ଶ୍ରୀ ମହାନ୍ତି, ଦୀପିକା ପାତ୍ର, ସାହାରୁଖ ଖାନ, ଆର୍ଯ୍ୟନ ସାସମଲ, ଅଭିନାଷ ନନ୍ଦ, ସୌମ୍ୟ ବରାଳ, ରାଜଦୀପ ବେହେରା, ଅହମଦ ଖାନ, ମହମ୍ମଦ ମନୱାର ଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇଁ ଶକ୍ତି ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦୁ୍ୟତ ସେବା ସଂପର୍କରେ ଆଜି ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରା ସମୟରେ ଯେପରି ନିରବଚ୍ଛିନ୍ନ ବିଦୁ୍ୟତ ସେବା ଜାରି ରହେ ସେ ସଂପର୍କରେ ମନ୍ତ୍ରୀ ଶ୍ରୀ ଦେବ ବିଭାଗୀୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରଥଯାତ୍ରା ସମୟକୁ ମୌସୁମୀ ଆଗମନ ହୋଇଥିଲେ ବି ପିକ୍‌ ଆୱାର ମେଗାୱାଟ୍‌ ବିଦୁ୍ୟତ ଯୋଗାଣ କରାଯିବ। ଆବଶ୍ୟକ ପଡ଼ିଲେ ଅଧିକ ପାୱାର କିଣାଯାଇ ଡିଷ୍ଟି୍ରବୁ୍ୟସନ୍‌ କମ୍ପାନୀମାନେ ଅଧିକ ପାୱାର ମଧ୍ୟ ଯୋଗାଣ କରିବେ । ପାୱାର ଗ୍ରୀଡ଼୍‌ ମଧ୍ୟରେ ସମନ୍ୱୟ ରହିବ। ଏହା ବ୍ୟତୀତ ବିଦୁ୍ୟତ ଟ୍ରାନ୍ସଫର୍ମର ଚେକିଂ, ଲୋଡ଼ିଂ ଓ ଲାଇନ୍‌ ଚେକିଂ କରାଯିବ।

ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡର ବିଦୁ୍ୟତ ସରବରାହ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯିବ। ଯେହେତୁ ରାଜ୍ୟ ସାରା ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହେଉଛି, ତେଣୁ ଡିଷ୍ଟ୍ରିବୁ୍ୟସନ୍‌ କମ୍ପାନୀ ଯଥା ଟିପିସିଓଡିଏଲ୍‌, ଟିପିଏସ୍‌ଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଡବ୍ଳୁ୍ୟଡିଏଲ୍‌ ପାୱାର ଯୋଗାଣ ଉପରେ ସଜାଗ ରହିବେ। ପୁରୀ ରଥଯାତ୍ରା ପାଇଁ ଟିପିସିଓଡିଏଲ୍‌ ଅଧିକ ଯନିବାନ ହେବାକୁ ବୈଠକରେ କୁହାଯାଇଛି।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରିପ୍ରେକ୍ଷୀରେ ଶକ୍ତି ଓ ଶିଳ୍ପ ବିଭାଗର ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଉଭୟ ବିଭାଗର ପ୍ରକଳ୍ପଗୁଡ଼ିକୁ ଶେଷ କରିବା ପାଇଁ ଶ୍ରୀ ଦେବ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଏବଂ ଶକ୍ତି ବିଭାଗ ପକ୍ଷରୁ ଗ୍ରୀଡ଼୍‌କୋର ପରିଚାଳନା ନିର୍ଦ୍ଦେଶକ, ଓପିଟିସିଏଲ୍‌ର ନିର୍ଦ୍ଦେଶକ (ଅପରେସନ୍‌) ଓ ଟିପିଡିଓସିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ

ରାଜ୍ୟକୁ ଆସୁଥିବା ନୂଆ ଶିଳ୍ପ ପ୍ରତି ଅଧିକାରୀମାନେ କିପରି ମନୋଭାବ ରଖିବେ, କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓ-ହବ୍‌ଠାରେ ଆୟୋଜିତ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କ ସମ୍ମିଳନୀରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ରାଜ୍ୟରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପ୍ରତି ବିଭାଗୀୟ ଅଧିକାରୀମାନେ ସକରାତ୍ମକ ମନୋଭାବ ପୋଷଣ ବର୍ତ୍ତମାନ ସମୟର ଆହ୍ୱାନ ବୋଲି କହିଛନ୍ତି।

ନିକଟରେ ରାଜ୍ୟ ସରକାର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଜରିଆରେ ଅନେକଗୁଡ଼ିଏ ସଂକଳ୍ପ ପାରିତ କରିଛନ୍ତି। ସେଗୁଡ଼ିକର ଯଥାଯଥ ଅନୁପାଳନ ସକାଶେ ଆମକୁ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିବାକୁ ହେବ। ଅଯଥା ନୀତିନିୟମର ଦ୍ୱାହି ଦେଇ କାର୍ଯ୍ୟରେ ବାଧା ଉପୁଜାଇବା ପରିବର୍ତ୍ତେ କାର୍ଯ୍ୟଟି ଅନାୟାସରେ କିପରି ହୋଇପାରିବ ସେଥି ନିମନ୍ତେ ଶିଳ୍ପ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ସହଯୋଗ ପ୍ରଦାନ କରିବା ଆବଶ୍ୟକ ବୋଲି କହିଥିଲେ।

କେତେକ କ୍ଷେତ୍ରରେ ଏକ ପ୍ରକାର ଦସ୍ତାବିଜ ବାରମ୍ବାର ମଗା ଯାଉଥିବା, ମଞ୍ଜୁରୀପ୍ରାପ୍ତ ଅର୍ଥ ପଇଠକୁ ବିଳମ୍ବ କରିବା, ନିର୍ଦ୍ଧାରିତ ଦିବସ ପରେ ପ୍ରାପ୍ତି ଦରଖାସ୍ତକୁ ନାକଚ କରିବା ଭଳି କେତେକ ପଦକ୍ଷେପ ଯୋଗୁଁ ଅନେକ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଇଚ୍ଛୁକ ବ୍ୟକ୍ତି ହତୋତ୍ସାହ ହେଉଥିବା ପରିଲକ୍ଷିତ ହେଉଛି। ତେଣୁ ଏଗୁଡ଼ିକ ପ୍ରତି ସହୃଦୟତାର ସହ ବିଚାର କରି କାର୍ଯ୍ୟକରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।

ଚଳିତ ବର୍ଷ ବାଣିଜ୍ୟ ମେଳା ହେବନାହିଁ, କିନ୍ତୁ ଆସନ୍ତା ମାର୍ଚ୍ଚ ୫ରୁ ୯ ତାରିଖ ମଧ୍ୟରେ ପ୍ରତି ଜିଲ୍ଲାସ୍ତରରେ ଉଦ୍ୟୋଗ ସପ୍ତାହ ପାଳନ କରାଯିବ। ଏହି ଉପଲକ୍ଷେ ଜିଲ୍ଲାସ୍ତରରେ ପ୍ରଦର୍ଶନୀ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ହେଉଥିବା ବିଶେଷ ଉତ୍ପାଦଗୁଡ଼ିକର ପ୍ରଦର୍ଶନ, ଏଗୁଡ଼ିକର ପ୍ରକ୍ରିୟାକରଣ ଏବଂ ଏ ଧରଣର ଉଦ୍ୟୋଗ ପାଇଁ ସରକାର ପ୍ରୋତ୍ସାହନଗୁଡ଼ିକ ସମ୍ବନ୍ଧରେ ଏହି ମେଳାରେ ଜନସାଧାରଣଙ୍କୁ ଅବଗତ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି।

ବିଶେଷ ଭାବେ ସ୍କୁଲ, କଲେଜ, ଆଇଟିଆଇ ପ୍ରଭୃତିର ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷମାନଙ୍କୁ ପତ୍ରାଳାପ କରି ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀ ବୁଲି ଦେଖିବା ପାଇଁ ବ୍ୟବସ୍ଥା କଲେ ଏହା ଯୁବପିଢ଼ିଙ୍କୁ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ଦିଗରେ ନୂତନ ଉତ୍ସାହ ଭରିଦେବ। ରାଜ୍ୟରଯୁବବର୍ଗ ଚାକିରି ପଛରେ ନଗୋଡ଼ାଇ କିପରି ଅନ୍ୟକୁ ନିଯୁକ୍ତି ଦେବେ, ସେଥିପ୍ରତି ଆଗ୍ରହ ପ୍ରକାଶ କରିବା ପାଇଁ ବାତାବରଣ ସୃଷ୍ଟି କରିବା କଥା ବୋଲି ମନ୍ତ୍ରୀ ଶ୍ରୀ ଦେବ ପ୍ରକାଶ କରିଥିଲେ।
ମନ୍ତ୍ରୀ ଶ୍ରୀ ଦେବ ବିଭାଗୀୟ ଅଧିକାରୀମାନେ ନିଜକୁ ବିଭାଗର ସମସ୍ତ ନୀତିନିୟମ ସହ ଅବଗତ କରାଇବା ଆବଶ୍ୟକ।

ଏଥି ସହିତ ଅନ୍ୟାନ୍ୟ ବିଭାଗ ଦ୍ୱାରା ଶିଳ୍ପ ପ୍ରତିଷ୍ଠା ନିମନ୍ତେ କରାଯାଇଥିବା ନିୟମ ସଂପର୍କରେ ଅବଗତ ହେବା ନିହାତି ଆବଶ୍ୟକ ବୋଲି କହିଥିଲେ। ଏଥି ପାଇଁ ପ୍ରତି ୪ ମାସରେ ଥରେ ଶିବିର ଆୟୋଜନ କରି ଏ ସଂପର୍କରେ ତାଲିମ ପ୍ରଦାନ କରିବାକୁ ସେ ଜୋର ଦେଇଥିଲେ। ସେ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସହାୟତା ଦେବା ଓ ଦର ଧାର୍ଯ୍ୟ ପ୍ରକ୍ରିୟାକୁ ଉନ୍ନତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟ ସରକାର ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଉଥିବାରୁ ଏଥି ପ୍ରତି ଯନିବାନ ରହିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲାପାଳମାନଙ୍କ ସହ ଜିଏମ୍‌, ଡିଆଇସିଙ୍କୁ ବିଦେଶ ଭ୍ରମଣ କରିବାର ସୁଯୋଗ ସୃଷ୍ଟି କରାଗଲେ ଶିଳ୍ପ ପ୍ରତି ଥିବା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଅଣାଯାଇପାରିବ ବୋଲି ସେ ମତ ଦେଇଥିଲେ।

ସେ ସ୍ଥାନୀୟ ଉତ୍ପାଦଗୁଡ଼ିକର ବିଦେଶ ରପ୍ତାନୀ ପ୍ରତି ଆମର ଲକ୍ଷ୍ୟ ରହିବା ଆବଶ୍ୟକ। ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ, ବିଶେଷ ଭାବେ ଗୋଟିଏ ସ୍ଥାନରେ ଏହି ଜମି ଚିହ୍ନଟ ହେଲେ ଏହାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସୁବିଧା ହେବ ବୋଲି ସେ ପ୍ରକାଶ କରିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଥିଲେ ଯେ ବିଭାଗର କେତେକ ନିୟମ କାର୍ଯ୍ୟ ସଂପାଦନରେଯଦି ଅସୁବିଧା ସୃଷ୍ଟି କରୁଥାଏ, ତେବେ ସେ କ୍ଷେତ୍ରରେ ନିୟମର ସଂଶୋଧନ ପାଇଁ କ୍ଷେତ୍ର ଅଧିକାରୀମାନେ ପରାମର୍ଶ ଦେଇପାରିବେ। ନିୟମର ଆଳ ଦେଖାଇ କୌଣସି କାର୍ଯ୍ୟକୁ ଅଯଥା ବିଳମ୍ବ କରିବା ଅବା ବାତିଲ କରିବା କେବେ ବି ଶୁଭଙ୍କର ନୁହେଁ। ତେଣୁ ସମସ୍ତେ ସକରାତ୍ମକ ଭାବନା ନେଇ କାର୍ଯ୍ୟକରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଜିଲ୍ଲା କାର୍ଯ୍ୟାଳୟ ନିଜପାଖରେ ଏକ ଡିଜିଟାଲ୍‌ ଡାଟାବେସ୍‌ ପ୍ରସ୍ତୁତ କରି ରଖିବା ଉଚିତ।

ଏହା ଆମକୁ ଜିଲ୍ଲାର ଶିଳ୍ପ ମାନଚିତ୍ରର ସାଂପ୍ରତିକ ସ୍ଥିତି ଆକଳନରେ ସାହାଯ୍ୟ କରିବ ବୋଲି ସେ କହିଥିଲେ। ସେହିପରି ବିଭାଗର ଶିଳ୍ପ ସଂସ୍ଥା ଉଦ୍ଦେଶ୍ୟରେ ଦିଆଯାଇଥିବା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନକୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସାରି ବିଭାଗକୁ ଜଣାଇବା ପାଇଁ କୁହାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଓ ଆଞ୍ଚଳିକ ସାଧାରଣ ପରିଚାଳକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଏମ୍‌ଏସ୍‌ଏମ୍‌ଇର ସ୍ୱତନ୍ତ୍ର ସଚିବ ଶ୍ରୀ ବିଭୂତି ଭୂଷଣ ଦାସ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ, ଡି.ଇ.ପି.ଏମ୍‌ ଶ୍ରୀ ଦିଲ୍ଲୀପ କୁମାର ସାହୁ, ଅତିରିକ୍ତ ସଚିବ ଶ୍ରୀମତୀ ରାଜଶ୍ରୀ ସିଂ, ଶ୍ରୀମତୀ ମାନସୀ ମାନ୍‌ଧାତା, ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଏସ୍‌.ଏନ୍‌. ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟବସାୟ

ଜାତୀୟ ସ୍ତରରେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା ପାଇଁ ଯୁବ ଉଦ୍ୟୋଗୀଙ୍କୁ ସରକାରଙ୍କ ଆହ୍ବାନ

ଭୁବନେଶ୍ୱର: ଆଜି ସ୍ଥାନୀୟ ଓ-ହବ୍‌ଠାରେ ଷ୍ଟାର୍ଟଅପ୍‌ ଓଡ଼ିଶାର ଏକ ବର୍ଷ ପୂର୍ତ୍ତି ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ଭାରତ ମାନଚିତ୍ରରେ ପ୍ରତିଷ୍ଠିତ କରିବାକୁ ଯୁବବର୍ଗ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଯୁବବର୍ଗ ତାଙ୍କର ସୃଜନଶୀଳ ପ୍ରତିଭା ଏବଂ ବୁଦ୍ଧିମତ୍ତାକୁ ପ୍ରୟୋଗ କରି ଉଦ୍ୟୋଗୀ ହେବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି ଅବସରରେ ଷ୍ଟାର୍ଟଅପ୍‌ ଓଡ଼ିଶାର ନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କାର ରାଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ଆଜି ଷ୍ଟାର୍ଟଅପ୍‌ ଓଡ଼ିଶା ରାଜ୍ୟରେ ଏକ ପ୍ରମୁଖ ଇନ୍‌କୁ୍ୟବେଟର ପ୍ରତିଷ୍ଠା କରିବା ସହ ଏକ ଉତ୍ତମ ଷ୍ଟାର୍ଟଅପ୍‌ ପରିମଣ୍ଡଳ ସୃଷ୍ଟି ହୋଇପାରିଥିବା କହିଥିଲେ । ବର୍ତ୍ତମାନ ରାଜ୍ୟରେ ୧୪୫୦ଟି ଷ୍ଟାର୍ଟଅପ୍‌ ବିଭିନ୍ନ କ୍ଷେତ୍ରରେ ହୋଇପାରିଥିବାବେଳେ ୨୫ଟି ଇନ୍‌କୁ୍ୟବେଟର ପ୍ରତିଷ୍ଠା ହୋଇ ବିଭିନ୍ନ ପ୍ରକାରର ଉତ୍ପାଦ ତିଆରି କରିପାରୁଥିବା ସେ ପ୍ରକାଶ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଥିଲେ ଯେ ଷ୍ଟାର୍ଟଅପ୍‌ର ବିକାଶ ପାଇଁ ରାଜ୍ୟ ସବୁ ପ୍ରକାର ସାହାଯ୍ୟ ଦେବାକୁ ପ୍ରସ୍ତୁତ । ଆଗକୁ ଏକ ସ୍ୱଚ୍ଛ ନୀତି ପ୍ରଣୟନ କରାଯିବ, ଯାହା ଏହି ଉଦ୍ୟମକୁ ତ୍ୱରିତ ଭାବେ ଷ୍ଟାର୍ଟଅପ୍‌ ସୁସ୍ଥ ପରିମଣ୍ଡଳ ସୃଷ୍ଟି କରିପାରିବ ବୋଲି କହିଥିଲେ ।

ଏହି ଅବସରରେ ଓ-ହବ୍‌ ବୁକ୍‌ଲେଟ୍‌ ଉନ୍ମୋଚନ କରାଯାଇଥିଲା । ଏହି ବୁକ୍‌ଲେଟ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ କାହାଣୀ ସହ ଓ-ହବ୍‌ ଦ୍ୱାରା କରାଯାଇଥିବା କାର୍ଯ୍ୟଗୁଡ଼ିକ ବ୍ୟାଖ୍ୟା କରାଯାଇଛି । ଏଥି ସହିତ ମେଣ୍ଟର କନେକଫ ପ୍ଲାଟ୍‌ଫର୍ମର ଶୁଭାରମ୍ଭ କରାଯାଇଥିଲା । ଏହା ଦ୍ୱାରା ବିଶେଷଜ୍ଞମାନଙ୍କ ଦ୍ୱାରା ଉପଯୁକ୍ତ ସହଯୋଗ ମିଳିପାରିବ । ପରେ ଅତିଥିମାନେ ଉପସ୍ଥିତ ଷ୍ଟାର୍ଟଅପ୍‌, ଉଦ୍ୟୋଗୀ ଏବଂ ଇନ୍‌କୁ୍ୟବେଟରମାନଙ୍କ ସହ ଖୋଲା ଆଲୋଚନା କରିଥିଲେ ।

ଯୁବ ଉଦ୍ୟୋଗୀମାନଙ୍କୁ ତାଙ୍କର ସୃଜନଶୀଳତାର ପରିପ୍ରକାଶ କରିବା, ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରିବା ଏବଂ ନୂତନ ଜ୍ଞାନକୌଶଳ ପ୍ରୟୋଗରେ ନୂଆ ଉପକରଣ ବିକଶିତ କରିବା ଆଦି ଲକ୍ଷ୍ୟ ରଖି ରାଜ୍ୟ ସରକାର ଭୁବନେଶ୍ୱରଠାରେ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ କରୁଛନ୍ତି । ଗତବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଓ-ହବ୍‌ର ଶୁଭ ଉଦ୍‌ଘାଟନ କରିଥିଲେ । ଏହା ଷ୍ଟାର୍ଟଅପସ୍‌ ଓଡ଼ିଶାର ଇନ୍‌କୁ୍ୟବେସନ୍‌ କେନ୍ଦ୍ର ।

୨୦୧୬ ମସିହାଠାରୁ ଆଜି ପର୍ଯ୍ୟନ୍ତ ସର୍ବମୋଟ ୧୪୫୦ଟି ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହିତ କରାଯାଇଛି । ଏଥି ମଧ୍ୟରୁ ମହିଳାମାନଙ୍କ ଦ୍ୱାରା ୫୯୦ଟି ଷ୍ଟାର୍ଟଅପସ୍‌ ପରିଚାଳିତ । ରାଜ୍ୟରେ ଗତ ଏକ ବର୍ଷ ମଧ୍ୟରେ ଏହି ଓ-ହବ୍‌ ଷ୍ଟାର୍ଟଅପସ୍‌ ପରିମଣ୍ଡଳ ସୃଷ୍ଟି କରିବାରେ ବିଶେଷ ଭୂମିକା ଗ୍ରହଣ କରାଯାଇଛି । ଏହା ନିରନ୍ତର ଭାବେ ଏ କ୍ଷେତ୍ରରେ କାର୍ଯ୍ୟ କରିବା ସହ ଅଧିକରୁ ଅଧିକ ଷ୍ଟାର୍ଟଅପ୍‌ ଏଥିରେ ସାମିଲ ହେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି ।

ଏକବର୍ଷର ସଫଳତା ସକାଶେ ଏହାକୁ ଆଡମ୍ବର ସକାଶେ ପାଳନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଠାରେ ନିର୍ମିତ ଦୁଇଟି ସୁଦୃଶ୍ୟ ସୁଉଚ୍ଚ ଟାୱାରରେ ଷ୍ଟାର୍ଟଅପ୍‌ ସକାଶେ ଆବଶ୍ୟକ ସବୁପ୍ରକାର ସୁବିଧା ଉପଲବ୍ଧ କରାଯାଇଛି । ଆଗକୁ ଏଠାରେ ସୁପର ଡିଜିଟାଲ୍‌ ଫାବ୍ରିକେସନ୍‌ ଲାବୋରେଟୋରୀ (ଫାବ୍‌ଲ୍ୟାବ୍‌) ପ୍ରତିଷ୍ଠା ହେବାର ଯୋଜନା ରଖାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟରେ ବିଦ୍ୟୁତ ସଂସ୍କାର ପାଇଁ ନିଆଗଲା ବ୍ୟାପକ ପଦକ୍ଷେପ, ଜାଣିବା ପାଇଁ କ୍ଲିକ କରନ୍ତୁ

ଭୁବନେଶ୍ୱର: ଆଜି ଶକ୍ତି ବିଭାଗ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ଶକ୍ତି ସଂଚାରଣ ନିଗମର କାର୍ଯ୍ୟକ୍ରମ ଉପରେ ଏକ ସମୀକ୍ଷା ବୈଠକ ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ରାଜ୍ୟରେ ବୃଦ୍ଧି ପାଉଥିବା ଶକ୍ତି ଚାହିଦା ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଦେବ ସଂପ୍ରତି ରାଜ୍ୟ ସରକାର ରାଜ୍ୟରେ ଶିଳ୍ପାୟନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ଅଧିକ ଶକ୍ତି ଉତ୍ପାଦନର ଆବଶ୍ୟକତା ରହିଥିବା କହିଥିଲେ।

ତେଣୁ ସେ ଆଗକୁ ଅଧିକ ଶକ୍ତି ଉତ୍ପାଦନ ପାଇଁ ପ୍ରକଳ୍ପ ପ୍ରସ୍ତୁତ କରିବା ଏବଂ ସେଥି ପାଇଁ ବଜେଟ୍‌ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଶକ୍ତି ନଥିଲେ ଶିଳ୍ପ ହୋଇପାରିବ ନାହିଁ, ତେଣୁ ବିକାଶର ପ୍ରତିଟି ଉପାଦାନ ପାଇଁ ଶକ୍ତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସୌର ଶକ୍ତିର ଉତ୍ପାଦନ ହେଉ ଅବା ଅନ୍ୟ ଅଣପାରମ୍ପରିକ ଶକ୍ତି, ଆମକୁ ସେଥିପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ହେବ ବୋଲି ସେ କହିଥିଲେ। ଲୋକେ ଗୁଣାତ୍ମକ ବିଦୁ୍ୟତ ସେବା ଉପରେ ଅଧିକ ସଚେତନ, ତେଣୁ ବିଭାଗ ସେଥିପ୍ରତି ଯନିବାନ ହେବାକୁ ସେ ଗୁରୁତ୍ୱ ଦେଇଥିଲେ। ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ହେଉଥିବା ଏବଂ ସେ ଅଞ୍ଚଳରେ ଶକ୍ତି ଚାହିଦା ଅଧିକ ଥିବା ହେତୁ ଏହି ଚାହିଦା ପୂରଣ କରିବାକୁ ପଦକ୍ଷେପ ନେବାକୁ ସେ ବିଭାଗୀୟ ଅଧିବାସୀମାନଙ୍କୁ କହିଥିଲେ।

ଅବିଚ୍ଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ହାତକୁୁ ନିଆଯାଇଥିବା ରେଡିଆଲ୍‌ ଗ୍ରୀଡ଼୍‌କୁ ରିଙ୍ଗ ମୋଡ୍‌ରେ ପରିବର୍ତ୍ତନ କରିବା ପ୍ରକି୍ରୟା ଏଯାବତ୍‌ ୧୨ଟି ପ୍ରକଳ୍ପ ମଧ୍ୟରୁ ପାରଳାଖେମୁଣ୍ଡି-ଆର୍‌ ଉଦୟଗିରି, ବୌଦ୍ଧ-ଫୁଲବାଣୀ ଏବଂ ଘେଁସ-ପଦମ୍‌ପୁର ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ସମସ୍ୟା ରହିଥିବା ବୈଠକରେ ପ୍ରକାଶ କରାଯାଇଥିଲା। ଅନ୍ୟଗୁଡ଼ିକର କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ବାତ୍ୟା ପ୍ରତିରୋଧୀ ବିଦୁ୍ୟତିକରଣ କାର୍ଯ୍ୟରେ ୬ଟି ପ୍ରକଳ୍ପ ମଧ୍ୟରୁ ୫ଟି ସରିଥିବାବେଳେ ଚାନ୍ଦବାଲି-ଧାମରା ୧୩୨ କେଭି ଲାଇନ୍‌ କାର୍ଯ୍ୟ ଚାଲୁଥିବା କୁହାଯାଇଥିଲା।

ବିପର୍ଯ୍ୟୟ ମୁକାବିଲା ନିମନ୍ତେ ତ୍ୱରିତ ବିଦୁ୍ୟତସେବା ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ରାଜ୍ୟର କେତୋଟି ସ୍ଥାନରେ ବିପର୍ଯ୍ୟୟ ମୁକାବିଲା କେନ୍ଦ୍ର ପ୍ରତିଷ୍ଠା ପାଇଁ ୧୫୧.୩୩ କୋଟି ବ୍ୟୟ ଅଟକଳରେ ୨୦୧୫-୧୬ ମସିହାରେ କାର୍ଯ୍ୟ ହାତକୁ ନିଆଯାଇଥିଲା। ସେଥି ମଧ୍ୟରୁ ଡୁବୁରୀଠାରେ କାର୍ଯ୍ୟ ନିର୍ମାଣାଧୀନ ଥିବାବେଳେ ଚନ୍ଦକା, ବାଲେଶ୍ୱର, ବଲାଙ୍ଗିର, ଖୋର୍ଦ୍ଧା, ଯାଜପୁର ରୋଡ଼୍‌, ନରେନ୍ଦ୍ରପୁର, ସମ୍ବଲପୁର, ଚାନ୍ଦପୁର ଓ ଜୟନଗରଠାରେ ନିର୍ମାଣ କାର୍ଯ୍ୟ ସରିଥିବା ଜଣାପଡ଼ିଛି । କେତେକ ସ୍ଥାନରେ ଶକ୍ତିଭାର ଅଧିକ ଥିବାବେଳେ ଅନ୍ୟ କେତେକ ସ୍ଥାନରେ କମ୍‌ ଥିବା ରିପୋର୍ଟରୁ ଜଣାପଡ଼ିଥିବା ଦର୍ଶାଇ ସେଥିରେ କିପରି ସୁଧାର ଅଣାଯାଇପାରିବ ତା’ଉପରେ ଅଧିକ ଗୁରୁତ୍ୱ ଦେବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ୱର-କଟକ ଟୁଇନ୍‌ ସିଟି ମଧ୍ୟରେ ବ୍ୟାପକ ବିକାଶ ଯୋଜନା (ସିଡିପି) ଅଧୀନରେ ଭୂତଳ କେବୁଲିଂ ଏବଂ ବିକଳ୍ପ ବିଦୁ୍ୟତ ସେବା ଲାଇନ୍‌ ବ୍ୟବସ୍ଥା କରିବାକୁ ୧୪୯୨.୦୭ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପ କାର୍ଯ୍ୟ କାର୍ଯ୍ୟକାରୀ କରାଯାଇଛି । ସେଥିରେ କଟକ, ବିଡ଼ାନାସୀ, ପ୍ରତାପଶାସନ, ସିଡିଏ, ୟୁନିଟ୍‌-୮, ମଞ୍ଚେଶ୍ୱର, ଗୋଡ଼ିସାହି କାର୍ଯ୍ୟ ସରିଥିବାବେଳେ ନୂଆପଡ଼ା-ପ୍ରତାପଶାସନ, କଣ୍ଟାବାଡ଼, ସତ୍ୟନଗର, ବଡଗଡ଼ ଓ ବାଲିଅନ୍ତାଠାରେ ନିର୍ମାଣ କରାଯାଉଥିବା ୧୩୨ ଏବଂ ୨୨୦ କେଭି ସବ୍‌ଷ୍ଟେସନ୍‌ କାର୍ଯ୍ୟ ନିର୍ମାଣାଧିନ ରହିଛି । ୨୦୨୧-୨୨ରେ ବିଭାଗ ଦ୍ୱାରା ୨୦୮୫ ଏମ୍‌ଭିଏ କ୍ଷମତାବିଶିଷ୍ଟ ୨୯୫.୧୧ ସର୍କିଟ କିମି ଦୈର୍ଘ୍ୟ ବିଦୁ୍ୟତଲାଇନ୍‌ ବିଛାଇବା, ସମୁଦାୟ ୪୬୫.୯୮୮ ସର୍କିଟ୍‌ କିମି ସ୍ୱତନ୍ତ୍ର ଲାଇନ୍‌ ଏବଂ ଶିଳ୍ପାଞ୍ଚଳ ସକାଶେ ୧୨୬.୩୭୪ ସର୍କିଟ୍‌ କିମି ଲାଇନ୍‌ ବିଛାଇବା କାର୍ଯ୍ୟ କରାଯାଇଛି ।

ସୌରଶକ୍ତି ଉପରେ ଆଖିଦୃଶିଆ ବିକାଶ ହୋଇ ନପାରିବା ହେତୁ ରାଜ୍ୟ କର୍ମସଂସ୍ଥାନ ସୁଯୋଗ ହରାଉଥିବା ନେଇ ସମୀକ୍ଷାରେ ଉଦ୍‌ବେଗ ପ୍ରକାଶ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ଦେବ ବୈଷୟିକ ବ୍ୟବସ୍ଥା ଉପଯୋଗରେ କାର୍ଯ୍ୟାଳୟକୁ ଅଧିକ ପାରଦର୍ଶୀ କରିବା ଏବଂ କାଗଜମୁକ୍ତ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ପର୍ଯ୍ୟାୟ କ୍ରମେ ଯନ୍ତ୍ରୀ ପଦବୀଗୁଡ଼ିକ ପୂରଣ କରିବା ଉପରେ ସମୀକ୍ଷାରେ ଗୁରୁତ୍ୱାରୋପ କରାଯାଇଥିଲା ।
ଏହି ବୈଠକରେ ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ ମିଶ୍ର, ନିର୍ଦ୍ଦେଶକ ଶ୍ରୀ ଉପେନ୍ଦ୍ର କୁମାର ପତି, ଅତିରିକ୍ତ ସଚିବ ଶ୍ରୀମତୀ ଲିପ୍‌ସା ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀରେ ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନକୁ ନେଇ ବିଜେଡି ରଖିଲା ପ୍ରତିକ୍ରିୟା, କହିଲା ଏମିତି କଥା

ଭୁବନେଶ୍ୱର : ମମିତା ମେହେର ହତ୍ୟାକୁ ପ୍ରସଙ୍ଗ କରି ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ନାଁରେ ବିଜେପି ଯୁବମୋର୍ଚ୍ଚା ଗୁଣ୍ଡାଗର୍ଦ୍ଦି ଓ ବ୍ୟାପକ ହିଂସାକାଣ୍ଡ ଘଟାଇଛି । ଆଜିର ଘଟଣାରେ ଓଡିଶାବାସୀ ବିଜେପିର ଅସଲ ଚେହେରା ଦେଖିବାକୁ ପାଇଥିବା କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ସେ ଗଣମାଧ୍ୟମକୁ କହିଛନ୍ତି ଯେ ଯୁବମୋର୍ଚ୍ଚା କର୍ମୀଙ୍କ ମାଡ଼ରେ ଅନେକ ପୁଲିସ ଆହତ ହୋଇଥିବାବେଳେ ସାମ୍ବାଦିକ ମଧ୍ୟ ବାଦ୍ ପଡିନାହାନ୍ତି । କାହାର ମୁଣ୍ଡ ଫାଟିଯାଇଛି ତ ଆଉ କାହାର ହାତ ଭାଙ୍ଗିଛି । ରକ୍ତମୁଖା ହୋଇ ସେମାନେ ପୁଲିସ ଗାଡ଼ିକୁ ମଧ୍ୟ ବାଡେଇ ଭାଙ୍ଗି ଦେଇଛନ୍ତି । ମମିତାଙ୍କୁ ନ୍ୟାୟ ଦେବା ନାଁରେ ରାଜରାସ୍ତାରେ ହିଂସାକୁ ଆପଣାଇ ବିଜେପି କେମିତି ହୀନ ରାଜନୀତି କରୁଛି, ଆଜି ପୁଣି ତାହା ପଦାରେ ପଡିଯାଇଛି । କେବଳ ହିଂସାରେ ବିଶ୍ୱାସ କରୁଥିବା ବିଜେପି ଯୁବମୋର୍ଚ୍ଚାର ଅସଲ ଚରିତ୍ର ଓ ଚେହେରା ସାଢ଼େ ଚାରି କୋଟି ଓଡ଼ିଶାବାସୀ ଦେଖିବାକୁ ପାଇଛନ୍ତି ।

କେବଳ ସେତିକି ନୁହେଁ, ଶୋଭାଯାତ୍ରାରେ ଆଜି ବିଜେପି କର୍ମୀମାନେ ଧରିଥିବା ପ୍ଲାକାର୍ଡରେ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଯେଭଳି ଚିତ୍ରଣ କଲେ, ତାହା ଅତ୍ୟନ୍ତ ନିନ୍ଦନୀୟ । ମମିତାଙ୍କ ବାପା ମା’ ତାଙ୍କ ଝିଅର ଚରିତ୍ର ସଂହାର ନ କରିବାକୁ ସମସ୍ତଙ୍କୁ ହାତ ଯୋଡି ଅନୁରୋଧ କରିଥିଲେ । ମାତ୍ର ଏହାକୁ ବେଖାତିର କରି ବିଜେପି ନେତାମାନେ ତାଙ୍କର ଯେଉଁ ଫଟୋକୁ ଅତ୍ୟନ୍ତ ଅଶୋଭନୀୟ ଭାବେ ଚିତ୍ରଣ କଲେ, ତାହା ସେମାନଙ୍କ ସମ୍ବେଦନହୀନତା ଓ ହୀନ ରାଜନୈତିକ ମନୋଭାବକୁ ପଦାରେ ପକାଇଛି ।

ଆମେ ପୂର୍ବରୁ ବି କହିଥିଲୁ, ଆଜି ବିକ୍ଷୋଭର ନେତୃତ୍ୱ ନେଉଥିବା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଜଣେ ଗୁଣ୍ଡା ପ୍ରକୃତିର ଏବଂ ଅପରାଧ ପ୍ରବଣ ବ୍ୟକ୍ତି । ତାଙ୍କ ନାମରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ମାମଲା ରହିଛି । ପୂର୍ବରୁ ବରଗଡ଼ବାସୀ ତାଙ୍କର ହିଂସାତ୍ମକ ଆଚରଣର ଝଲକ ଦେଖିଥିଲେ । ପୁରୀରେ ମଧ୍ୟ ଅନେକ ବାର ଗୁଣ୍ଡା ଗର୍ଦ୍ଦି କରିଥିବାରୁ ତାଙ୍କ ନାଁରେ ଅପରାଧିକ ମାମଲା ରହିଛି ।

ଆଜି ରାଜଧାନୀର ରାଜରାସ୍ତାରେ ପୂରା ଓଡ଼ିଶା ତାଙ୍କ ହିଂସାର ତାଣ୍ଡବ ଦେଖିଲା । ଶାନ୍ତିପ୍ରିୟ ଓଡ଼ିଶାବାସୀ କେବେ ବି ଏଭଳି ହିଂସାକୁ ପସନ୍ଦ କରନ୍ତି ନାହିଁ । ତେଣୁ ଆଗାମୀ ଦିନରେ ଓଡ଼ିଶାର ଜନସାଧାରଣ ଏହାର ଉଚିତ ଜବାବ ଦେବେ । ବିଜେପି ଶୀର୍ଷ ନେତାମାନେ ମଧ୍ୟ ଏଭଳି ଚରିତ୍ରର ବ୍ୟକ୍ତିକୁ ଦଳରେ ପ୍ରଶ୍ରୟ ଦିଅନ୍ତୁ ନାହିଁ । ନ ହେଲେ ଓଡ଼ିଶାବାସୀ ସେମାନଙ୍କୁ ମଧ୍ୟ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଦେବ କହିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ଆଉ ସମ୍ଭାଳି ହେଲା ନାହିଁ, କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଲା ବିଜେଡି

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳ ଯୁଦ୍ଧଂ ଦେହି ଡାକରା ଦେଇଛି। ରାଜଧାନୀ ଠାରୁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଦଳ ପକ୍ଷରୁ ପ୍ରତିବାଦ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ।

ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତିନି ନେତା କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ଓଡିଶା ତଥା ସମଗ୍ର ଦେଶର ସାଧାରଣ ଜନତା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦର ଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯାହାକି ଓଡିଶା ଓ ଦେଶର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ।

ରାଜ୍ୟ ତମାମ ସବୁ ବର୍ଗର ପରିବାରକୁ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରଭାବିତ କରିଛି। ୧୫.୪ କିଲୋ ଓଜନର ରନ୍ଧନଗ୍ୟାସ ସିଲିଣ୍ଡର ଦର ରାଜ୍ୟରେ ଏବେ ୧୦୦୦ ଟଙ୍କା ଛୁଇଁଥିବା ବେଳେ ହାଣ୍ଡିଶାଳ ଉପରେ କରୋଡା ମାଡ ସଦୃଶ୍ୟ ହୋଇଛି। ଏଲ୍‍ପିଜି ଦର ଶେଷଥର ପାଇଁ ୨୦୨୧ ଅକ୍ଟୋବର ୬ତାରିଖରେ ୧୪.୨ କିଲୋ ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ପାଇଥିଲା। ଯାହାକି ୨୦୨୧ ଜୁଲାଇରୁ ସିଲିଣ୍ଡର ପିଛା ୯୦ ଟଙ୍କା ବୃଦ୍ଧି ପାଇଥିଲା। ଏଲ୍‍ପିଜି ରନ୍ଧନଗ୍ୟାସ ଦର ଆସନ୍ତା ସପ୍ତାହରେ ପୁଣି ବୃଦ୍ଧି ପାଇପାରେ। ଯାହାକି ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢାଇ ଦେବ।

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୭୧ ପଇସା, ଡିଜେଲ ୧୦୬ ଟଙ୍କା ୩୨ ପଇସା ଓ ୧୪.୨ କିଲୋ ଏଲ୍‍ପିଜି ସିଲିଣ୍ଡର ଦର ୯୨୬ ଟଙ୍କା ରହିଛି । ତେବେ ୨୦୧୯ରେ ବିଜେପି କେନ୍ଦ୍ରରେ ଦୁଇଥର କ୍ଷମତାକୁ ଆସିଥିବାବେଳେ ପେଟ୍ରୋଲ ଲିଟର ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା। ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ଗତିରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଯାହାକି ନିକଟ ଅତୀତରେ ଇନ୍ଧନ ଦର ବୃଦ୍ଧିରେ ସର୍ବାଧିକ।

କେବଳ ଇନ୍ଧନ କିମ୍ବା ଏଲପିଜିର ଦର ନୁହେଁ, ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକର ହାଣ୍ଡିଶାଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଯାହାକି ରାଜ୍ୟର ମା’ ଓ ଭଉଣୀମାନଙ୍କୁ ଅଧିକ ବ୍ୟଥା ଓ ଯନ୍ତ୍ରଣା ଦେଇଛି। ତୈଳ ଓ ଇନ୍ଧନ ଦରବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ୪୦% ରୁ ୧୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଏସବୁ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିଶେଷ କିଛି ପଦକ୍ଷେପ ନେଉନାହାନ୍ତି। ରନ୍ଧନଗ୍ୟାସ, ପରିବହନ ଓ ପ୍ରତ୍ୟେକ ଲୋକଙ୍କର ଦୈନନ୍ଦନି ମୌଳିକ ଆବଶ୍ୟକତା ସହ ଜଡିତ ସବୁକିଛି ମହଙ୍ଗା ହେବାରେ ଲାଗିଛି। ଆଉ ସବୁଠାରୁ ଉଦ୍‍ବେଗର କଥା ହେଲା ଯେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଛି।

କେନ୍ଦ୍ରରେ ବିଜେପି ସରକାରର ଏହି ବିଫଳତା ଯୋଗୁଁ ରାଜ୍ୟର କୋଟି କୋଟି ମା’ ଭଉଣୀଙ୍କ ସମେତ ଓଡିଶାର ଲକ୍ଷ ଲକ୍ଷ ପରିବାର ପ୍ରଭାବିତ ହେଉଛନ୍ତି। ବିଶେଷକରି ମା’ ଓ ଭଉଣୀଙ୍କ ହାଣ୍ଡିଶାଳ ଉପରେ ମହଙ୍ଗାମାଡ ଅନୁଭୂତ ହେଉଛି ଆସନ୍ତା ୩୧ ତାରିଖରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ। କେନ୍ଦ୍ରର ବିଜେପି ସରକାର ଦ୍ୱାରା, ପେଟ୍ରୋଲ, ଡିଜେଲ, ଏଲପିଜି, ଖାଇବାତେଲ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ।

ସେହିପରି ଆସନ୍ତା ନଭେମ୍ବର ୧ ତାରିଖରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳ କିମ୍ବା ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର :  କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସ୍‌ମିଟ୍‌ କରିଛନ୍ତି । ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନି । ମୋଦି ସରକାର ସମୟରେ ଏମଏସପି ସର୍ବାଧିକ ବୃଦ୍ଧି କରାଯାଇଛି । ଓଡିଶାର ଚାଷୀଙ୍କଠାରୁ ଅଧିକ ପରିମାଣ ଓ ଅଧିକ ଅର୍ଥର ଖାଦ୍ୟଶସ୍ୟ କିଣାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନୂଆ ଆଇନରେ ଉତ୍ପାଦନ, ଷ୍ଟୋରେଜ୍‌ ଓ ମାର୍କେଟିଂ ବ୍ୟବସ୍ଥାରେ ସୁଧାର ଆସିବ । ସତୁରୀ ବର୍ଷ ତଳେ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଆସିବ । ଏପିଓ ଲାଗୁ ହେବ । ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହେବ । ଯେଉଁ ପର୍ଯ୍ୟନ୍ତ ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି ଏମ୍‌ଏସ୍‌ପି ବନ୍ଦ ହେବନି । କୃଷି ଭିତ୍ତିଭୂମିର ବିକାଶ ପାଇଁ 1 ଲକ୍ଷ କୋଟିର ବ୍ୟୟ ଅଟକଳ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ମାତ୍ର 26ଟି ସାମଗ୍ରୀ ଉପରେ ଏମ୍‌ଏସ୍‌ପି ବ୍ୟବସ୍ଥା ରହିଛି । ଯେଉଁ ସାମଗ୍ରୀ ପାଇଁ ଏମ୍‌ଏସ୍‌ପି ନାହିଁ, ସେସବୁ ପାଇଁ ବି ବଜାର ଦରକାର । ଏଥିପାଇଁ ସରକାର କୃଷି ଆଇନରେ ସଂସ୍କାର ଆଣିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଉତ୍ପାଦନ ବଢାଇବା ପାଇଁ କଣ୍ଟାକ୍ଟ୍ର ଫାର୍ମିଂକୁ ନୀତିଗତ କରାଯାଇଛି ।

ଅପରପକ୍ଷରେ ଧର୍ମେନ୍ଦ୍ର ମନ୍ତବ୍ୟରେ ବିଜେଡି ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି । ଯଦି ନୂତନ କୃଷି ଆଇନରେ ଏମଏସପି ନେଇ ପ୍ରତିଶ୍ରୁତି ଥାଆନ୍ତା ତେବେ କାହା ମନରେ ସନ୍ଦେହ ଉଠିନଥାନ୍ତା । ଆଇନରେ ଏମ୍‌ଏସ୍‌ପି ନେଇ କିଛି ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ପ୍ରତାପ ଦେବ । ଅପରପକ୍ଷରେ ମଧ୍ୟସ୍ଥି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଯାହା କହୁଛନ୍ତି, ଆଂଶିକ ସତ କହୁଛନ୍ତି ବୋଲି କହିଛନ୍ତି ପ୍ରତାପ ଦେବ । ଏଥିରେ କ୍ଷୁଦ୍ର ମଧ୍ୟସ୍ଥି ବଦଳରେ ବଡବଡ କର୍ପୋରେଟ୍‌ ମଧ୍ୟସ୍ଥି ଆସିବେ ବୋଲି କହିଛନ୍ତି ପ୍ରତାପ ଦେବ । କଣ୍ଟ୍ରାକ୍ଟ ଫାର୍ମିଂରେ ବଡ ବଡ କର୍ପୋରେଟ୍‌ ସଂସ୍ଥା ଲାଭବାନ ହେବେ ବୋଲି କହିଛନ୍ତି ପ୍ରତାପ ଦେବ ।