Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପ୍ରଦାନ ହେଲା ଦୁଇ ବର୍ଷର ରପ୍ତାନୀ ପୁରସ୍କାର, ଜାଣନ୍ତୁ କିଏ ସେହି ଭାଗ୍ୟବାନ ସଂସ୍ଥା
ରାଜ୍ୟ ଖବର

ପ୍ରଦାନ ହେଲା ଦୁଇ ବର୍ଷର ରପ୍ତାନୀ ପୁରସ୍କାର, ଜାଣନ୍ତୁ କିଏ ସେହି ଭାଗ୍ୟବାନ ସଂସ୍ଥା

November 8, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଦାନ ହେଲା ଦୁଇ ବର୍ଷର ରପ୍ତାନୀ ପୁରସ୍କାର, ଜାଣନ୍ତୁ କିଏ ସେହି ଭାଗ୍ୟବାନ ସଂସ୍ଥା

ଭୁବନେଶ୍ୱର: ରାଜ୍ୟ ରପ୍ତାନୀ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ୨୦୨୦-୨୧ ଏବଂ ୨୦୨୧-୨୨ ପାଇଁ ପୁରସ୍କାର ପ୍ରଦାନ ସମାରୋହ ସଂପାଦିତ ହୋଇଯାଇଛି।ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ରପ୍ତାନୀକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ପ୍ରମୁଖ ଶାସନ ସଚିିବ ଶ୍ରୀ ଶାଶ୍ୱତ ମିଶ୍ର, ନିର୍ଦ୍ଦେଶକ ରପ୍ତାନୀ ଓ ବାଣିଜ୍ୟ ଶ୍ରୀ ଦିଲ୍ଲୀପ କୁମାର ସାହୁ ଏବଂ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ।

୨୦୨୦-୨୧ ମସିହା ପାଇଁ ସର୍ବଶ୍ରେଷ୍ଠ ରପ୍ତାନୀ ପୁରସ୍କାର ବେଦାନ୍ତ (ଝାରସୁଗୁଡ଼ା)କୁ ମିଳିଛି । ଦ୍ୱିତୀୟରେ ସୁନ୍ଦରଗଡ଼ର କୁଲାଙ୍ଗସ୍ଥିତ ଆର୍‌.ବି. ଅଗ୍ରୱାଲ ଏଣ୍ଡ କମ୍ପାନୀକୁ ମିଳିଛି। ଟ୍ରଫି ସହ ମେରିଟ୍‌ ସାର୍ଟିଫିକେଟ୍‌ ବର୍ଗରେ ଭୁବନେଶ୍ୱରସ୍ଥ ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟକଚର ଲିଃ., ବାଲେଶ୍ୱରର ଇମାମି ପେପର ମିଲ୍‌ସ, ବଲାଙ୍ଗିରର ବି.ଏଲ୍‌. ଗୋୟାଲ୍‌, ଭୁବନେଶ୍ୱରର ବି. ୱାନ୍‌ ବିଜିନେସ୍‌ ହାଉସ୍‌, ଇଣ୍ଡିଆନ୍‌ ମେଟାଲ୍‌ ଏଣ୍ଡ ଫେରୋ ଆଲଏଜ୍‌ ଲିଃ. ଓ ଭୁବନେଶ୍ୱରର ଇନ୍‌ଫୋସିସ୍‌ ଲିଃ ପୁରସ୍କାର ପାଇଛନ୍ତି ।

ସେହିପରି ସାର୍ଟିଫିକେଟ ଅଫ୍‌ ଏକ୍ସଲେନ୍ସି ବର୍ଗରେ ସୁନ୍ଦରଗଡ଼ର ଆଇ.ଏଫ୍‌.ଜି.ଏଲ୍‌ ରିଫ୍ରାକେଫାରିଜ୍‌, ବାରାଦ୍ୱୀପସ୍ଥ ଭାରତୀୟ ତୈଳ ନିଗମ, ଭୁବନେଶ୍ୱରର ଜେ.ପି. ହ୍ୟାଣ୍ଡଲୁମ୍‌, ଯାଜପୁରର ମାଗ୍‌ମା ଫୁଡସ୍‌ ପ୍ରା. ଲିମିଟେଡ୍‌, ଭୁବନେଶ୍ୱରସ୍ଥ ନାଲ୍‌କୋ, ସମ୍ବଲପୁରର ହିଣ୍ଡାଲ୍‌କୋ, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଭୁବନେଶ୍ୱର, ଭୁବନେଶ୍ୱରସ୍ଥ ଆବ୍‌ସିସ୍‌ ସୂଚନା ପ୍ରଯୁକ୍ତି ବୈଷୟିକ ସମ୍ବର୍ଦ୍ଧିତ ହୋଇଛନ୍ତି।

ସ୍ପେଶାଲ୍‌ ସାର୍ଟିଫିକେଟ୍‌ ବର୍ଗରେ ବାଲେଶ୍ୱରର ଅର୍ଚ୍ଚିଡ୍‌ ମେରାଇନ୍‌ ଏକ୍ସପୋଟର୍ସ ଏବଂ ପାରାଦ୍ୱୀପର ଆଇ.ଏମ୍‌.ବି. ମେରାଇନ୍‌ ଏକ୍ସପୋର୍ଟ ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ବର୍ଗରେ ବ୍ରହ୍ମପୁରର ଡି.କେ.ଏସ୍‌.ଆର୍‌ ସ୍ପେଶାଲିଷ୍ଟ କେମିକାଲ୍‌କୁ ପୁରସ୍କାର ପ୍ରଦାନ କରାଯାଇଛି।

୨୦୨୧-୨୨ ମସିହା ପାଇଁ ଶ୍ରେଷ୍ଠ ରପ୍ତାନୀ ପୁରସ୍କାର ବେଦାନ୍ତ (ଝାରସୁଗୁଡ଼ା) ଓ ଆବ୍‌ସିସ୍‌ ସୂଚନା ପ୍ରଯୁକ୍ତି (ଭୁବନେଶ୍ୱର)କୁ ମିଳିଛି। ଟ୍ରଫି ଉଇଥ୍‌ ସାର୍ଟିଫିକେଟ୍‌ ଅଫ୍‌ ମେରିଟ୍‌ ବର୍ଗରେ ପାରାଦ୍ୱୀପର ଭାରତୀୟ ତୈଳ ନିଗମ, ଭୁବନେଶ୍ୱରର ଗ୍ୟାଲାସ୍କି ମେଡିକେୟାର, ଭୁବନେଶ୍ୱରର ଜେ.ପି. ହ୍ୟାଣ୍ଡଲୁମ୍‌, ଯାଜପୁରର ମାଗ୍‌ମା ଫୁଡସ୍‌, ଶ୍ରୀରାମ୍‌ ଏକ୍ସପୋର୍ଟ, ଭୁବନେଶ୍ୱର, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିଃ, ସମ୍ବଲପୁର, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଭୁବନେଶ୍ୱରକୁ ମିଳିଛି।

ସାର୍ଟିଫିକେଟ୍‌ ଅଫ୍‌ ଏକ୍ସିଲେନ୍ସି ବର୍ଗରେ ଟେରାକ୍ଲକ୍‌ ମେସିନାରୀ, ଭୁବନେଶ୍ୱର, ଇମାମି ପେପର ମିଲ୍ସ ଲିମିଟେଡ୍‌, ବାଲେଶ୍ୱର, ଟି.ଆର୍‌.ଏଲ୍‌ କ୍ରୋସାକି ରିଫ୍ରାକେଫାରିଜ୍‌, ଝାରସୁଗୁଡ଼ା, ସୁଦର୍ଶନ କ୍ରାଫଫସ୍‌ ମୁ୍ୟଜିୟମ୍‌, ପୁରୀ, ସାହୀ ଏକ୍ସପୋର୍ଟସ ପ୍ରା.ଲିଃ, ପୁରୀ, ବି.ୱାନ୍‌ ବିଜିନେସ୍‌ ହାଉସ୍‌, ଭୁବନେଶ୍ୱର, ଫ୍ଲାମିଂଗୋ ଶ୍ରୀମ୍ପ୍ଲେକ୍ସ, ଭୁବନେଶ୍ୱର, ଫାଲ୍‌କନ୍‌ ମେରାଇନ୍‌ ଏକ୍ସପୋର୍ଟ ଲିଃ, ଭୁବନେଶ୍ୱର, ଅର୍‌ଚିଡ୍‌ ମେରାଇନ୍‌ ଏକ୍ସପୋର୍ଟ, ବାଲେଶ୍ୱର, ଆଇ.ଆର୍‌.ଇ.ଏଲ୍‌ ଇଣ୍ଡିଆ ଲିଃ, ଗଞ୍ଜାମ, ଇଣ୍ଡିଆନ୍‌ ମେଟାଲ୍‌ ଏଣ୍ଡ ଫେରୋ ଆଲଏଜ୍‌ ଲିଃ, ଭୁବନେଶ୍ୱର, ନାଲ୍‌କୋ, ଭୁବନେଶ୍ୱର, ଏଲ୍‌.ଟି.ଆଇ ମାଇଣ୍ଡ ଟ୍ରି, ଭୁବନେଶ୍ୱର ପୁରସ୍କୃତ ହୋଇଛନ୍ତି ।

ସ୍ପେଶାଲ ସାର୍ଟିଫିକେଟ୍‌ ବର୍ଗରେ ଉତ୍କଳ ସ୍ପେସିଆଲିଟି ଇଣ୍ଡଷ୍ଟି୍ରଜ୍‌ ଲିଃ, ଖୋର୍ଦ୍ଧା ଓ ମାଷ୍ଟରଚେଫ୍‌ ଏକ୍ସପୋର୍ଟସ, ବାଲେଶ୍ୱର ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ବର୍ଗରେ ଡି.କେ.ଏସ୍‌.ଆର୍‌ ସ୍ପେସିଆଲିଟି କେମିକାଲ୍ସ, ବ୍ରହ୍ମପୁର, ଗଞ୍ଜାମ ପୁରସ୍କାର ଲାଭ କରିଛନ୍ତି।

ସୂଚନା ଯୋଗ୍ୟ, ବିଭିନ୍ନ ବର୍ଗରେ ଉପରୋକ୍ତ ରପ୍ତାନୀକାରୀମାନେ କେମିକାଲସ୍‌, ପ୍ଲାଷ୍ଟିକ୍‌, ଫାର୍ମାସି୍ୟଟିକାଲସ୍‌, ହସ୍ତତନ୍ତ ଓ ବୟନ ଶିଳ୍ପ, ଆଗ୍ରୋ ଉତ୍ପାଦ, ସାମୁଦି୍ରକ ଉତ୍ପାଦ, ଇଲେକ୍‌ଟ୍ରୋନିକ୍ସ ଏଣ୍ଡ ସଫଫେୱୟାର, ମିନେରାଲସ୍‌ ମେଟାଲର୍ଜିକାଲସ୍‌, ସୂଚନା ଓ ପ୍ରଯୁକ୍ତି ଉତ୍ପାଦ ସଂପର୍କିତ ଇଂଜିନିୟରିଂ ଏଣ୍ଡ ଆଲଏଡ୍‌, କୃଷିଜାତ ଦ୍ରବ୍ୟ, ମସଲା, କାଜୁ, କ୍ଷୀର, ପୋଲ୍‌ଟ୍ରି ଆଦି ଉତ୍ପାଦ ରପ୍ତାନୀ କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୮-୧୯ ମସିହାରେ ମେଟାଲର୍ଜିକାଲ ବର୍ଗରେ ୨୬୦୮୨.୯୭ କୋଟିର ରପ୍ତାନୀ ହୋଇଥିଲା। ଏହା ସହ ଇଂଜିନିୟରିଂ ଏଣ୍ଡ କେମିକାଲ୍‌, ମିନେରାଲ୍‌, କୃଷି ଓ ଜଙ୍ଗଲଜାତ, ସାମୁଦି୍ରକ, ହସ୍ତତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ, ଫାର୍ମାସୁ୍ୟଟିକାଲ ସଫଫେୱୟାର/ଇଲେକ୍‌ଟ୍ରୋନିକ୍ସ କ୍ଷେତ୍ରରେ ୨୦୧୮-୧୯ ଆର୍ଥିକ ବର୍ଷରେ ସମୁଦାୟ ୪୮୧୧୭.୬୦ କୋଟିର ରପ୍ତାନୀ ହୋଇଥିଲାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ୯୫୭୭୩.୯୫ କୋଟିର ସାମଗ୍ରୀ ରପ୍ତାନୀ ହୋଇଛି।

ଏକ୍ସପୋର୍ଟ ଇନ୍‌ସେଟିଭ୍‌ ରିମ୍ବର୍ସମେଣ୍ଟ ପୋର୍ଟାଲ ଏବଂ ସି.ଏମ.ସ୍କିମ୍‌ ଫର ରିଅମ୍ବର୍ସମେଣ୍ଟ ଅଫ୍‌ ଇନ୍‌ଟେରେଷ୍ଟ ଟୁ ଏମ୍‌.ଏସ୍‌.ଏମ୍‌.ଇର ଉପଯୋଗରେ ଆସନ୍ତା ବର୍ଷମାନଙ୍କରେ ବିଭିନ୍ନ ଉତ୍ପାଦଗୁଡ଼ିକର ରପ୍ତାନୀ ରାଶି ଆହୁରି ବୃଦ୍ଧି ହେବ ବୋଲି ଆଶା କରାଯାଉଛି।

ପ୍ରତାପ ଦେବ ମନ୍ତ୍ରୀ ପ୍ରତାପ ଦେବ ଶ୍ବାସତ ମିଶ୍ର ଆଇଏଏସ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.