Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୋଦୀଙ୍କ ସୁନାର ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ଗୁଜୁରାଟ ବ୍ୟବସାୟୀ
ଜାତୀୟ ଖବର

ମୋଦୀଙ୍କ ସୁନାର ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ଗୁଜୁରାଟ ବ୍ୟବସାୟୀ

January 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Gold Statue of Modi
ମୋଦୀଙ୍କ ସୁନାର ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ଗୁଜୁରାଟ ବ୍ୟବସାୟୀ

Gold Statue of Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁନାର ପ୍ରତିମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ଗୁଜରାଟ ସୁରଟର ଜଣେ ସୁନା ବ୍ୟବସାୟୀ। ତାଙ୍କ ନାମ ହେଉଛି ବସନ୍ତ ବୋହରା। ସେ ରାଜସ୍ଥାନରୁ ଆସି ସୁରଟରେ ଦୀର୍ଘ ବର୍ଷ ଧରି ସୁନା ବ୍ୟବସାୟ କରୁଛନ୍ତି। ସେ ରାଧୀକା ଚେନ୍ସର ମାଲିକ।

ସେ ମୋଦୀଙ୍କର ୧୫୬ ଗ୍ରାମ ଓଜନର ଏହି ସୁନାର ମୂର୍ତ୍ତି ନିର୍ମାଣ କରିଛନ୍ତି, ଯାହା ତାଙ୍କୁ ତିନିମାସ ସମୟ ଲାଗିଥିଲା। ଏଥିପାଇଁ ପ୍ରାୟ ୨୦ ଜଣ କାରୀଗର ଲାଗିଥିଲେ। ଏଥିରେ ଯେଉଁ ସୁନା ବ୍ୟବହାର ହୋଇଛି ତାହା ହେଉଛି ୧୮ କ୍ୟାରେଟର, ଯାହାର ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ପ୍ରକୃତରେ ଏହି ମୂର୍ତ୍ତିଟିରେ ପ୍ରାୟ ୧୫୬ ଗ୍ରାମରୁ ଅଧିକ ସୁନା ବ୍ୟବହାର କରାଯାଇଥିଲା। ହେଲେ ଗତ ଡିସେମ୍ବର ମାସରେ ଗୁଜୁରାଟରେ ବିଜେପି ୧୮୨ ଆସନରୁ ୧୫୬ ଆସନରେ ବିଜୟ ଲାଭ କରିଥିବାରୁ ବସନ୍ତ ଏହାର ଓଜନକୁ ହ୍ରାସ କରି ୧୫୬ ଗ୍ରାମ କରିଛନ୍ତି। ସେଥିପାଇଁ ଏହି ସୁନାର ମୂର୍ତ୍ତି ବର୍ତ୍ତମାନ ବେଶ ଚର୍ଚ୍ଚାକୁ ଆସିଛି।

ବସନ୍ତ କୁହନ୍ତି ଯେ, ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ବଡ ପ୍ରଶଂସକ। ତାଙ୍କର ଆଦର୍ଶରେ ସେ ଅନୁପ୍ରାଣିତ। ତାଙ୍କୁ କିପରି ସ୍ମରଣୀୟ ରଖିବି ସେଥିପାଇଁ ମୁଁ ଚିନ୍ତା କରୁଥିଲି। ଯେହେତୁ ମୁଁ ସୁନା ବ୍ୟବସାୟ କରେ ସେଥିପାଇଁ ସୁନାର ଏକ ମୂର୍ତ୍ତି ନିର୍ମାଣ କରିବି ବୋଲି ନିଷ୍ପତି କଲି।

ତେବେ ସେ ଏହି ମୂର୍ତ୍ତିକୁ ବର୍ତ୍ତମାନ ପାଇଁ କାହାକୁ ବିକ୍ରୟ କରିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେଥିପାଇଁ ସେ ଏହାର କୌଣସି ମୂଲ୍ୟ ସ୍ଥିର କରି ନାହାଁନ୍ତି। ବର୍ତ୍ତମାନ ପାଇଁ ସେ ଏହି ମୂର୍ତ୍ତିକୁ ନିଜ ପାଖରେ ରଖିବେ। କିଛି ବର୍ଷ ପରେ ସେ ବିକ୍ରୟ କରିବେ କି ନାହିଁ ଚିନ୍ତା କରିବେ ବୋଲି କହିଛନ୍ତି।

ପୂର୍ବରୁ ଷ୍ଟାଚ୍ୟୁ ଅଫ ୟୁନିଟର ଏକ ସୁନାର ମୂର୍ତ୍ତି ନିର୍ମାଣ କରି ବସନ୍ତ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତି ସମୟରେ ସେ ସେହି ମୂର୍ତ୍ତିକୁ ବିକ୍ରି କରି ଦେଇଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରତିମୂର୍ତ୍ତି ନିର୍ମାଣ କରି ସେ ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.