Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଜିଓର ତୃତୀୟ ତ୍ରୟମାସ ନେଟ୍ ଲାଭ ୨୮.୩ ପ୍ରତିଶତ ବୃଦ୍ଧି ସହ ୪୬୩୮କୋଟି ଟଙ୍କା
ଆଜିର ଖବର

ରିଲାଏନ୍ସ ଜିଓର ତୃତୀୟ ତ୍ରୟମାସ ନେଟ୍ ଲାଭ ୨୮.୩ ପ୍ରତିଶତ ବୃଦ୍ଧି ସହ ୪୬୩୮କୋଟି ଟଙ୍କା

January 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦେଶର ସର୍ବବୃହତ ଦୂରସଂଚାର କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଆଜି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ପାଇଁ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ତ୍ରୟମାସରେ କମ୍ପାନୀର ନେଟ୍ ଲାଭ ଗତ ବର୍ଷ ତୁଳନାରେ ୨୮.୩ପ୍ରତିଶତ ବୃଦ୍ଧି ପାଇ ୪୬୩୮ କୋଟିରେ ପହଂଚିଛି। ଗତ ବର୍ଷ ସମାନ ତ୍ରୟ ମାସରେ କମ୍ପାନୀର ନେଟ୍ ଲାଭ ୩୬୧୫କୋଟି ଟଙ୍କା ରହିଥିଲା। ସେହିଭଳି ଗତବର୍ଷର ତୃତୀୟ ତ୍ରୟ ମାସ ତୁଳନାରେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ କମ୍ପାନୀର ମୋଟ ପରିଚାଳନାଗତ ରାଜସ୍ୱ ଆୟ ୨୨୯୯୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଏହି ତ୍ରୟମାସରେ ଜିଓ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇ ୪୩.୨୯ କୋଟିରେ ପହଞ୍ଚିଥିବା ବେଳେ ଗ୍ରାହକ ପିଛା ପ୍ରତିମାସ ରାଜସ୍ୱ(ଆର୍ପୁ) ୧୭୮.୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଏହି ତ୍ରୟ ମାସରେ ଜିଓ ନେଟୱାର୍କରେ ଡାଟା ଟ୍ରାଫିକ ୨୯ ବିଲିଅନ ଜିବିକୁ ବୃଦ୍ଧି ପାଇଥିବା ବେଳେ ଭଏସ୍ ଟ୍ରାଫିକ ୧.୨୭ ଟ୍ରିଲିଅନ ମିନିଟ୍ କୁ ବୃଦ୍ଧି ପାଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ‘ଭାରତ ଭଳି ବିଶାଳ ଦେଶରେ ଦ୍ରୁତ ୫ଜି ସମ୍ପ୍ରସାରଣ କାର୍ଯ୍ୟ ଜିଓ ଜାରି ରଖିଛି। ମାତ୍ର ତିନି ମାସ ସମୟରେ କମ୍ପାନୀ ପକ୍ଷରୁ ଦେଶର ୧୩୪ ଟି ସହରରେ ଜିଓ ଟ୍ରୁ ୫ଜି ସେବା ଆରମ୍ଭ କରାଯାଇଛି ଏବଂ ଡିସେମ୍ବର ୨୦୨୩ ସୁଦ୍ଧା ଦେଶବ୍ୟାପୀ ୫ଜି ସମ୍ପ୍ରସାରଣ ପାଇଁ ଜିଓ କାର୍ଯ୍ୟ କରୁଛି। ଏଥି ସହିତ ଜିଓ ପକ୍ଷରୁ ୧୦ କୋଟି ପରିସରକୁ ଜିଓ ଫାଇବର ଓ ଜିଓ ଏୟାର ଫାଇବର ସଂଯୋଗ କରାଯିବ। କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗଗୁଡିକୁ କ୍ଲାଉଡ୍ ଜରିଆରେ ଆମେ ଅତ୍ୟାଧୁନିକ ସମାଧାନ ପ୍ରଦାନ କରିବୁ।’

ଆଜି ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ତୃତୀୟ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଦୃଢ ପରିଚାଳନାଗତ ପ୍ରଦର୍ଶନ ସହିତ କମ୍ପାନୀର ମୋଟ ରାଜସ୍ୱ ୧୪.୮ ପ୍ରତିଶତ ବୃଦ୍ଧି ସହିତ ୨୪୦,୯୬୩ କୋଟି ଟଙ୍କାରେ ପହଂଚିଛି। କମ୍ପାନୀର ନେଟ୍ ଲାଭ ଗତବର୍ଷ ସମାନ ସମୟ ତୁଳନାରେ ସାମାନ୍ୟ ବୃଦ୍ଧି ସହିତ ୧୭୮୦୬ କୋଟି ଟଙ୍କା ହୋଇଛି।

ରିଲାଏନ୍ସ ରିଟେଲ ଏହାର ଦ୍ରୁତ ଅଭିବୃଦ୍ଧି ଜାରି ରଖିବା ସହିତ ମୋଟ ରାଜସ୍ୱ ଗତବର୍ଷ ତୁଳନାରେ ୧୭% ବୃଦ୍ଧି ସହିତ ୬୭୬୨୩ କୋଟି ଟଙ୍କାରେ ପହଂଚିଛି। ଏହି ତ୍ରୟମାସରେ ରିଲାଏନ୍ସ ରିଟେଲ ୭୮୯ ନୂଆ ଷ୍ଟୋର ଖୋଲିବା ସହିତ ମୋଟ ଷ୍ଟୋର ସଂଖ୍ୟା ୧୭୨୨୫ ହୋଇଛି।

ତୃତୀୟ ତ୍ରୟମାସ ରିଲାଏନ୍ସ ଜିଓ ରିଲାଏନ୍ସ ରିଟେଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Latest News

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.