Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲର ଅଭିବୃଦ୍ଧି ଧାରା ଜାରି: ୨୪୦୦ କୋଟି ଟଙ୍କା ନେଟ୍‍ ଲାଭ ଉପାର୍ଜନ

ମୁମ୍ବଇ: ରିଲାଏନ୍ସ ରିଟେଲ ତାହାର ଅଭିବୃଦ୍ଧି ଧାରା ଜାରି ରଖିବା ସହିତ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ମୋଟ ୬୭,୬୨୩ କୋଟି ଟଙ୍କା ରାଜସ୍ୱ ଆୟ କରିଛି, ଯାହା ପୂର୍ବବର୍ଷ ସେହି ସମୟ ତୁଳନାରେ ୧୭ ପ୍ରତିଶତ ଅଧିକ। ଏହି ବ୍ୟବସାୟରୁ ଟିକସପୂର୍ବ ଆୟ (ଇବିଆଇଟିଡିଏ) ୪,୭୭୩ କୋଟି ଟଙ୍କା ହୋଇଛି, ଯାହା ପୂର୍ବବର୍ଷ ତୃତୀୟ ତ୍ରୟମାସିକ ତୁଳନାରେ ୨୫ ପ୍ରତିଶତ ଅଧିକ।

ଏହା ତୃତୀୟ ତ୍ରୟମାସରେ ସମସ୍ତ ଉପଭୋକ୍ତା ଆହରଣ ବିଭାଗରେ ଲଗାତର ଅଭିବୃଦ୍ଧି ହାସଲ କରିଥିଲା ଏବଂ ସେହି ସମୟରେ ତେଜରାତି ସାମଗ୍ରୀ ବ୍ୟବସାୟ ଅଭିବୃଦ୍ଧି ପୂର୍ବ ବର୍ଷ ସେହି ତ୍ରୟମାସ ତୁଳନାରେ ୬୫ ପ୍ରତିଶତ, ଫାଶନ ଓ ଲାଇଫଷ୍ଟାଇଲ ବ୍ୟବସାୟ ୧୩ ପ୍ରତିଶତ ଏବଂ ଇଲେକ୍‍ଟ୍ରୋନିକ୍ସ ଉପକରଣକୁ ବାଦ୍‍ଦେଇ ଉପଭୋକ୍ତା ଇଲେକ୍‍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟବସାୟିକ ଅଭିବୃଦ୍ଧି ଏହି ସମୟରେ ୪୫ ପ୍ରତିଶତ ହୋଇଛି। ଏହି ତ୍ରୟମାସରେ ରିଲାଏନ୍ସ ରିଟେଲ ୨୪୦୦ କୋଟି ଟଙ୍କା ନେଟ୍‍ଲାଭ ହାସଲ କରିଛି।

ଏହି ତ୍ରୟମାସରେ ଋିଲାଏନ୍ସ ରିଟେଲ ୭୮୯ଟି ନୂଆ ଷ୍ଟୋର ଖୋଲିବା ସହିତ ତାହାର ଷ୍ଟୋର ଉପସ୍ଥିତିକୁ ପରିବ୍ୟାପ୍ତ କରିଛି ଏବଂ ୬ ନିୟୁତ ବର୍ଗଫୁଟ ନୂଆ ଯୋଗକରିବା ସହିତ ୨୦୨୨-୨୩ ଆର୍ଥିକ ବର୍ଷ ତୃତୀୟ ତ୍ରୟମାସ ଶେଷସୁଦ୍ଧା ମୋଟ ଷ୍ଟୋର ସଂଖ୍ୟା ୧୭,୨୨୫ରେ ପହଞ୍ଚିଛି ଏବଂ ଏହା ମୋଟ ୬୦.୨ ନିୟୁତ ବର୍ଗଫୁଟ ଅଞ୍ଚଳରେ ରହିଛି।
ଏହାର ଲୋକଶକ୍ତି ୪୧୮,୦୦୦ରୁ ଅଧିକ ରହିଥିବାବେଳେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କର୍ମଚାରୀଙ୍କୁ ଅଧିକ କୁଶଳତା ଶିକ୍ଷା ଦେବା ରିଲାଏନ୍ସ ରିଟେଲର ସମାବେଶୀ ଅଭିବୃଦ୍ଧି ଲକ୍ଷ୍ୟରେ ମୁଖ୍ୟ ସ୍ଥାନ ହୋଇ ରହିଛି।

ରିଲାଏନ୍ସ ରିଟେଲ ଏହି ତ୍ରୟମାସରେ ଏହାର ବିବିଧ ଫର୍ମାଟ ଏବଂ ଭୌଗୋଳିକ ଅଞ୍ଚଳରେ ରେକର୍ଡ ୨୦୧ ନିୟୁତ ଫୁଟ୍‍ଫଲ୍‍ ଲକ୍ଷ୍ୟ କରିଛି, ଯାହା ପୂର୍ବବର୍ଷ ତୃତୀୟ ତ୍ରୟମାସ ତୁଳନାରେ ୨୫ ପ୍ରତିଶତ ଅଧିକ।

ରିଲାଏନ୍ସ ରିଟେଲ ଗ୍ରାହକଙ୍କୁ ବ୍ୟାପକ ଭାବରେ ନିରନ୍ତର ସେବା ପ୍ରଦାନ କରୁଛି ଏବଂ ଏହାର ପଞ୍ଜିକୃତ ଗ୍ରାହକ ସଂଖ୍ୟା ପୂର୍ବବର୍ଷ ତୃତୀୟ ତ୍ରୟମାସ ତୁଳନାରେ ୩୦ ପ୍ରତିଶତ ବୃଦ୍ଧିପାଇ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୨୩୫ ନିୟୁତରେ ପହଞ୍ଚିଛି ଏବଂ ଏହା ୨୬୫ ନିୟୁତରୁ ଅଧିକ କାରବାର କରିଛି, ଯାହା ପୂର୍ବବର୍ଷ ଏହି ସମୟ ତୁଳନାରେ ୩୦ ପ୍ରତିଶତ ଅଧିକ। ଏହା ରିଲାଏନ୍ସ ରିଟେଲର ମୂଲ୍ୟଗତ ଫାଇଦା ଉପରେ ଉପଭୋକ୍ତାଙ୍କ ବିଶ୍ୱାସର ପ୍ରତିଫଳନ ଭାବେ ବିବେଚିତ ହେଉଛି।

୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ କମ୍ପାନୀର ଡିଜିଟାଲ ଏବଂ ନୂଆ ବାଣିଜ୍ୟ କ୍ଷେତ୍ରରେ ପୂର୍ବବର୍ଷ ସେହି ସମୟ ତୁଳନାରେ ୩୮ ପ୍ରତିଶତ ଅଭିବୃଦ୍ଧି ଘଟିବା ସହିତ ଏହା ୧୮% ବ୍ୟବସାୟ ଯୋଗାଇ ଦେଇଛି। ଦୈନନ୍ଦିନ ଡିଜିଟାଲ ବାଣିଜ୍ୟ ଅର୍ଡର ପୂର୍ବବର୍ଷ ତୃତୀୟ ତ୍ରୟମାସ ତୁଳନାରେ ୩୦ ପ୍ରତିଶତ ବୃଦ୍ଧିପାଇଛି ଏବଂ ଏହାର ବ୍ୟବସାୟ ସହଭାଗୀ ସଂଖ୍ୟା ସମସ୍ତ ଭୌଗୋଳିକ ଅଞ୍ଚଳ ଏବଂ ଉପଭୋକ୍ତା ବର୍ଗରେ ପୂର୍ବବର୍ଷ ସେହି ସମୟ ତୁଳନାରେ ୭୦ ପ୍ରତିଶତ ବୃଦ୍ଧିପାଇଛି।

ଜିଓମାର୍ଟ ସମସ୍ତ ବର୍ଗର ସହରରେ ତାହାର ଅଭିବୃଦ୍ଧି ଧାରା ଜାରି ରଖିଛି। ଜିଓମାର୍ଟ ଏହାର ସାମଗ୍ରୀ ସଂଖ୍ୟା ପୂର୍ବବର୍ଷ ତୃତୀୟ ତ୍ରୟମାସ ତୁଳନାରେ ୭୧ ପ୍ରତିଶତ ବୃଦ୍ଧି ଘଟାଇବା ସହିତ ତାହାର ବିକ୍ରେତା ସଂଖ୍ୟାରେ ଏହି ସମୟ ମଧ୍ୟରେ ୮୩ ପ୍ରତିଶତ ବୃଦ୍ଧି ଘଟାଇଛି।

ଉପଭୋକ୍ତା ବ୍ରାଣ୍ଡ୍‍ସ୍‍ ବ୍ୟବସାୟ ପ୍ରକ୍ରିୟାକୃତ ଖାଦ୍ୟ, ପାନୀୟ, ମସଲା ଏବଂ ଷ୍ଟାପଲ୍‍ ଶସ୍ୟ ଆଦି କ୍ଷେତ୍ରରେ ଅନେକ ନୂଆ ନୂଆ କିସମ ପ୍ରଚଳନ କରିଛି। ସୋସ୍ୟୋ, ଲୋଟସ ଚକୋଲେଟକୁ ଅଧିଗ୍ରହଣ ଏବଂ ଇଣ୍ଡିପେଣ୍ଡେନ୍ସ ବ୍ରାଣ୍ଡ୍‍ ପ୍ରଚଳନ ଦ୍ୱାରା ଏହି ବ୍ୟବସାୟର ବର୍ଗମାଳା ଅଧିକ ସୁଦୃଢ ହୋଇପାରିବ। ମୋଟାମୋଟି ଭାବରେ ଏହି ଆର୍ଥିକ ଫଳାଫଳ ସମୁଦାୟ ଉପଭୋକ୍ତା ଆହରଣ ଶ୍ରେଣୀରେ ଲଗାତର ଅଭିବୃଦ୍ଧି ଧାରା ସହିତ ଦମ୍‍ଦାର ଲାଭ ଉପାର୍ଜନକୁ ମଧ୍ୟ ପ୍ରତିଫଳିତ କରୁଛି।

ଏହି ଆର୍ଥିକ ଫଳାଫଳ ସମ୍ପର୍କରେ ମତଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନି କହିଛନ୍ତି, “ରିଟେଲ ବ୍ୟବସାୟରେ ଆଉ ଏକ ତ୍ରୟମାସରେ ମଜଭୁତ ଅଗ୍ରଗତି ପରିଲକ୍ଷିତ ହୋଇଛି ଏବଂ ଅଧିକରୁ ଅଧିକ ଭାରତୀୟ ରିଲାଏନ୍ସ ରିଟେଲ ଷ୍ଟୋରରେ କିଣାକିଣିକୁ ପସନ୍ଦ କରୁଛନ୍ତି। ଆମେ ଗ୍ରାହକଙ୍କୁ ଉନ୍ନତତର ଉତ୍ପାଦ ଓ ମୂଲ୍ୟ ଯୋଗାଇଦେବା ସହିତ ଲାଭ ଉପାର୍ଜନରେ ବୃଦ୍ଧି ଘଟାଇବା ଉପରେ ଦୃଷ୍ଟିନିବଦ୍ଧ କରୁଛୁ।”

ଇଶା ଏମ୍‍ ଅମ୍ବାନି, ଏକ୍‍ଜିକ୍ୟୁଟିଭ ଡାଇରେକ୍ଟର, ରିଲାଏନ୍ସ ରିଟେଲ ଭେଞ୍ଚର୍‍ସ୍‍ ଲିମିଟେଡ କହିଛନ୍ତି, “ଆଲୋଚ୍ୟ ତ୍ରୟମାସରେ ଆମର ପ୍ରଦର୍ଶନ ଆମ ବ୍ୟବସାୟ ମଡେଲର ମଜଭୁତପଣ ଏବଂ ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି ଯାହା ଆମକୁ ସବୁସମୟରେ ଆମ ଗ୍ରାହକମାନଙ୍କୁ ସେବା ଯୋଗାଇଦେବାକୁ ସମର୍ଥ କରୁଛି। ଆମ ଗ୍ରାହକ ଏବଂ ଭେଣ୍ଡର ସହଭାଗୀଙ୍କ ସହିତ ସମ୍ପର୍କ ନିବିଡ କରିବାକୁ ଆମର ସମସ୍ତ ଷ୍ଟୋର ଏବଂ ଡିଜିଟାଲ ପ୍ଲାଟଫର୍ମରେ ସର୍ବୋତ୍ତମ କିଣାକିଣି ଅନୁଭୂତି ଯୋଗାଇଦେବାକୁ ଆମେ ଦୃଢପ୍ରତିଜ୍ଞ ରହିଛୁ।”

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଜିଓର ତୃତୀୟ ତ୍ରୟମାସ ନେଟ୍ ଲାଭ ୨୮.୩ ପ୍ରତିଶତ ବୃଦ୍ଧି ସହ ୪୬୩୮କୋଟି ଟଙ୍କା

ଭୁବନେଶ୍ୱର: ଦେଶର ସର୍ବବୃହତ ଦୂରସଂଚାର କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଆଜି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ପାଇଁ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ତ୍ରୟମାସରେ କମ୍ପାନୀର ନେଟ୍ ଲାଭ ଗତ ବର୍ଷ ତୁଳନାରେ ୨୮.୩ପ୍ରତିଶତ ବୃଦ୍ଧି ପାଇ ୪୬୩୮ କୋଟିରେ ପହଂଚିଛି। ଗତ ବର୍ଷ ସମାନ ତ୍ରୟ ମାସରେ କମ୍ପାନୀର ନେଟ୍ ଲାଭ ୩୬୧୫କୋଟି ଟଙ୍କା ରହିଥିଲା। ସେହିଭଳି ଗତବର୍ଷର ତୃତୀୟ ତ୍ରୟ ମାସ ତୁଳନାରେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ କମ୍ପାନୀର ମୋଟ ପରିଚାଳନାଗତ ରାଜସ୍ୱ ଆୟ ୨୨୯୯୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଏହି ତ୍ରୟମାସରେ ଜିଓ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇ ୪୩.୨୯ କୋଟିରେ ପହଞ୍ଚିଥିବା ବେଳେ ଗ୍ରାହକ ପିଛା ପ୍ରତିମାସ ରାଜସ୍ୱ(ଆର୍ପୁ) ୧୭୮.୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଏହି ତ୍ରୟ ମାସରେ ଜିଓ ନେଟୱାର୍କରେ ଡାଟା ଟ୍ରାଫିକ ୨୯ ବିଲିଅନ ଜିବିକୁ ବୃଦ୍ଧି ପାଇଥିବା ବେଳେ ଭଏସ୍ ଟ୍ରାଫିକ ୧.୨୭ ଟ୍ରିଲିଅନ ମିନିଟ୍ କୁ ବୃଦ୍ଧି ପାଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ‘ଭାରତ ଭଳି ବିଶାଳ ଦେଶରେ ଦ୍ରୁତ ୫ଜି ସମ୍ପ୍ରସାରଣ କାର୍ଯ୍ୟ ଜିଓ ଜାରି ରଖିଛି। ମାତ୍ର ତିନି ମାସ ସମୟରେ କମ୍ପାନୀ ପକ୍ଷରୁ ଦେଶର ୧୩୪ ଟି ସହରରେ ଜିଓ ଟ୍ରୁ ୫ଜି ସେବା ଆରମ୍ଭ କରାଯାଇଛି ଏବଂ ଡିସେମ୍ବର ୨୦୨୩ ସୁଦ୍ଧା ଦେଶବ୍ୟାପୀ ୫ଜି ସମ୍ପ୍ରସାରଣ ପାଇଁ ଜିଓ କାର୍ଯ୍ୟ କରୁଛି। ଏଥି ସହିତ ଜିଓ ପକ୍ଷରୁ ୧୦ କୋଟି ପରିସରକୁ ଜିଓ ଫାଇବର ଓ ଜିଓ ଏୟାର ଫାଇବର ସଂଯୋଗ କରାଯିବ। କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗଗୁଡିକୁ କ୍ଲାଉଡ୍ ଜରିଆରେ ଆମେ ଅତ୍ୟାଧୁନିକ ସମାଧାନ ପ୍ରଦାନ କରିବୁ।’

ଆଜି ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ତୃତୀୟ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଦୃଢ ପରିଚାଳନାଗତ ପ୍ରଦର୍ଶନ ସହିତ କମ୍ପାନୀର ମୋଟ ରାଜସ୍ୱ ୧୪.୮ ପ୍ରତିଶତ ବୃଦ୍ଧି ସହିତ ୨୪୦,୯୬୩ କୋଟି ଟଙ୍କାରେ ପହଂଚିଛି। କମ୍ପାନୀର ନେଟ୍ ଲାଭ ଗତବର୍ଷ ସମାନ ସମୟ ତୁଳନାରେ ସାମାନ୍ୟ ବୃଦ୍ଧି ସହିତ ୧୭୮୦୬ କୋଟି ଟଙ୍କା ହୋଇଛି।

ରିଲାଏନ୍ସ ରିଟେଲ ଏହାର ଦ୍ରୁତ ଅଭିବୃଦ୍ଧି ଜାରି ରଖିବା ସହିତ ମୋଟ ରାଜସ୍ୱ ଗତବର୍ଷ ତୁଳନାରେ ୧୭% ବୃଦ୍ଧି ସହିତ ୬୭୬୨୩ କୋଟି ଟଙ୍କାରେ ପହଂଚିଛି। ଏହି ତ୍ରୟମାସରେ ରିଲାଏନ୍ସ ରିଟେଲ ୭୮୯ ନୂଆ ଷ୍ଟୋର ଖୋଲିବା ସହିତ ମୋଟ ଷ୍ଟୋର ସଂଖ୍ୟା ୧୭୨୨୫ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରେକର୍ଡ ଲାଭ ହାସଲ

ମୁମ୍ବାଇ / ଭୁବନେଶ୍ୱର: ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ରେକର୍ଡ ଆର୍ଥିକ ପ୍ରଦର୍ଶନ କରିଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏହି ତିନିମାସରେ କମ୍ପାନୀର ସମସ୍ତ ବ୍ୟବସାୟରେ ଦମ୍‌ଦାର ଅଭିବୃଦ୍ଧି ଘଟିଛି। କମ୍ପାନୀ ଏଯାବତ୍ ସର୍ବାଧିକ କନସୋଲିଡେଟେଡ ନେଟ୍ ଲାଭ ୨୦,୫୩୯ କୋଟି ଟଙ୍କା ଏବଂ ଇବିଆଇଟିଡିଏ ୩୩,୮୮୬ କୋଟି ଟଙ୍କା ଉପାର୍ଜନ କରିବା ସହିତ ଏହାର ରାଜସ୍ୱ ଆୟ ସର୍ବକାଳୀନ ସର୍ବାଧିକ ୨୦୯,୮୨୩ କୋଟି ଟଙ୍କା ରେ ପହଂଚିଛି। ଏହାର କ୍ରମାନ୍ୱୟ ଅଭିବୃଦ୍ଧିରେ ଓ-ଟୁ-ସି ଏବଂ ଇଆଣ୍ଡ୍‌ପି ବ୍ୟବସାୟର ସର୍ବବୃହତ ଅବଦାନ ରହିଥିବାବେଳେ ଉଭୟ ଜିଓ ଏବଂ ରିଟେଲ ବ୍ୟବସାୟ ମଜଭୁତ ଅଭିବୃଦ୍ଧି ହାସଲ କରି ଏପର୍ଯ୍ୟନ୍ତର ସର୍ବୋତମ ତ୍ର୍ରୟମାସିକ ଫଳାଫଳ ପ୍ରଦର୍ଶନ କରିଛନ୍ତି।

ରିଲାଏନ୍ସର ଓ-ଟୁ-ସି ବ୍ୟବସାୟ ପାରମ୍ପରିକ ଭାବରେ କମ୍ପାନୀର ମୋଟାମୋଟି ଲାଭରେ ସର୍ବବୃହତ ଅବଦାନ ରଖୁଥିବାବେଳେ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପୁନରୁଦ୍ଧାର ଘଟିଛି ଏବଂ ଇବିଆଇଟିଡିଏ ଗତ ବର୍ଷ ସମାନ ସମୟ ତୁଳନାରେ ୩୮.୭ ପ୍ରତିଶତ ବଢିବା ସହ ୧୩,୫୩୦ କୋଟି ଟଙ୍କା (୧.୮ ବିଲିଅନ୍‌) କୁ ବୃଦ୍ଧିପାଇଛି ଓ ତାହା ମୁଖ୍ୟତଃ ଉନ୍ନତ ଟ୍ରାନ୍ସପୋର୍ଟେସନ ଫୁଏଲ କ୍ରାକ୍ସ, ଉଚ୍ଚତର ପଲିଏଷ୍ଟର ଚେନ୍ ଡେଲ୍‌ଟା ଏବଂ ଉଚ୍ଚତର ଉତ୍ପାଦନ ଯୋଗୁଁ ସମ୍ଭବ ହୋଇଛି।

କମ୍ପାନୀର ଇଆଣ୍ଡ୍‌ପି ବ୍ୟବସାୟ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ଏବଂ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଏବଂ ଉନ୍ନତ ମୂଲ୍ୟ ନିର୍ଦ୍ଧାରଣ ବଳରେ ଏହାର ଇବିଆଇଟିଡିଏ ନୂତନ ଶିଖର ୨୦୩୩ କୋଟି ଟଙ୍କାରେ ପହଂଚିଛି। ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକରେ ଉତ୍ପାଦନ ଗତବର୍ଷ ତୁଳନାରେ ୮୭ ପ୍ରତିଶତ ବୃଦ୍ଧିପାଇ ୫୩.୩ ବିଲିୟନ୍ କ୍ୟୁବିକ୍ ଫୁଟ୍ ସମାନ୍ତର ହୋଇଥିବାବେଳେ ହାରାହାରି କେଜିଡି୬ ପ୍ରାକୃତିକ ଗ୍ୟାସ ମୂଲ୍ୟ ବର୍ଷକ ପୂର୍ବ ସମୟ ତୁଳନାରେ ୭୪ ପ୍ରତିଶତ ବୃଦ୍ଧି ପାଇଥିଲା।

ଜିଓ ପ୍ଲାଟଫର୍ମସ ଲିମିଟେଡ ଅଧୀନରେ କମ୍ପାନୀର ଡିଜିଟାଲ ବ୍ୟବସାୟ ମଧ୍ୟ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକରେ ଏହାର ସର୍ବୋତମ ପ୍ରଦର୍ଶନ ସ୍ତରରେ ପହଂଚିଥିଲା ଏବଂ ଏହାର ଇବିଆଇଟିଡିଏ ୧୦,୦୦୮ କୋଟି ଟଙ୍କା ରେ ପହଂଚିବା ସହିତ ସେଥିରେ ଗତବର୍ଷ ତୁଳନାରେ ୧୮.୧ ପ୍ରତିଶତ ବୃଦ୍ଧି ଘଟିଥିଲା। ଗ୍ରାହକ ସଂଖ୍ୟା ବୃଦ୍ଧି ଏବଂ ଗ୍ରାହକ ପିଛା ମାସିକ ରାଜସ୍ୱରେ ଉନ୍ନତି କାରଣରୁ ଇବିଆଇଟିଡିଏ ପରିମାଣରେ ତୀକ୍ଷ୍‌ଣ ୫୦୦+ ବିପିଏସ୍ ବୃଦ୍ଧି ସମ୍ଭବ ହୋଇଥିଲା।
ଆଲୋଚ୍ୟ ତ୍ରୟମାସିକରେ ଜିଓର ଗ୍ରାହକ ସଂଖ୍ୟା ୪୨୧ ନିୟୁତରେ ପହଂଚିଥିଲା, ଯେଉଁଥିରେ ପୂର୍ବ ବର୍ଷ ତୁଳନାରେ ୧୦ ନିୟୁତ ବୃଦ୍ଧି ଘଟିଥିଲା। ଉନ୍ନତ ମିଶ୍ରିତ ଗ୍ରାହକ ଆଧାର ଏବଂ ୨୦୨୧ ଡିସେମ୍ବର ୧ ତାରିଖରୁ ଶୁଳ୍କରେ ୨୦% ବୃଦ୍ଧି ବଳରେ ଗ୍ରାହକ ପିଛା ମାସିକ ହାରାହାରି ରାଜସ୍ୱ (ଏଆରପିୟୁ) ପୂର୍ବ ୧୬ଟି ତ୍ରୟମାସଠାରୁ ସର୍ବାଧିକ ୧୫୧.୬ ଟଙ୍କାକୁ ବୃଦ୍ଧିପାଇଛି।

ଜିଓର ଗ୍ରାହକ ନିୟୋଜନତାରେ ନିରନ୍ତର ଉନ୍ନତି ଘଟିବା ସହିତ ପ୍ରତି ବ୍ୟବହାରକାରୀ ପିଛା ପ୍ରତି ମାସରେ ହାରାହାରି ଡାଟା ଓ ଭଏସ୍ ବ୍ୟବହାର ୧୮.୪ ଜିବି ଏବଂ ୯୦୧ ମିନିଟକୁ ବୃଦ୍ଧିପାଇଛି, ଯେଉଁଥିରେ ଯଥାକ୍ରମେ ୪୨.୬% ଏବଂ ୧୩.୨% ଅଭିବୃଦ୍ଧି ଘଟିଛି। ଜିଓ ମଧ୍ୟ ଏହାର ଜିଓଫାଇବର ଅଧୀନରେ ଓୟାରଲାଇନ ବ୍ରଡ୍‌ବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୫ ନିୟୁତରେ ପହଂଚିଥିବା ଘୋଷଣା କରିଛି, ଯେଉଁଥିରେ ଦ୍ରୁତ ଅଭିବୃଦ୍ଧି ଘଟୁଛି।

ଜିଓ ୫ଜିର ପରୀକ୍ଷଣରେ ଅଗ୍ରଗତି ହାସଲ କରିଚାଲିଛି ଏବଂ ଦେଶରେ ପ୍ରାୟ ୧ହଜାର ଶୀର୍ଷ ସହରଗୁଡିକ ପାଇଁ ୫ଜି ସେବା ପ୍ରଚଳନ ଯୋଜନା ସମ୍ପୂର୍ଣ୍ଣ ହୋଇଛି। କମ୍ପାନୀ ସଂପ୍ରତି ଏହାର ୫ଜି ନେଟୱର୍କରେ ସ୍ୱାସ୍ଥ୍ୟସେବା ଏବଂ ଶିଳ୍ପକ୍ଷେତ୍ରର ଅଟୋମେସନ ନିମନ୍ତେ ଉନ୍ନତ ବ୍ୟବହାରର ପରୀକ୍ଷଣ କରୁଛି।

କୋଭିଡ ପ୍ରଭାବ ହ୍ରାସହୋଇ ପରିଚାଳନା ପରିବେଶ ସାମାନ୍ୟ ସ୍ୱାଭାବିକ ସ୍ଥିତିକୁ ଫେରିବା ପରେ ରିଲାଏନ୍ସ ରିଟେଲ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକରେ ଏଯାବତ୍ ସର୍ବାଧିକ ରାଜସ୍ୱ ଆୟ କରିଛି। ଷ୍ଟୋରଗୁଡିକରେ ସର୍ବାଧିକ ବିକ୍ରି ସହିତ ଡିଜିଟାଲ ଏବଂ ନୂଆ ବ୍ୟବସାୟରେ ନିରନ୍ତର ଅଭିବୃଦ୍ଧି ବଳରେ ସମସ୍ତ ଆହରଣ କ୍ଷେତ୍ରରେ ସର୍ବୋତମ ରାଜସ୍ୱ ଆୟ କରାଯାଇପାରିଛି।
ରିଲାଏନ୍ସ  ରିଟେଲର ମୋଟ ରାଜସ୍ୱ ଆୟ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ଗତବର୍ଷ ତୁଳନାରେ ୫୨.୫ ପ୍ରତିଶତ ବୃଦ୍ଧିପାଇ ୫୭,୭୧୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଇବିଆଇଟିଡିଏ ଗତବର୍ଷ ତୁଳନାରେ ୨୩.୮ ପ୍ରତିଶତ ବୃଦ୍ଧି ସହ ୩,୮୨୨ କୋଟି ଟଙ୍କାକୁ ବୃଦ୍ଧିପାଇଛି।

ରିଲାଏନ୍ସ ରିଟେଲ ତାହାର ଉପସ୍ଥିତି ସମ୍ପ୍ରସାରିତ କରିଚାଲିବା ସହିତ ୮୩୭ଟି ଷ୍ଟୋର ଯୋଗ କରିଛି ଏବଂ ଏଥିସହିତ ଏହାର ମୋଟ ଷ୍ଟୋର ସଂଖ୍ୟା ୧୪,୪୧୨ରେ ପହଞ୍ଚାଇଛି ଯାହା ୪୦ ନିୟୁତ ବର୍ଗଫୁଟ ପରିମିତ ସ୍ଥାନରେ ଅବସ୍ଥିତ। ଫିଜିକାଲ ରିଟେଲ ଭିତିିଭୂମି ସହିତ କମ୍ପାନୀ ମଧ୍ୟ ତାହାର ଡିଜିଟାଲ ଉପସ୍ଥିତିକୁ ମଜଭୁତ କରିଛି। କମ୍ପାନୀ ତା’ର ନୂତନ ବ୍ୟବସାୟ ପ୍ଲାଟଫର୍ମରେ ବ୍ୟବସାୟିକ ସହଯୋଗୀ କ୍ଷେତ୍ରରେ ପୂର୍ବବର୍ଷ ତୁଳନାରେ ଚାରିଗୁଣ ଅଭିବୃଦ୍ଧି ହାସଲ କରିଛି। ସେହି ସମୟରେ ଡିଜିଟାଲ ବ୍ୟବସାୟ ପ୍ଲାଟଫର୍ମରେ ଅର୍ଡର ଟିୟର-୨ ଅଥବା କ୍ଷୁଦ୍ର ସହରାଞ୍ଚଳରୁ ଦୁଇଗୁଣ ହୋଇଛି, ଯାହା ଡିଜିଟାଲ ବ୍ୟବସାୟ ଅର୍ଡରଗୁଡିକ ମଧ୍ୟରେ ୫୦%ରୁ ଅଧିକକୁ ପ୍ରତିନିଧିତ୍ୱ କରୁଛି।

ଏହି ତ୍ରୟମାସିକରେ ରିଲାଏନ୍ସ ଶେଲ୍ ଗ୍ୟାସ ବ୍ୟବସାୟରେ ଏହାର ଅବଶିଷ୍ଟ ଅଂଶକୁ ବିକ୍ରି କରିବା ଦ୍ୱାରା ଏଥିରୁ ଓହରି ଯାଇଛି, ଯେଉଁଥିରୁ ଏହାର ନେଟ୍ ଲାଭରେ ୨,୮୭୨ କୋଟି ଟଙ୍କାର ଲାଭ ମିଳିପାରିଛି।

୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ବ୍ୟବସାୟିକ ପ୍ରଦର୍ଶନ ସମ୍ପର୍କରେ ମତ ଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଚେୟାରମ୍ୟାନ୍ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି.ଅମ୍ବାନି କହିଛନ୍ତି, “ରିଲାଏନ୍ସ ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକରେ ଆଉ ଏକ ଦମ୍‌ଦାର ପ୍ରଦର୍ଶନ କରିଥିବା ମୁଁ ଆନନ୍ଦର ସହିତ ଘୋଷଣା କରୁଛି। ଆମର ସମସ୍ତ ବ୍ୟବସାୟ କ୍ଷେତ୍ରରୁ ମଜଭୁତ ଅବଦାନ ସହିତ ଆମେ ରେକର୍ଡ ପରିଚାଳନାଗଗତ ଫଳାଫଳ ହାସଲ ପାରିଛୁ।”

“ଆମର ଡିଜିଟାଲ ସେବା ବ୍ୟବସାୟ ଉନ୍ନତ ଗ୍ରାହକ ନିୟୋଜନ ଏବଂ ମିଶ୍ରିତ ଗ୍ରାହକ ଆଧାରିକୁ ନେଇ ପରିବ୍ୟାପ୍ତ, ଦୀର୍ଘସ୍ଥାୟୀ ଏବଂ ଲାଭଜନକ ଅଭିବୃଦ୍ଧି ହାସଲ କରିପାରିଛି” ବୋଲି ସେ କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, “ରିଟେଲ ବ୍ୟବସାୟ କାର୍ଯ୍ୟକଳାପ ସ୍ୱାଭାବିକ ସ୍ଥିତିକୁ ଫେରିଛି ଏବଂ ପାର୍ବଣ ଋତୁ ସହିତ ଦେଶବ୍ୟାପୀ ତାଲାବନ୍ଦ କଟକଣା କୋହଳ କରାଯିବା କାରଣରୁ ପ୍ରମୁଖ ଉପଭୋକ୍ତା କ୍ଷେତ୍ରରେ ଦୃଢ ଅଭିବୃଦ୍ଧି ସାଧିତ ହୋଇଛି।”

“୨୦୩୫ ସୁଦ୍ଧା ନେଟ୍ ଶୂନ୍ୟ କାର୍ବନ କମ୍ପାନୀରେ ପରିଣତ ହେବାକୁ ଆମ ଲକ୍ଷ୍ୟ ହାସଲ ଦିଗରେ ଆମେ ନିରନ୍ତର ଅଗ୍ରଗତି କରୁଛୁ। ସୋଲାର ଏବଂ ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ପ୍ରଯୁକ୍ତି ଦୃଷ୍ଟିରୁ ଅଗ୍ରଣୀ ସ୍ଥାନରେ ଥିବା କମ୍ପାନୀଗୁଡିକ ସହିତ ନିକଟରେ ଆମର ସହଭାଗିତା ଏବଂ ପୁଞ୍ଜିନିବେଶ ସ୍ୱଚ୍ଛ ଏବଂ ସବୁଜ ଶକ୍ତିକୁ ରୂପାନ୍ତରିତ ହେବା କ୍ଷେତ୍ରରେ ଭାରତ ଏବଂ ସମୁଦାୟ ବିଶ୍ୱ ସହିତ ସହଭାଗୀ ହେବା କ୍ଷେତ୍ରରେ ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। ଆମେ ଅଭିବୃଦ୍ଧିମୂଳକ ପ୍ରୟାସ ଜାରି ରଖିଛୁ ଏବଂ ଆମର ଗ୍ରହ ପାଇଁ ଏକ ଅଧିକ ଦୀର୍ଘସ୍ଥାୟୀ ଭବିଷ୍ୟତ ମିଳିତ ଭାବରେ ବିକଶିତ କରିବାରେ ଆମ ସହିତ ସମାନ ଲକ୍ଷ୍ୟ ରଖୁଥିବା ବିଶ୍ୱସ୍ତରୀୟ ଅଗ୍ରଣୀ କମ୍ପାନୀଗୁଡିକ ସହିତ ମିଳିତ ଭାବରେ କାର୍ଯ୍ୟ କରୁଛୁ,” ବୋଲି ମୁକେଶ ଡି.ଅମ୍ବାନି କହିଛନ୍ତି।

ଏଥିସହିତ ସେ କହିଛନ୍ତି, “ଆମର ତୈଳ ଓ ଗ୍ୟାସ ବିଭାଗ ଉଲ୍ଲେଖନୀୟ ଲାଭ ଉପାର୍ଜନକାରୀ ହୋଇପାରିଛି, ପରିମାଣ କ୍ଷେତ୍ରରେ ଅଭିବୃଦ୍ଧି ସହିତ ସେଥିରୁ ଅଧିକ ଆୟ ମିଳିଛି।”