Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୩-୨୪ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନେଟ ଲାଭ ୭.୩ ପ୍ରତିଶତ ବୃଦ୍ଧି ସହ ୭୯୦୨୦ କୋଟି

ଭୁବନେଶ୍ୱର: ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ଆଜି ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭ ୭.୩ ପ୍ରତିଶତ ବୃଦ୍ଧି ସହ ୭୯୦୨୦ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଉପଭୋକ୍ତା ବ୍ୟବସାୟ ଏବଂ ଅପଷ୍ଟ୍ରିମ ବ୍ୟବସାୟରେ ଅଭିବୃଦ୍ଧି ଜାରି ରହିବା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ବାର୍ଷିକ ରାଜସ୍ୱ ରେକର୍ଡ ୧୦ ଲକ୍ଷ କୋଟିରୁ ଅଧିକ ରହିଥିବା ଜଣାପଡିଛି । କମ୍ପାନୀ ପକ୍ଷରୁ ମାର୍ଚ୍ଚ ୨୦୨୪ ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ସେୟାର ପ୍ରତି ୧୦ ଟଙ୍କା ଡ଼ିଭିଡ଼େଣ୍ଡ ଘୋଷଣା କରାଯାଇଛି ।

୨୦୨୩-୨୪ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ ର ମୋଟ ବାର୍ଷିକ ରାଜସ୍ୱ ୩ ଲକ୍ଷ କୋଟି ଅତିକ୍ରମ କରିଛି ଏବଂ ନେଟ ଲାଭ ୧୦୦୦୦ କୋଟି ଅତିକ୍ରମ କରିଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ରିଲାଏନ୍ସ ରିଟେଲ ର ମୋଟ ଷ୍ଟୋର ସଂଖ୍ୟା ୧୮୮୩୬ ହୋଇଥିବା ବେଳେ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ତଥା ଫାସନ ଓ ଲାଇଫଷ୍ଟାଇଲ ବ୍ୟବସାୟରେ ଦ୍ରୁତ ଅଭିବୃଦ୍ଧି ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ସେହିଭଳି ୨୦୨୩-୨୪ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୧୨.୪ ପ୍ରତିଶତ ବୃଦ୍ଧି ସହିତ ୨୦୪୬୬ କୋଟି ଟଙ୍କାରେ ପହଞ୍ଚିଛି। ଆଲୋଚ୍ୟ ଆର୍ଥିକ ବର୍ଷରେ କମ୍ପାନୀର ମୋଟ ପରିଚାଳନାଗତ ରାଜସ୍ୱ ୧୦.୨ ପ୍ରତିଶତ ବଢି ୧,୦୦,୧୧୯ କୋଟି ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ତୃତୀୟ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭରେ ୧୦.୯ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଭାରତର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୦.୯ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି। ତୈଳ ବ୍ୟବସାୟ କ୍ଷେତ୍ରରେ ଆୟ ଉପରେ ପୂର୍ବ ନିର୍ଦ୍ଧାରିତ ମେଣ୍ଟେନାନ୍ସ (ରକ୍ଷଣାବେକ୍ଷଣ) କାର୍ଯ୍ୟ ପାଇଁ ପଡିଥିବା ପ୍ରଭାବ ରିଟେଲ ଏବଂ ଟେଲିକମ ବ୍ୟବସାୟରେ ସ୍ଥିର ପ୍ରଦର୍ଶନ ବଳରେ ଭରଣା ହୋଇପାରିଛି।

ଅକ୍ଟୋବର ରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୦.୯ ପ୍ରତିଶତ ବୃଦ୍ଧି ପାଇ ୧୯୬୪୧ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସରେ କମ୍ପାନୀର ନେଟ ଲାଭ ୧୭୭୦୬ କୋଟି ଟଙ୍କା ରହିଥିଲା।

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ଆୟ ପୂର୍ବ ବର୍ଷ ତୁଳନାରେ ୩.୨ ପ୍ରତିଶତ ବୃଦ୍ଧି ସହିତ ୨.୪୮ ଲକ୍ଷ କୋଟି ରହିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଅବଧିରେ ରିଲାଏନ୍ସ ରିଟେଲ ର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୩୧.୯ ପ୍ରତିଶତ ବୃଦ୍ଧି ପାଇ ୩୧୬୫ କୋଟି ଟଙ୍କା ହୋଇଥିବା ବେଳେ ତ୍ରୈମାସିକ ରାଜସ୍ବ ୨୨.୮ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୮୩୦୮୩ କୋଟି ଟଙ୍କା ହୋଇଥିବା ଜଣାପଡିଛି। ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲ ପକ୍ଷରୁ ୨୫୨ ଟି ନୂଆ ଷ୍ଟୋର ଖୋଲାଯିବା ସହିତ ଏହାର ମୋଟ ଷ୍ଟୋର ସଂଖ୍ୟା ୧୮୭୭୪ ରେ ପହଁଚିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ଜିଓ ପ୍ଲାଟଫର୍ମସର ତ୍ରୈମାସିକ ନେଟ ଲାଭ ଗତ ବର୍ଷ ତୁଳନାରେ ୧୧.୬ ପ୍ରତିଶତ ବୃଦ୍ଧି ସହ ୫୪୪୫ କୋଟି ଟଙ୍କା ରହିଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ, ଏୟାରଟେଲ, ଭୋଡାଫୋନ- ଆପଣଙ୍କ ମୋବାଇଲ୍‍ ବିଲ୍ ବଢ଼ିବାକୁ ଯାଉଛି!

ଭୁବନେଶ୍ୱର: ଟେଲିକମ୍ କମ୍ପାନୀଗୁଡ଼ିକ ପୁଣି ଥରେ ଆପଣଙ୍କ ମୋବାଇଲ୍ ବିଲ୍ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଦେଶର ଦୁଇ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏବଂ ଭୋଡା ଆଇଡିଆ ହାରାହାରି ରାଜସ୍ୱ ବୃଦ୍ଧି ପାଇଁ ଶୁଳ୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି, କିନ୍ତୁ ଦେଶର ସର୍ବବୃହତ୍‍ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଏହା ସପକ୍ଷରେ ନାହିଁ। ଜିଓ କହିଛି ଯେ ଏହା ଶୁଳ୍କ ବୃଦ୍ଧି କରିବ ନାହିଁ। କମ୍ପାନୀ କହିଛି ଯେ ୫ଜି ଗ୍ରାହକଙ୍କ ପାଇଁ ଶୁଳ୍କ ବୃଦ୍ଧି ସପକ୍ଷରେ ନାହିଁ। ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ବିଏସଏନଏଲ/ଏମଟିଏନଏଲର ୨୪ କୋଟି ଗ୍ରାହକଙ୍କ ଉପରେ କମ୍ପାନୀର ନଜର ରହିଛି ଯେଉଁମାନେ ଏବେ ବି ୨ଜି ନେଟୱାର୍କ ବ୍ୟବହାର କରୁଛନ୍ତି।

ରିଲାଏନ୍ସ ଜିଓର ଅଧ୍ୟକ୍ଷ ମାଥ୍ୟୁ ଓମେନ୍ କହିଛନ୍ତି ଯେ କମ୍ପାନୀ ଶୁଳ୍କରେ ବଡ଼ ପରିବର୍ତ୍ତନ କରିବାକୁ ଯୋଜନା କରୁନାହିଁ। ଡାଟା ପ୍ଲାନ ଆଡକୁ ଆସିବାକୁ ଚାହୁଁଥିବା ଗ୍ରାହକଙ୍କ ଉପରେ କମ୍ପାନୀର ଫୋକସ ରହିଛି। ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଜିଓ ଅଧ୍ୟକ୍ଷ ଆକାଶ ଅମ୍ବାନୀଙ୍କ ସ୍ୱପ୍ନ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ୨୦୦ ନିୟୁତରୁ ଅଧିକ ଗ୍ରାହକ ଏବେବି ୨ଜି ବ୍ୟବହାର କରୁଛନ୍ତି। ସେମାନଙ୍କୁ ଡିଜିଟାଲ ମାଧ୍ୟମରେ ସଶକ୍ତ କରିବା ଶିଳ୍ପର ଦାୟିତ୍ୱ। ଦେଶକୁ ୨ଜି ମୁକ୍ତ କରିବାର ଏକମାତ୍ର ଉପାୟ ହେଉଛି ଶସ୍ତା ସେବା ଯୋଗାଇବା।

ଏଆରପିୟୁ କ’ଣ ?

ଓମେନ୍ କହିଛନ୍ତି ଯେ ସମସ୍ତ ଭାରତୀୟଙ୍କ ପାଖରେ ଡାଟା ଆକସେସ୍ ହେବା ଉଚିତ। ଆମେ ସେମାନଙ୍କୁ ଏଥିରୁ ବଞ୍ଚିତ କରିପାରିବୁ ନାହିଁ। ଆମେ ସମସ୍ତ ଭାରତୀୟଙ୍କୁ ଏକ ଉତ୍ତମ ଗ୍ରାହକ ଅନୁଭୂତି ଦେବାକୁ ଚାହୁଁଛୁ। ହାରାହାରି ରାଜସ୍ୱ ଉପରେ, ଉପଭୋକ୍ତା କୌଣସି ଟେଲିକମ୍ କମ୍ପାନୀର ଆର୍ଥିକ ସ୍ୱାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ମାପକ ଭାବରେ ବିବେଚନା କରାଯାଏ। ଦ୍ୱିତୀୟ ତ୍ରୟମାସରେ ଜିଓର ଏଆରପିୟୁ ୧୮୧.୭ ଟଙ୍କାରେ ପହଞ୍ଚିଥିବାବେଳେ ଗତବର୍ଷ ଏହି ତ୍ରୈୟମାସରେ ଏହା ୧୭୭.୨ ଟଙ୍କା ଏବଂ ପୂର୍ବ ତ୍ରୈୟମାସରେ ୧୮୦.୫ ଟଙ୍କା ଥିଲା। ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ ଶୁଳ୍କ ବୃଦ୍ଧି କରିବାକୁ ସମର୍ଥନ କରିଛନ୍ତି। କ୍ୟାପେକ୍ସ ବଢ଼ାଇବା ପାଇଁ ଏପରି କରିବା ଜରୁରୀ ବୋଲି ସେ କହିଛନ୍ତି।

ଭାରତୀ ଏୟାରଟେଲର ସିଇଓ ଗୋପାଳ ଭିଟ୍ଟାଲ କହିଛନ୍ତି ଯେ ଆମେ ଶିଳ୍ପ ପାଇଁ ଅଧିକ ଆର୍ଥିକ ସ୍ୱାସ୍ଥ୍ୟ ଚାହୁଁଛୁ କାରଣ ଏଥିପାଇଁ ବହୁତ ପୁଞ୍ଜି ଖର୍ଚ୍ଚ ହେଉଛି। ତେଣୁ ଏଆରପିୟୁ ବୃଦ୍ଧି ଜରୁରୀ। ସେ କହନ୍ତି ଯେ ଏଆରପିୟୁ ୩୦୦ ଟଙ୍କା ପର୍ଯ୍ୟନ୍ତ ହେବା ଉଚିତ। ପ୍ରଥମ ତ୍ରୈୟମାସ ଶେଷ ସୁଦ୍ଧା ଏୟାରଟେଲର ଏଆରପିୟୁ ୨୦୦ ଟଙ୍କା ଥିଲା, ଯାହା ଇଣ୍ଡଷ୍ଟ୍ରିରେ ସର୍ବାଧିକ। ସେହିପରି ଦ୍ୱିତୀୟ ତ୍ରୈୟମାସରେ ଋଣ ବୋଝରେ ବୁଡ଼ି ରହିଥିବା ଭୋଡାଫୋନ୍ ଆଇଡିଆର ଏଆରପିୟୁ ମାତ୍ର ୧୪୨ ଟଙ୍କା ଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ଭୋଡାଫୋନ୍ ଆଇଡିଆ ନିଜକୁ ଦୌଡ଼ରେ ରଖିବା ପାଇଁ ବହୁତ ସଂଘର୍ଷ କରୁଛି।

ସ୍ପେକ୍ଟ୍ରମ୍ ରେ ପାର୍ଥକ୍ୟ

ସ୍ପେକ୍ଟ୍ରମ୍ ଆବଣ୍ଟନ ପ୍ରସଙ୍ଗରେ ମଧ୍ୟ ଟେଲିକମ୍ କମ୍ପାନୀଗୁଡ଼ିକ ମଧ୍ୟରେ ଏକମତତା ନାହିଁ। ରିଲାଏନ୍ସ ଜିଓ ସାଟେଲାଇଟ୍ ସ୍ପେକ୍ଟ୍ରମ୍ ନିଲାମ ପାଇଁ ସମର୍ଥନ କରିଥିବାବେଳେ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ ପ୍ରଶାସନିକ ଆବଣ୍ଟନ ଦାବି କରୁଛନ୍ତି। ଜିଓ ମଧ୍ୟ ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାର୍‍ଲିଙ୍କର ଦେଶରେ ପ୍ରବେଶକୁ ସ୍ୱାଗତ କରିଛି। ବିଶ୍ୱର ସର୍ବବୃହତ ଶିଳ୍ପପତି ମସ୍କଙ୍କ କମ୍ପାନୀ ଷ୍ଟାର୍‍ଲିଙ୍କ ଭାରତରେ ଉପଗ୍ରହ ଭିତ୍ତିକ ଇଣ୍ଟରନେଟ ସେବା ଯୋଗାଇବାକୁ ଚାହୁଁଛି। କିନ୍ତୁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସବୁଜ ସଙ୍କେତ ମିଳିନାହିଁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଡାଟା ସେଣ୍ଟର ବ୍ୟବସାୟରେ ରିଲାଏନ୍ସର ପ୍ରବେଶ, ବୃକଫିଲଡ ସହ ସହଭାଗିତା

ଭୁବନେଶ୍ୱର: ଭାରତରେ ଡାଟାସେଣ୍ଟର ବିକାଶ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବୃକଫିଲଡ ଇନଫ୍ରାଷ୍ଟ୍ରକ୍ଚର ଓ ଡିଜିଟାଲ ରିଆଲିଟି ସହିତ ସହଭାଗିତା ଓ ନିବେଶ ଘୋଷଣା କରାଯାଇଛି। ଉଭୟ ବୃକଫିଲଡ ଓ ଡିଜିଟାଲ ରିଆଲିଟିର ଭାରତରେ ରହିଥିବା କମ୍ପାନୀଗୁଡିକର ୩୩.୩୩ ପ୍ରତିଶତ କିଣିବା ରିଲାଏନ୍ସ। ପ୍ରସ୍ତାବିତ ନିବେଶର ମୂଲ୍ୟ ୩୭୮ କୋଟି ଟଙ୍କା ରହିଛି, ଯାହା ଆବଶ୍ୟକତା ହିସାବରେ ୬୨୨ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି କାରବାର ରେଗୁଲେଟରି ଅନୁମୋଦନ ଅଧୀନରେ ରହିଛି ଏବଂ ପ୍ରାୟ ତିନି ମାସ ଅବଧିରେ ସମ୍ପୂର୍ଣ୍ଣ ହେବାର ଆଶା ରହିଛି।

ଭାରତରେ ଡିଜିଟାଲ ରିଆଲିଟି ଟ୍ରଷ୍ଟ ଏବଂ ବୃକଫିଲଡ ଇନ୍ଫ୍ରାଷ୍ଟ୍ରକ୍ଚରର ମିଳିତ ଉଦ୍ୟୋଗ ଡିଜିଟାଲ ସେବା କମ୍ପାନିଗୁଡ଼ିକ ପାଇଁ ମହତ୍ୱପୂର୍ଣ୍ଣ ମୌଳିକ ଢାଞ୍ଚାର ବିକାଶ କରୁଛି। ଏହି ମିଳିତ ଉଦ୍ୟୋଗ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଏବଂ ସଂଯୁକ୍ତ ତଥା ଆବଶ୍ୟକତା ମୁତାବକ ବୃଦ୍ଧି ହୋଇପାରୁଥିବା ଡାଟା ସେଣ୍ଟର ନିର୍ମାଣ କରୁଛି। ଏହି ସହଭାଗିତା ସହିତ ରିଲାଏନ୍ସ ଏହି ସଂଯୁକ୍ତ ଉଦ୍ୟମର ଏକ ସମାନ ଅଂଶୀଦାର ହେବ। ଏହି ନୂଆ ମିଳିତ ଉଦ୍ୟୋଗର ନାମ ଡିଜିଟାଲ କନେକ୍ସନ : ଏ ବୃକଫିଲଡ ଜିଓ ଓ ଡିଜିଟାଲ ରିଆଲିଟି କମ୍ପାନୀ ରହିବ।

ଏହି ମିଳିତ ଉଦ୍ୟୋଗ (ଜେଭି) ସମ୍ପ୍ରତି ଚେନ୍ନାଇ ଓ ମୁମ୍ବାଇର ପ୍ରମୁଖ ସ୍ଥାନରେ ଡାଟା ସେଣ୍ଟର ବିକଶିତ କରୁଛି। ଚେନ୍ନାଇରେ ୧୦୦ ମେଗାୱାଟ ପରିସରରେ ଏହି ମିଳିତ ଉଦ୍ୟୋଗର ପ୍ରଥମ ୨୦ ମେଗାୱାଟ ଗ୍ରୀନଫିଲଡ ଡାଟା ସେଣ୍ଟର ୨୦୧୩ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ଆଶା କରାଯାଉଛି। ସେହିଭଳି ନିକଟରେ ଏହା ୪୦ ମେଗାୱାଟ ଡାଟା ସେଣ୍ଟର ନିର୍ମାଣ ପାଇଁ ମୁମ୍ବାଇରେ ୨.୧୫ ଏକର ଜମି ଅଧିଗ୍ରହଣ ନେଇ ଘୋଷଣା କରିଥିଲା।

ଏହି ସହଭାଗିତା ସମ୍ପର୍କରେ ଜିଓ ପ୍ଲାଟଫର୍ମ ଲିମିଟେଡ଼ର ସିଇଓ କିରଣ ଥୋମାସ କହିଛନ୍ତି ଯେ \”ଆମେ ଡିଜିଟାଲ ରିଆଲିଟି ଏବଂ ଆମର ବର୍ତମାନର ବିଶ୍ୱସନୀୟ ସହଯୋଗୀ ବୃକଫିଲଡ ସହିତ ସହଭାଗିତା ନେଇ ବେଶ ଉତ୍ସାହିତ ଅଛୁ। ଏହି ସହଭାଗିତା ଆମର ନିଜର ଉଦ୍ୟୋଗ ତଥା ଏସଏମବି ଗ୍ରାହକମାନଙ୍କୁ କ୍ଲାଉଡ଼ ଜରିଆରେ ତ୍ଵରିତ ଅତ୍ୟାଧୁନିକ, ପ୍ଲଗ-ଏଣ୍ଡ-ପ୍ଲେ ସମାଧାନ ପ୍ରଦାନ କରିବା ସହିତ ସେମାନଙ୍କ ଡିଜିଟାଲ ପରିବର୍ତ୍ତନର ନେତୃତ୍ୱ ନେଇ ଅଧିକ କୁଶଳ କରିବାରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ର ୨୦୨୨-୨୩ ଆର୍ଥିକ ବର୍ଷରେ ରେକର୍ଡ ୭୪୦୮୮ କୋଟି ନେଟ ଲାଭ ହାସଲ

ଭୁବନେଶ୍ୱର: ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ବର୍ଷର ଆର୍ଥିକ ଫଳାଫଳ ଆଜି ଘୋଷଣା କରାଯାଇଛି। କମ୍ପାନୀର ବାର୍ଷିକ ନେଟ ଲାଭ ୧୪ ପ୍ରତିଶତ ବୃଦ୍ଧି ସହିତ ରେକର୍ଡ ୭୪୦୮୮ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି।

କମ୍ପାନୀର ଇ.ବି.ଆଇ.ଟି.ଡି.ଏ ପ୍ରଥମ ଥର ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ଏବଂ ୧୫୪୬୯୧ କୋଟି ଟଙ୍କା ହୋଇଛି। ବିଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀର ନେଟ ଲାଭ ଓ ଇ.ବି.ଆଇ.ଟି.ଡି.ଏ ଦୁଇଗୁଣା ହୋଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀର ମୋଟ ରାଜସ୍ୱ ୨୩.୨ ପ୍ରତିଶତ ବୃଦ୍ଧି ସହିତ ୯,୭୬,୫୨୪ କୋଟି ଟଙ୍କା ହୋଇଛି I କମ୍ପାନୀର ରିଟେଲ ବ୍ୟବସାୟରେ ପୂର୍ବ ବର୍ଷ ତୁଳନାରେ ୩୦% ଅଭିବୃଦ୍ଧି ହେବା ସହିତ ମୋଟ ରାଜସ୍ବ ୨୬୦୩୬୪ କୋଟି ଟଙ୍କା ହୋଇଛି ଓ ୨୦୨୨-୨୩   ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନୀର ରିଟେଲ ଷ୍ଟୋର ସଂଖ୍ୟା ୩୩୦୦ ବୃଦ୍ଧି ପାଇ ମୋଟ ୧୮୦୪୦ ରେ ପହଂଚିଛି।

Categories
DurgaPujaNews ଆଜିର ଖବର ଜାତୀୟ ଖବର ଧର୍ମ

କେରଳର ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ

ଗୁରୁବାୟୁର (କେରଳ): କେରଳର ପ୍ରସିଦ୍ଧ ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଆଜି (ଶନିବାର) ନିଜର ସାନପୁଅ ଅନନ୍ତ ଅମ୍ବାନିଙ୍କ ଭାବି-ପତ୍ନୀ ରାଧିକା ମରଚାଣ୍ଟଙ୍କ ସହ ଏହି ମନ୍ଦିରରେ ପହଂଚି ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି।

ପରିବାର ସହିତ ମୁକେଶ ଅମ୍ବାନୀ ମନ୍ଦିରର ସୋପାନମରେ ଅର୍ଘ୍ୟ ଅର୍ପଣ କରିଥିଲେ। ମନ୍ଦିରର ହାତୀ ଚେନ୍ତାମାରକ୍ଷଣ ଓ ବଳାରାମନଙ୍କୁ ସେ ଭୋଗ ଅର୍ପଣ କରିଥିଲେ। ଗୁରୁବାୟୁର ଦେବସ୍ୱମ ବୋର୍ଡ ଅଧ୍ୟକ୍ଷ ପ୍ରଫେସର ପି.କେ. ବିଜୟନ ମନ୍ଦିରରେ ମୁକେଶ ଅମ୍ବାନୀଙ୍କୁ ସ୍ୱାଗତ କରିବା ସହ ସମ୍ମାନ ସ୍ୱରୂପ ଏକ ଚିତ୍ର (ପେଣ୍ଟିଙ୍ଗ) ପ୍ରଦାନ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ ଅଲିମ୍ପିକ ଆସୋସିଏସନ ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଭାଗିତା

ମୁମ୍ବଇ /ଭୁବନେଶ୍ୱର: ଭାରତୀୟ ଆଥଲେଟମାନଙ୍କର ପ୍ରଦର୍ଶନ ଉଚ୍ଚସ୍ତରରେ ପହଂଚାଇବା, ଜାତୀୟ କ୍ରୀଡା ମହାସଂଘଗୁଡିକୁ ସମର୍ଥନ ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡା ରାଷ୍ଟ୍ରର ମାନ୍ୟତା ପ୍ରଦାନ କରି ଭବିଷ୍ୟତରେ ଭାରତରେ ଅଲିମ୍ପିକ କ୍ରୀଡା ଆୟୋଜନ ଲକ୍ଷ୍ୟରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ୍‌) ଏବଂ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ) ଏକ ଦୀର୍ଘସୂତ୍ରୀ ସହଭାଗିତା ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି । ଏହି ସହଭାଗିତା ଅଧୀନରେ ଆରଆଇଏଲ୍ ଏବଂ ଆଇଓଏ ମଧ୍ୟ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଇଣ୍ଡିଆ ହାଉସ ସ୍ଥାପନ କରିବେ।

ଆଇଓଏର ପ୍ରମୁଖ ସହଭାଗୀ ଭାବରେ ଆରଆଇଏଲ୍ ଭାରତୀୟ ଆଥଲେଟଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡା, ଏସୀୟ କ୍ରୀଡା ଏବଂ ଅଲିମ୍ପିକ କ୍ରୀଡା ସମେତ ସମସ୍ତ ବିବିଧ ଶୃଙ୍ଖଳ ଥିବା କ୍ରୀଡା କାର୍ଯ୍ୟକ୍ରମରେ ସମର୍ଥନ କରିବେ। ଏଥିସହିତ ଅଲିମ୍ପିକ ହସପିଟାଲିଟି ହାଉସ୍ ଏକ କ୍ରୀଡା ପରମ୍ପରା ହୋଇଥବାବେଳେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରଥମ ଅଲିମ୍ପିକ ହାଉସ୍ ଏକ ଐତିହାସିକ ମାଇଲଖୁଂଟ ହେବ । ନିଜ ଘରଠାରୁ ଦୂରରେ ଏହି ଘର ସ୍ଥାପନ ଏବଂ ବିଶ୍ୱ କ୍ରୀଡାକ୍ଷେତ୍ରରେ ଏକ ଶୀର୍ଷସ୍ତରର କାର୍ଯ୍ୟକ୍ରମରେ ସାରା ବିଶ୍ୱ ନିକଟରେ ଭାରତକୁ ପ୍ରଦର୍ଶିତ କରିବା, ଅଲିମ୍ପିକ ଆନ୍ଦୋଳନ ନିମନ୍ତେ ଆରଆଇଏଲ୍‌ର ପ୍ରତିବଦ୍ଧତା କ୍ଷେତ୍ରରେ ଆଉ ଏକ ଉଦାହରଣ ହେବାକୁ ଯାଉଛି।

ନିତା ଏମ୍ ଅମ୍ବାନି, ଆଇଓସି ସଦସ୍ୟ ଏବଂ ନିର୍ଦ୍ଦେଶିକା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ କହିଛନ୍ତି, “ବିଶ୍ୱ କ୍ରୀଡା ଜଗତରେ ଭାରତ କେନ୍ଦ୍ରସ୍ଥାନ ନେଉ ଏହା ଦେଖିବା ଆମ ପାଇଁ ସ୍ୱପ୍ନ ହୋଇ ରହିଛି। ସମଗ୍ର ଦେଶରେ ଯୁବ କ୍ରୀଡାବିତ୍‌ଙ୍କୁ ବିଶ୍ୱ ମାନର ଭିତିଭୂମି ଏବଂ ସୁବିଧା ସୁଯୋଗ ଦ୍ୱାରା ସମର୍ଥନ କରି ଏବଂ ସେମାନଙ୍କୁ ସଶକ୍ତ କରିବାକୁ ଆଇଓଏ ସହିତ ଆମର ସହଭାଗିତା ରିଲାଏନ୍ସ ଫାଉଣ୍ଡେସନ୍‌ର ଗଭୀର ପ୍ରତିବଦ୍ଧତାର ପରିଚାୟକ। ଆମେ ମଧ୍ୟ ୨୦୨୪ରେ ପ୍ୟାରିସ ଅଲମ୍ପିକ କ୍ରୀଡାରେ ପ୍ରଥମ ଇଣ୍ଡିଆ ହାଉସ୍ ସ୍ଥାପନ ନେଇ ଅତ୍ୟନ୍ତ ଉଲ୍ଲସିତ ରହିଛୁ। ଏହା ସମଗ୍ର ବିଶ୍ୱକୁ ଭାରତର ବିପୁଳ ପ୍ରତିଭା, ସାମର୍ଥ୍ୟ ଏବଂ ସେମାନଙ୍କର ଆଶା ଆକାଂକ୍ଷା ପ୍ରଦର୍ଶିତ କରିବାକୁ ଏକ ବିରାଟ ସୁଯୋଗ ଯୋଗାଇଦେବ।”

ଆଇଓଏ ମହାସଚିବ ରାଜୀବ ମେହଟା କହିଛନ୍ତି, “ଭାରତୀୟ ଅଲିମ୍ପିକ ଆସୋସିଏସନ୍ ସହିତ ଏହି ସହଭାଗିତା ଏବଂ ଭାରତୀୟ କ୍ରୀଡାଗୁଡିକୁ ବିଗତ ବହୁବର୍ଷ ଧରି ସେମାନଙ୍କର ସମର୍ଥନ ତଥା ଅଲିମ୍ପିକ ଆନ୍ଦୋଳନରେ ଯୋଗଦେବାକୁ ପରବର୍ତୀ ପିଢିର ପିଲାଙ୍କୁ ପ୍ରେରଣା ଦେବା ନେଇ ମୁଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ନିତା ଅମ୍ବାନିଙ୍କୁ ଧନ୍ୟବାଦ ଜଣାଉଛି। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଇଣ୍ଡିଆ ହାଉସ ସ୍ଥାପନ ଏକ ସ୍ମରୀଣୀୟ ମୁହର୍ତ ହେବ। ଅଲିମ୍ପିକ ଆନ୍ଦୋଳନ ଦିଗରେ ଭାରତର ପ୍ରତିବଦ୍ଧତା ଦିଗରେ ଏହା ଏକ ବିଶାଳ ପ୍ରୟାସ ହେବ।”

୨୦୨୪ ଅଲିମ୍ପିକ୍ସ ପୂର୍ବରୁ ଭାରତ ୨୦୨୩ ଜୁନ୍‌ରେ ସମ୍ମାନଜନକ ୧୪୦ତମ ଆଇଓସି ଅଧିବେଶନ ମୁମ୍ବଇସ୍ଥିତ ଅତ୍ୟାଧୁନିକ ଜିଓ ୱର୍ଲଡ ସେଂଟରରେ ଆୟୋଜନ କରିବ। ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଅବସରରେ ଆଇଓସି ଅଧିବେଶନ ଆୟୋଜିତ ହେବାକୁ ଯାଉଥିବାବେଳେ ଏହା ଭାରତରେ କ୍ରୀଡାର ଭୂମିକା ଉପରେ ଆଲୋକପାତ କରିବା ସହିତ ଅଲିମ୍ପିକ ଆନ୍ଦୋଳନ ପ୍ରତି ଭାରତର ଅବଦାନକୁ ନେଇ ଖୁସି ମନାଇବ। ୨୦୨୨ ମେ ମାସରେ ଭାରତର ପ୍ରଥମ ‘ଅଲିମ୍ପିକ ଭାଲ୍ୟୁଜ ଏଜୁକେସନ ପ୍ରୋଗ୍ରାମ’ (ଓଭିଇପି) ଓଡ଼ିଶାରେ ଆରମ୍ଭ କରାଯାଇଥିଲା, ଯେଉଁଥିରେ ଅଲିମ୍ପିକ୍ସର ମୂଳ ମୂଲ୍ୟବୋଧକୁ ସଂସ୍ଥାପିତ କରିବା ସକାଶେ ଶିକ୍ଷା ଓ କ୍ରୀଡାର ଦ୍ୱୈତ ଶକ୍ତିକୁ ସମ୍ମିଳିତ କରାଯାଇଛି। ଯୁବବର୍ଗଙ୍କୁ ଅଲିମ୍ପିକ୍‌ର ଉତ୍କର୍ଷ, ସମ୍ମାନ ଏବଂ ବନ୍ଧୁତ୍ୱ ମୂଲ୍ୟବୋଧ ସମ୍ପର୍କରେ ପରିଚିତ କରାଇବାକୁ ଓଭିଇପି ଅଇଓସି ଦ୍ୱାରା ଡିଜାଇନ କରାଯାଇଥିବା ଏକ ବାସ୍ତବବାଦୀ ଉତ୍ସସମୂହ ହୋଇଛି। ପିଲାମାନଙ୍କୁ ସକ୍ରିୟ, ସୁସ୍ଥ ଏବଂ ଦାୟିତ୍ୱସମ୍ପନ୍ନ ନାଗରିକ ଭାବରେ ଗଢିତୋଳିବା ଦିଗରେ ସେମାନଙ୍କୁ ସହାୟତା କରିବାକୁ ମୂଲ୍ୟବୋଧ ଭିତିକ ପାଠ୍ୟକ୍ରମ ଯୋଗାଇଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥର ରିଲାଏନ୍ସ କଂପାନୀ ଲାଭ କରିଛି ୧୯ ହଜାର ୪୪୩ କୋଟି ଟଙ୍କା

ମୁମ୍ବାଇ/ ଭୁବନେଶ୍ୱର: ତୈଳ ଓ ଟେଲିକମ୍ ବ୍ୟବସାୟରୁ ଉତ୍ସାହଜନକ ଆୟ ହୋଇଥିବାରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ର ନିଟ୍ ଲାଭରେ ୪୦.୮% ବୃଦ୍ଧି ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିଟ୍ ଲାଭ ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ତୁଳନାରେ ବୃଦ୍ଧି ପାଇ ୧୯,୪୪୩ କୋଟି ଟଙ୍କା ହୋଇଛି ।

ସେହିପରି, ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ନିଟ୍ ଲାଭ ୧୧୪.୨% ବୃଦ୍ଧି ପାଇ ୨,୦୬୧ କୋଟି ଟଙ୍କା ହୋଇଛି । ଆଲୋଚ୍ୟ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ମୋଟ ରାଜସ୍ୱ ୫୧.୯% ବୃଦ୍ଧି ପାଇ ୫୮,୫୫୪ କୋଟି ଟଙ୍କା ହୋଇଛି ।

ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲ୍ ୭୨୦ ଷ୍ଟୋର ଖୋଲିଛି, ଫଳରେ ମୋଟ ଷ୍ଟୋର ସଂଖ୍ୟା ୧୫,୯୧୬ରେ ପହଂଚିଛି ଯାହା ଦେଶର କୋଣ ଅନୁକୋଣରେ ୪୩.୨ ନିୟୁତ ବର୍ଗଫୁଟରେ ପରିବ୍ୟାପ୍ତ ରହିଛି । ରିଲାଏନ୍ସ ରିଟେଲ୍ ଏହି ତ୍ରୈମାସିକରେ ୧୭,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି ।

ରିଲାଏନ୍ସର ଓ୨ସି ଶ୍ରେଷ୍ଠ ତ୍ରୈମାସିକ ପ୍ରଦର୍ଶନ କରି ସର୍ବକାଳୀନ ସର୍ବୋଚ୍ଚ ରାଜସ୍ୱ ଓ ଇବିଆଇଟିଡିଏ ହାସଲ କରିଛି । ଉଚ୍ଚ ଅଶୋଧିତ ତୈଳ ଓ ଉତ୍ପାଦ ମୂଲ୍ୟ ଯୋଗୁଁ ତ୍ରୈମାସିକରୁ ତ୍ରୈମାସିକ ଭିତିରେ କ୍ଷେତ୍ର ରାଜସ୍ୱ ୫୬.୭% ବୃଦ୍ଧି ପାଇ ୧,୬୧,୭୧୫ କୋଟି ଟଙ୍କା ହୋଇଛି ।

ଏହିଭଳି, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ନିଟ୍ ଲାଭ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇ ୪,୩୩୫ କୋଟି ଟଙ୍କା ହୋଇଛି । ୨୦୨୨ ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ କଂପାନିର ନିଟ୍ ଲାଭ ୨୩.୮ ପ୍ରତିଶତ ବୃଦ୍ଧି ପାଇ ୪,୩୩୫ କୋଟି ଟଙ୍କା ରହିଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକରେ ୩,୫୦୧ କୋଟି ଟଙ୍କା ଥିଲା ।

୨୦୨୨ ଜୁନ୍ ୩୦ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ପରିଚାଳନାରୁ ରିଲାଏନ୍ସ ଜିଓର ରାଜସ୍ୱ ୨୧,୮୭୩ କୋଟି ଟଙ୍କା ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ରାଜସ୍ୱ ତୁଳନାରେ ୨୧.୫ ପ୍ରତିଶତ ଅଧିକ ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତର ଅଲିମ୍ପିକ ଅଭିଯାନର ଅଭିବୃଦ୍ଧିକୁ ସମର୍ଥନ ଘୋଷଣା କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ୍‌) ଏବଂ ଭାରତୀୟ ଆଥଲେଟିକ ଫେଡେରେସନ (ଏଏଫଆଇ) ଭାରତରେ ଆଥଲେଟମାନଙ୍କର ସାମଗ୍ରିକ ଅଭିବୃଦ୍ଧିକୁ ସମର୍ଥ କରାଇବା ସକାଶେ ଦୀର୍ଘାବଧି ସହଭାଗିତା ସମ୍ପର୍କରେ ଘୋଷଣା କରିଛନ୍ତି। ବିଗତ ବର୍ଷଗୁଡିକରେ ରିଲାଏନ୍ସ ଫାଉଣ୍ଡେସନ ଏଏଫ୍‌ଆଇ ପ୍ରତି ଏକ ଉତ୍ସର୍ଗୀକୃତ ସହଭାଗୀ ହୋଇଛି ଏବଂ ସମ୍ପ୍ରତି ହୋଇଥିବା ସହଭାଗିତା ଦୁଇ ସଂସ୍ଥା ମଧ୍ୟରେ ସହଯୋଗକୁ ଅଧିକ ନିବିଡ କରିବାକୁ ଯାଉଛି।

ଏହି ସହଭାଗିତା ସମଗ୍ର ଦେଶରୁ ଆଥଲେଟମାନଙ୍କୁ ଆବିଷ୍କାର କରିବା, ସେମାନଙ୍କର ପରିପୋଷଣ ଏବଂ ବିକାଶ ସାଧନ କରିବା ଏବଂ ସେମାନଙ୍କୁ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ-ପରଫରମାନ୍ସ ସେଂଟର ଓ ସାର୍ ଏଚ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ସହିତ ରିଲାଏନ୍ସ ଫାଉଣ୍ଡେସନ ପରିବ୍ୟବସ୍ଥାକୁ ଉପଯୋଗ କରି ବିଶ୍ୱଶ୍ରେଣୀର ସୁବିଧା ସୁଯୋଗ, କୋଚିଂ ଏବଂ କ୍ରୀଡା ବିଜ୍ଞାନ ଓ ମେଡିସିନ ସହାୟତା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ସଂସ୍ଥାର ବୃହତର ଦୃଷ୍ଟିକୋଣ ଅନୁଯାୟୀ ଏହି ସହଭାଗିତା ବାଳିକା ଆଥଲେଟମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟିନିବଦ୍ଧ କରିବ ଏବଂ ଲିଙ୍ଗଗତ ତାରତମ୍ୟ ଦୂର କରିବା ଏବଂ ସେମାନଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସମର୍ଥ କରାଇବ। ଏଏଫଆଇର ପ୍ରମୁଖ ସହଭାଗୀ ଭାବରେ ରିଲାଏନ୍ସ ବ୍ରାଣ୍ଡ୍ ସମସ୍ତ ଜାତୀୟ ଟିମ୍‌ର ଜର୍ସି ଓ ତାଲିମ କିଟ୍‌ଗୁଡିକରେ ପ୍ରମୁଖ ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ତାଲିମ ଶିବିରଗୁଡିକରେ ପ୍ରଦର୍ଶିତ ହେବ।

ଏହି ଅବସରରେ ଆନନ୍ଦ ପ୍ରକାଶ କରି ନିତା ଏମ୍ ଅମ୍ବାନି, ଆଇଓସି ସଦସ୍ୟ, ଏବଂ ନିର୍ଦ୍ଦେଶିକା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ କହିଛନ୍ତି, “ଭାରତୀୟ ଆଥଲେଟିକ୍ସ ଫେଡେରେସନ ସହିତ ରିଲାଏନ୍ସ ଫାଉଣ୍ଡେସନର ସହଭାଗିତାକୁ ସମ୍ପ୍ରସାରିତ କରି ଆମେ ଆନନ୍ଦିତ। ଆଥଲେଟିକ୍ସ ବିଶ୍ୱ କ୍ରୀଡା ଜଗତରେ ଅନ୍ୟତମ ସର୍ବାଧିକ ଲୋକପ୍ରିୟ ଶୃଙ୍ଖଳା ହୋଇଛି ଏବଂ ଏହି ସହଭାଗିତା ଭାରତୀୟ ଆଥଲେଟମାନଙ୍କୁ ସୁବିଧା ସୁୁଯୋଗ ଏବଂ ବିଶେଷ କରି ବାଳିକାମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଆମ ଯୁବ ପ୍ରତିଭାଙ୍କୁ ବିଶ୍ୱ ଶ୍ରେଣୀର ସୁବିଧା ସୁଯୋଗ ଯୋଗାଇଦେଇ ସେମାନଙ୍କ ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି। ସଠିକ ଭିତିଭୂମି, ତାଲିମ ଏବଂ ସମର୍ଥନ ମିଳିବା ଦ୍ୱାରା ଆମର ଅଧିକାଂଶ ଯୁବ ଆଥଲେଟଙ୍କୁ ବିଶ୍ୱର ବିଜୟ ଷ୍ଟାଣ୍ଡ୍‌ଗୁଡିକ ଉପରେ ଦେଖିବା ନେଇ ମୁଁ ନିଶ୍ଚିତ ଅଛି। ଏହି ସହଭାଗିତା ମଧ୍ୟ ଭାରତରେ ଅଲିମ୍ପିକ ଅଭିଯାନକୁ ସୁଦୃଢ କରିବା ନିମନ୍ତେ ଆମ ସ୍ୱପ୍ନ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି।”

ଆଦିଲ ସୁମାରିୱାଲ୍ଲା, ସଭାପତି, ଭାରତୀୟ ଆଥଲେଟିକ୍ସ ଫେଡେରେସନ କହିଛନ୍ତି, “ନିତା ଅମ୍ବାନି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପ୍ରତି ଆମେ ଅତ୍ୟନ୍ତ କୃତଜ୍ଞ, ଯାହାଙ୍କ ସହିତ ଗତ କିଛି ବର୍ଷ ଧରି ଏଏଫ୍‌ଆଇ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ସହିତ ତାଙ୍କଠାରୁ ପ୍ରମୁଖ ସହଭାଗୀ ସମର୍ଥନ ପାଇଆସୁଛି। ଆନ୍ତର୍ଜାତିକ କ୍ରୀଡା କାର୍ଯ୍ୟକ୍ରମଗୁଡିକରେ ଆମର ଆଥଲେଟ ସଂଖ୍ୟା ବୃଦ୍ଧି ଆମେ ଲକ୍ଷ୍ୟ କରୁଛୁ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭଳି ଏକ ପ୍ରତିବଦ୍ଧ ସହଭାଗୀଙ୍କୁ ନେଇ ଆମେ ଦୃଢ ନିଶ୍ଚିତ ଯେ ଖୁବଶୀଘ୍ର କ୍ରୀଡାର ବିବିଧ ଶୃଙ୍ଖଳାରେ ଆମର ଅଂଶଗ୍ରହଣରେ ବୃଦ୍ଧି ସହିତ ଆନ୍ତର୍ଜାତିକ ସ୍ତରରେ ଅଧିକ ସଫଳତା ହାସଲ ଆମେ ଦେଖିବାକୁ ଯାଉଛୁ।”

୨୦୧୭ରୁ ରିଲାଏନ୍ସ ଫାଉଣ୍ଡେସନ ତାହାର ରିଲାଏନ୍ସ ଫାଉଣ୍ଡେସନ ଯୁବ କ୍ରୀଡା କାର୍ଯ୍ୟକ୍ରମ ଜରିଆରେ ଆଥଲେଟିକ୍ସର ବିକାଶ କ୍ଷେତ୍ରରେ ନିବେଶ କରିଆସୁଛି ଏବଂ ଏହା ଦେଶର ୫୦ରୁ ଅଧିକ ଜିଲ୍ଲାରେ ୫୫୦୦ ଶିକ୍ଷାନୁଷ୍ଠାନରେ ପହଁଚିପାରିଛି। ୨୦୧୮ରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ସରକାରଙ୍କ ସହିତ ସହଭାଗିତାରେ ଏକ ହାଇ ପରଫରମାନ୍ସ ସେଂଟର ‘ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସି’ ସ୍ଥାପନ କରାଯାଇଛି, ଯେଉଁଠାରୁ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ବିଜେତା ଏବଂ ଜାତୀୟ ରେକର୍ଡଧାରୀ ପ୍ରସ୍ତୁତ ହୋଇଛନ୍ତି। ନିକଟରେ ଏଚ୍‌ପିସିରୁ ଜ୍ୟୋତି ୟାରାଜୀ (୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା) ଏବଂ ଅମ୍ଳାନ ବୋରଗୋହେନ୍ ଦୀର୍ଘକାଳରୁ ରହିଆସିଥିବା ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି। ନିତା ଏମ୍ ଅମ୍ବାନି ଭାରତର ଅଲିମ୍ପିକ ଅଭିଯାନର ନେତୃତ୍ୱ ନେଉଛନ୍ତି ଏବଂ ଭାରତର ପରବର୍ତ୍ତୀ ପିଢି ପାଇଁ କ୍ରୀଡା ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରେକର୍ଡ ଲାଭ ହାସଲ

ମୁମ୍ବାଇ / ଭୁବନେଶ୍ୱର: ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ରେକର୍ଡ ଆର୍ଥିକ ପ୍ରଦର୍ଶନ କରିଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏହି ତିନିମାସରେ କମ୍ପାନୀର ସମସ୍ତ ବ୍ୟବସାୟରେ ଦମ୍‌ଦାର ଅଭିବୃଦ୍ଧି ଘଟିଛି। କମ୍ପାନୀ ଏଯାବତ୍ ସର୍ବାଧିକ କନସୋଲିଡେଟେଡ ନେଟ୍ ଲାଭ ୨୦,୫୩୯ କୋଟି ଟଙ୍କା ଏବଂ ଇବିଆଇଟିଡିଏ ୩୩,୮୮୬ କୋଟି ଟଙ୍କା ଉପାର୍ଜନ କରିବା ସହିତ ଏହାର ରାଜସ୍ୱ ଆୟ ସର୍ବକାଳୀନ ସର୍ବାଧିକ ୨୦୯,୮୨୩ କୋଟି ଟଙ୍କା ରେ ପହଂଚିଛି। ଏହାର କ୍ରମାନ୍ୱୟ ଅଭିବୃଦ୍ଧିରେ ଓ-ଟୁ-ସି ଏବଂ ଇଆଣ୍ଡ୍‌ପି ବ୍ୟବସାୟର ସର୍ବବୃହତ ଅବଦାନ ରହିଥିବାବେଳେ ଉଭୟ ଜିଓ ଏବଂ ରିଟେଲ ବ୍ୟବସାୟ ମଜଭୁତ ଅଭିବୃଦ୍ଧି ହାସଲ କରି ଏପର୍ଯ୍ୟନ୍ତର ସର୍ବୋତମ ତ୍ର୍ରୟମାସିକ ଫଳାଫଳ ପ୍ରଦର୍ଶନ କରିଛନ୍ତି।

ରିଲାଏନ୍ସର ଓ-ଟୁ-ସି ବ୍ୟବସାୟ ପାରମ୍ପରିକ ଭାବରେ କମ୍ପାନୀର ମୋଟାମୋଟି ଲାଭରେ ସର୍ବବୃହତ ଅବଦାନ ରଖୁଥିବାବେଳେ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପୁନରୁଦ୍ଧାର ଘଟିଛି ଏବଂ ଇବିଆଇଟିଡିଏ ଗତ ବର୍ଷ ସମାନ ସମୟ ତୁଳନାରେ ୩୮.୭ ପ୍ରତିଶତ ବଢିବା ସହ ୧୩,୫୩୦ କୋଟି ଟଙ୍କା (୧.୮ ବିଲିଅନ୍‌) କୁ ବୃଦ୍ଧିପାଇଛି ଓ ତାହା ମୁଖ୍ୟତଃ ଉନ୍ନତ ଟ୍ରାନ୍ସପୋର୍ଟେସନ ଫୁଏଲ କ୍ରାକ୍ସ, ଉଚ୍ଚତର ପଲିଏଷ୍ଟର ଚେନ୍ ଡେଲ୍‌ଟା ଏବଂ ଉଚ୍ଚତର ଉତ୍ପାଦନ ଯୋଗୁଁ ସମ୍ଭବ ହୋଇଛି।

କମ୍ପାନୀର ଇଆଣ୍ଡ୍‌ପି ବ୍ୟବସାୟ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ଏବଂ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଏବଂ ଉନ୍ନତ ମୂଲ୍ୟ ନିର୍ଦ୍ଧାରଣ ବଳରେ ଏହାର ଇବିଆଇଟିଡିଏ ନୂତନ ଶିଖର ୨୦୩୩ କୋଟି ଟଙ୍କାରେ ପହଂଚିଛି। ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକରେ ଉତ୍ପାଦନ ଗତବର୍ଷ ତୁଳନାରେ ୮୭ ପ୍ରତିଶତ ବୃଦ୍ଧିପାଇ ୫୩.୩ ବିଲିୟନ୍ କ୍ୟୁବିକ୍ ଫୁଟ୍ ସମାନ୍ତର ହୋଇଥିବାବେଳେ ହାରାହାରି କେଜିଡି୬ ପ୍ରାକୃତିକ ଗ୍ୟାସ ମୂଲ୍ୟ ବର୍ଷକ ପୂର୍ବ ସମୟ ତୁଳନାରେ ୭୪ ପ୍ରତିଶତ ବୃଦ୍ଧି ପାଇଥିଲା।

ଜିଓ ପ୍ଲାଟଫର୍ମସ ଲିମିଟେଡ ଅଧୀନରେ କମ୍ପାନୀର ଡିଜିଟାଲ ବ୍ୟବସାୟ ମଧ୍ୟ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକରେ ଏହାର ସର୍ବୋତମ ପ୍ରଦର୍ଶନ ସ୍ତରରେ ପହଂଚିଥିଲା ଏବଂ ଏହାର ଇବିଆଇଟିଡିଏ ୧୦,୦୦୮ କୋଟି ଟଙ୍କା ରେ ପହଂଚିବା ସହିତ ସେଥିରେ ଗତବର୍ଷ ତୁଳନାରେ ୧୮.୧ ପ୍ରତିଶତ ବୃଦ୍ଧି ଘଟିଥିଲା। ଗ୍ରାହକ ସଂଖ୍ୟା ବୃଦ୍ଧି ଏବଂ ଗ୍ରାହକ ପିଛା ମାସିକ ରାଜସ୍ୱରେ ଉନ୍ନତି କାରଣରୁ ଇବିଆଇଟିଡିଏ ପରିମାଣରେ ତୀକ୍ଷ୍‌ଣ ୫୦୦+ ବିପିଏସ୍ ବୃଦ୍ଧି ସମ୍ଭବ ହୋଇଥିଲା।
ଆଲୋଚ୍ୟ ତ୍ରୟମାସିକରେ ଜିଓର ଗ୍ରାହକ ସଂଖ୍ୟା ୪୨୧ ନିୟୁତରେ ପହଂଚିଥିଲା, ଯେଉଁଥିରେ ପୂର୍ବ ବର୍ଷ ତୁଳନାରେ ୧୦ ନିୟୁତ ବୃଦ୍ଧି ଘଟିଥିଲା। ଉନ୍ନତ ମିଶ୍ରିତ ଗ୍ରାହକ ଆଧାର ଏବଂ ୨୦୨୧ ଡିସେମ୍ବର ୧ ତାରିଖରୁ ଶୁଳ୍କରେ ୨୦% ବୃଦ୍ଧି ବଳରେ ଗ୍ରାହକ ପିଛା ମାସିକ ହାରାହାରି ରାଜସ୍ୱ (ଏଆରପିୟୁ) ପୂର୍ବ ୧୬ଟି ତ୍ରୟମାସଠାରୁ ସର୍ବାଧିକ ୧୫୧.୬ ଟଙ୍କାକୁ ବୃଦ୍ଧିପାଇଛି।

ଜିଓର ଗ୍ରାହକ ନିୟୋଜନତାରେ ନିରନ୍ତର ଉନ୍ନତି ଘଟିବା ସହିତ ପ୍ରତି ବ୍ୟବହାରକାରୀ ପିଛା ପ୍ରତି ମାସରେ ହାରାହାରି ଡାଟା ଓ ଭଏସ୍ ବ୍ୟବହାର ୧୮.୪ ଜିବି ଏବଂ ୯୦୧ ମିନିଟକୁ ବୃଦ୍ଧିପାଇଛି, ଯେଉଁଥିରେ ଯଥାକ୍ରମେ ୪୨.୬% ଏବଂ ୧୩.୨% ଅଭିବୃଦ୍ଧି ଘଟିଛି। ଜିଓ ମଧ୍ୟ ଏହାର ଜିଓଫାଇବର ଅଧୀନରେ ଓୟାରଲାଇନ ବ୍ରଡ୍‌ବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୫ ନିୟୁତରେ ପହଂଚିଥିବା ଘୋଷଣା କରିଛି, ଯେଉଁଥିରେ ଦ୍ରୁତ ଅଭିବୃଦ୍ଧି ଘଟୁଛି।

ଜିଓ ୫ଜିର ପରୀକ୍ଷଣରେ ଅଗ୍ରଗତି ହାସଲ କରିଚାଲିଛି ଏବଂ ଦେଶରେ ପ୍ରାୟ ୧ହଜାର ଶୀର୍ଷ ସହରଗୁଡିକ ପାଇଁ ୫ଜି ସେବା ପ୍ରଚଳନ ଯୋଜନା ସମ୍ପୂର୍ଣ୍ଣ ହୋଇଛି। କମ୍ପାନୀ ସଂପ୍ରତି ଏହାର ୫ଜି ନେଟୱର୍କରେ ସ୍ୱାସ୍ଥ୍ୟସେବା ଏବଂ ଶିଳ୍ପକ୍ଷେତ୍ରର ଅଟୋମେସନ ନିମନ୍ତେ ଉନ୍ନତ ବ୍ୟବହାରର ପରୀକ୍ଷଣ କରୁଛି।

କୋଭିଡ ପ୍ରଭାବ ହ୍ରାସହୋଇ ପରିଚାଳନା ପରିବେଶ ସାମାନ୍ୟ ସ୍ୱାଭାବିକ ସ୍ଥିତିକୁ ଫେରିବା ପରେ ରିଲାଏନ୍ସ ରିଟେଲ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକରେ ଏଯାବତ୍ ସର୍ବାଧିକ ରାଜସ୍ୱ ଆୟ କରିଛି। ଷ୍ଟୋରଗୁଡିକରେ ସର୍ବାଧିକ ବିକ୍ରି ସହିତ ଡିଜିଟାଲ ଏବଂ ନୂଆ ବ୍ୟବସାୟରେ ନିରନ୍ତର ଅଭିବୃଦ୍ଧି ବଳରେ ସମସ୍ତ ଆହରଣ କ୍ଷେତ୍ରରେ ସର୍ବୋତମ ରାଜସ୍ୱ ଆୟ କରାଯାଇପାରିଛି।
ରିଲାଏନ୍ସ  ରିଟେଲର ମୋଟ ରାଜସ୍ୱ ଆୟ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ଗତବର୍ଷ ତୁଳନାରେ ୫୨.୫ ପ୍ରତିଶତ ବୃଦ୍ଧିପାଇ ୫୭,୭୧୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଇବିଆଇଟିଡିଏ ଗତବର୍ଷ ତୁଳନାରେ ୨୩.୮ ପ୍ରତିଶତ ବୃଦ୍ଧି ସହ ୩,୮୨୨ କୋଟି ଟଙ୍କାକୁ ବୃଦ୍ଧିପାଇଛି।

ରିଲାଏନ୍ସ ରିଟେଲ ତାହାର ଉପସ୍ଥିତି ସମ୍ପ୍ରସାରିତ କରିଚାଲିବା ସହିତ ୮୩୭ଟି ଷ୍ଟୋର ଯୋଗ କରିଛି ଏବଂ ଏଥିସହିତ ଏହାର ମୋଟ ଷ୍ଟୋର ସଂଖ୍ୟା ୧୪,୪୧୨ରେ ପହଞ୍ଚାଇଛି ଯାହା ୪୦ ନିୟୁତ ବର୍ଗଫୁଟ ପରିମିତ ସ୍ଥାନରେ ଅବସ୍ଥିତ। ଫିଜିକାଲ ରିଟେଲ ଭିତିିଭୂମି ସହିତ କମ୍ପାନୀ ମଧ୍ୟ ତାହାର ଡିଜିଟାଲ ଉପସ୍ଥିତିକୁ ମଜଭୁତ କରିଛି। କମ୍ପାନୀ ତା’ର ନୂତନ ବ୍ୟବସାୟ ପ୍ଲାଟଫର୍ମରେ ବ୍ୟବସାୟିକ ସହଯୋଗୀ କ୍ଷେତ୍ରରେ ପୂର୍ବବର୍ଷ ତୁଳନାରେ ଚାରିଗୁଣ ଅଭିବୃଦ୍ଧି ହାସଲ କରିଛି। ସେହି ସମୟରେ ଡିଜିଟାଲ ବ୍ୟବସାୟ ପ୍ଲାଟଫର୍ମରେ ଅର୍ଡର ଟିୟର-୨ ଅଥବା କ୍ଷୁଦ୍ର ସହରାଞ୍ଚଳରୁ ଦୁଇଗୁଣ ହୋଇଛି, ଯାହା ଡିଜିଟାଲ ବ୍ୟବସାୟ ଅର୍ଡରଗୁଡିକ ମଧ୍ୟରେ ୫୦%ରୁ ଅଧିକକୁ ପ୍ରତିନିଧିତ୍ୱ କରୁଛି।

ଏହି ତ୍ରୟମାସିକରେ ରିଲାଏନ୍ସ ଶେଲ୍ ଗ୍ୟାସ ବ୍ୟବସାୟରେ ଏହାର ଅବଶିଷ୍ଟ ଅଂଶକୁ ବିକ୍ରି କରିବା ଦ୍ୱାରା ଏଥିରୁ ଓହରି ଯାଇଛି, ଯେଉଁଥିରୁ ଏହାର ନେଟ୍ ଲାଭରେ ୨,୮୭୨ କୋଟି ଟଙ୍କାର ଲାଭ ମିଳିପାରିଛି।

୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ବ୍ୟବସାୟିକ ପ୍ରଦର୍ଶନ ସମ୍ପର୍କରେ ମତ ଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଚେୟାରମ୍ୟାନ୍ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି.ଅମ୍ବାନି କହିଛନ୍ତି, “ରିଲାଏନ୍ସ ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକରେ ଆଉ ଏକ ଦମ୍‌ଦାର ପ୍ରଦର୍ଶନ କରିଥିବା ମୁଁ ଆନନ୍ଦର ସହିତ ଘୋଷଣା କରୁଛି। ଆମର ସମସ୍ତ ବ୍ୟବସାୟ କ୍ଷେତ୍ରରୁ ମଜଭୁତ ଅବଦାନ ସହିତ ଆମେ ରେକର୍ଡ ପରିଚାଳନାଗଗତ ଫଳାଫଳ ହାସଲ ପାରିଛୁ।”

“ଆମର ଡିଜିଟାଲ ସେବା ବ୍ୟବସାୟ ଉନ୍ନତ ଗ୍ରାହକ ନିୟୋଜନ ଏବଂ ମିଶ୍ରିତ ଗ୍ରାହକ ଆଧାରିକୁ ନେଇ ପରିବ୍ୟାପ୍ତ, ଦୀର୍ଘସ୍ଥାୟୀ ଏବଂ ଲାଭଜନକ ଅଭିବୃଦ୍ଧି ହାସଲ କରିପାରିଛି” ବୋଲି ସେ କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, “ରିଟେଲ ବ୍ୟବସାୟ କାର୍ଯ୍ୟକଳାପ ସ୍ୱାଭାବିକ ସ୍ଥିତିକୁ ଫେରିଛି ଏବଂ ପାର୍ବଣ ଋତୁ ସହିତ ଦେଶବ୍ୟାପୀ ତାଲାବନ୍ଦ କଟକଣା କୋହଳ କରାଯିବା କାରଣରୁ ପ୍ରମୁଖ ଉପଭୋକ୍ତା କ୍ଷେତ୍ରରେ ଦୃଢ ଅଭିବୃଦ୍ଧି ସାଧିତ ହୋଇଛି।”

“୨୦୩୫ ସୁଦ୍ଧା ନେଟ୍ ଶୂନ୍ୟ କାର୍ବନ କମ୍ପାନୀରେ ପରିଣତ ହେବାକୁ ଆମ ଲକ୍ଷ୍ୟ ହାସଲ ଦିଗରେ ଆମେ ନିରନ୍ତର ଅଗ୍ରଗତି କରୁଛୁ। ସୋଲାର ଏବଂ ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ପ୍ରଯୁକ୍ତି ଦୃଷ୍ଟିରୁ ଅଗ୍ରଣୀ ସ୍ଥାନରେ ଥିବା କମ୍ପାନୀଗୁଡିକ ସହିତ ନିକଟରେ ଆମର ସହଭାଗିତା ଏବଂ ପୁଞ୍ଜିନିବେଶ ସ୍ୱଚ୍ଛ ଏବଂ ସବୁଜ ଶକ୍ତିକୁ ରୂପାନ୍ତରିତ ହେବା କ୍ଷେତ୍ରରେ ଭାରତ ଏବଂ ସମୁଦାୟ ବିଶ୍ୱ ସହିତ ସହଭାଗୀ ହେବା କ୍ଷେତ୍ରରେ ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। ଆମେ ଅଭିବୃଦ୍ଧିମୂଳକ ପ୍ରୟାସ ଜାରି ରଖିଛୁ ଏବଂ ଆମର ଗ୍ରହ ପାଇଁ ଏକ ଅଧିକ ଦୀର୍ଘସ୍ଥାୟୀ ଭବିଷ୍ୟତ ମିଳିତ ଭାବରେ ବିକଶିତ କରିବାରେ ଆମ ସହିତ ସମାନ ଲକ୍ଷ୍ୟ ରଖୁଥିବା ବିଶ୍ୱସ୍ତରୀୟ ଅଗ୍ରଣୀ କମ୍ପାନୀଗୁଡିକ ସହିତ ମିଳିତ ଭାବରେ କାର୍ଯ୍ୟ କରୁଛୁ,” ବୋଲି ମୁକେଶ ଡି.ଅମ୍ବାନି କହିଛନ୍ତି।

ଏଥିସହିତ ସେ କହିଛନ୍ତି, “ଆମର ତୈଳ ଓ ଗ୍ୟାସ ବିଭାଗ ଉଲ୍ଲେଖନୀୟ ଲାଭ ଉପାର୍ଜନକାରୀ ହୋଇପାରିଛି, ପରିମାଣ କ୍ଷେତ୍ରରେ ଅଭିବୃଦ୍ଧି ସହିତ ସେଥିରୁ ଅଧିକ ଆୟ ମିଳିଛି।”

Categories
ଆଜିର ଖବର ବ୍ୟବସାୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ର ଦ୍ୱିତୀୟ ତ୍ରୟମାସ ନିଟ ଲାଭ ୪୬% ବୃଦ୍ଧି ସହ ୧୫ ହଜାର ୪୭୯ କୋଟି ଟଙ୍କା

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ କ୍ବାର୍ଟରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ଲିମିଟେଡ଼ର ନିଟ ଲାଭ ୪୬% ବୃଦ୍ଧି ପାଇ ୧୫,୪୭୯ କୋଟି ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଗତବର୍ଷ ଦ୍ବିତୀୟ କ୍ବାର୍ଟରରେ ରିଲାଏନ୍ସର ଲାଭ ୧୦ ହଜାର ୬୦୨ କୋଟି ଟଙ୍କା ଥିବା ବେଳେ ଜୁନରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ବାର୍ଟରରେ କମ୍ପାନି ୧୩ ହଜାର ୮୦୬ କୋଟି ଟଙ୍କା ଲାଭ କରିଥିଲା ।

ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ କ୍ବାର୍ଟରରେ କମ୍ପାନିର ରିଟେଲ୍, ଡିଜିଟାଲ୍ ଏବଂ ତୈଳ ଠାରୁ ଆରମ୍ଭ କରି କେମିକାଲ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭଲ ବ୍ୟବସାୟ ହୋଇଛି । କମ୍ପାନିର ମୋଟ ରାଜସ୍ବ, ଗତବର୍ଷ ଏହି ସମୟ ତୁଳନାରେ ୪୯.୨ ପ୍ରତିଶତ ବୃଦ୍ଧି ସହ ୧.୯୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନସ୍ ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଆଜି କରିବେ ବଡ ଘୋଷଣା, ଆଣିପାରନ୍ତି ନୂଆ ସ୍ମାର୍ଟ ଫୋନ

ଭୁବନେଶ୍ବର, ଭାରତର ବଡ ଟେଲିକମ ତଥା ତୈଳ୍ୟ କଂପାନୀ ରିଲଏନସ ତରଫରୁ ଏହାର ଅଧ୍ୟକ୍ଷ ମୁକେଶ ଆମ୍ବାନୀ କରିବେ ବଡ ଘୋଷଣା। କାରଣ ଆଜି ଅପରାହ୍ନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ବୈଠକ ବା ଏଜିଏମ ବସୁଛି । ପ୍ରତି ବର୍ଷ ଆମ୍ବାନୀ ଏହି ଏଜିଏମରେ କିଛି ବଡ ଘୋଷଣା କରିଥାନ୍ତି। ଯାହା ସାରା ବିଶ୍ବ ବଜାରରେ ଏକ ହଇଚଇ ସୃଷ୍ଟି କରିଥାଏ।

ତେବେ ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁସାରେ ଆମ୍ବାନୀ ଏଥର ନନ-ଟେଲିକମ ବ୍ୟବସାୟ ଉପରେ ଗୁରୁତ୍ବ ଦେବେ। ମୁଖ୍ୟତଃ ରିଲାଏନ୍ସ ରିଟେଲ ଉପରେ ଏକ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ଘୋଷଣା କରିପାରନ୍ତି। କାରଣ କରୋନା ସମୟରେ ରିଲାଏନ୍ସ ରିଟେଲ ବେଶ୍ ଭଲ ବ୍ୟବସାୟ କରିଛି। ବର୍ତ୍ତମାନ ଇ କମର୍ସରେ ରିଲାଏନ୍ସ ରିଟେଲ 30 ପ୍ରତିଶତ ବଜାର ଅକ୍ତିୟାର କରିଛି।

ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରି କେତେକ ନୂଆ ବ୍ୟବସାୟରେ ସାମିଲ ହେବା ନେଇ ମଧ୍ୟ ଘୋଷଣା ହୋଇପାରେ। ଏଥିରେ ଅକ୍ଷୟ ଶକ୍ତି ବା ରିଇନେବୁଲ ଏନର୍ଜି ସେକ୍ଟରରେ କଂପାନୀ ପ୍ରବେଶ କରିବାର ସମ୍ଭାବନା ରହିଛି। କାରଣ କଂପାନୀ ଲକ୍ଷ ରଖିଛି ଭବିଷ୍ୟତରେ ଏହି ଶକ୍ତିର ଚାହିଦା ସୃଷ୍ଟି ହେବ।

ସେହିପରି ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଉପରେ ମଧ୍ୟ କିଛି ନୂଆ ଘୋଷଣା କରାଯିବାର ସମ୍ଭାବନା ରହିଛି। ମୁଖ୍ୟତଃ କଂପାନୀ ଏକ ଭିନ୍ନ ଧରଣର ନୂଆ ଶସ୍ତା ସ୍ମାର୍ଟ ଫୋନ ବଜାର ପ୍ରବେଶ କରାଇବ ବୋଲି ଜଣାପଡିଛି। ତେବେ ଏହି ଏଜିଏମରେ ମୁକେଶ ଆମ୍ବାନୀଙ୍କ ଘୋଷଣାକୁ ନେଇ ସାରା ବିଶ୍ବ ବ୍ୟବସାୟ ଗୋଷ୍ଠୀ ଅପେକ୍ଷା କରି ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଦେଶର ୧୧ ପ୍ରତିଶତରୁ ଅଧିକ ମେଡିକାଲ ଗ୍ରେଡ ଅମ୍ଳଜାନ ମାଗଣାରେ ଯୋଗାଉଛି ରିଲାଏନ୍ସ

ମୁମ୍ବଇ/ଭୁବନେଶ୍ୱର: ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି। ସାଂପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ଅମ୍ଳଜାନ ସବୁଠାରୁ ଜରୁରୀ ଆବଶ୍ୟକତା ହୋଇଛି। ରିଲାଏନ୍ସ ପାରମ୍ପରିକ ଭାବେ ତରଳ ଅମ୍ଳଜାନର ଉତ୍ପାଦନକାରୀ ହୋଇନଥିବାବେଳେ ସଂପ୍ରତି ଗୋଟିଏ ସ୍ଥାନରେ ଏହି ଜୀବନ ରକ୍ଷାକାରୀ ସମ୍ବଳର ଦେଶରେ ସର୍ବବୃହତ ଉତ୍ପାଦନକାରୀ ହୋଇଛି। ଜାମନଗରସ୍ଥିତ ଏହାର ବିଶୋଧନାଗାର-ତଥା-ପେଟ୍ରୋରସାୟନ କଂପ୍ଲେକ୍ସ ତଥା ଏହାର ଅନ୍ୟାନ୍ୟ ୟୁନିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସଂପ୍ରତି ଦୈନିକ ୧୦୦୦ ମେଟ୍ରିକ ଟନ୍‌ରୁ ଅଧିକ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁଛିଯାହା ଭାରତରେ ହେଉଥିବା ମୋଟ ଉତ୍ପାଦନର ୧୧ ପ୍ରତିଶତ । ଏହି ଅନୁସାରେ ଏହା ପ୍ରତି ଦଶ ଜଣରେ ଜଣେ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି। ଏହି ଅମ୍ଳଜାନ କୋଭିଡ-୧୯ରେ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯାଉଛି।

ରିଲାଏନ୍ସର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିଲାଏନ୍ସ ପକ୍ଷରୁ ଭାରତରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ସ୍ଥିତି ମଜଭୁତ କରିବାକୁ ଜାମନଗରଠାରେ ଦୁଇସୂତ୍ରୀ ଆଭିମୁଖ୍ୟ କାର୍ଯ୍ୟକାରୀ କରାଯାଉଛି। ପ୍ରଥମତଃ ରିଲାଏନ୍ସର ଜାମନଗର ଏବଂ ଅନ୍ୟାନ୍ୟ ୟୁନିଟରେ ଥିବା ଶିଳ୍ପଭିତିକ ପ୍ରକ୍ରିୟାରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନକୁ ଅଗ୍ରାଧିକାର ଦିଆଯାଉଛି। ଦ୍ୱିତୀୟରେ ଉତ୍ପାଦିତ ଅମ୍ଳଜାନକୁ କରୋନା ପ୍ରଭାବିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସୁରୁଖୁରୁରେ ଓ ନିରାପଦରେ ପଠାଇବାକୁ ବୋଝେଇ ଓ ପରିବହନ ବ୍ୟବସ୍ଥାକୁ ଅଧିକ ସୁସଂହତ କରାଯାଉଛି। କୋଭିଡ ମହାମାରୀ ପୂର୍ବରୁ ରିଲାଏନ୍ସ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁନଥିଲା।

ତେବେ ରିଲାଏନ୍ସର ଇଞ୍ଜିନିୟରମାନେ ଖୁବ କମ ସମୟ ମଧ୍ୟରେ ବିଶୋଧନାଗାର ଏବଂ ପେଟ୍ରୋରସାୟନ ଗ୍ରେଡ ଅମ୍ଳଜାନ ଉତ୍ପାଦନ ଡିଜାଇନକୁ ଅତ୍ୟନ୍ତ ଶୁଦ୍ଧ ମେଡିକାଲ ଗ୍ରେଡ ଅମ୍ଳଜାନରେ ରୂପାନ୍ତରିତ କରିବା ଏବଂ ଉତ୍ପାଦନ ବୃଦ୍ଧି ଘଟାଇବା କାର୍ଯ୍ୟ ସମ୍ପାଦନ କରିଥିଲେ। ମେଡିକାଲ ଗ୍ରେଡ ତରଳ ଅକ୍ସିଜେନକୁ ସାଧାରଣତଃ ତରଳ ଆକାରରେ ବିଯୁକ୍ତ ୧୮୩ ଡିଗ୍ରୀ ସେଲସିୟସ ତାପମାତ୍ରାରେ ପ୍ରସ୍ତୁତ କରାଯାଇଥାଏ ଯାହା ପ୍ରାୟତଃ ୯୯.୫% ଶୁଦ୍ଧ ହୋଇଥାଏ। ସେଥିପାଇଁ ଏହି ଅମ୍ଳଜାନ ଉତ୍ପାଦନ ଏବଂ ଏହାର ପରିମାଣ ବୃଦ୍ଧି କରିବା କ୍ଷେତ୍ରରେ ଅନେକ ଆପଦ ରହିଥାଏ।

ରିଲାଏନ୍ସ ସଂପ୍ରତି ତାହାର ମେଡିକାଲ ଗ୍ରେଡ ଅମ୍ଳଜାନ ଉତ୍ପାଦନ ବସ୍ତୁତଃ ଶୂନ୍ୟ ସ୍ତରରୁ ଦିନକୁ ୧୦୦୦ ଟନ୍‌କୁ ଖୁବ କମ ସମୟ ମଧ୍ୟରେ ପହଂଚାଇବା ସହିତ ଉତ୍ପାଦନ ବୃଦ୍ଧି କରାଇ ପାରିଛି। ରିଲାଏନ୍ସ ଇଞ୍ଜିନିୟରମାନେ ଅକ୍ଳାନ୍ତ ଭାବରେ କାର୍ଯ୍ୟକରି ଏବଂ କ୍ରାୟୋଜେନିକ ବାୟୁ ପୃଥକିକରଣ ୟୁନିଟଗୁଡିକକୁ ସର୍ବାଧିକ କାର୍ଯ୍ୟକ୍ଷମ କରାଇ ତଥା ସେଥିରେ ଆବଶ୍ୟକ ପରିବର୍ତନ ଆଣି ଏହା ସମ୍ଭବ କରିପାରିଛନ୍ତି। ସଂପ୍ରତି ରିଲାଏନ୍ସ ଦେଶରେ ଉତ୍ପାଦିତ ମୋଟ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନର ୧୧ ପ୍ରତିଶତରୁ ଅଧିକ ଉତ୍ପାଦନ କରୁଛି।

ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଏହି ଅମ୍ଳଜାନ ମାଗଣାରେ ଯୋଗାଇ ଦିଆଯାଉଛି ଏବଂ ଏହା ପ୍ରତିଦିନ ୧ଲକ୍ଷରୁ ଅଧିକ ରୋଗୀଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରୁଛି। କେବଳ ଅପ୍ରେଲ୍ ମାସରେ ରିଲାଏନ୍ସ ୧୫୦୦୦ ମେଟ୍ରିକ୍ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇଥିବା ବେଳେ ୨୦୨୦ ମାର୍ଚ୍ଚରେ ମହାମାରୀ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ରିଲାଏନ୍ସ ସମଗ୍ର ଦେଶରେ ୫୫,୦୦୦ ମେଟ୍ରିକ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇ ସାରିଛି।

ଉଚ୍ଚ ଗୁଣମାନର ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ ସହିତ ତାହାକୁ ଦେଶର ବିଭିନ୍ନ ଭାଗକୁ ପରିବହନ କରିବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବା ଆଉ ଏକ ଆହ୍ୱାନ ହୋଇଛି। ସେଥିପାଇଁ ଏହାର ନିରାପଦ ଏବଂ ତ୍ୱରିତ ପରିବହନ ନିମନ୍ତେ ରିଲାଏନ୍ସ ନିଜର ବୋଝେଇ କ୍ଷମତା ବୃଦ୍ଧି ଘଟାଇବା ଆବଶ୍ୟକତା ଦେଖାଦେଇଥିଲା। ଏହା ହାସଲ କରିବାକୁ ରିଲାଏନ୍ସର ଇଞ୍ଜିନିୟରମାନେ ରେଳ ଏବଂ ସଡକ ପରିବହନ ବ୍ୟବସ୍ଥାରେ ସ୍ମାର୍ଟ ଲଜିଷ୍ଟିକ୍ସ ପରିବର୍ତନ କରିଥିଲେ। ସେଥିମଧ୍ୟରେ ସମାନ୍ତରାଳ ଲାଇନ ବିଛାଇବାହୋସ୍ ବ୍ୟବହାର କରିବା ଏବଂ ପ୍ରେସର ଡିଫରେନ୍ସିଆଲ ଜରିଆରେ ତରଳ ଟ୍ୟାଙ୍କରଗୁଡିକୁ ବୋଝେଇ କରିବା ଆଦି ଅନ୍ତର୍ଭୁକ୍ତ। ଅନ୍ୟଏକ ନୂତନ ପଦକ୍ଷେପ ସ୍ୱରୂପ ରିଲାଏନ୍ସ ନାଇଟ୍ରୋଜେନ ଟ୍ୟାଙ୍କରଗୁଡିକୁ ମେଡିକାଲ ଗ୍ରେଡ ଅମ୍ଳଜାନ ପରିବହନ ପାଇଁ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତା ସଂଗଠନ ଦ୍ୱାରା ଅନୁମୋଦିତ ନିରାପଦ ପ୍ରକ୍ରିୟାରେ ପରିବହନକାରୀ ଟ୍ରକରେ ରୂପାନ୍ତରିତ କରିଥିଲା।

ଏଥିସହିତ ରିଲାଏନ୍ସ ସାଉଦି ଆରବଜର୍ମାନୀବେଲଜିୟମହଲାଣ୍ଡ ଏବଂ ଥାଇଲାଣ୍ଡ୍‌ରୁ ୨୪ଟି ଆଇଏସ୍‌ଓ କଂଟେନର ବିମାନଯୋଗେ ଭାରତକୁ ଆଣିବା ବ୍ୟବସ୍ଥା କରିଥିଲା। ଏଥିସହ ଦେଶର ତରଳ ଅମ୍ଳଜାନ ପରିବହନ କ୍ଷମତାରେ ବୃଦ୍ଧି ଘଟାଇ ରିଲାଏନ୍ସ ୫୦୦ ମେଟ୍ରିନ ଟନ୍ ଅତିରିକ୍ତ ପରିବହନ କ୍ଷମତା ଯୋଗ କରିଛି। ଏହି ଆଇଏସ୍‌ଓ କଂଟେନରଗୁଡିକ ଦେଶରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ପରିବହନ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବାରେ ସହାୟକ ହେବ। ବିମାନ ଯୋଗେ ଆଇଏସ୍‌ଓ କଂଟେନରଗୁଡିକ ଭାରତ ଆଣିବାରେ ଭାରତୀୟ ବାୟୁସେନା ସହଯୋଗ ପ୍ରଦାନ କରିଥିବାରୁ କମ୍ପାନୀ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସେହିଭଳି ଆଇଏସ୍‌ଓ କଂଟେନରଗୁଡିକ ଅଧିଗ୍ରହଣ କରିବାରେ ରିଲାଏନ୍ସର ସହଯୋଗୀ ସାଉଦି ଆରାମକୋ ଏବଂ ବିପି ପୂର୍ଣ୍ଣ ସହଯୋଗ ଯୋଗାଇଦେଇଛନ୍ତି।

ଏହି ସମସ୍ତ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଅମ୍ବାନି କହିଛନ୍ତି, “ସମଗ୍ର ଭାରତ କୋଭିଡ-୧୯ ମହାମାରୀର ନୂଆ ଲହର ବିରୁଦ୍ଧରେ ଲଢେଇ କରୁଥିବାବେଳେ ମୋ ପାଇଁ ଏବଂ ରିଲାଏନ୍ସରେ ଆମ ସମସ୍ତଙ୍କ ପାଇଁ ପ୍ରତ୍ୟେକଟି ଜୀବନ ବଂଚାଇବା ଠାରୁ ଆଉ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଭାରତରେ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ଉତ୍ପାଦନ ଏବଂ ପରିବହନ କ୍ଷମତାର ବଢାଇବାର ତୁରନ୍ତ ଆବଶ୍ୟମତା ରହିଛି। ଜାମନଗରରେ କାର୍ଯ୍ୟରତ ଯୁବ ଇଞ୍ଜିନିୟରମାନଙ୍କ ସାହସ ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ମୁଁ ଗର୍ବିତ କାଣ ସେମାନେ ଦେଶର ଏହି ଜରୁରୀ ଆବଶ୍ୟକତା ସମୟରେ ଧୈର୍ଯ୍ୟର ସହ କାର୍ଯ୍ୟ କରି ନିଜର ଦୃଢ ସଂକଳ୍ପ ବଳରେ ସଫଳତା ହାସଲ କରିଛନ୍ତି। ”

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, “ଆମ ଦେଶ ସଂପ୍ରତି ଏକ ଅପ୍ରତ୍ୟାଶିତ ସଙ୍କଟ ଦେଇ ଗତିକରୁଛି। ରିଲାଏନ୍ସ ଫାଉଣ୍ଡେସନରେ ଆମେ ଯଥାସମ୍ଭବ ସହାୟତା ଯୋଗାଣ ଜାରି ରଖିବୁ। ପ୍ରତ୍ୟେକଟି ଜୀବନ ମୂଲ୍ୟବାନ। ଆମର ଜାମନଗର ବିଶୋଧନାଗାରରେ ଥିବା ଆମ ପ୍ଲାଂଟଗୁଡିକରେ ପରିବର୍ତନ ଆଣି ରାତାରାତି ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରିବାକୁ ପ୍ରସ୍ତୁତ କରାଯାଇଛିଯାହାକୁ ସମଗ୍ର ଦେଶରେ ଯୋଗାଇ ଦିଆଯାଉଛି। ଆମର ଭାବନା ଏବଂ ଆମର ପ୍ରାର୍ଥନା ଆମର ପ୍ରିୟ ଦେଶବାସୀ ଓ ସମସ୍ତ ମହିଳାଙ୍କ ସହିତ ରହିଛି । ସମ୍ମିଳିତ ଭାବରେ ଉଦ୍ୟମ ଜାରିରଖି ଏକାଠି ଏହି ଜଟିଳ ସମସ୍ୟାକୁ ଆମେ ଦୂର କରିବା।”