ଡାଟା ସେଣ୍ଟର ବ୍ୟବସାୟରେ ରିଲାଏନ୍ସର ପ୍ରବେଶ, ବୃକଫିଲଡ ସହ ସହଭାଗିତା

Published: Jul 26, 2023, 9:32 am IST

ଭୁବନେଶ୍ୱର: ଭାରତରେ ଡାଟାସେଣ୍ଟର ବିକାଶ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବୃକଫିଲଡ ଇନଫ୍ରାଷ୍ଟ୍ରକ୍ଚର ଓ ଡିଜିଟାଲ ରିଆଲିଟି ସହିତ ସହଭାଗିତା ଓ ନିବେଶ ଘୋଷଣା କରାଯାଇଛି। ଉଭୟ ବୃକଫିଲଡ ଓ ଡିଜିଟାଲ ରିଆଲିଟିର ଭାରତରେ ରହିଥିବା କମ୍ପାନୀଗୁଡିକର ୩୩.୩୩ ପ୍ରତିଶତ କିଣିବା ରିଲାଏନ୍ସ। ପ୍ରସ୍ତାବିତ ନିବେଶର ମୂଲ୍ୟ ୩୭୮ କୋଟି ଟଙ୍କା ରହିଛି, ଯାହା ଆବଶ୍ୟକତା ହିସାବରେ ୬୨୨ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି କାରବାର ରେଗୁଲେଟରି ଅନୁମୋଦନ ଅଧୀନରେ ରହିଛି ଏବଂ ପ୍ରାୟ ତିନି ମାସ ଅବଧିରେ ସମ୍ପୂର୍ଣ୍ଣ ହେବାର ଆଶା ରହିଛି।

ଭାରତରେ ଡିଜିଟାଲ ରିଆଲିଟି ଟ୍ରଷ୍ଟ ଏବଂ ବୃକଫିଲଡ ଇନ୍ଫ୍ରାଷ୍ଟ୍ରକ୍ଚରର ମିଳିତ ଉଦ୍ୟୋଗ ଡିଜିଟାଲ ସେବା କମ୍ପାନିଗୁଡ଼ିକ ପାଇଁ ମହତ୍ୱପୂର୍ଣ୍ଣ ମୌଳିକ ଢାଞ୍ଚାର ବିକାଶ କରୁଛି। ଏହି ମିଳିତ ଉଦ୍ୟୋଗ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଏବଂ ସଂଯୁକ୍ତ ତଥା ଆବଶ୍ୟକତା ମୁତାବକ ବୃଦ୍ଧି ହୋଇପାରୁଥିବା ଡାଟା ସେଣ୍ଟର ନିର୍ମାଣ କରୁଛି। ଏହି ସହଭାଗିତା ସହିତ ରିଲାଏନ୍ସ ଏହି ସଂଯୁକ୍ତ ଉଦ୍ୟମର ଏକ ସମାନ ଅଂଶୀଦାର ହେବ। ଏହି ନୂଆ ମିଳିତ ଉଦ୍ୟୋଗର ନାମ ଡିଜିଟାଲ କନେକ୍ସନ : ଏ ବୃକଫିଲଡ ଜିଓ ଓ ଡିଜିଟାଲ ରିଆଲିଟି କମ୍ପାନୀ ରହିବ।

ଏହି ମିଳିତ ଉଦ୍ୟୋଗ (ଜେଭି) ସମ୍ପ୍ରତି ଚେନ୍ନାଇ ଓ ମୁମ୍ବାଇର ପ୍ରମୁଖ ସ୍ଥାନରେ ଡାଟା ସେଣ୍ଟର ବିକଶିତ କରୁଛି। ଚେନ୍ନାଇରେ ୧୦୦ ମେଗାୱାଟ ପରିସରରେ ଏହି ମିଳିତ ଉଦ୍ୟୋଗର ପ୍ରଥମ ୨୦ ମେଗାୱାଟ ଗ୍ରୀନଫିଲଡ ଡାଟା ସେଣ୍ଟର ୨୦୧୩ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ଆଶା କରାଯାଉଛି। ସେହିଭଳି ନିକଟରେ ଏହା ୪୦ ମେଗାୱାଟ ଡାଟା ସେଣ୍ଟର ନିର୍ମାଣ ପାଇଁ ମୁମ୍ବାଇରେ ୨.୧୫ ଏକର ଜମି ଅଧିଗ୍ରହଣ ନେଇ ଘୋଷଣା କରିଥିଲା।

ଏହି ସହଭାଗିତା ସମ୍ପର୍କରେ ଜିଓ ପ୍ଲାଟଫର୍ମ ଲିମିଟେଡ଼ର ସିଇଓ କିରଣ ଥୋମାସ କହିଛନ୍ତି ଯେ \”ଆମେ ଡିଜିଟାଲ ରିଆଲିଟି ଏବଂ ଆମର ବର୍ତମାନର ବିଶ୍ୱସନୀୟ ସହଯୋଗୀ ବୃକଫିଲଡ ସହିତ ସହଭାଗିତା ନେଇ ବେଶ ଉତ୍ସାହିତ ଅଛୁ। ଏହି ସହଭାଗିତା ଆମର ନିଜର ଉଦ୍ୟୋଗ ତଥା ଏସଏମବି ଗ୍ରାହକମାନଙ୍କୁ କ୍ଲାଉଡ଼ ଜରିଆରେ ତ୍ଵରିତ ଅତ୍ୟାଧୁନିକ, ପ୍ଲଗ-ଏଣ୍ଡ-ପ୍ଲେ ସମାଧାନ ପ୍ରଦାନ କରିବା ସହିତ ସେମାନଙ୍କ ଡିଜିଟାଲ ପରିବର୍ତ୍ତନର ନେତୃତ୍ୱ ନେଇ ଅଧିକ କୁଶଳ କରିବାରେ ସହାୟକ ହେବ।

Related posts