Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

୩୧ତମ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚୀନରେ ଆୟୋଜିତ ୩୧ତମ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ଆଥଲେଟମାନେ ରେକର୍ଡ ସଂଖ୍ୟାରେ ୧୧ ସ୍ୱର୍ଣ୍ଣ, ୫ ରୌପ୍ୟ, ୧୦ ବ୍ରୋଞ୍ଜ ସହ ୨୬ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପ୍ରଶଂସା କରିଛନ୍ତି। ୧୯୫୯ ମସିହାରେ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ଆରମ୍ଭ ହେବା ପରଠାରୁ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ଏହି ସଫଳତା ପାଇଁ ଆଥଲେଟ, ସେମାନଙ୍କ ପରିବାର ଓ ପ୍ରଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଏପରି କ୍ରୀଡ଼ା ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ!’

୩୧ତମ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ଆଥଲେଟମାନେ ୨୬ ପଦକ ହାସଲ କରି ରେକର୍ଡ ଭାଙ୍ଗିଛନ୍ତି। ଏହା ଆମର ସର୍ବୋତ୍ତମ ପ୍ରଦର୍ଶନ। ଏଥିରେ ୧୧ ସ୍ୱର୍ଣ୍ଣ, ୫ ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୂକ୍ତ।

ଆମ ଅତୁଳନୀୟ ଆଥଲେଟମାନଙ୍କୁ ସାଲ୍ୟୁଟ୍‌, ଯେଉଁମାନେ ଦେଶର ଗୌରବ ବଢ଼ାଇଛନ୍ତି ଏବଂ ଆଗାମୀ ଦିନର କ୍ରୀଡ଼ବିତମାନଙ୍କୁ ପ୍ରେରଣା ଦେଇଛନ୍ତି।

‘ବିଶେଷ ଖୁସିର କଥା ହେଉଛି, ୧୯୫୯ ମସିହାରେ ଡେବ୍ୟୁ କରିବା ପରଠାରୁ ଏବେ ସୁଦ୍ଧା ଭାରତ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ମୋଟ ୧୮ଟି ପଦକ ଜିତିଥିଲା। ହେଲେ ୨୬ ପଦକ ସହ ଚଳିତ ବର୍ଷର ପ୍ରଦର୍ଶନ ବାସ୍ତବରେ ଉଲ୍ଲେଖନୀୟ।

ଏଭଳି ଚମତ୍କାର ପ୍ରଦର୍ଶନ ଆମ ଆଥଲେଟମାନଙ୍କ ଅଦମ୍ୟ ଉତ୍ସର୍ଗର ପ୍ରମାଣ। ଏହି ସଫଳତା ପାଇଁ ମୁଁ ଆଥଲେଟ, ସେମାନଙ୍କ ପରିବାର ଏବଂ ପ୍ରଶିକ୍ଷକମାନଙ୍କ ପ୍ରଶଂସା କରୁଛି ଓ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି।’

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ ଅଲିମ୍ପିକ ଆସୋସିଏସନ ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଭାଗିତା

ମୁମ୍ବଇ /ଭୁବନେଶ୍ୱର: ଭାରତୀୟ ଆଥଲେଟମାନଙ୍କର ପ୍ରଦର୍ଶନ ଉଚ୍ଚସ୍ତରରେ ପହଂଚାଇବା, ଜାତୀୟ କ୍ରୀଡା ମହାସଂଘଗୁଡିକୁ ସମର୍ଥନ ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡା ରାଷ୍ଟ୍ରର ମାନ୍ୟତା ପ୍ରଦାନ କରି ଭବିଷ୍ୟତରେ ଭାରତରେ ଅଲିମ୍ପିକ କ୍ରୀଡା ଆୟୋଜନ ଲକ୍ଷ୍ୟରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ୍‌) ଏବଂ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ) ଏକ ଦୀର୍ଘସୂତ୍ରୀ ସହଭାଗିତା ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି । ଏହି ସହଭାଗିତା ଅଧୀନରେ ଆରଆଇଏଲ୍ ଏବଂ ଆଇଓଏ ମଧ୍ୟ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଇଣ୍ଡିଆ ହାଉସ ସ୍ଥାପନ କରିବେ।

ଆଇଓଏର ପ୍ରମୁଖ ସହଭାଗୀ ଭାବରେ ଆରଆଇଏଲ୍ ଭାରତୀୟ ଆଥଲେଟଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡା, ଏସୀୟ କ୍ରୀଡା ଏବଂ ଅଲିମ୍ପିକ କ୍ରୀଡା ସମେତ ସମସ୍ତ ବିବିଧ ଶୃଙ୍ଖଳ ଥିବା କ୍ରୀଡା କାର୍ଯ୍ୟକ୍ରମରେ ସମର୍ଥନ କରିବେ। ଏଥିସହିତ ଅଲିମ୍ପିକ ହସପିଟାଲିଟି ହାଉସ୍ ଏକ କ୍ରୀଡା ପରମ୍ପରା ହୋଇଥବାବେଳେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରଥମ ଅଲିମ୍ପିକ ହାଉସ୍ ଏକ ଐତିହାସିକ ମାଇଲଖୁଂଟ ହେବ । ନିଜ ଘରଠାରୁ ଦୂରରେ ଏହି ଘର ସ୍ଥାପନ ଏବଂ ବିଶ୍ୱ କ୍ରୀଡାକ୍ଷେତ୍ରରେ ଏକ ଶୀର୍ଷସ୍ତରର କାର୍ଯ୍ୟକ୍ରମରେ ସାରା ବିଶ୍ୱ ନିକଟରେ ଭାରତକୁ ପ୍ରଦର୍ଶିତ କରିବା, ଅଲିମ୍ପିକ ଆନ୍ଦୋଳନ ନିମନ୍ତେ ଆରଆଇଏଲ୍‌ର ପ୍ରତିବଦ୍ଧତା କ୍ଷେତ୍ରରେ ଆଉ ଏକ ଉଦାହରଣ ହେବାକୁ ଯାଉଛି।

ନିତା ଏମ୍ ଅମ୍ବାନି, ଆଇଓସି ସଦସ୍ୟ ଏବଂ ନିର୍ଦ୍ଦେଶିକା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ କହିଛନ୍ତି, “ବିଶ୍ୱ କ୍ରୀଡା ଜଗତରେ ଭାରତ କେନ୍ଦ୍ରସ୍ଥାନ ନେଉ ଏହା ଦେଖିବା ଆମ ପାଇଁ ସ୍ୱପ୍ନ ହୋଇ ରହିଛି। ସମଗ୍ର ଦେଶରେ ଯୁବ କ୍ରୀଡାବିତ୍‌ଙ୍କୁ ବିଶ୍ୱ ମାନର ଭିତିଭୂମି ଏବଂ ସୁବିଧା ସୁଯୋଗ ଦ୍ୱାରା ସମର୍ଥନ କରି ଏବଂ ସେମାନଙ୍କୁ ସଶକ୍ତ କରିବାକୁ ଆଇଓଏ ସହିତ ଆମର ସହଭାଗିତା ରିଲାଏନ୍ସ ଫାଉଣ୍ଡେସନ୍‌ର ଗଭୀର ପ୍ରତିବଦ୍ଧତାର ପରିଚାୟକ। ଆମେ ମଧ୍ୟ ୨୦୨୪ରେ ପ୍ୟାରିସ ଅଲମ୍ପିକ କ୍ରୀଡାରେ ପ୍ରଥମ ଇଣ୍ଡିଆ ହାଉସ୍ ସ୍ଥାପନ ନେଇ ଅତ୍ୟନ୍ତ ଉଲ୍ଲସିତ ରହିଛୁ। ଏହା ସମଗ୍ର ବିଶ୍ୱକୁ ଭାରତର ବିପୁଳ ପ୍ରତିଭା, ସାମର୍ଥ୍ୟ ଏବଂ ସେମାନଙ୍କର ଆଶା ଆକାଂକ୍ଷା ପ୍ରଦର୍ଶିତ କରିବାକୁ ଏକ ବିରାଟ ସୁଯୋଗ ଯୋଗାଇଦେବ।”

ଆଇଓଏ ମହାସଚିବ ରାଜୀବ ମେହଟା କହିଛନ୍ତି, “ଭାରତୀୟ ଅଲିମ୍ପିକ ଆସୋସିଏସନ୍ ସହିତ ଏହି ସହଭାଗିତା ଏବଂ ଭାରତୀୟ କ୍ରୀଡାଗୁଡିକୁ ବିଗତ ବହୁବର୍ଷ ଧରି ସେମାନଙ୍କର ସମର୍ଥନ ତଥା ଅଲିମ୍ପିକ ଆନ୍ଦୋଳନରେ ଯୋଗଦେବାକୁ ପରବର୍ତୀ ପିଢିର ପିଲାଙ୍କୁ ପ୍ରେରଣା ଦେବା ନେଇ ମୁଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ନିତା ଅମ୍ବାନିଙ୍କୁ ଧନ୍ୟବାଦ ଜଣାଉଛି। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଇଣ୍ଡିଆ ହାଉସ ସ୍ଥାପନ ଏକ ସ୍ମରୀଣୀୟ ମୁହର୍ତ ହେବ। ଅଲିମ୍ପିକ ଆନ୍ଦୋଳନ ଦିଗରେ ଭାରତର ପ୍ରତିବଦ୍ଧତା ଦିଗରେ ଏହା ଏକ ବିଶାଳ ପ୍ରୟାସ ହେବ।”

୨୦୨୪ ଅଲିମ୍ପିକ୍ସ ପୂର୍ବରୁ ଭାରତ ୨୦୨୩ ଜୁନ୍‌ରେ ସମ୍ମାନଜନକ ୧୪୦ତମ ଆଇଓସି ଅଧିବେଶନ ମୁମ୍ବଇସ୍ଥିତ ଅତ୍ୟାଧୁନିକ ଜିଓ ୱର୍ଲଡ ସେଂଟରରେ ଆୟୋଜନ କରିବ। ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଅବସରରେ ଆଇଓସି ଅଧିବେଶନ ଆୟୋଜିତ ହେବାକୁ ଯାଉଥିବାବେଳେ ଏହା ଭାରତରେ କ୍ରୀଡାର ଭୂମିକା ଉପରେ ଆଲୋକପାତ କରିବା ସହିତ ଅଲିମ୍ପିକ ଆନ୍ଦୋଳନ ପ୍ରତି ଭାରତର ଅବଦାନକୁ ନେଇ ଖୁସି ମନାଇବ। ୨୦୨୨ ମେ ମାସରେ ଭାରତର ପ୍ରଥମ ‘ଅଲିମ୍ପିକ ଭାଲ୍ୟୁଜ ଏଜୁକେସନ ପ୍ରୋଗ୍ରାମ’ (ଓଭିଇପି) ଓଡ଼ିଶାରେ ଆରମ୍ଭ କରାଯାଇଥିଲା, ଯେଉଁଥିରେ ଅଲିମ୍ପିକ୍ସର ମୂଳ ମୂଲ୍ୟବୋଧକୁ ସଂସ୍ଥାପିତ କରିବା ସକାଶେ ଶିକ୍ଷା ଓ କ୍ରୀଡାର ଦ୍ୱୈତ ଶକ୍ତିକୁ ସମ୍ମିଳିତ କରାଯାଇଛି। ଯୁବବର୍ଗଙ୍କୁ ଅଲିମ୍ପିକ୍‌ର ଉତ୍କର୍ଷ, ସମ୍ମାନ ଏବଂ ବନ୍ଧୁତ୍ୱ ମୂଲ୍ୟବୋଧ ସମ୍ପର୍କରେ ପରିଚିତ କରାଇବାକୁ ଓଭିଇପି ଅଇଓସି ଦ୍ୱାରା ଡିଜାଇନ କରାଯାଇଥିବା ଏକ ବାସ୍ତବବାଦୀ ଉତ୍ସସମୂହ ହୋଇଛି। ପିଲାମାନଙ୍କୁ ସକ୍ରିୟ, ସୁସ୍ଥ ଏବଂ ଦାୟିତ୍ୱସମ୍ପନ୍ନ ନାଗରିକ ଭାବରେ ଗଢିତୋଳିବା ଦିଗରେ ସେମାନଙ୍କୁ ସହାୟତା କରିବାକୁ ମୂଲ୍ୟବୋଧ ଭିତିକ ପାଠ୍ୟକ୍ରମ ଯୋଗାଇଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।