Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲର ଅଭିବୃଦ୍ଧି ଧାରା ଜାରି: ୨୪୦୦ କୋଟି ଟଙ୍କା ନେଟ୍‍ ଲାଭ ଉପାର୍ଜନ
ଆଜିର ଖବର

ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲର ଅଭିବୃଦ୍ଧି ଧାରା ଜାରି: ୨୪୦୦ କୋଟି ଟଙ୍କା ନେଟ୍‍ ଲାଭ ଉପାର୍ଜନ

January 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବଇ: ରିଲାଏନ୍ସ ରିଟେଲ ତାହାର ଅଭିବୃଦ୍ଧି ଧାରା ଜାରି ରଖିବା ସହିତ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ମୋଟ ୬୭,୬୨୩ କୋଟି ଟଙ୍କା ରାଜସ୍ୱ ଆୟ କରିଛି, ଯାହା ପୂର୍ବବର୍ଷ ସେହି ସମୟ ତୁଳନାରେ ୧୭ ପ୍ରତିଶତ ଅଧିକ। ଏହି ବ୍ୟବସାୟରୁ ଟିକସପୂର୍ବ ଆୟ (ଇବିଆଇଟିଡିଏ) ୪,୭୭୩ କୋଟି ଟଙ୍କା ହୋଇଛି, ଯାହା ପୂର୍ବବର୍ଷ ତୃତୀୟ ତ୍ରୟମାସିକ ତୁଳନାରେ ୨୫ ପ୍ରତିଶତ ଅଧିକ।

ଏହା ତୃତୀୟ ତ୍ରୟମାସରେ ସମସ୍ତ ଉପଭୋକ୍ତା ଆହରଣ ବିଭାଗରେ ଲଗାତର ଅଭିବୃଦ୍ଧି ହାସଲ କରିଥିଲା ଏବଂ ସେହି ସମୟରେ ତେଜରାତି ସାମଗ୍ରୀ ବ୍ୟବସାୟ ଅଭିବୃଦ୍ଧି ପୂର୍ବ ବର୍ଷ ସେହି ତ୍ରୟମାସ ତୁଳନାରେ ୬୫ ପ୍ରତିଶତ, ଫାଶନ ଓ ଲାଇଫଷ୍ଟାଇଲ ବ୍ୟବସାୟ ୧୩ ପ୍ରତିଶତ ଏବଂ ଇଲେକ୍‍ଟ୍ରୋନିକ୍ସ ଉପକରଣକୁ ବାଦ୍‍ଦେଇ ଉପଭୋକ୍ତା ଇଲେକ୍‍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟବସାୟିକ ଅଭିବୃଦ୍ଧି ଏହି ସମୟରେ ୪୫ ପ୍ରତିଶତ ହୋଇଛି। ଏହି ତ୍ରୟମାସରେ ରିଲାଏନ୍ସ ରିଟେଲ ୨୪୦୦ କୋଟି ଟଙ୍କା ନେଟ୍‍ଲାଭ ହାସଲ କରିଛି।

ଏହି ତ୍ରୟମାସରେ ଋିଲାଏନ୍ସ ରିଟେଲ ୭୮୯ଟି ନୂଆ ଷ୍ଟୋର ଖୋଲିବା ସହିତ ତାହାର ଷ୍ଟୋର ଉପସ୍ଥିତିକୁ ପରିବ୍ୟାପ୍ତ କରିଛି ଏବଂ ୬ ନିୟୁତ ବର୍ଗଫୁଟ ନୂଆ ଯୋଗକରିବା ସହିତ ୨୦୨୨-୨୩ ଆର୍ଥିକ ବର୍ଷ ତୃତୀୟ ତ୍ରୟମାସ ଶେଷସୁଦ୍ଧା ମୋଟ ଷ୍ଟୋର ସଂଖ୍ୟା ୧୭,୨୨୫ରେ ପହଞ୍ଚିଛି ଏବଂ ଏହା ମୋଟ ୬୦.୨ ନିୟୁତ ବର୍ଗଫୁଟ ଅଞ୍ଚଳରେ ରହିଛି।
ଏହାର ଲୋକଶକ୍ତି ୪୧୮,୦୦୦ରୁ ଅଧିକ ରହିଥିବାବେଳେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କର୍ମଚାରୀଙ୍କୁ ଅଧିକ କୁଶଳତା ଶିକ୍ଷା ଦେବା ରିଲାଏନ୍ସ ରିଟେଲର ସମାବେଶୀ ଅଭିବୃଦ୍ଧି ଲକ୍ଷ୍ୟରେ ମୁଖ୍ୟ ସ୍ଥାନ ହୋଇ ରହିଛି।

ରିଲାଏନ୍ସ ରିଟେଲ ଏହି ତ୍ରୟମାସରେ ଏହାର ବିବିଧ ଫର୍ମାଟ ଏବଂ ଭୌଗୋଳିକ ଅଞ୍ଚଳରେ ରେକର୍ଡ ୨୦୧ ନିୟୁତ ଫୁଟ୍‍ଫଲ୍‍ ଲକ୍ଷ୍ୟ କରିଛି, ଯାହା ପୂର୍ବବର୍ଷ ତୃତୀୟ ତ୍ରୟମାସ ତୁଳନାରେ ୨୫ ପ୍ରତିଶତ ଅଧିକ।

ରିଲାଏନ୍ସ ରିଟେଲ ଗ୍ରାହକଙ୍କୁ ବ୍ୟାପକ ଭାବରେ ନିରନ୍ତର ସେବା ପ୍ରଦାନ କରୁଛି ଏବଂ ଏହାର ପଞ୍ଜିକୃତ ଗ୍ରାହକ ସଂଖ୍ୟା ପୂର୍ବବର୍ଷ ତୃତୀୟ ତ୍ରୟମାସ ତୁଳନାରେ ୩୦ ପ୍ରତିଶତ ବୃଦ୍ଧିପାଇ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୨୩୫ ନିୟୁତରେ ପହଞ୍ଚିଛି ଏବଂ ଏହା ୨୬୫ ନିୟୁତରୁ ଅଧିକ କାରବାର କରିଛି, ଯାହା ପୂର୍ବବର୍ଷ ଏହି ସମୟ ତୁଳନାରେ ୩୦ ପ୍ରତିଶତ ଅଧିକ। ଏହା ରିଲାଏନ୍ସ ରିଟେଲର ମୂଲ୍ୟଗତ ଫାଇଦା ଉପରେ ଉପଭୋକ୍ତାଙ୍କ ବିଶ୍ୱାସର ପ୍ରତିଫଳନ ଭାବେ ବିବେଚିତ ହେଉଛି।

୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ କମ୍ପାନୀର ଡିଜିଟାଲ ଏବଂ ନୂଆ ବାଣିଜ୍ୟ କ୍ଷେତ୍ରରେ ପୂର୍ବବର୍ଷ ସେହି ସମୟ ତୁଳନାରେ ୩୮ ପ୍ରତିଶତ ଅଭିବୃଦ୍ଧି ଘଟିବା ସହିତ ଏହା ୧୮% ବ୍ୟବସାୟ ଯୋଗାଇ ଦେଇଛି। ଦୈନନ୍ଦିନ ଡିଜିଟାଲ ବାଣିଜ୍ୟ ଅର୍ଡର ପୂର୍ବବର୍ଷ ତୃତୀୟ ତ୍ରୟମାସ ତୁଳନାରେ ୩୦ ପ୍ରତିଶତ ବୃଦ୍ଧିପାଇଛି ଏବଂ ଏହାର ବ୍ୟବସାୟ ସହଭାଗୀ ସଂଖ୍ୟା ସମସ୍ତ ଭୌଗୋଳିକ ଅଞ୍ଚଳ ଏବଂ ଉପଭୋକ୍ତା ବର୍ଗରେ ପୂର୍ବବର୍ଷ ସେହି ସମୟ ତୁଳନାରେ ୭୦ ପ୍ରତିଶତ ବୃଦ୍ଧିପାଇଛି।

ଜିଓମାର୍ଟ ସମସ୍ତ ବର୍ଗର ସହରରେ ତାହାର ଅଭିବୃଦ୍ଧି ଧାରା ଜାରି ରଖିଛି। ଜିଓମାର୍ଟ ଏହାର ସାମଗ୍ରୀ ସଂଖ୍ୟା ପୂର୍ବବର୍ଷ ତୃତୀୟ ତ୍ରୟମାସ ତୁଳନାରେ ୭୧ ପ୍ରତିଶତ ବୃଦ୍ଧି ଘଟାଇବା ସହିତ ତାହାର ବିକ୍ରେତା ସଂଖ୍ୟାରେ ଏହି ସମୟ ମଧ୍ୟରେ ୮୩ ପ୍ରତିଶତ ବୃଦ୍ଧି ଘଟାଇଛି।

ଉପଭୋକ୍ତା ବ୍ରାଣ୍ଡ୍‍ସ୍‍ ବ୍ୟବସାୟ ପ୍ରକ୍ରିୟାକୃତ ଖାଦ୍ୟ, ପାନୀୟ, ମସଲା ଏବଂ ଷ୍ଟାପଲ୍‍ ଶସ୍ୟ ଆଦି କ୍ଷେତ୍ରରେ ଅନେକ ନୂଆ ନୂଆ କିସମ ପ୍ରଚଳନ କରିଛି। ସୋସ୍ୟୋ, ଲୋଟସ ଚକୋଲେଟକୁ ଅଧିଗ୍ରହଣ ଏବଂ ଇଣ୍ଡିପେଣ୍ଡେନ୍ସ ବ୍ରାଣ୍ଡ୍‍ ପ୍ରଚଳନ ଦ୍ୱାରା ଏହି ବ୍ୟବସାୟର ବର୍ଗମାଳା ଅଧିକ ସୁଦୃଢ ହୋଇପାରିବ। ମୋଟାମୋଟି ଭାବରେ ଏହି ଆର୍ଥିକ ଫଳାଫଳ ସମୁଦାୟ ଉପଭୋକ୍ତା ଆହରଣ ଶ୍ରେଣୀରେ ଲଗାତର ଅଭିବୃଦ୍ଧି ଧାରା ସହିତ ଦମ୍‍ଦାର ଲାଭ ଉପାର୍ଜନକୁ ମଧ୍ୟ ପ୍ରତିଫଳିତ କରୁଛି।

ଏହି ଆର୍ଥିକ ଫଳାଫଳ ସମ୍ପର୍କରେ ମତଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନି କହିଛନ୍ତି, “ରିଟେଲ ବ୍ୟବସାୟରେ ଆଉ ଏକ ତ୍ରୟମାସରେ ମଜଭୁତ ଅଗ୍ରଗତି ପରିଲକ୍ଷିତ ହୋଇଛି ଏବଂ ଅଧିକରୁ ଅଧିକ ଭାରତୀୟ ରିଲାଏନ୍ସ ରିଟେଲ ଷ୍ଟୋରରେ କିଣାକିଣିକୁ ପସନ୍ଦ କରୁଛନ୍ତି। ଆମେ ଗ୍ରାହକଙ୍କୁ ଉନ୍ନତତର ଉତ୍ପାଦ ଓ ମୂଲ୍ୟ ଯୋଗାଇଦେବା ସହିତ ଲାଭ ଉପାର୍ଜନରେ ବୃଦ୍ଧି ଘଟାଇବା ଉପରେ ଦୃଷ୍ଟିନିବଦ୍ଧ କରୁଛୁ।”

ଇଶା ଏମ୍‍ ଅମ୍ବାନି, ଏକ୍‍ଜିକ୍ୟୁଟିଭ ଡାଇରେକ୍ଟର, ରିଲାଏନ୍ସ ରିଟେଲ ଭେଞ୍ଚର୍‍ସ୍‍ ଲିମିଟେଡ କହିଛନ୍ତି, “ଆଲୋଚ୍ୟ ତ୍ରୟମାସରେ ଆମର ପ୍ରଦର୍ଶନ ଆମ ବ୍ୟବସାୟ ମଡେଲର ମଜଭୁତପଣ ଏବଂ ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି ଯାହା ଆମକୁ ସବୁସମୟରେ ଆମ ଗ୍ରାହକମାନଙ୍କୁ ସେବା ଯୋଗାଇଦେବାକୁ ସମର୍ଥ କରୁଛି। ଆମ ଗ୍ରାହକ ଏବଂ ଭେଣ୍ଡର ସହଭାଗୀଙ୍କ ସହିତ ସମ୍ପର୍କ ନିବିଡ କରିବାକୁ ଆମର ସମସ୍ତ ଷ୍ଟୋର ଏବଂ ଡିଜିଟାଲ ପ୍ଲାଟଫର୍ମରେ ସର୍ବୋତ୍ତମ କିଣାକିଣି ଅନୁଭୂତି ଯୋଗାଇଦେବାକୁ ଆମେ ଦୃଢପ୍ରତିଜ୍ଞ ରହିଛୁ।”

ଅଭିବୃଦ୍ଧି ଧାରା ଜାରି ତୃତୀୟ ତ୍ରୟମାସ ନେଟ୍ ଲାଭ ରିଲାଏନ୍ସ ରିଟେଲର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ୫ ବର୍ଷରେ ଓଡ଼ିଶାକୁ ମିଳିଛି ୯୧୪୭.୪୨ କୋଟି

August 20, 2025

ନବସୃଜନକୁ ପ୍ରୋତ୍ସାହିତ କରିବ ଏବଂ ସମାଜକୁ ସୁରକ୍ଷା ଦେବ ଅନଲାଇନ୍‌ ଗେମିଂ ବିଲ୍‌, ୨୦୨୫

August 20, 2025

କୋଦଳା ଉପକାରାଗାରରେ ବିଚାରଧୀନ ବୃଦ୍ଧଙ୍କ ମୃତ୍ୟୁ

August 20, 2025

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025
Latest News

ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ୫ ବର୍ଷରେ ଓଡ଼ିଶାକୁ ମିଳିଛି ୯୧୪୭.୪୨ କୋଟି

August 20, 2025

ନବସୃଜନକୁ ପ୍ରୋତ୍ସାହିତ କରିବ ଏବଂ ସମାଜକୁ ସୁରକ୍ଷା ଦେବ ଅନଲାଇନ୍‌ ଗେମିଂ ବିଲ୍‌, ୨୦୨୫

August 20, 2025

କୋଦଳା ଉପକାରାଗାରରେ ବିଚାରଧୀନ ବୃଦ୍ଧଙ୍କ ମୃତ୍ୟୁ

August 20, 2025

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.