Budget 2023: କିଛି ସମୟ ପରେ ସାଧାରଣ ବଜେଟ, ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଅର୍ଥମନ୍ତ୍ରୀ

Published: Feb 1, 2023, 10:36 am IST
Budget23

Budget2023: ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପିତ ହେବ ଦେଶର ସାଧାରଣ ବଜେଟ। ସେଥିପାଇଁ ସଂସଦରେ ପହଁଚିସାରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ପୂର୍ବରୁ ସେ ସଂସଦଭବନରେ ପହଁଚି ରାଷ୍ଟ୍ରପତି ଭବନ ଯାଇଥିଲେ। ସେଠାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବଜେଟ ଉପସ୍ଥାପନା ପାଇଁ ଅନୁମତି ନେଇଥିଲେ।

ଏହାପରେ ସେ ସଂସଦ ଭବନରେ କ୍ୟାବିନେଟ ବୈଠକରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ଏହି ବୈଠକରେ ବଜେଟ ଉପସ୍ଥାପନା ପୂର୍ବରୁ କ୍ୟାବିନେଟ ଅନୁମତି ନିଆଯିବ। କ୍ୟାବିନେଟ ମୋହର ବାଜିବା ପରେ ସୀତାରମଣ ସଂସଦରେ ବଜେଟ 2023 ଉପସ୍ଥାପନା କରିବେ।

Related posts