ଟ୍ୟାକ୍ସ ସ୍ଲାବରେ ବଡ ପରିବର୍ତ୍ତନ: ୭ ଲକ୍ଷ ଆୟ ଉପରେ କୌଣସି ଟିକସ ନାହିଁ

Published: Feb 1, 2023, 12:51 pm IST

ନୂଆଦିଲ୍ଲୀ: ଟିକସଦାତାଙ୍କ ପାଇଁ ବଡ ଆଶ୍ଵସ୍ତି ଘୋଷଣା କରାଯାଇଛି। ବର୍ତ୍ତମାନ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂତନ ଟିକସ ବ୍ୟବସ୍ଥାରେ ଟିକସଦାତାଙ୍କୁ ବହୁତ ଆଶ୍ଵସ୍ତି ଦେଇଛନ୍ତି।

ସମ୍ପୂର୍ଣ୍ଣ ଟ୍ୟାକ୍ସ ସ୍ଲାବ ବୁଝନ୍ତୁ:

ସାତ ଲକ୍ଷରୁ କମ୍ ରୋଜଗାର କରୁଥିବା ଲୋକଙ୍କୁ କୌଣସି ଆୟକର ଦେବାକୁ ପଡିବ ନାହିଁ।
ବର୍ତ୍ତମାନ ୩ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ।
ବର୍ତ୍ତମାନ ନୂତନ ଟିକସ ବ୍ୟବସ୍ଥା ହେଉଛି ମୌଳିକ ବ୍ୟବସ୍ଥା।
୬ ରୁ ୯ ଲକ୍ଷ ଆୟ ଉପରେ ୧୦% ଟିକସ।
ବର୍ତ୍ତମାନ ୧୫ ଲକ୍ଷରୁ ଅଧିକ ଆୟ ୩୦% ଟିକସ।

Related posts