Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଜୁଏଲ୍‌ସରେ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା
ଆଜିର ଖବର

ରିଲାଏନ୍ସ ଜୁଏଲ୍‌ସରେ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା

February 4, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ଅଗ୍ରଣୀ ଉତ୍କୃଷ୍ଟ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ଗତ ୧୫ ବର୍ଷ ଧରି ଡିଜାଇନ ଉତ୍କର୍ଷ ଜରିଆରେ ଏହାର ପୃଷ୍ଠପୋଷକମାନଙ୍କୁ ରୋମାଂଚିତ କରୁଥିବା ବେଳେ କଂପାନି ଏହାର ସୋ’ରୁମ୍‌ରେ “ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’ ସମ୍ପର୍କରେ ଘୋଷଣା କରିଛି। ଓଡ଼ିଶା ସହିତ ଥିବା ସମ୍ପର୍କକୁ ପାଳନ କରିବା ଏବଂ ପୃଷ୍ଠପୋଷକମାନଙ୍କୁ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବା ଲାଗି ରିଲାଏନ୍ସ ଜୁଏଲସ୍ ପକ୍ଷରୁ “ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’ ପ୍ରତିଯୋଗିତା (https://www.instagram.com/p/Cn4SH0Kj5iP/)  ଘୋଷଣା କରାଯାଇଛି ଯେଉଁଥିରେ ଓଡ଼ିଶାର ଭାଗ୍ୟଶାଳୀ ବିଜେତାଙ୍କୁ ଚମତ୍କାର ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ସହ ଏକ ସ୍ୱତନ୍ତ୍ର ମିଟ୍ ଆଣ୍ଡ୍ ଗ୍ରିଟ୍ ପାଇଁ ଏବଂ ବହୁ ଆକର୍ଷଣୀୟ କାର୍ଯ୍ୟକ୍ରମର ଅଂଶ ହେବା ଲାଗି ଆମନ୍ତ୍ରଣ କରାଯାଇଛି।

 

ରିଲାଏନ୍ସ ଜୁଏଲସ୍ ଗହଣା ଡିଜାଇନ୍ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଥିବା ବେଳେ ତ୍ରୁଟିହୀନ ଗୁଣବତା ଓ ସୁଲଭ ମୂଲ୍ୟ ସହିତ ଗ୍ରାହକଙ୍କୁ ବ୍ୟାପକ ବର୍ଗମାଳାର ବିଆଇଏସ୍ ହଲ୍‌ମାର୍କ ସୁନା ଏବଂ ଅନ୍ତର୍ଜାତୀୟ ସାର୍ଟିଫାଏଡ୍ ହୀରା ଗହଣା ସହ ରୁପା ଏବଂ ପ୍ଲାଟିନମ୍ ପ୍ରଦାନ କରୁଛି। ଡାଇମଣ୍ଡ୍ ସମ୍ଭାରରେ ରହିଛି ବ୍ୟାପକ ବର୍ଗର ନେକ୍‌ଲେସ୍‌, ନେକ୍‌ଲେସ୍ ସେଟ୍‌, ଇୟରରିଙ୍ଗ, ରିଙ୍ଗ, ପେଣ୍ଡାଂଟ୍‌, ଚୁଡ଼ି ଓ ପ୍ରତି ଅବସର, ବୟସ ବର୍ଗ ଏବଂ ବଜେଟ୍ ପାଇଁ ସୁନ୍ଦର ହୀରା ସହ ବ୍ରେସ୍‌ଲେଟ୍। ବିବାହଠାରୁ ଆରମ୍ଭ କରି ପାର୍ଟି, ଉତ୍ସବରୁ ଜନ୍ମଦିନ ଏବଂ ବାର୍ଷିକୀ ପାଳନ ଭଳି ବିଭିନ୍ନ ଅବସର, ଉପହାର ବିକଳ୍ପରୁ ଶିଶୁଙ୍କ ଡିଜାଇନ୍ ପର୍ଯ୍ୟନ୍ତ, ପୁରୁଷଙ୍କ ପାଇଁ ଆକର୍ଷଣୀୟ ଗହଣାଠାରୁ ମହିଳାଙ୍କ ପାଇଁ ହାଲୁକା ଏବଂ ୱାର୍କ ଓୟାର ଗହଣା ଆଦି ଆବଶ୍ୟକତା ପୂରଣ କରିବା ଲାଗି ହୀରା ସମ୍ଭାରରେ ଡିଜାଇନ୍ ଗହଣା ରହିଛି।

ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର ଅଫ୍ ଓଡ଼ିଶା ସମ୍ପର୍କରେ ରିଲାଏନ୍ସ ଜୁଏଲ୍‌ସର ସିଇଓ ସୁନିଲ ନାୟକ କହିଛନ୍ତି ଯେ, “ଏକ ବଜାର ଭାବେ ଓଡ଼ିଶା ଆମର ଅତ୍ୟନ୍ତ ନିକଟତର। ଆମେ ରିଲାଏନ୍ସ ଜୁଏଲ୍‌ସର ୧୫ ବର୍ଷ ପାଳନ କରୁଥିବା ବେଳେ ମୁଁ ଗର୍ବର ସହିତ ଜଣାଉଛି ଯେ ୧୨ଟି ସହରରେ ୧୭ଟି ଷ୍ଟୋର ସହ ଓଡ଼ିଶା ରାଜ୍ୟରେ ଆମେ ଦୃଢ଼ ଉପସ୍ଥିତି ସ୍ଥାପିତ କରିପାରିଛୁ, ଯାହା ହେଉଛି ଓଡ଼ିଶାରେ ଗହଣା ରିଟେଲରଙ୍କ ମଧ୍ୟରେ ଅନ୍ୟତମ ସର୍ବବୃହତ ନେଟ୍‌ୱର୍କ। ଏହି ବର୍ଷଗୁଡ଼ିକରେ ଆମ ଗ୍ରାହକମାନେ ଆମ ଉପରେ ଯେଉଁ ପ୍ରବଳ ଭରସା, ବିଶ୍ୱାସନୀୟତା ଓ ପୃଷ୍ଠପୋଷକତା ପ୍ରଦର୍ଶନ କରିଛନ୍ତି କେବଳ ତାହା ପାଇଁ ଏହା ସମ୍ଭବପର ହୋଇପାରିଛି।’’

ହୀରାର ଜଣେ ଉତ୍ସାହୀ ପ୍ରଶଂସକ ଥିବା ଏଲିନା ରିଲାଏନ୍ସ ଜୁଏଲସ୍‌ରେ ଆକର୍ଷଣୀୟ ସୁନା ଓ ହୀରା ଗହଣା ଡିଜାଇନ ଦେଖି ବିମୋହିତ ହୋଇପଡ଼ିଛନ୍ତି। ରିଲାଏନ୍ସ ଜୁଏଲ୍‌ସ ସହିତ ସହଯୋଗିତା ସମ୍ପର୍କରେ ଏଲିନା ସାମନ୍ତରାୟ କହିଛନ୍ତି ଯେ, “ଭୁବନେଶ୍ୱରର ରିଲାଏନ୍ସ ଜୁଏଲସ୍ ଷ୍ଟୋର୍‌ରେ ପାଦ ଦେବା କ୍ଷଣି ପ୍ରଦର୍ଶନ କରାଯାଇଥିବା ଆକର୍ଷଣୀୟ ଗହଣାଗୁଡ଼ିକ ଦେଖି ମୁଁ ବିମୋହିତ ହୋଇଯାଇଥିଲି ଏବଂ ତତ୍କାଳ ସେଗୁଡ଼ିକ ପ୍ରେମରେ ପଡ଼ିଯାଇଥିଲି। ରିଲାଏନ୍ସ ଜୁଏଲ୍‌ସ ସହିତ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ବାସ୍ତବରେ ଏକ ସ୍ୱପ୍ନ ସାକାର ହେବା ଭଳି। ଓଡ଼ିଶାର ଲୋକମାନଙ୍କ ସହ ଯୋଡ଼ି ହେବା ଓ ହୀରା ପ୍ରତି ମୋର ଥିବା ଭଲପାଇବାକୁ ସେମାନଙ୍କ ସହ ବାଂଟିବା ଲାଗି ଏହା ଏକ ସୁଯୋଗ ହୋଇଥିବା ବେଳେ ଏହି ଅତୁଲ୍ୟ ଯାତ୍ରାର ଅଂଶ ହୋଇଥିବାରୁ ମୁଁ ଗର୍ବିତ। ଏହି ଉତ୍ସାହ ଦ୍ୱିଗୁଣିତ ହୋଇଥିଲା ଯେତେବେଳେ ମୁଁ ସାରା ଓଡ଼ିଶାରେ ଥିବା ରିଲାଏନ୍ସ ଜୁଏଲସ୍ ସୋ’ରୁମ୍ ପରିଦର୍ଶନ କରିବା ଏବଂ ଆକର୍ଷଣୀୟ ହୀରା ଅନୁଭବ ହାସଲ କରିବାର ସୁଯୋଗ ପାଇଥିଲି । ବ୍ୟକ୍ତିଗତ ଭାବେ ମୋର ପସନ୍ଦ ହେଉଛି ଉତ୍କଳ ଓ ମହାଳୟା ସମ୍ଭାରରେ ଥିବା ପାରମ୍ପରିକ ହୀରା ଡିଜାଇନ ଏବଂ କିଛି ପାରମ୍ପରିକ ସୁନା ଡିଜାଇନ୍ ଯାହା ଅସୀମ, ଆକର୍ଷଣୀୟ ଏବଂ ପ୍ରତି ଷ୍ଟାଇଲ୍ ପାଇଁ ଉପଯୁକ୍ତ।’’

ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା ୫ଟି ସହରରେ ଅନୁଷ୍ଠିତ ହେବ ଯେଉଁଥିରେ ଏଲିନା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, କଟକ, ଅନୁଗୁଳ, ବ୍ରହ୍ମପୁର ଓ ରାଉରକେଲାରେ ଥିବା ୫ଟି ରିଲାଏନ୍ସ ଜୁଏଲସ୍ ଷ୍ଟୋର୍‌କୁ ଯଥାକ୍ରମେ ୨୦୨୩ ଫେବ୍ରୁଆରି ୩, ୪, ୫, ୧୦ ଓ ୧୨ ତାରିଖରେ ପରିଦର୍ଶନ କରିବେ। ଏଲିନା ପ୍ରତିଯୋଗିତାର ବିଜେତାମାନଙ୍କୁ ଏକ ମିଟ୍ ଆଣ୍ଡ୍ ଗ୍ରିଟ୍‌ରେ ଭେଟିବେ, ୱାକ୍ ଦି ର‌୍ୟାମ୍ପ୍ ୱିଥ୍ ଏଲିନା, ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଲୁକ୍ ଉପରେ ଆଲୋଚନା କରିବେ ଏବଂ କଫି ସହ ବାର୍ତାଳାପ କରିବେ।

ଉତ୍କଳ ସମ୍ଭାରର ସିନେମା: https://www.youtube.com/watch?v=ioFuUaHX8Ck&t=11s

 

ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ଶୋଇବା ସମୟରେ ବାରମ୍ବାର ପରିସ୍ରା ଲାଗୁଛି କି?: ଏହି ଦୁଇଟି ଉପାୟରୁ ମିଳିପାରେ ଆଶ୍ଵସ୍ତି

September 24, 2025

ବିଶ୍ୱ ଫାର୍ମାସୀ ଦିବସ ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ-୨ କ୍ୟାମ୍ପସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 24, 2025

ଓଡିଶା ପ୍ରସିଦ୍ଧ ମା’ ଭଗବତୀଙ୍କ ନବରାତ୍ର ପୂଜା, ଜାଣନ୍ତୁ କଣ ରହିଛି ପରମ୍ପରା

September 24, 2025

ବିଧାୟକ ପାଣ୍ଠି ବିନିଯୋଗ ଦିଗରେ ଅନ୍ ଲାଇନ୍ ପ୍ରଶିକ୍ଷଣ ଶିବିର

September 24, 2025
Latest News

ଶୋଇବା ସମୟରେ ବାରମ୍ବାର ପରିସ୍ରା ଲାଗୁଛି କି?: ଏହି ଦୁଇଟି ଉପାୟରୁ ମିଳିପାରେ ଆଶ୍ଵସ୍ତି

September 24, 2025

ବିଶ୍ୱ ଫାର୍ମାସୀ ଦିବସ ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ-୨ କ୍ୟାମ୍ପସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 24, 2025

ଓଡିଶା ପ୍ରସିଦ୍ଧ ମା’ ଭଗବତୀଙ୍କ ନବରାତ୍ର ପୂଜା, ଜାଣନ୍ତୁ କଣ ରହିଛି ପରମ୍ପରା

September 24, 2025

ବିଧାୟକ ପାଣ୍ଠି ବିନିଯୋଗ ଦିଗରେ ଅନ୍ ଲାଇନ୍ ପ୍ରଶିକ୍ଷଣ ଶିବିର

September 24, 2025

ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ରିପୋର୍ଟ ଉନ୍ମୋଚିତ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.