Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୂରଣ ହେଲା ପୂର୍ବ ଘୋଷଣା: ଚଳିତ ବଜେଟ୍ ରେ ଏମ୍ଏସ୍ଏମ୍ଇକୁ ସରକାରଙ୍କ ବଡ ସହାୟତା ପ୍ରଦାନ
ଜାତୀୟ ଖବର

ପୂରଣ ହେଲା ପୂର୍ବ ଘୋଷଣା: ଚଳିତ ବଜେଟ୍ ରେ ଏମ୍ଏସ୍ଏମ୍ଇକୁ ସରକାରଙ୍କ ବଡ ସହାୟତା ପ୍ରଦାନ

February 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ଆଜି ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍ଏମଇ ପାଇଁ କୋଭିଡ ମହାମାରୀ ସମୟ ନିମନ୍ତେ ବଡ ସହାୟତା ଯୋଗାଇଛି। ଏହି ମର୍ମରେ କେନ୍ଦ୍ର ଅର୍ଥ ବ୍ୟୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

କୋଭିଡ ମହାମାରୀ କାଳରେ ଏମ୍ଏସ୍ଏମଇ କ୍ଷେତ୍ର ପ୍ରଭାବିତ ହେବାରୁ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହିତ ସାମଗ୍ରୀ ତଥା ସେବା ଯେଗାଣ ପାଇଁ ଯେଉଁ ଚୁକ୍ତି ହୋଇଥିଲା ତାହାକୁ ସମ୍ପୃକ୍ତ ସଂସ୍ଥା ଓ ଉଦ୍ୟୋଗ ପୂରଣ କରି ପାରି ନ ଥିଲେ। ତେଣୁ ନିୟମ ଅନୁସାରେ ଏମ୍ଏସ୍ଏମଇ କ୍ଷେତ୍ରରେ ଯୋଗାଣକାରୀ ଯେଉଁ ଅମାନତ ଟଙ୍କା ଜମା କରିଥିଲେ ସର୍ତ୍ତ ରକ୍ଷା କରି ନ ପାରିବାରୁ ତାହା ବାଜ୍ୟାପ୍ତ ହୋଇଥିଲା। ତେବେ କରୋନା ମହାମାରୀ ଭଳି ଏକ ଅପ୍ରତ୍ୟାଶିତ ସ୍ଥିତି ଯୋଗୁଁ ନିଲାମ ଜବତ ହେବାରୁ ଏମ୍ଏସ୍ଏମଇ ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇଥିଲା। ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ହସ୍ତକ୍ଷେପ ଲୋଡାଯିବା ପରେ କେନ୍ଦ୍ର ସରକାର ଜବତ ହୋଇଥିବା ଅର୍ଥରାଶିକୁ ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲେ।

ସରକାରଙ୍କ ଏହି ପ୍ରତିଶ୍ରୁତି ଓ ଘୋଷଣା ଶେଷରେ କାର୍ଯ୍ୟକାରୀ ହୋଇଛି ଏବଂ ୨୦୨୩-୨୪ ବଜେଟ୍ରେ ଜବତ ହୋଇଥିବା ଏହି ଅମାନତ ରାଶିର ୯୫% ଅର୍ଥ ସମ୍ପୃକ୍ତ ନିଲାମଧାରୀଙ୍କୁ ଫେରସ୍ତ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ। ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏମ୍ଏସ୍ଏମ୍ଇର ନିଲାମଧାରୀମାନେ ଏହି ଅର୍ଥ ଫେରିପାଇବେ। ଫେରସ୍ତ ଅମାନତ ଅର୍ଥ ଉପରେ ବିଡରମାନଙ୍କୁ ସୁଧ ଦିଆଯିବ ନାହିଁ। ପ୍ରଶାସନିକ ଖର୍ଚ୍ଚ ବାବଦରେ ଜବତ ଅମାନତରୁ ୫% ଅର୍ଥ କେବେଳ କଟାଯିବ। ଏଥର ବଜେଟ୍ରେ ଥିବା ‘ବିବାଦ ସେ ବିଶ୍ୱାସ-୧’ଯୋଜନାରେ ଏହି ଅର୍ଥ ଫେରାଯିବାର ବ୍ୟବସ୍ଥା କରାଯାଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ବଜେଟ୍ ଭାଷଣରେ କହିଥିଲେ ଯେ କୋଭିଡ ମହାମାରୀ କାରଣରୁ ଏମ୍ଏସ୍ଏମଇର କୌଣସି ଉଦ୍ୟୋଗୀ ସରକାରଙ୍କୁ ସେବା ବା ସାମଗ୍ରୀ ଯୋଗାଇବାକୁ କରିଥିବା ଚୁକ୍ତିକୁ ଯଦି ପୂରଣ କରି ନ ଥିବେ, ସେଭଳି କ୍ଷେତ୍ରରେ ଜବତ ହୋଇଥିବା ସେମାନଙ୍କ ଅମାନତ ରାଶିର ୯୫% ବିନା ସୁଧରେ ଫେରସ୍ତ ଦିଆଯିବ। ସେ ଆହୁରି ମଧ୍ୟ କହିଥିଲେ ଯେ ମହାମାରୀ କାଳରେ ଏମ୍ଏସ୍ଏମ୍ଇ ଉଦ୍ୟୋଗ ବିଫଳ ହୋଇ ଯଦି ପୁନର୍ବାର ଏଭଳି ଚୁକ୍ତିରୁ ବଂଚିତ ହୋଇଥାଏ ସମ୍ପୃକ୍ତ ଉଦ୍ୟୋଗକୁ ମଧ୍ୟ ସେ ଦଣ୍ଡରୁ ମୁକ୍ତି ଦିଆଯିବ।

ତେବେ ଯେଉଁ ଠିକାଦାର ଓ ଯୋଗାଣକାରୀ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସହିତ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ପଞ୍ଜୀକୃତ ହୋଇଥିବେ ସେମାନଙ୍କୁ କେବଳ ଏହି ସୁବିଧା ମିଳିବ। ସେହିଭଳି ଏ କ୍ଷେତ୍ରରେ ସେବା ଓ ସାମଗ୍ରୀ ଯୋଗାଣର ମୂଳ ସମୟ ଯାହା ୨୦୨୦ ଫେବୃୟାରୀ ୧୯ରୁ ୨୦୨୨ ଫେବୃୟାରୀ ମାର୍ଚ୍ଚ ୩୧ ତାରିଖ ରଖାଯାଇଥିଲା ସେହି ସମୟର ଚୁକ୍ତି ପାଇଁ ଏହି ସୁବିଧା ମିଳିବ।

ସରକାରୀ ଇ-ମାର୍କେଟ ପ୍ଲେସ ଜେମ୍ ମାଧ୍ୟମରେ ସମ୍ପୃକ୍ତ ଠିକାଦାର ଓ ଯୋଗାଣକାରୀଙ୍କୁ ଅମାନତ ଅର୍ଥ ଫେରାଇ ଦିଆଯିବ। ସେମାନଙ୍କୁ ଜେମ୍ ପୋର୍ଟାଲରେ ପଞ୍ଜୀକୃତ କରିବାକୁ ହେବ। ଏହି ଆବେଦନ ପାଇଁ ତାରିଖ ଘୋଷଣା ଓ ବିଜ୍ଞପ୍ତି ସ୍ୱତନ୍ତ୍ର ଭାବେ ପ୍ରକାଶ କରାଯିବ। (ପିଆଇବି)

ଅର୍ଥ ମନ୍ତ୍ରଣାଳୟ ଏମ୍‌ଏସ୍‌ଏମ୍‌ଇ ନିର୍ମଳା ସୀତାରାମନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.