Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାର ୮ଟି ସହରରେ ଉପଲବ୍ଧ ହେଲା ଏୟାରଟେଲ୍ ୫ଜି ପ୍ଲସ୍
ବିଶେଷ ଖବର

ଓଡିଶାର ୮ଟି ସହରରେ ଉପଲବ୍ଧ ହେଲା ଏୟାରଟେଲ୍ ୫ଜି ପ୍ଲସ୍

February 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Airtel5GPlus
ଓଡିଶାର ୮ଟି ସହରରେ ଉପଲବ୍ଧ ହେଲା ଏୟାରଟେଲ୍ ୫ଜି ପ୍ଲସ୍

ଭୁବନେଶ୍ୱର: ଏୟାରଟେଲ୍ ପକ୍ଷରୁ ଓଡିଶାର ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ସହରରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି । ଏୟାରଟେଲ୍‌ର ୫ଜି ସେବାଗୁଡିକ ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ ଉପଲବ୍ଧ ହୋଇଥିଲା ।

କମ୍ପାନୀ ଏହାର ନେଟ୍‌ୱର୍କ ନିର୍ମାଣ ଓ ରୋଲ୍‌-ଆଉଟ୍ ଶେଷ କରିବା କାର୍ଯ୍ୟ ଜାରି ରଖିଥିବାରୁ ଏୟାରଟେଲ୍ ୫ଜି ପ୍ଲସ୍ ସେବା ଗ୍ରାହକଙ୍କ ପାଇଁ ପର୍ଯ୍ୟାୟକ୍ରମେ ଉପଲବ୍ଧ ହେବ । ୫ଜି ସକ୍ଷମ ଡିଭାଇସ୍ ଥିବା ଗ୍ରାହକମାନେ ରୋଲ୍‌-ଆଉଟ୍ ଅଧିକ ବ୍ୟାପକ ହେବା ପର୍ଯ୍ୟନ୍ତ ବିନା କୌଣସି ଅତିରିକ୍ତ ଶୁଳ୍କରେ ହାଇସ୍ପିଡ୍ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କ ଉପଭୋଗ କରିପାରିବେ । ଏଥିପାଇଁ ସିମ୍ ବଦଳାଇବାର କୌଣସି ଆବଶ୍ୟକତା ନାହିଁ ।

ଏହି ଶୁଭାରମ୍ଭ ଅବସରରେ ଭାରତୀ ଏୟାରଟେଲ୍‌ର ଓଡିଶା, ବିହାର ଓ ଝାଡଖଣ୍ଡ ସିଇଓ ଶ୍ରୀ ଅନୁପମ ଅରୋରା କହିଛନ୍ତି, ‘ମୁଁ ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀ ବ୍ୟତୀତ ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱରରେ ଏୟାରଟେଲ୍ ୫ଜି ପ୍ଲସ୍ ସେବାର ଶୁଭାରମ୍ଭ ଘୋଷଣା କରି ଉତ୍ସାହିତ । ଏହି ସହରଗୁଡିକର ଏୟାରଟେଲ୍ ଗ୍ରାହକମାନେ ଏବେ ଅଲ୍‌ଟ୍ରାଫାଷ୍ଟ୍ ନେଟ୍‌ୱର୍କର ଅନୁଭୂତି ପାଇପାରିବେ ଏବଂ ବର୍ତମାନର ୪ଜି ସ୍ପିଡ୍ ତୁଳନାରେ ୨୦ରୁ ୩୦ ଗୁଣ ପର୍ଯ୍ୟନ୍ତ ଅଧିକ ଦ୍ରୁତ ସ୍ପିଡ୍ ଉପଭୋଗ କରିପାରିବେ ।

ଆମେ ସମଗ୍ର ସହରଗୁଡିକରେ ୫ଜି ସେବା ଉପଲବ୍ଧ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛୁ ଯାହା ଗ୍ରାହକଙ୍କୁ ହାଇ-ଡେଫିନିଶନ ଭିଡିଓ ଷ୍ଟ୍ରିମିଂ, ଗେମିଙ୍ଗ୍‌, ମଲ୍ଟିପୁଲ ଚାଟିଙ୍ଗ୍‌, ଫଟୋ ଓ ଭିଡିଓର ଇନ୍‌ଷ୍ଟାଂଟ୍ ଅପ୍‌ଲୋଡିଂ ପାଇଁ ସୁପର୍‌ଫାଷ୍ଟ ଆକ୍‌ସେ୍‌କୁ ଉପଭୋଗ କରିବାକୁ ଅନୁମତି ଦେବ ।’

ଏୟାରଟେଲ୍ ୫ଜି ପ୍ଲସ୍ ଏୟାରଟେଲ୍ ପ୍ରଦାନ କରୁଥିବା ସେବାଗୁଡିକର ସମଗ୍ର ପୋର୍ଟଫୋଲିଓକୁ ସୁଦୃଢ କରିବ । ଏହି ଶୁଭାରମ୍ଭ ସହିତ ଭାରତ ଅର୍ଥନୈତିକ ଅଭିବୃଦ୍ଧିରେ ଏକ ପ୍ରୋତ୍ସାହନ ପାଇବ କାରଣ ଏୟାରଟେଲ୍ ୫ଜି ପ୍ଲସ୍ ଦେଶର ଶିକ୍ଷା, ସ୍ୱାସ୍ଥ୍ୟସେବା, ନିର୍ମାଣ, କୃଷି, ଯାତାୟତ ଓ ପରିବହନ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଛି ।

ଗତ ଏକ ବର୍ଷ ମଧ୍ୟରେ ଏୟାରଟେଲ୍ ଏକାଧିକ ଶକ୍ତିଶାଳୀ କ୍ଷେତ୍ରରେ ୫ଜିର ଶକ୍ତିକୁ ପ୍ରଦର୍ଶିତ କରିଛି ଯାହା ଗ୍ରାହକଙ୍କ ବଂଚିବା ଓ ବ୍ୟବସାୟ କରିବା ଶୈଳୀକୁ ପରିବର୍ତନ କରିବ । ହାଇଦ୍ରାବାଦରେ ଭାରତର ପ୍ରଥମ ଲାଇଭ୍ ୫ଜି ନେଟ୍‌ୱର୍କଠାରୁ ଆରମ୍ଭ କରି ବେଙ୍ଗାଲୁରୁରେ ବୋଶ୍ ପ୍ଲାଂଟ୍‌ରେ ଭାରତର ପ୍ରଥମ ଘରୋଇ ୫ଜି ନେଟ୍‌ୱର୍କ, ଏହାର ଚକନ ମାନୁଫ୍ୟାକ୍‌ଚରିଙ୍ଗ୍ ୟୁନିଟ୍ ପାଇଁ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ସହ ସହଭାଗିତା, ଭାରତର ପ୍ରଥମ ୫ଜି ସକ୍ଷମ ଅଟୋ ମାନୁଫ୍ୟାକ୍‌ଚରିଂ ୟୁନିଟ୍ ପର୍ଯ୍ୟନ୍ତ ଏୟାରଟେଲ୍ ୫ଜି ଉଦ୍ଭାବନର ଆଗଧାଡିରେ ରହିଆସିଛି ।

Airtel 5G ଏୟାରଟେଲ୍ ୫ଜି ପ୍ଲସ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

April 5, 2026

ପୂର୍ତ୍ତ ବିଭାଗ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

April 5, 2026

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

April 4, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.