Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନଅ ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସ ଦର ପ୍ରାୟ ୩ ଗୁଣ ବଢାଇଛି କେନ୍ଦ୍ର, ନୀରବତା ଭାଙ୍ଗୁ ଓଡିଶା ବିଜେପି: ବିଜେଡି
ବିଶେଷ ଖବର

ନଅ ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସ ଦର ପ୍ରାୟ ୩ ଗୁଣ ବଢାଇଛି କେନ୍ଦ୍ର, ନୀରବତା ଭାଙ୍ଗୁ ଓଡିଶା ବିଜେପି: ବିଜେଡି

March 2, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡିଶା ତଥା ଦେଶର ମା’ ଭଉଣୀଙ୍କ ଆଖିରୁ ଚୂଲି ଧୂଆଁ ବାଜି ଯେଭଳି ଲୁହ ନବାହାରିବ ସେଥିପାଇଁ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ରିହାତି ଦରରେ ରନ୍ଧନଗ୍ୟାସ ସିଲିଣ୍ଡର ଯୋଗାଣ ଯୋଜନା କରିଥିଲେ। ହେଲେ ଏଲପିଜି ରନ୍ଧନ ଗ୍ୟାସର ଦର ଦ୍ରୁତ ଗତିରେ ବୃଦ୍ଧି କେବଳ ଓଡିଶାର ମା ଏବଂ ଭଉଣୀଙ୍କ ଆଖିରେ ଲୁହ ଆଣିଦେଇ ନାହିଁ ବରଂ ସବୁ ପରିବାର ଆଖିରେ ଲୁହ ଆଣି ଦେଇଛି ଯାହା ସେମାନଙ୍କୁ ଅତ୍ୟନ୍ତ କଷ୍ଟ ଦେଇଛି ବୋଲି ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ବିଜେଡି ପ୍ରବକ୍ତା ଶ୍ରମୟୀ ମିଶ୍ର କହିଛନ୍ତି।

ସେମାନେ କହିଛନ୍ତି ଯେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ସହିତ ଇନ୍ଧନ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ଓଡିଶାର ୪.୫ କୋଟି ଲୋକଙ୍କୁ ବହୁତ ଯନ୍ତ୍ରଣା ଦେଉଥିବାବେଳେ ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ଗୁରୁତ୍ୱ ଦେଉଥିବା ମନେ ହେଉନାହିଁ। ମାର୍ଚ୍ଚ ୨୦୧୪ ରେ ଗୋଟିଏ ଘରୋଇ ଏଲପିଜି ସିଲିଣ୍ଡର (୧୪.୨ କିଲୋଗ୍ରାମ ସିଲିଣ୍ଡର) ର ମୂଲ୍ୟ ୪୧୦ ଟଙ୍କା ଥିଲାବେଳେ ବର୍ତ୍ତମାନ ତାହା ୨୦୨୩ ମାର୍ଚ୍ଚ ପହିଲାରୁ ୧୧୦୩ ଟଙ୍କା ହୋଇଛି। ଆପଣ ଦେଖୁଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଗୋଟିଏ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ପ୍ରାୟ ୩ ଗୁଣ ବୃଦ୍ଧି କରାଯାଇଛି। ୯ ବର୍ଷରେ ୩ ଗୁଣା ଗ୍ୟାସ ବୃଦ୍ଧି ହେବାକୁ କେହି କଳ୍ପନା କରିପାରିବେ କି? ଏହି ଦ୍ରୁତ ଦର ବୃଦ୍ଧି ଲକ୍ଷ ଲକ୍ଷ ମା’ଙ୍କୁ ବହୁତ ଯନ୍ତ୍ରଣା ଏବଂ କଷ୍ଟ ଦେଇଛି। ଗୋଟିଏ ପଟେ କେନ୍ଦ୍ର ସରକାର ଶସ୍ତା ରନ୍ଧନ ଗ୍ୟାସ କଥା କହୁଥିବାବେଳେ ଅନ୍ୟପଟେ ରନ୍ଧନ ଗ୍ୟାସ ଦର ବଢାଇ ଚାଲିଛନ୍ତି।

ରନ୍ଧନ ଗ୍ୟାସର ଏପରି ଆକାଶଛୁଆଁ ଦରବୃଦ୍ଧି ହେତୁ ଲକ୍ଷ ଲକ୍ଷ ମା’ ଓ ଭଉଣୀମାନେ ଏହି ଗ୍ୟାସ ସିଲିଣ୍ଡର ଭରି ନପାରି ପୁନର୍ବାର ଜାଳେଣି କାଠ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କେନ୍ଦ୍ର ସରକାର ଏନଏସଏଫ୍‍ଏ ଅଧିନରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ରେ ପ୍ରତି ବ୍ୟକ୍ତିଙ୍କ ପାଇଁ ଦେଉଥିବା ମାସିକ ୫ କିଲୋଗ୍ରାମ ମାଗଣା ଚାଉଳକୁ ବନ୍ଦ କରିଦେଲେ। ବର୍ତ୍ତମାନ ୯ ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ତିନି ଗୁଣା ବୃଦ୍ଧି କରି ସେମାନେ ସାଧାରଣ ଲୋକଙ୍କ ରୋଷେଇ ଘର ଏବଂ ପରିବାର ଉପରେ ଦୁଇଗୁଣା ବୋଝ ଲଦି ଦେଇଛନ୍ତି।

ଆମେ ଆଶ୍ଚର୍ଯ୍ୟ ହେଉଛୁ ଯେ ଓଡିଶା ବିଜେପି କାହିଁକି ଚୁପ୍ ଅଛି? ଏଥିରୁ ଜଣାପଡୁଛି ଯେ ସେମାନେ ଲୋକ ଏବଂ ମହିଳା ପ୍ରସଙ୍ଗକୁ ବିଭ୍ରାନ୍ତ କରିବାକୁ ଅଧିକ ଆଗ୍ରହୀ। ସେମାନେ କାହିଁକି ଏହିପରି ସମସ୍ୟା ବିଷୟରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି ଯାହା ସାଧାରଣ ପୁରୁଷ ଏବଂ ମହିଳା, ତାଙ୍କ ରୋଷେଇ ଘର, ପରିବାର, ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପକାଇଥାଏ? ଋନ୍ଧନଗ୍ୟାସ ମୂଲ୍ୟ ବୃଦ୍ଧି ଯୋଗୁଁ ଓଡିଶାର ମା’ମାନଙ୍କ ଆଖିରୁ ବାହାରୁଥିବା ଲୁହ ଅପେକ୍ଷା କ’ଣ ରାଜନୀତି କରିବା ଓଡିଶା ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ କି ବୋଲି ବିଜେଡି ପ୍ରଶ୍ନ କରିଛି।

ବିଜୁ ଜନତା ଦଳ ଦାବି କରିଛି ଯେ ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିବାରେ ଭାରତ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ବିଜୁ ଜନତା ଦଳ ଓଡିଶାର ଲୋକ ଏବଂ ବିଶେଷକରି ଓଡିଶାର ମା’ ଏବଂ ଭଉଣୀମାନଙ୍କ ସହିତ ଛିଡା ହୋଇଛି ଯେଉଁମାନେ ଏହି ମୂଲ୍ୟ ବୃଦ୍ଧି ଯୋଗୁଁ ଘର ଚଳାଇବାରେ କଠିନ ସମୟର ସମ୍ମୁଖୀନ ହେଉଛନ୍ତି। ଆମେ ଆଶା କରୁଛୁ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଜରୁରୀ ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରିବ ଏବଂ ସାଧାରଣ ଲୋକ ଏବଂ ବିଶେଷକରି ମା ଏବଂ ଭଉଣୀମାନେ ସମ୍ମୁଖୀନ ହେଉଥିବା କଠିନ ସମୟରେ ଓଡ଼ିଶା ଉପରେ ଯେଭଳି ପ୍ରତିକୂଳ ପ୍ରଭାବ ପଡିବ଼ ନାହିଁ ତାହା ନିଶ୍ଚିତ କରିବେ। ଆମେ ଏହା ମଧ୍ୟ ଆଶା କରୁଛୁ ଯେ ଓଡିଶା ବିଜେପି ମଧ୍ୟ ତାହାର ନିରବତାକୁ ଭାଙ୍ଗୁ ଏବଂ ଏଭଳି ପ୍ରସଙ୍ଗ ପାଇଁ କହୁ ଯାହାକି ଓଡିଶାର ୪.୫ କୋଟି ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଉଛି ଏବଂ ବିଶେଷ କରି ଲକ୍ଷ ଲକ୍ଷ ମା’ ଓ ଭଉଣୀ ଓ ସେମାନଙ୍କ ରୋଷେଇ ଘର ଉପରେ ଗୁରୁତର ପ୍ରଭାବ ପକାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏଲପିଜି କେନ୍ଦ୍ର ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Latest News

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.