Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚଳିତ ବର୍ଷ ଏସସି/ଏସଟି ଉନ୍ନୟନ ବିଭାଗକୁ ମିଳିଲା ୪୬୫୧ କୋଟି ଟଙ୍କା, ଏଥିରେ କଣ ହେବ ?
ବିଶେଷ ଖବର

ଚଳିତ ବର୍ଷ ଏସସି/ଏସଟି ଉନ୍ନୟନ ବିଭାଗକୁ ମିଳିଲା ୪୬୫୧ କୋଟି ଟଙ୍କା, ଏଥିରେ କଣ ହେବ ?

March 10, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଚଳିତ ବର୍ଷ ଏସସି/ଏସଟି ଉନ୍ନୟନ ବିଭାଗକୁ ମିଳିଲା ୪୬୫୧ କୋଟି ଟଙ୍କା, ଏଥିରେ କଣ ହେବ ?

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ। ଶିକ୍ଷା ହିଁ ଏହି ଉପେକ୍ଷିତ ଲୋକମାନଙ୍କର ସଶକ୍ତିକରଣ ପାଇଁ ବଳିଷ୍ଠ ଅସ୍ତ୍ର। ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ବିଭାଗ ମେଧାବୀ ଛାତ୍ରଛାତ୍ରୀ ବୃତ୍ତି, ଆବାସିକ ଛାତ୍ରାବାସ ନିର୍ମାଣ, ପଢ଼ିବା ଲେଖିବା ଶିକ୍ଷା ସାମଗ୍ରୀ, ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା, ଜୀବିକାର୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦକ୍ଷତା ବୃଦ୍ଧି ନିମନ୍ତେ ଟ୍ରେନିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୨୦୨୩-୨୪ ବିଭାଗୀୟ ବଜେଟ ସମ୍ବନ୍ଧରେ ସୂଚନା ଦେଇ ଏହା ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ସାରକା କହିଲେ ଯେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୮ ଶହ ୧୧ କୋଟି ଟଙ୍କା ବ୍ୟୟ କରାଯିବ। ୨୩ ଲକ୍ଷ (୬୦ ପ୍ରତିଶତ ଛାତ୍ରୀ ଓ ୪୦ ପ୍ରତିଶତ ଛାତ୍ର) ମେଧାବୀ ଛାତ୍ରଛାତ୍ରୀ ଛାତ୍ରବୃତ୍ତି ପାଇବେ। ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ୨ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କର ପୋଷଣ ବୃଦ୍ଧି କରାଯିବ।

ପ୍ରାକ୍‌ ମାଟ୍ରିକ ସ୍କଲାରସିପ୍‌ ଯୋଜନାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ୬ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଦିବାଧ୍ୟାୟୀମାନଙ୍କ ଛାତ୍ରବୃତ୍ତି ବୃଦ୍ଧି କରାଯିବ। ବର୍ଷକୁ ୫୦୦ ଟଙ୍କା ଛାତ୍ରବୃତ୍ତି ମିଳିବ। ମାଟି୍ରକ୍‌ ପରବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ ରକ୍ଷଣାବେକ୍ଷଣ ଭତ୍ତା ପ୍ରୋତ୍ସାହନ ବାର୍ଷିକ ଅତିରିକ୍ତ ଏକ ହଜାର ଟଙ୍କା ଅନ୍ତେବାସୀମାନଙ୍କ ପାଇଁ ଓ ୫୦୦ ଟଙ୍କା ଦିବାଧ୍ୟାୟୀମାନଙ୍କ ପାଇଁ ଖର୍ଚ୍ଚ ହେବ। ଅନେ୍ୱଷା କାର୍ଯ୍ୟକ୍ରମ ଅଧୀନରେ ୧୦୬ଟି ଅନେ୍ୱଷା ବିଦ୍ୟାଳୟ ଓ ୮୦ଟି ଛାତ୍ରାବାସ ମାଧ୍ୟମରେ ଛାତ୍ରାବାସ ଓ ଟୁ୍ୟସନ୍‌ ଫି ପ୍ରଦାନ କରାଯାଉଛି।

ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ଏଥିରେ ୧୨୪ କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟର ସହରାଞ୍ଚଳରେ ଉଚ୍ଚଶିକ୍ଷା ପାଇଁ ପଢ଼ୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ ‘ଆକାଂକ୍ଷା’ ଯୋଜନାରେ ୪ଟି ଛାତ୍ରାବାସ ନିର୍ମାଣ ବାବଦରେ ୪ କୋଟି ଟଙ୍କା ବ୍ୟୟ କରାଯିବ । ୪୨୨ଟି ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ଲର୍ଣ୍ଣିଂ ସେଣ୍ଟରରେ ଉନ୍ନୀତ କରାଯାଇ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଲୋକାର୍ପଣ କରାଯିବ। ୧୦୦ ଶଯ୍ୟାବିଶିଷ୍ଟ ୧୦୦ଟି ଓବିସି ହଷ୍ଟେଲ (ଅନ୍ୟାନ୍ୟ ପଛୁଆବର୍ଗ ଛାତ୍ରାବାସ) ମଧ୍ୟରୁ ୬୬ଟି ଛାତ୍ରାବାସ ସଂପୂର୍ଣ୍ଣ ହୋଇସାରିଛି । ୩୪ଟି ହଷ୍ଟେଲ ନିର୍ମାଣାଧିନ ଅଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ସାମ୍ବାଦିକ ସମ୍ମିଳନୀରେ ସୂଚନା
ଦେଇଥିଲେ ।

ବିଭାଗୀୟ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ପାୱାର ପଏଣ୍ଟ ଜରିଆରେ ସାମ୍ବାଦିକମାନଙ୍କୁ ବିଭାଗର ଚଳିତ ବର୍ଷର ରୋଡ୍‌ମ୍ୟାପ୍‌ ସମ୍ବନ୍ଧରେ ସୂଚନା ଦେଇଥିଲେ। ଚଳିତ ଆର୍ଥିକ ବର୍ଷଠାରୁ ଜନଜାତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଜୀବିକା ମିଶନ ନାମରେ ଅନନ୍ୟ ଜୀବିକା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ପର୍ଯ୍ୟାୟ କ୍ରମେ ଏହି ମିଶନରେ ସାଢ଼େ ୧୪ ଲକ୍ଷ ପରିବାର ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ କ୍ଲଷ୍ଟର ମାଧ୍ୟମରେ ୫୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଦେଢ଼ଲକ୍ଷ ପରିବାରଙ୍କ ଜୀବିକା ବିକାଶ କାର୍ଯ୍ୟ ସମାହିତ ହେବ। ଏଥିରେ ଭିତ୍ତିଭୂମି ନିର୍ମାଣ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦୦ ଶଯ୍ୟାବିଶିଷ୍ଟ ୨୩ଟି ହଷ୍ଟେଲ ନିର୍ମାଣ କରାଯାଉଛି। ୧୦୦ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ସ୍ଥାପନ କରାଯାଇ ସେମାନଙ୍କର ସ୍ୱତନ୍ତ୍ର ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ କରାଯିବ। ଏହାଛଡ଼ା ଅଗ୍ରାଧିକାର ଭିତ୍ତିରେ ୧୦୦ଟି ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ବିକଶିତ କରାଯାଇ ଅତ୍ୟାଧୁନିକ ଶିକ୍ଷାଦାନର ବ୍ୟବସ୍ଥା କରାଯିବ। ଆଦିବାସୀ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ଓ ପ୍ରତ୍ୟେକ ଜନଜାତିର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବା ନିମନ୍ତେ ସ୍ୱତନ୍ତ୍ର ବିକାଶ ପରିଷଦ ୨୦୧୭-୧୮ ମସିହାରେ ୯ଟି ଜନଜାତି ବହୁଳ ଜିଲ୍ଲାରେ ଗଠନ କରାଯାଇଥିଲା।

ଆଦିବାସୀମାନଙ୍କ ପୂଜାସ୍ଥଳୀ, କ୍ଲବ୍‌ ଘର, ସାପ୍ତାହିକ ହାଟ, ବାଦ୍ୟଯନ୍ତ୍ର ଓ ନୃତ୍ୟ, ବେଶଭୂଷା ନିମନ୍ତେ ୨୮୧ କୋଟି ଟଙ୍କା ବିନିଯୋଗ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏଥି ନିମନ୍ତେ ୧୭୬ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି ବୋଲି ସଚିବ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ। ପ୍ରକାଶଯୋଗ୍ୟ ଯେ ୨୦୨୨-୨୩ ଶିକ୍ଷାବର୍ଷରେ ୯୯ ପ୍ରତିଶତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀ ମାଧ୍ୟମିକ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହା ସମଗ୍ର ରାଜ୍ୟ ଓ ବିଭାଗ ପାଇଁ ଗର୍ବ ଓ ଗୌରବର ବିଷୟ। ୨୦୨୩-୨୪ ବର୍ଷ ପାଇଁ ବିଭାଗର ମୋଟ ବଜେଟ ବ୍ୟୟ ୪୬୫୧.୨୭ କୋଟି ଟଙ୍କା ରହିଛି।

ଏହି ସାମ୍ବାଦିକ ସମ୍ମଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ ପରିଚାଳନା କରିଥିବାବେଳେ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବଜେଟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିହାରରୁ ବଡ ଖବର: ବିଜେପିରେ ମିଶିବ କି ଉପେନ୍ଦ୍ର କୁଶୱାହାଙ୍କ ଦଳ?

March 2, 2026

“ପାକିସ୍ତାନୀମାନଙ୍କ ଗ୍ରୀନ୍ କାର୍ଡ ଏବଂ ଭିସା ରଦ୍ଦ ହେଉ”: ଭାରତର ନାମ ନେଇ ଆମେରିକା ନେତାଙ୍କ ଦାବି

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026

ଚମକିଲେ ସଞ୍ଜୁ: ୱେଷ୍ଟଇଣ୍ଡିଜକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ଵକପ ସେମିଫାଇନାଲରେ ପହଞ୍ଚିଲା ଭାରତ

March 1, 2026
Latest News

ଯୁବକଙ୍କୁ ଗୁଳି କରି ଅଭିଯୁକ୍ତ ଫେରାର

March 2, 2026

ଯଦି ଟି-୨୦ ବିଶ୍ୱକପ୍ ସେମିଫାଇନାଲ ବର୍ଷା ଯୋଗୁଁ ଧୋଇଯାଏ, ତେବେ କିପରି ନିର୍ଣ୍ଣୟ ହେବ ବିଜେତା?

March 2, 2026

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିହାରରୁ ବଡ ଖବର: ବିଜେପିରେ ମିଶିବ କି ଉପେନ୍ଦ୍ର କୁଶୱାହାଙ୍କ ଦଳ?

March 2, 2026

ଘୋଷଣା ହେଲା ଭାରତ-ଆଫଗାନିସ୍ତାନ ଦ୍ୱିପାକ୍ଷିକ ଦିନିକିଆ ସିରିଜ: ଜାଣନ୍ତୁ କାର୍ଯ୍ୟସୂଚୀ

March 2, 2026

“ପାକିସ୍ତାନୀମାନଙ୍କ ଗ୍ରୀନ୍ କାର୍ଡ ଏବଂ ଭିସା ରଦ୍ଦ ହେଉ”: ଭାରତର ନାମ ନେଇ ଆମେରିକା ନେତାଙ୍କ ଦାବି

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.