Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଥର ରାଜ୍ୟରେ ଅକ୍ଷୟ ଶକ୍ତିକୁ ଗୁରୁତ୍ବ, ବଜେଟରେ କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା
ବିଶେଷ ଖବର

ଏଥର ରାଜ୍ୟରେ ଅକ୍ଷୟ ଶକ୍ତିକୁ ଗୁରୁତ୍ବ, ବଜେଟରେ କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

March 20, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
EnergyBudget
ଏଥର ରାଜ୍ୟରେ ଅକ୍ଷୟ ଶକ୍ତିକୁ ଗୁରୁତ୍ବ, ବଜେଟରେ କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ସମସ୍ତ ଗ୍ରାହକଙ୍କୁ ୨୪ * ୭ ଗୁଣାତ୍ମକ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ କରିବାକୁ ଶକ୍ତି ବିଭାଗ ବିଦ୍ୟୁତ ଉତ୍ପାଦନ, ପରିବହନ ଏବଂ ବିତରଣ କ୍ଷେତ୍ରରେ ଅନେକ ପଦକ୍ଷେପ ନେଉଛି। ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଓପିଜିସିର ୨୦୧୯ ରେ ଏହାର ଉତ୍ପାଦନ କ୍ଷମତାକୁ ୧,୩୨୦ ମେଗାୱାଟ୍‌ ବୃଦ୍ଧି କରିଛି।

ସମ୍ପ୍ରତି ରାଜ୍ୟରେ ପାଖାପାଖି ୭,୨୯୦ ମେଗାୱାଟ୍‌ ବିଦ୍ୟୁତ ଉପଲବ୍ଧ ଥିବାରୁ, ରାଜ୍ୟର ହାରାହାରି ସର୍ବୋଚ୍ଚ ବିଦ୍ୟୁତ ଶକ୍ତି ଚାହିଦା, ଯାହାକି ପ୍ରାୟ ୪,୫୦୦ – ୫,୦୦୦ ମେଗାୱାଟ୍‌, ସୁରୁଖୁରୁରେ ପୂରଣ ହୋଇପାରୁଛି। ରାଜ୍ୟର ବିଦ୍ୟୁତ ପରିବହନ ଏବଂ ବିତରଣର ଭିତ୍ତିଭୂମି, ଉପଭୋକ୍ତା ସଂଖ୍ୟାରେ ବୃଦ୍ଧି ଏବଂ ଶିଳ୍ପ ଓ ସେବା କ୍ଷେତ୍ରର କ୍ରମବର୍ଦ୍ଧିଷ୍ଣୁ ଚାହିଦା ସହିତ ସମାନୁପାତିକ ଭାବରେ ବୃଦ୍ଧି ପାଇଛି ବୋଲି ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି।

ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍‌ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ଗତ ୧୦ ବର୍ଷରେ, ବିଦ୍ୟୁତ ପରିବହନ ବ୍ୟବସ୍ଥାର ଉପଲବ୍ଧତା ୯୯.୯% ରୁ ଅଧିକ ରହିଛି। କିଛି ଦୂରଦୁରାନ୍ତରେ ଥିବା ଲୋ-ଭୋଲଟେଜ୍‌ ଅଂଚଳର ଗ୍ରାହକଙ୍କ ଭୋଲଟେଜ୍‌ ସମସ୍ୟାର ସମାଧାନ ପାଇଁ ବଜେଟରେ ଯଥାଯଥ ବ୍ୟବସ୍ଥା କରାଯାଇଛି। ମେକ୍‌ ଇନ ଓଡିଶା-୨୦୨୨ ସମୟରେ, ଆମେ ଏକ ନୂତନ ଅକ୍ଷୟ (Renewable) ଶକ୍ତି ନୀତି ଉନ୍ମୋଚନ କରିଥିଲୁ। ସେହି ନୀତି କାର୍ଯ୍ୟକାରୀ କରିବା ପାଇଁ ବଜେଟ୍‌ରେ ବ୍ୟବସ୍ଥା ରହିଛି।

ଏହି ବଜେଟରେ ସବୁଜ ଶକ୍ତି ପରିବହନ କରିଡର (ନୂତନ ଯୋଜନା) ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯିବା ସହିତ ଓଡିଶା ନବୀକରଣୀୟ ଶକ୍ତି ବିକାଶ ପାଣ୍ଠି (Renewable Energy Development Fund)) (ନୂତନ ଯୋଜନା) ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୩୦ ମସିହା ସୁଦ୍ଧା ଆମେ ୧୦,୦୦୦ରୁ ଊଦ୍ଧ୍ୱର୍ ମେଗାୱାଟ୍‌ ଅକ୍ଷୟ ଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛୁ ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ।

ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଶ୍ରୀ ଦେବ ସୂଚନା ଦେଇଥିଲେ ଯେ ବର୍ତ୍ତମାନ କାର୍ଯ୍ୟକାରୀ ଯୋଜନା ଏବଂ ପ୍ରସ୍ତାବିତ ନୂତନ ଯୋଜନାଗୁଡିକୁ ଏକତ୍ର କରି, ବଜେଟରେ ଦୁଇଟି ସାମଗ୍ରିକ ଯୋଜନା (Umbrella Scheme)ର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ବିକାଶ କାର୍ଯ୍ୟକ୍ରମ (CMPDP) ବାବଦରେ ୧,୪୪୬.୫୦ କୋଟି ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ (CMECP) ନିମନ୍ତେ ୨୭୨.୬୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ବିକାଶ କାର୍ଯ୍ୟକ୍ରମ (CMPDP) ର ମୁଖ୍ୟ ଉପାଦାନ/ ପ୍ରମୁଖ ଭାଗ ଗୁଡିକ ମଧ୍ୟରେ ଓଡିଶା ବିଦ୍ୟୁତ ବିତରଣ ସଶକ୍ତିକରଣ କାର୍ଯ୍ୟକ୍ରମ (ODSSP) ପାଇଁ ୮୩୨.୫ କୋଟି ଟଙ୍କା, ରାଜ୍ୟ ରାଜଧାନୀ ଅଂଚଳ ବିଦ୍ୟୁତ ବ୍ୟବସ୍ଥା ଉନ୍ନତିକରଣ ଯୋଜନା (SCRIPS) ପାଇଁ ୩୬୪.୯୮ କୋଟି ଟଙ୍କା, ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା (DRPS) ପାଇଁ ୧୦୦ କୋଟି ଟଙ୍କା, ସବୁଜ ଶକ୍ତି ପରିବହନ କରିଡର ପାଇଁ ୫୦ କୋଟି ଟଙ୍କା (ନୂତନ ଯୋଜନା)ର ବ୍ୟୟବରାଦ କରାଯାଇଛି।

ଲୋ-ଭୋଲଟେଜ୍‌ ଅଂଚଳମାନଙ୍କରେ ଭୋଲଟେଜ୍‌ରେ ଉନ୍ନତି ପାଇଁ ମାର୍ଚ୍ଚ ୨୦୨୪ ସୁଦ୍ଧା ୧୦୦ ରୁ ଅଧିକ ୩୩/୧୧ କେଭି ସବ୍‌-ଷ୍ଟେସନ୍‌ କାର୍ଯ୍ୟକ୍ଷମ ହେବ । ବିପର୍ଯ୍ୟୟ ନିରୋଧୀ ଶକ୍ତି ଭିତ୍ତିଭୂମି ନିର୍ମାଣ ପାଇଁ, ରେଡିଆଲ୍‌ ଟୁ ରିଙ୍ଗ୍‌ କନଭର୍ସନ୍‌ ପ୍ରୋଜେକଫ (RRCP-ଦ୍ୱିତୀୟ ପର୍ଯ୍ୟାୟ), ରାଜ୍ୟ ରାଜଧାନୀ ଅଂଚଳରେ ଶକ୍ତି ଭିତ୍ତିଭୂମି ଉନ୍ନତିକରଣ (SCRIPS) ଓ ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା (DRPS-ଦ୍ୱିତୀୟ ପର୍ଯ୍ୟାୟ) ଭଳି ଯୋଜନାଗୁଡିକ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି ଏବଂ ଏଥିପାଇଁ ବଜେଟ୍‌ରେ ସାମୂହିକ ଭାବରେ ୪୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

CMECP ଅଧୀନରେ, ଘରୋଇ ଶକ୍ତି ଦକ୍ଷତା କାର୍ଯ୍ୟକ୍ରମ (ନୂତନ ସ୍କିମ୍‌) ପାଇଁ ୨୫୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି, ଯାହାକି ଘରମାନଙ୍କରେ ଏନେର୍ଜି ଏଫିସିଏଣ୍ଟ ଉପକରଣର ବ୍ୟବହାରକୁ ପ୍ରୋତ୍ସାହିତ କରିବ। ଶକ୍ତି ସଂରକ୍ଷଣ ଏବଂ ଶକ୍ତି ଦକ୍ଷତା ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବରେ, ପ୍ରାୟ ୧,୦୦୦ ଗୋଟି ବିଦ୍ୟାଳୟରେ ଗଠିତ ‘ଶକ୍ତି କ୍ଲବ’ଗୁଡିକ ସମ୍ପ୍ରତି ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ସମସ୍ତ ହାଇସ୍କୁଲଗୁଡିକରେ ମଧ୍ୟ ଏଭଳି କ୍ଲବ ଗଠନ କରିବା ପାଇଁ ପ୍ରସ୍ତାବ ରହିଛି।

ଶକ୍ତି ବିଭାଗ ଏହାର ପ୍ରମୁଖ ଅଗ୍ରଣୀ କାର୍ଯ୍ୟକ୍ରମ ‘ବିଜୁ ଗ୍ରାମ ଜ୍ୟୋତି ଯୋଜନା’କୁ ଜାରି ରଖିଛି। ବିଦ୍ୟୁତ ସେବାରୁ ବଂଚିତ ସମସ୍ତ ପରିବାରକୁ ଆଗାମୀ ଅଗଷ୍ଟ ୨୦୨୩ ସୁଦ୍ଧା ବିଦ୍ୟୁତକରଣ କରିବା ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧ ରେ ‘ସୌଭାଗ୍ୟ’ ଯୋଜନାର ପରିସମାପ୍ତି ହେବା ପରେ, ଅବଶିଷ୍ଟ ଜନବସତି/ ପରିବାରକୁ ବିଦ୍ୟୁତ ଯୋଗାଇବା ପାଇଁ DISCOM ମାନଙ୍କୁ ୪୧୫ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି।

ହାତୀମାନଙ୍କୁ ବୈଦୁତିକ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ, ଏଲିଫ୍ୟାଣ୍ଟ କରିଡ଼ର ଯୋଜନାରେ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ରେ ୫୦ କୋଟି ଟଙ୍କାର ବ୍ୟୟବରାଦ  କରାଯାଇଛି। Elephant Corridor ଯୋଜନାରେ ବିଦ୍ୟୁତ ଭିତ୍ତିଭୂମିର ସଶକ୍ତିକରଣ ପାଇଁ ଏଯାବତ ୬୯୦.୨ କୋଟି ଟଙ୍କା ଆବଣ୍ଟନ କରାଯାଇସାରିଛି ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି।

ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ ଗ୍ରୀଡକୋ ୟୁନିଟ୍‌ ପିଛା ହାରାହାରି ୩.୧୨ ଟଙ୍କା ମୂଲ୍ୟରେ (ଆର୍ଥିକ ବର୍ଷ ୨୦୨୨-୨୩) DISCOM ମାନଙ୍କୁ ବଲ୍କରେ ଶକ୍ତି ଯୋଗାଉଛି, ଯାହା ସର୍ବଭାରତୀୟ ସ୍ତର ଠାରୁ କମ୍‌ ଅଟେ । ଗ୍ରୀଡକୋର ଆର୍ଥିକ ସ୍ଥିରତା ଓ ସ୍ୱ୍‌ଚ୍ଛଳତା ରାଜ୍ୟର ଶକ୍ତି ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ୩୧ ଡିସେମ୍ବର ୨୦୨୨ ସୁଦ୍ଧା, ଗ୍ରୀଡକୋର ବକେୟା ଦେୟ ପାଖାପାଖି ୬, ୫୦୦ କୋଟି ଟଙ୍କା ରହିଛି।

ତେଣୁ, ରାଜ୍ୟ ସରକାର ଗ୍ରୀଡକୋକୁ ବାର୍ଷିକ ୫ ପ୍ରତିଶତ ସୁଧହାରରେ ଏବଂ ୫ ବର୍ଷର ମୋରାଟୋରିଅମ ଅବଧିରେ ଋଣ (Soft Loan) ଦେବା ଆରମ୍ଭ କରିଛନ୍ତି। ଏହି କ୍ରମରେ, ଆର୍ଥିକ ବର୍ଷ ୨୦୨୨-୨୩ ରେ GRIDCO କୁ ୭୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୭୦୦ କୋଟି ଟଙ୍କା ଋଣ ପ୍ରଦାନର ପ୍ରସ୍ତାବ ଦିଆଯାଇଛି। ଓପିଜିସି (OPGC)କୁ ୧୩୮ କୋଟି ଟଙ୍କା ଓ ଓପିଟିସିଏଲ (OPTCL)କୁ ୧୦୦ କୋଟି ଟଙ୍କାର ଅଂଶଧନ ପ୍ରଦାନ କରାଯାଇଛି।

ଏବର୍ଷ ଶକ୍ତି ବିଭାଗ ମୋଟ ୩,୦୦୨.୫୩ କୋଟି ଟଙ୍କାର ବଜେଟ୍‌ ଆକଳନ କରିଅଛି। ଏଥିରେ, ଯୋଜନା/ ପରିକଳ୍ପନା/ କାର୍ଯ୍ୟକ୍ରମ ରୂପାୟନ ତଥା କାର୍ଯ୍ୟାନ୍ୱୟନ ପାଇଁ ୨,୯୫୪ କୋଟି ଓ ପ୍ରଶାସନିକ ଖର୍ଚ୍ଚ ପାଇଁ ୪୮.୫୩ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି। ଏହି ସମସ୍ତ ପଦକ୍ଷେପ ଦ୍ୱାରା ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କର ଖୁଚୁରା ବିଦ୍ୟୁତ ଶୁଳ୍କକୁ କମ୍‌ ରଖିବାରେ ସହାୟକ ହୋଇପାରିବ ଏବଂ ଶିଳ୍ପ ଓ ଅର୍ଥନୀତିର ଅଭିବୃଦ୍ଧିକୁ ସୁଗମ କରିବ, ଯାହାଦ୍ୱାରା ରାଜ୍ୟର ଜନସାଧାରଣଙ୍କ ଜୀବନଶୈଳୀରେ ଉନ୍ନତି ଆସିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଧଳ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ ପରିଚାଳନା କରିଥିବାବେଳେ ଶକ୍ତି ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ।

ଅକ୍ଷୟ ଶକ୍ତି ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଶକ୍ତି ବଜେଟ
Share. Facebook Twitter LinkedIn Email WhatsApp Copy Link

Related Posts

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025

କାଶିନଗରଠାରେ ନବନିର୍ମିତ ଗ୍ରାମ ନ୍ୟାୟାଳୟର ନୂତନ ଅଟ୍ଟାଳିକାକୁ ଉଦଘାଟନକଲେ ହାଇକୋର୍ଟର ମୁଖ୍ୟ ବିଚାରପତି

July 23, 2025

ଏନସିଇଆରଟି ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ପଡ଼ିବା ପ୍ରସଙ୍ଗ: ସ୍ପଷ୍ଟ କଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

July 23, 2025

ବିଡ଼ି, ସିନେ ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.