Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି ସୌର ଶକ୍ତି ଉତ୍ପାଦନ ସମ୍ଭାବନା ରହିଛି: କେନ୍ଦ୍ର ଶକ୍ତି ମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି (ଗିଗାୱାଟ୍‌ ପିକ୍‌) ସୌର ଶକ୍ତିଉତ୍ପାଦନ ସମ୍ଭାବନା ରହିଥିବା କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ଓ ଶକ୍ତି ମନ୍ତ୍ରୀ ଆର.କେ ସିଂ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ସୌର ଶକ୍ତି ଉତ୍ପାଦନ ସମ୍ଭାବନାକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟପରିବେଶ, ଦୀର୍ଘସ୍ଥାୟିତ୍ୱ ଓ ପ୍ରଯୁକ୍ତି ଫୋରମ୍‌ (ଆଇଫରେଷ୍ଟ) ଓଡ଼ିଶାରେ ସୌର ଶକ୍ତି ଉତ୍ପାଦନ ସମ୍ଭାବନା ୧୬୯ ଜିଡବ୍ଲୁପିଥିବା ଆକଳନ କରିଛି ବୋଲି ଓଡ଼ିଶା ସରକାର ରିପୋର୍ଟଦେଇଛନ୍ତି।

ସେ କହିଛନ୍ତି, ଜାତୀୟ ସୌର ଶକ୍ତି ପ୍ରତିଷ୍ଠାନ (ଏନଆଇଏସଇ) ଦ୍ୱାରା ବିଭିନ୍ନ ଆଧାରକୁ ନେଇ ରାଜ୍ୟମାନଙ୍କର ସୌର ଶକ୍ତିଉତ୍ପାଦନ ସମ୍ଭାବନାକୁ ଆକଳନ କରାଯାଇଥାଏ। ଏହି ଆଧାରଗୁଡ଼ିକ ହେଲା, କୌଣସି ରାଜ୍ୟର ୩% ଅନୁର୍ବର ଜମିକୁସୌର ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ। ଅନୁର୍ବର ଜମି ମାନଚିତ୍ର ୨୦୧୦ ଅନୁଯାୟୀ, ଏଥିପାଇଁ ଉଦ୍ଦିଷ୍ଟଜମି ଚିହ୍ନଟ କରାଯିବ। ଏସପିଭି ମଡ୍ୟୁଲ ଦକ୍ଷତାକୁ ୧୫% ସମ୍ଭାବନା ହିସାବରେ ବିବେଚନା କରାଯାଏ ଏବଂ ପ୍ରତ୍ୟେକ ୧ ବର୍ଗକିମି ଅନୁର୍ବର ଜମିରେ ୫୦ ମେଗାୱାଟ୍‌ ପିକ୍‌ କ୍ଷମତାବିଶିଷ୍ଟଏସପିଭି ପ୍ଲାଣ୍ଟ ସ୍ଥାପନ କରାଯାଇପାରିବ। ଅନୁରୂପ ଭାବେ୨୦୧୧ ଜନଗଣନାକୁ ଆଧାର କରି ଘର ଛାତ ଉପରେ ସୌରଶକ୍ତି ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା ମାଧ୍ୟମରେ ସୌର ଶକ୍ତି ଉତ୍ପାଦନସମ୍ଭାବନାକୁ ଆକଳନ କରାଯାଇଛି।

କେନ୍ଦ୍ର ମନ୍ତ୍ରୀ ଆର.କେ ସିଂ ଏହି ଅବସରରେ କହିଛନ୍ତି, କେନ୍ଦ୍ରସରକାର ଓଡ଼ିଶା ସମେତ ସବୁ ରାଜ୍ୟକୁ ସୌର ଇନ୍ଧନ ଏବଂଅକ୍ଷୟ ଶକ୍ତି ଭିତ୍ତିଭୂମି ଉନ୍ନତିକରଣ ପାଇଁ ବିଭିନ୍ନ ପ୍ରକାରସହଯୋଗ ଯୋଗାଇ ଦେଉଛନ୍ତି। ସୌର ଶକ୍ତି କ୍ଷେତ୍ରରେସ୍ୱୟଂକ୍ରିୟ ମାର୍ଗରେ ଶତପ୍ରତିଶତ ବିଦେଶୀ ପୁଞ୍ଜିନିବେଶକୁଅନୁମତି ମିଳିଛି। ୩୦ ଜୁନ୍‌ ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁଥିବା ପ୍ରକଳ୍ପରୁ ସୌର ଏବଂ ପବନ ବିଦ୍ୟୁତ ଶକ୍ତିର ଆନ୍ତଃରାଜ୍ୟବିକ୍ରୟ ଉପରେ କୌଣସି ଆନ୍ତଃରାଜ୍ୟ ସଞ୍ଚାରଣ ପ୍ରଣାଳୀ ଶୁଳ୍କଲାଗୁ ହେବ ନାହିଁ। ବଡ଼ ଅକ୍ଷୟ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ଲାଗି ଅକ୍ଷୟ ଶକ୍ତି ଉତ୍ପାଦନକାରୀମାନଙ୍କୁ ଜମି ଓ ସଞ୍ଚାରଣ ସୁବିଧାଯୋଗାଇ ଦେବା ପାଇଁ ଅଲଟ୍ରା ମେଗା ଅକ୍ଷୟ ଶକ୍ତି ପାର୍କ ପ୍ରତିଷ୍ଠାକରାଯିବାର ପ୍ରସ୍ତାବ ରହିଛି। ପିଏମ୍‌-କୁସୁମ, ଛାତ ଉପରେସୌର ଶକ୍ତି ଉତ୍ପାଦନ ଯୋଜନା ପର୍ଯ୍ୟାୟ-୨, ୧୨ ହଜାରମେଗାୱାଟ୍‌ ସିପିଏସୟୁ ଯୋଜନା ପର୍ଯ୍ୟାୟ ୨ ଆଦି କାର୍ଯ୍ୟକାରୀକରାଯାଉଛି।

ସବୁଜ ଇନ୍ଧନ କରିଡର ଯୋଜନା ଅଧୀନରେନୂଆ ବିଦ୍ୟୁତ ସଞ୍ଚାରଣ ଲାଇନ ଏବଂ ନୂଆ ସବଷ୍ଟେସନ କ୍ଷମତାବିକଶିତ କରାଯାଉଛି। ସେହିପରି ସବୁଜ ହାଇଡ୍ରୋଜେନ ଏବଂ ଏହାର ଯୌଗିକ ଉତ୍ପାଦନ, ଉପଯୋଗ ଏବଂ ରପ୍ତାନି ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ରେ ପରିଣତ କରିବା ଉଦ୍ଦେଶ୍ୟରେ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଆରମ୍ଭ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ୧ ଗିଗାୱାଟ ସୌର ଶକ୍ତି ପ୍ରକଳ୍ପର ଏନଏଚପିସି ଏବଂ ଗ୍ରିଡ୍‍କୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ଵର: ଭାରତର ବୃହତ୍ତମ ଜଳ ବିଦ୍ୟୁତ ବିକାଶ ସଂଗଠନ ଏନଏଚପିସି ଲିମିଟେଡ୍‌, ଓଡ଼ିଶା ସରକାରଙ୍କ ଗ୍ରିଡ୍‍କୋ ସହିତ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଓଡିଶାରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଅତି କମ୍‍ରେ ୨୦୦୦ ମେଗାୱାଟର ସ୍ୱୟଂ ଚିହ୍ନିତ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ୧୦୦୦ ମେଗାୱାଟର ଅକ୍ଷୟ ଶକ୍ତି ପ୍ରକଳ୍ପ (ଭୂମି ଉପରେ ସୌର ପ୍ରକଳ୍ପ/ ଭାସମାନ ସୌର ପ୍ରକଳ୍ପ) ସ୍ଥାପନ କରିବାକୁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣା ୨୩ଜୁନ୍‍ ୨୦୨୩ରେ ଏନଏଚପିସିର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ (ରଣନୀତିକ ବ୍ୟବସାୟ ବିକାଶ ଏବଂ ପରାମର୍ଶ) ରଜତ ଗୁପ୍ତା ଏବଂ ଗ୍ରିଡ୍‍କୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡାଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ରାଜିନାମା ସ୍ୱାକ୍ଷର ସମୟରେ ଓଡିଶା ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗ୍ରିଡ୍‍କୋର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଧଳ, ଏନଏଚପିସି ଲିମିଟେଡର ନିର୍ଦ୍ଦେଶକ (ପ୍ରକଳ୍ପ) ବିଶ୍ୱଜିତ ବସୁ ଏବଂ ଉଭୟ ସଂସ୍ଥାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏଥର ରାଜ୍ୟରେ ଅକ୍ଷୟ ଶକ୍ତିକୁ ଗୁରୁତ୍ବ, ବଜେଟରେ କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ସମସ୍ତ ଗ୍ରାହକଙ୍କୁ ୨୪ * ୭ ଗୁଣାତ୍ମକ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ କରିବାକୁ ଶକ୍ତି ବିଭାଗ ବିଦ୍ୟୁତ ଉତ୍ପାଦନ, ପରିବହନ ଏବଂ ବିତରଣ କ୍ଷେତ୍ରରେ ଅନେକ ପଦକ୍ଷେପ ନେଉଛି। ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଓପିଜିସିର ୨୦୧୯ ରେ ଏହାର ଉତ୍ପାଦନ କ୍ଷମତାକୁ ୧,୩୨୦ ମେଗାୱାଟ୍‌ ବୃଦ୍ଧି କରିଛି।

ସମ୍ପ୍ରତି ରାଜ୍ୟରେ ପାଖାପାଖି ୭,୨୯୦ ମେଗାୱାଟ୍‌ ବିଦ୍ୟୁତ ଉପଲବ୍ଧ ଥିବାରୁ, ରାଜ୍ୟର ହାରାହାରି ସର୍ବୋଚ୍ଚ ବିଦ୍ୟୁତ ଶକ୍ତି ଚାହିଦା, ଯାହାକି ପ୍ରାୟ ୪,୫୦୦ – ୫,୦୦୦ ମେଗାୱାଟ୍‌, ସୁରୁଖୁରୁରେ ପୂରଣ ହୋଇପାରୁଛି। ରାଜ୍ୟର ବିଦ୍ୟୁତ ପରିବହନ ଏବଂ ବିତରଣର ଭିତ୍ତିଭୂମି, ଉପଭୋକ୍ତା ସଂଖ୍ୟାରେ ବୃଦ୍ଧି ଏବଂ ଶିଳ୍ପ ଓ ସେବା କ୍ଷେତ୍ରର କ୍ରମବର୍ଦ୍ଧିଷ୍ଣୁ ଚାହିଦା ସହିତ ସମାନୁପାତିକ ଭାବରେ ବୃଦ୍ଧି ପାଇଛି ବୋଲି ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି।

ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍‌ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ଗତ ୧୦ ବର୍ଷରେ, ବିଦ୍ୟୁତ ପରିବହନ ବ୍ୟବସ୍ଥାର ଉପଲବ୍ଧତା ୯୯.୯% ରୁ ଅଧିକ ରହିଛି। କିଛି ଦୂରଦୁରାନ୍ତରେ ଥିବା ଲୋ-ଭୋଲଟେଜ୍‌ ଅଂଚଳର ଗ୍ରାହକଙ୍କ ଭୋଲଟେଜ୍‌ ସମସ୍ୟାର ସମାଧାନ ପାଇଁ ବଜେଟରେ ଯଥାଯଥ ବ୍ୟବସ୍ଥା କରାଯାଇଛି। ମେକ୍‌ ଇନ ଓଡିଶା-୨୦୨୨ ସମୟରେ, ଆମେ ଏକ ନୂତନ ଅକ୍ଷୟ (Renewable) ଶକ୍ତି ନୀତି ଉନ୍ମୋଚନ କରିଥିଲୁ। ସେହି ନୀତି କାର୍ଯ୍ୟକାରୀ କରିବା ପାଇଁ ବଜେଟ୍‌ରେ ବ୍ୟବସ୍ଥା ରହିଛି।

ଏହି ବଜେଟରେ ସବୁଜ ଶକ୍ତି ପରିବହନ କରିଡର (ନୂତନ ଯୋଜନା) ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯିବା ସହିତ ଓଡିଶା ନବୀକରଣୀୟ ଶକ୍ତି ବିକାଶ ପାଣ୍ଠି (Renewable Energy Development Fund)) (ନୂତନ ଯୋଜନା) ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୩୦ ମସିହା ସୁଦ୍ଧା ଆମେ ୧୦,୦୦୦ରୁ ଊଦ୍ଧ୍ୱର୍ ମେଗାୱାଟ୍‌ ଅକ୍ଷୟ ଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛୁ ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ।

ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଶ୍ରୀ ଦେବ ସୂଚନା ଦେଇଥିଲେ ଯେ ବର୍ତ୍ତମାନ କାର୍ଯ୍ୟକାରୀ ଯୋଜନା ଏବଂ ପ୍ରସ୍ତାବିତ ନୂତନ ଯୋଜନାଗୁଡିକୁ ଏକତ୍ର କରି, ବଜେଟରେ ଦୁଇଟି ସାମଗ୍ରିକ ଯୋଜନା (Umbrella Scheme)ର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ବିକାଶ କାର୍ଯ୍ୟକ୍ରମ (CMPDP) ବାବଦରେ ୧,୪୪୬.୫୦ କୋଟି ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ (CMECP) ନିମନ୍ତେ ୨୭୨.୬୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ବିକାଶ କାର୍ଯ୍ୟକ୍ରମ (CMPDP) ର ମୁଖ୍ୟ ଉପାଦାନ/ ପ୍ରମୁଖ ଭାଗ ଗୁଡିକ ମଧ୍ୟରେ ଓଡିଶା ବିଦ୍ୟୁତ ବିତରଣ ସଶକ୍ତିକରଣ କାର୍ଯ୍ୟକ୍ରମ (ODSSP) ପାଇଁ ୮୩୨.୫ କୋଟି ଟଙ୍କା, ରାଜ୍ୟ ରାଜଧାନୀ ଅଂଚଳ ବିଦ୍ୟୁତ ବ୍ୟବସ୍ଥା ଉନ୍ନତିକରଣ ଯୋଜନା (SCRIPS) ପାଇଁ ୩୬୪.୯୮ କୋଟି ଟଙ୍କା, ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା (DRPS) ପାଇଁ ୧୦୦ କୋଟି ଟଙ୍କା, ସବୁଜ ଶକ୍ତି ପରିବହନ କରିଡର ପାଇଁ ୫୦ କୋଟି ଟଙ୍କା (ନୂତନ ଯୋଜନା)ର ବ୍ୟୟବରାଦ କରାଯାଇଛି।

ଲୋ-ଭୋଲଟେଜ୍‌ ଅଂଚଳମାନଙ୍କରେ ଭୋଲଟେଜ୍‌ରେ ଉନ୍ନତି ପାଇଁ ମାର୍ଚ୍ଚ ୨୦୨୪ ସୁଦ୍ଧା ୧୦୦ ରୁ ଅଧିକ ୩୩/୧୧ କେଭି ସବ୍‌-ଷ୍ଟେସନ୍‌ କାର୍ଯ୍ୟକ୍ଷମ ହେବ । ବିପର୍ଯ୍ୟୟ ନିରୋଧୀ ଶକ୍ତି ଭିତ୍ତିଭୂମି ନିର୍ମାଣ ପାଇଁ, ରେଡିଆଲ୍‌ ଟୁ ରିଙ୍ଗ୍‌ କନଭର୍ସନ୍‌ ପ୍ରୋଜେକଫ (RRCP-ଦ୍ୱିତୀୟ ପର୍ଯ୍ୟାୟ), ରାଜ୍ୟ ରାଜଧାନୀ ଅଂଚଳରେ ଶକ୍ତି ଭିତ୍ତିଭୂମି ଉନ୍ନତିକରଣ (SCRIPS) ଓ ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା (DRPS-ଦ୍ୱିତୀୟ ପର୍ଯ୍ୟାୟ) ଭଳି ଯୋଜନାଗୁଡିକ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି ଏବଂ ଏଥିପାଇଁ ବଜେଟ୍‌ରେ ସାମୂହିକ ଭାବରେ ୪୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

CMECP ଅଧୀନରେ, ଘରୋଇ ଶକ୍ତି ଦକ୍ଷତା କାର୍ଯ୍ୟକ୍ରମ (ନୂତନ ସ୍କିମ୍‌) ପାଇଁ ୨୫୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି, ଯାହାକି ଘରମାନଙ୍କରେ ଏନେର୍ଜି ଏଫିସିଏଣ୍ଟ ଉପକରଣର ବ୍ୟବହାରକୁ ପ୍ରୋତ୍ସାହିତ କରିବ। ଶକ୍ତି ସଂରକ୍ଷଣ ଏବଂ ଶକ୍ତି ଦକ୍ଷତା ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବରେ, ପ୍ରାୟ ୧,୦୦୦ ଗୋଟି ବିଦ୍ୟାଳୟରେ ଗଠିତ ‘ଶକ୍ତି କ୍ଲବ’ଗୁଡିକ ସମ୍ପ୍ରତି ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ସମସ୍ତ ହାଇସ୍କୁଲଗୁଡିକରେ ମଧ୍ୟ ଏଭଳି କ୍ଲବ ଗଠନ କରିବା ପାଇଁ ପ୍ରସ୍ତାବ ରହିଛି।

ଶକ୍ତି ବିଭାଗ ଏହାର ପ୍ରମୁଖ ଅଗ୍ରଣୀ କାର୍ଯ୍ୟକ୍ରମ ‘ବିଜୁ ଗ୍ରାମ ଜ୍ୟୋତି ଯୋଜନା’କୁ ଜାରି ରଖିଛି। ବିଦ୍ୟୁତ ସେବାରୁ ବଂଚିତ ସମସ୍ତ ପରିବାରକୁ ଆଗାମୀ ଅଗଷ୍ଟ ୨୦୨୩ ସୁଦ୍ଧା ବିଦ୍ୟୁତକରଣ କରିବା ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧ ରେ ‘ସୌଭାଗ୍ୟ’ ଯୋଜନାର ପରିସମାପ୍ତି ହେବା ପରେ, ଅବଶିଷ୍ଟ ଜନବସତି/ ପରିବାରକୁ ବିଦ୍ୟୁତ ଯୋଗାଇବା ପାଇଁ DISCOM ମାନଙ୍କୁ ୪୧୫ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି।

ହାତୀମାନଙ୍କୁ ବୈଦୁତିକ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ, ଏଲିଫ୍ୟାଣ୍ଟ କରିଡ଼ର ଯୋଜନାରେ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ରେ ୫୦ କୋଟି ଟଙ୍କାର ବ୍ୟୟବରାଦ  କରାଯାଇଛି। Elephant Corridor ଯୋଜନାରେ ବିଦ୍ୟୁତ ଭିତ୍ତିଭୂମିର ସଶକ୍ତିକରଣ ପାଇଁ ଏଯାବତ ୬୯୦.୨ କୋଟି ଟଙ୍କା ଆବଣ୍ଟନ କରାଯାଇସାରିଛି ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି।

ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ ଗ୍ରୀଡକୋ ୟୁନିଟ୍‌ ପିଛା ହାରାହାରି ୩.୧୨ ଟଙ୍କା ମୂଲ୍ୟରେ (ଆର୍ଥିକ ବର୍ଷ ୨୦୨୨-୨୩) DISCOM ମାନଙ୍କୁ ବଲ୍କରେ ଶକ୍ତି ଯୋଗାଉଛି, ଯାହା ସର୍ବଭାରତୀୟ ସ୍ତର ଠାରୁ କମ୍‌ ଅଟେ । ଗ୍ରୀଡକୋର ଆର୍ଥିକ ସ୍ଥିରତା ଓ ସ୍ୱ୍‌ଚ୍ଛଳତା ରାଜ୍ୟର ଶକ୍ତି ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ୩୧ ଡିସେମ୍ବର ୨୦୨୨ ସୁଦ୍ଧା, ଗ୍ରୀଡକୋର ବକେୟା ଦେୟ ପାଖାପାଖି ୬, ୫୦୦ କୋଟି ଟଙ୍କା ରହିଛି।

ତେଣୁ, ରାଜ୍ୟ ସରକାର ଗ୍ରୀଡକୋକୁ ବାର୍ଷିକ ୫ ପ୍ରତିଶତ ସୁଧହାରରେ ଏବଂ ୫ ବର୍ଷର ମୋରାଟୋରିଅମ ଅବଧିରେ ଋଣ (Soft Loan) ଦେବା ଆରମ୍ଭ କରିଛନ୍ତି। ଏହି କ୍ରମରେ, ଆର୍ଥିକ ବର୍ଷ ୨୦୨୨-୨୩ ରେ GRIDCO କୁ ୭୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୭୦୦ କୋଟି ଟଙ୍କା ଋଣ ପ୍ରଦାନର ପ୍ରସ୍ତାବ ଦିଆଯାଇଛି। ଓପିଜିସି (OPGC)କୁ ୧୩୮ କୋଟି ଟଙ୍କା ଓ ଓପିଟିସିଏଲ (OPTCL)କୁ ୧୦୦ କୋଟି ଟଙ୍କାର ଅଂଶଧନ ପ୍ରଦାନ କରାଯାଇଛି।

ଏବର୍ଷ ଶକ୍ତି ବିଭାଗ ମୋଟ ୩,୦୦୨.୫୩ କୋଟି ଟଙ୍କାର ବଜେଟ୍‌ ଆକଳନ କରିଅଛି। ଏଥିରେ, ଯୋଜନା/ ପରିକଳ୍ପନା/ କାର୍ଯ୍ୟକ୍ରମ ରୂପାୟନ ତଥା କାର୍ଯ୍ୟାନ୍ୱୟନ ପାଇଁ ୨,୯୫୪ କୋଟି ଓ ପ୍ରଶାସନିକ ଖର୍ଚ୍ଚ ପାଇଁ ୪୮.୫୩ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି। ଏହି ସମସ୍ତ ପଦକ୍ଷେପ ଦ୍ୱାରା ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କର ଖୁଚୁରା ବିଦ୍ୟୁତ ଶୁଳ୍କକୁ କମ୍‌ ରଖିବାରେ ସହାୟକ ହୋଇପାରିବ ଏବଂ ଶିଳ୍ପ ଓ ଅର୍ଥନୀତିର ଅଭିବୃଦ୍ଧିକୁ ସୁଗମ କରିବ, ଯାହାଦ୍ୱାରା ରାଜ୍ୟର ଜନସାଧାରଣଙ୍କ ଜୀବନଶୈଳୀରେ ଉନ୍ନତି ଆସିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଧଳ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ ପରିଚାଳନା କରିଥିବାବେଳେ ଶକ୍ତି ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ମୁକ୍ତ ସବୁଜ ଶକ୍ତି ଆହରଣ ଜରିଆରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆସିବ ସଂସ୍କାର

ନୂଆଦିଲ୍ଲୀ: ଆମର ଅକ୍ଷୟ ଶକ୍ତି କାର‌୍ୟ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ତଥା ସମସ୍ତଙ୍କ ପାଇଁ କମ୍ ବ୍ୟୟ ସାପେକ୍ଷ ଭରସାଯୋଗ୍ୟ ଓ ସ୍ଥାୟୀ ଓ ନିରନ୍ତର ସବୁଜ ଶକ୍ତି ଲକ୍ଷ୍ୟ ନେଇ ଓପନ ଆକ୍ସେସ୍ ନିୟମ ୨୦୨୨କୁ ୦୬.୦୬.୨୨ରେ ବିଜ୍ଞପିତ କରାଯାଇଛି। ଶକ୍ତି ଉତ୍ପାଦନ, କ୍ର୍ରୟ ଓ ସବୁଜ ଶକ୍ତି ବିନିଯୋଗ ଓ ବର୍ଜ୍ୟବସ୍ତୁରୁ ଶକ୍ତି ସଂଗ୍ରହ ଉଦ୍ଦେଶ୍ୟରେ ଏହି ନିୟମ ପାଇଁ ବିଜ୍ଞପ୍ତିଜାରି କରାଯାଇଛି।

ବିଜ୍ଞପିତ ନିୟମ ଜରିଆରେ ସବୁଜ ଶକ୍ତି ପାଇବା ପାଇଁ ସରଳ ବ୍ୟବସ୍ଥା କରାଯାଇଛି। ଗ୍ରୀନ ଓଏ ନିମନ୍ତେ ତୁରନ୍ତ ଅନୁମୋଦନ, ଏକ ପ୍ରକାର ବ୍ୟାଙ୍କିଂ ସୁବିଧା, ସ୍ୱେଚ୍ଛାକୃତ ଭାବେ ବାଣିଜ୍ୟିକ ଓ ଶିଳ୍ପ ବ୍ୟବହାରକାରୀମାନଙ୍କ ଦ୍ୱାରା ଆରଇ ଶକ୍ତି କ୍ରୟ ଓ ଓଏ ଦେୟ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ।

ବାଣିଜ୍ୟିକ ଓ ଶିଳ୍ପ ପାଇଁ ଶକ୍ତି ବ୍ୟବହାରକାରୀ ମାନଙ୍କୁ ସ୍ୱେଚ୍ଛାକୃତ ସବୁଜ ଶକ୍ତି କ୍ରୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି ।

ନିୟମିତ ଖାଉଟିମାନେ କୌଣସି ସୀମା ନ ଥାଇ ଗ୍ରୀନ ଓପନ ଆକ୍ସେସ ଜରିଆର ଶକ୍ତି ପାଇପାରିବେ।

ଡିସକମ୍ ଖାଉଟିମାନେ ନିଜ ଚାହିଦା ମୁତାବକ ସବୁଜ ଶକ୍ତି ଯୋଗାଇବାକୁ କହିପାରିବେ।
ନିୟମର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଲା –

କ) ସମସ୍ତଙ୍କୁ ସବୁଜ ଶକ୍ତି ଉପଲବ୍ଧତା ନିୟମ ଅନୁସାରେ ସବୁଜ ଶକ୍ତି ନେଣଦେଣ ସୀମା ଏକ ମେଗାୱାଟରୁ ୧୦୦ କିଲୋୱାଟକୁ ହ୍ରାସ କରାଯାଇଛି। ଏହା ଫଳରେ କ୍ଷୁଦ୍ର ଗ୍ରାହକମାନେ ମଧ୍ୟ ଅକ୍ଷୟ ଶକ୍ତି ଖୋଲା ପ୍ରବେଶ ସୁବିଧା ଜରିଆରେ କ୍ରୟ କରିପାରିବେ।
(କ) ଖୋଲା ପ୍ରବେଶ ସୁବିଧା ଜରିଆରେ ଖାଉଟିମାନଙ୍କ ଠାରୁ ଅସୁଲ ହେବାକୁ ଥିବା ଦେୟରେ ସରବରାହ, ଚକ୍ରୀୟ ଦେୟ, କ୍ରସ ରିହାତି ସରଚାର୍ଜ ଇତ୍ୟାଦି ଫଳରେ ଭାରତରେ ଖୋଲା ପ୍ରବେଶ ସୁବିଧା ନେଇ ଥିବା ବିଧାବିଘ୍ନମାନ ମଧ୍ୟ ଦୂର ହେବ।
ଗ) ଖୋଲା ପ୍ରବେଶ ସୁବିଧା ଆବେଦନର ସ୍ୱଚ୍ଛତା ରଖି । ୧୫ଦିନ ମଧ୍ୟରେ ଅନୁମୋଦନ ନ ହେଲେ ଏହା ଅନୁମୋଦିତ ହେଲା ବୋଲି ଧରାଯିବ। ଏହା ଜାତୀୟ ପୋର୍ଟାଲ ଜରିଆରେ ହେବ।
ଘ) ସବୁଜ ଶକ୍ତି ଶୁଳ୍କ ନିର୍ଦ୍ଧାରଣ-ଶୁଳ୍କ ପୃଥକଭାବେ ଉପଯୁକ୍ତ ଆୟୋଗଙ୍କ ଦ୍ୱାରା ହାରାହାରି ଅକ୍ଷୟ ଶକ୍ତି କ୍ରୟକୁ ଭିତ୍ତିକରି କରାଯିବ।
ଙ) ଏହି ନିୟମ ଯୋଗୁ ସମୟାନୁବର୍ତ୍ତିକ ଅନୁମୋଦନ କରାଯିବ ସହ ଆବେଦନ ପଦ୍ଧତିରେ ମଧ୍ୟ ଏକାକୀତ୍ୱ ରହିବ ।
ଚ) ବଳକା ସବୁଜ ଶକ୍ତି ପରିବଣ୍ଟନ ଅନୁଗତିପ୍ରାପ୍ତ ଅଧିକାରୀଙ୍କ ଉପରେ ନ୍ୟସ୍ତ ହେବ।
ଛ) ଏକକ ଅକ୍ଷକ୍ଷ ଶକ୍ତି କ୍ରୟ ପାଇଁ ଆନୁଗତ୍ୟ ରହିବା ସହ ଏଥିରେ ସବୁଜ ଉଦ୍ୟାନ ଓ ସବୁଜ ଆମୋନିଆ ମଧ୍ୟ ଅନ୍ତର୍ଭୁକ୍ତ ହେବ।
ଜ) ସବୁଜ ଶକ୍ତି ବ୍ୟବହାରକାରୀ ଖାଉଟିମାନେ ସବୁଜ ପ୍ରମାଣପତ୍ର ମଧ୍ୟ ପାଇବେ। ଗ୍ରୀନ ଉଦ୍ୟାନ ଓ ଗ୍ରୀନ ଆମୋନିଆ ଉତ୍ପାଦନ ନିମନ୍ତେ ସବୁଜ ଶକ୍ତି ଉପଯୋଗ ହେଲେ କ୍ରସ ରିହାତି ସରଚାର‌୍ୟ୍ୟ ଓ ଅତିରିକ୍ତ ସରଚାର‌୍ୟ୍ୟ ଲାଗୁ ହେବ ନାହିଁ ।

Categories
ଆଜିର ଖବର

ଦେଶରେ ଗ୍ରୀନ ହାଇଡ୍ରୋଜେନ୍ ଶକ୍ତି ବ୍ୟବହାର ପାଇଁ ପଦକ୍ଷେପ, ଲୋକଙ୍କ ମତ ମାଗିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ଶକ୍ତି ମନ୍ତ୍ରଣାଳୟ ଚିଠା ବିଦ୍ୟୁତ୍‍ (ସବୁଜ ଶକ୍ତି ମୁକ୍ତ ବ୍ୟବହାର ମାଧ୍ୟମରେ ଅକ୍ଷୟ ଶକ୍ତି ପ୍ରୋତ୍ସାହନ) ଅଧିନିୟମ, ୨୦୨୧ ଜାରି କରିଛି । ସେମାନେ ଏହାକୁ ଶକ୍ତି ମନ୍ତ୍ରଣାଳୟର ୱେବସାଇଟ୍ – https://powermin.gov.in ରେ ପକାଇବା ସହିତ ୩୦ ଦିନ ମଧ୍ୟରେ ମତାମତ ଲୋଡିଛନ୍ତି ।

ସବୁଜ ଶକ୍ତିର ଖରିଦ ଏବଂ ବ୍ୟବହାର ସହିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ବାହାରୁଥିବା ବର୍ଜ୍ୟବସ୍ତୁର ବ୍ୟବହାର ପାଇଁ ଏହି ଅଧିନିୟମରେ ପ୍ରସ୍ତାବ ରହିଛି । ଅଧିନିୟମର ନିମ୍ନଲିଖିତ ଉପ-ଶିରୋନାମା ଅଛି, ଯେଉଁଥିରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି: ଅକ୍ଷୟ ଶକ୍ତି କ୍ରୟ ବାଧ୍ୟତାମୂଳକ (ଆରପିଓ); ସବୁଜ ଶକ୍ତି ଖୋଲା ବ୍ୟବହାର; ନୋଡାଲ୍ ଏଜେନ୍ସିଗୁଡିକ; ସବୁଜ ଶକ୍ତି ଖୋଲା ବ୍ୟବହାର ଅନୁମୋଦନ ପ୍ରକ୍ରିୟା; ବ୍ୟାଙ୍କିଂ ଏବଂ କ୍ରସ୍ ସବସିଡି ସରଚାର୍ଜ ।

ଶୁଳ୍କ ସମ୍ବନ୍ଧରେ ଏହି ଚିଠା ନିୟମାବଳୀ ପ୍ରସ୍ତାବ ଦେଇଛି ଯେ ସବୁଜ ଶକ୍ତି ପାଇଁ ଶୁଳ୍କ ଉପଯୁକ୍ତ ଆୟୋଗ ଦ୍ୱାରା ସ୍ଥିର କରାଯିବ, ଯାହା ଅକ୍ଷୟ ଶକ୍ତିର ହାରାହାରି ପୁଲଡ୍ କ୍ରୟ ମୂଲ୍ୟ, କ୍ରସ୍ ସବସିଡି ଦେୟ (ଯଦି ଥାଏ) ଏବଂ ସେବା ଦେୟ ଅର୍ନ୍ତଭୁକ୍ତ ହେବ । ସବୁଜ ଶକ୍ତି ଯୋଗାଇବା ପାଇଁ ବଣ୍ଟନ ଲାଇସେନ୍ସର ସମସ୍ତ ଖର୍ଚ୍ଚ ବହନ ହୋଇପାରେ ।

ସବୁଜ ଶକ୍ତି ହାଇଡ୍ରୋଜେନ୍ ସମ୍ବନ୍ଧୀୟ ଚିଠା ଅଧିନିୟମ ଅନୁଯାୟୀ “ଗ୍ରୀନ୍ ହାଇଡ୍ରୋଜେନ୍‌” ହେଉଛି ହାଇଡ୍ରୋଜେନ୍ ଯାହା ଅକ୍ଷୟ ଉତ୍ସରୁ ବିଦ୍ୟୁତ୍‍ ବ୍ୟବହାର କରି ଉତ୍ପାଦିତ ହୁଏ । ଶିଳ୍ପ ସମେତ ବାଧ୍ୟତାମୂଳକ ସଂସ୍ଥା ସବୁଜ ହାଇଡ୍ରୋଜେନ କ୍ରୟ କରି ଅକ୍ଷୟଶକ୍ତି କ୍ରୟ ବାଧ୍ୟତାମୂଳକ ମଧ୍ୟ ପୂରଣ କରିପାରିବ । ଅକ୍ଷୟଶକ୍ତି ଉତ୍ସରୁ ଏକ ମେଗାୱାଟ ବିଦ୍ୟୁତରୁ ଉତ୍ପାଦିତ ସବୁଜ ହାଇଡ୍ରୋଜେନ ସହିତ ସମାନତାକୁ ବିଚାର କରି ସବୁଜ ହାଇଡ୍ରୋଜେନର ପରିମାଣ ଗଣନା କରାଯିବ । ଏହି ନିୟମଗୁଡିକ କେନ୍ଦ୍ର ଆୟୋଗ ଦ୍ୱାରା ସୂଚିତ କରାଯିବ ।

ଏହି ଚିଠା ଅଧିନିୟମରେ ସବୁଜ ଶକ୍ତି ମୁକ୍ତ ବ୍ୟବହାର ପାଇଁ ମାର୍ଗଦର୍ଶିକା ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଛି, ଯେଉଁଥିରେ ଦର୍ଶାଯାଇଛି ଯେ ସବୁଜ ଶକ୍ତି ବ୍ୟବହାର କରିବାକୁ ଚାହୁଁଥିବା ଗ୍ରାହକଙ୍କୁ ସବୁଜ ଶକ୍ତି ଖୋଲା ବ୍ୟବହାର ପ୍ରଦାନ କରିବାକୁ କ୍ଷମତାପନ୍ନ ଆୟୋଗ ନିୟମାବଳୀ କରିବେ । ସବୁଜ ଶକ୍ତି ମୁକ୍ତ ବ୍ୟବହାର ପାଇଁ ସମସ୍ତ ଆବେଦନଗୁଡିକ ସର୍ବାଧିକ ୧୫ ଦିନ ମଧ୍ୟରେ ଅନୁମୋଦିତ ହେବ ।

ସର୍ତ୍ତ ରହିଛି ଯେ କେବଳ ଏହିପରି ଗ୍ରାହକ, ଯେଉଁମାନେ ୧୦୦ କିଲୋୱାଟ କିମ୍ବା ତା’ଠାରୁ ଅଧିକ ଭାର ପାଇଁ ଚାହିଦା ମଞ୍ଜୁର କରିଛନ୍ତି, ସେମାନେ ସବୁଜ ଶକ୍ତି ମୁକ୍ତ ବ୍ୟବହାର ଅଧୀନରେ ବିଦ୍ୟୁତ ପାଇବାକୁ ଯୋଗ୍ୟ ହେବେ । ସବୁଜ ଶକ୍ତି ମୁକ୍ତ ବ୍ୟବହାର ଅଧୀନରେ ସବୁଜ ଶକ୍ତି ଉତ୍ପାଦନକାରୀ ବିଦ୍ୟୁତ୍‍ ଗ୍ରାହକମାନଙ୍କ ପାଇଁ କୌଣସି ବିଦ୍ୟୁତ ଯୋଗାଣ ସୀମା ରହିବ ନାହିଁ ।

ଏଥିପାଇଁ ଉପଯୁକ୍ତ ସର୍ତ୍ତ, ଯେପରିକି ସର୍ବନିମ୍ନ ସଂଖ୍ୟକ ସମୟ ବ୍ଲକ ଯାହା ପାଇଁ ଗ୍ରାହକ ଖୋଲା ବ୍ୟବହାର ମାଧ୍ୟମରେ ବିଦ୍ୟୁତ ବ୍ୟବହାରର ପରିମାଣ ପରିବର୍ତ୍ତନ କରିବେ ନାହିଁ, ଯାହା ଦ୍ୱାରା ବିତରଣ ଲାଇସେନ୍ସ ପ୍ରାପ୍ତ ସଂସ୍ଥାଙ୍କ ଆବଶ୍ୟକତା ମଧ୍ୟରେ ବଡ଼ ପରିବର୍ତ୍ତନକୁ ଏଡାଇ ଦିଆଯାଇପାରିବ ।