Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁକ୍ତ ସବୁଜ ଶକ୍ତି ଆହରଣ ଜରିଆରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆସିବ ସଂସ୍କାର
ଜାତୀୟ ଖବର

ମୁକ୍ତ ସବୁଜ ଶକ୍ତି ଆହରଣ ଜରିଆରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆସିବ ସଂସ୍କାର

June 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁକ୍ତ ସବୁଜ ଶକ୍ତି ଆହରଣ ଜରିଆରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆସିବ ସଂସ୍କାର

ନୂଆଦିଲ୍ଲୀ: ଆମର ଅକ୍ଷୟ ଶକ୍ତି କାର‌୍ୟ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ତଥା ସମସ୍ତଙ୍କ ପାଇଁ କମ୍ ବ୍ୟୟ ସାପେକ୍ଷ ଭରସାଯୋଗ୍ୟ ଓ ସ୍ଥାୟୀ ଓ ନିରନ୍ତର ସବୁଜ ଶକ୍ତି ଲକ୍ଷ୍ୟ ନେଇ ଓପନ ଆକ୍ସେସ୍ ନିୟମ ୨୦୨୨କୁ ୦୬.୦୬.୨୨ରେ ବିଜ୍ଞପିତ କରାଯାଇଛି। ଶକ୍ତି ଉତ୍ପାଦନ, କ୍ର୍ରୟ ଓ ସବୁଜ ଶକ୍ତି ବିନିଯୋଗ ଓ ବର୍ଜ୍ୟବସ୍ତୁରୁ ଶକ୍ତି ସଂଗ୍ରହ ଉଦ୍ଦେଶ୍ୟରେ ଏହି ନିୟମ ପାଇଁ ବିଜ୍ଞପ୍ତିଜାରି କରାଯାଇଛି।

ବିଜ୍ଞପିତ ନିୟମ ଜରିଆରେ ସବୁଜ ଶକ୍ତି ପାଇବା ପାଇଁ ସରଳ ବ୍ୟବସ୍ଥା କରାଯାଇଛି। ଗ୍ରୀନ ଓଏ ନିମନ୍ତେ ତୁରନ୍ତ ଅନୁମୋଦନ, ଏକ ପ୍ରକାର ବ୍ୟାଙ୍କିଂ ସୁବିଧା, ସ୍ୱେଚ୍ଛାକୃତ ଭାବେ ବାଣିଜ୍ୟିକ ଓ ଶିଳ୍ପ ବ୍ୟବହାରକାରୀମାନଙ୍କ ଦ୍ୱାରା ଆରଇ ଶକ୍ତି କ୍ରୟ ଓ ଓଏ ଦେୟ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ।

ବାଣିଜ୍ୟିକ ଓ ଶିଳ୍ପ ପାଇଁ ଶକ୍ତି ବ୍ୟବହାରକାରୀ ମାନଙ୍କୁ ସ୍ୱେଚ୍ଛାକୃତ ସବୁଜ ଶକ୍ତି କ୍ରୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି ।

ନିୟମିତ ଖାଉଟିମାନେ କୌଣସି ସୀମା ନ ଥାଇ ଗ୍ରୀନ ଓପନ ଆକ୍ସେସ ଜରିଆର ଶକ୍ତି ପାଇପାରିବେ।

ଡିସକମ୍ ଖାଉଟିମାନେ ନିଜ ଚାହିଦା ମୁତାବକ ସବୁଜ ଶକ୍ତି ଯୋଗାଇବାକୁ କହିପାରିବେ।
ନିୟମର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଲା –

କ) ସମସ୍ତଙ୍କୁ ସବୁଜ ଶକ୍ତି ଉପଲବ୍ଧତା ନିୟମ ଅନୁସାରେ ସବୁଜ ଶକ୍ତି ନେଣଦେଣ ସୀମା ଏକ ମେଗାୱାଟରୁ ୧୦୦ କିଲୋୱାଟକୁ ହ୍ରାସ କରାଯାଇଛି। ଏହା ଫଳରେ କ୍ଷୁଦ୍ର ଗ୍ରାହକମାନେ ମଧ୍ୟ ଅକ୍ଷୟ ଶକ୍ତି ଖୋଲା ପ୍ରବେଶ ସୁବିଧା ଜରିଆରେ କ୍ରୟ କରିପାରିବେ।
(କ) ଖୋଲା ପ୍ରବେଶ ସୁବିଧା ଜରିଆରେ ଖାଉଟିମାନଙ୍କ ଠାରୁ ଅସୁଲ ହେବାକୁ ଥିବା ଦେୟରେ ସରବରାହ, ଚକ୍ରୀୟ ଦେୟ, କ୍ରସ ରିହାତି ସରଚାର୍ଜ ଇତ୍ୟାଦି ଫଳରେ ଭାରତରେ ଖୋଲା ପ୍ରବେଶ ସୁବିଧା ନେଇ ଥିବା ବିଧାବିଘ୍ନମାନ ମଧ୍ୟ ଦୂର ହେବ।
ଗ) ଖୋଲା ପ୍ରବେଶ ସୁବିଧା ଆବେଦନର ସ୍ୱଚ୍ଛତା ରଖି । ୧୫ଦିନ ମଧ୍ୟରେ ଅନୁମୋଦନ ନ ହେଲେ ଏହା ଅନୁମୋଦିତ ହେଲା ବୋଲି ଧରାଯିବ। ଏହା ଜାତୀୟ ପୋର୍ଟାଲ ଜରିଆରେ ହେବ।
ଘ) ସବୁଜ ଶକ୍ତି ଶୁଳ୍କ ନିର୍ଦ୍ଧାରଣ-ଶୁଳ୍କ ପୃଥକଭାବେ ଉପଯୁକ୍ତ ଆୟୋଗଙ୍କ ଦ୍ୱାରା ହାରାହାରି ଅକ୍ଷୟ ଶକ୍ତି କ୍ରୟକୁ ଭିତ୍ତିକରି କରାଯିବ।
ଙ) ଏହି ନିୟମ ଯୋଗୁ ସମୟାନୁବର୍ତ୍ତିକ ଅନୁମୋଦନ କରାଯିବ ସହ ଆବେଦନ ପଦ୍ଧତିରେ ମଧ୍ୟ ଏକାକୀତ୍ୱ ରହିବ ।
ଚ) ବଳକା ସବୁଜ ଶକ୍ତି ପରିବଣ୍ଟନ ଅନୁଗତିପ୍ରାପ୍ତ ଅଧିକାରୀଙ୍କ ଉପରେ ନ୍ୟସ୍ତ ହେବ।
ଛ) ଏକକ ଅକ୍ଷକ୍ଷ ଶକ୍ତି କ୍ରୟ ପାଇଁ ଆନୁଗତ୍ୟ ରହିବା ସହ ଏଥିରେ ସବୁଜ ଉଦ୍ୟାନ ଓ ସବୁଜ ଆମୋନିଆ ମଧ୍ୟ ଅନ୍ତର୍ଭୁକ୍ତ ହେବ।
ଜ) ସବୁଜ ଶକ୍ତି ବ୍ୟବହାରକାରୀ ଖାଉଟିମାନେ ସବୁଜ ପ୍ରମାଣପତ୍ର ମଧ୍ୟ ପାଇବେ। ଗ୍ରୀନ ଉଦ୍ୟାନ ଓ ଗ୍ରୀନ ଆମୋନିଆ ଉତ୍ପାଦନ ନିମନ୍ତେ ସବୁଜ ଶକ୍ତି ଉପଯୋଗ ହେଲେ କ୍ରସ ରିହାତି ସରଚାର‌୍ୟ୍ୟ ଓ ଅତିରିକ୍ତ ସରଚାର‌୍ୟ୍ୟ ଲାଗୁ ହେବ ନାହିଁ ।

ଅକ୍ଷୟ ଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା: ବଙ୍ଗଳାରେ ବିଚାରପତିମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି

April 22, 2026
Latest News

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.