Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 23.2ଲକ୍ଷ କୋଟିର ଋଣ ମଞ୍ଜୁର
ଆଜିର ଖବର

ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 23.2ଲକ୍ଷ କୋଟିର ଋଣ ମଞ୍ଜୁର

April 8, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2015 ମସିହା ଏପ୍ରିଲ 8 ତାରିଖରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)ର ଶୁଭାରମ୍ଭ କରିଥିଲେ। ଯୋଜନାର ଉଦ୍ଦେଶ୍ୟ ହେଉଛି ଆୟ ସୃଷ୍ଟିକାରୀ ଗତିବିଧି ନିମନ୍ତେ ଅଣ-କର୍ପୋରେଟ, ଅଣ-କୃଷି ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହଜରେ ଯୋଗାଇ ଦେବା। ‘ପିଏମଏମୱାଇ’ ଅଧୀନରେ ସଦସ୍ୟ ଋଣଦାତା ସଂସ୍ଥା (ଏମଏଲଆଇ) ଯଥା ବ୍ୟାଙ୍କ, ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି), ସୂକ୍ଷ୍ମ ଆର୍ଥିକ ପ୍ରତିଷ୍ଠାନ (ଏମଏଫଆଇ) ଏବଂ ଅନ୍ୟ ଆର୍ଥିକ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥାଏ।

ପିଏମଏମୱାଇର ସଫଳ ଆଠବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଏହି ଯୋଜନା ବଳରେ ସୂକ୍ଷ୍ମ ଉଦ୍ୟୋଗ ପାଇଁ ସହଜରେ ଓ ବାଧାମୁକ୍ତ ଋଣ ଯୋଗାଇ ଦେବା ସମ୍ଭବ ହୋଇପାରିଛି।  ଏହାଦ୍ୱାରା ଅଧିକ ସଂଖ୍ୟାରେ ଯୁବ ଉଦ୍ୟୋଗୀମାନଙ୍କୁ ନିଜ ବ୍ୟବସାୟର ଶୁଭାରମ୍ଭ କରିବାରେ ସହାୟତା ମିଳିଛି।

ପିଏମଏମୱାଇର ତଥ୍ୟ ସନ୍ଦର୍ଭରେ ଶ୍ରୀମତୀ ସୀତାରମଣ କହିଥିଲେ, ‘‘ଏହି ଯୋଜନାର ଶୁଭାରମ୍ଭ ଠାରୁ ଆରମ୍ଭ କରି 24.03.2023 ପର୍ଯ୍ୟନ୍ତ 40.82 କୋଟି ଋଣ ଆକାଉଣ୍ଟରେ ପାଖାପାଖି 23.2 ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରାୟ 68% ଆକାଉଣ୍ଟ ମହିଳା ଉଦ୍ୟୋଗୀଙ୍କର ହୋଇଥିବା ବେଳେ 51% ଆକାଉଣ୍ଟ ଏସସି/ଏସଟି ଏବଂ ଓବିସି ଶ୍ରେଣୀର ଉଦ୍ୟୋଗୀଙ୍କ ନାମରେ ରହିଛି। ଏହା ଦର୍ଶାଉଛି ଯେ ଦେଶର ନୂଆ ଉଦ୍ୟୋଗୀଙ୍କୁ ସହଜରେ ଋଣ ଉପଲବ୍ଧତା ଦ୍ୱାରା ଋଣର ଉପଲବ୍ଧତା ଫଳରେ ନବସୃଜନ ଏବଂ ପ୍ରତି ବ୍ୟକ୍ତି ଆୟରେ ନିରନ୍ତର ବୃଦ୍ଧି ହୋଇଛି।’’

ଏମଏସଏମଇ ମାଧ୍ୟମରେ ସ୍ୱଦେଶୀ ଉତ୍ପାଦ ବିକାଶ ଉପରେ ଆଲୋକପାତ କରି ଅର୍ଥ ମନ୍ତ୍ରୀ କହିଥିଲେ, ‘‘ଏମଏସଏମଇର ବିକାଶ ‘ମେକ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମରେ ବ୍ୟାପକ ଯୋଗଦାନ ଦେଇଛି କାରଣ ଦୃଢ଼ ଘରୋଇ ଏମଏସଏମଇ ବଳରେ ଘରୋଇ ବଜାର ସହିତ ରପ୍ତାନି ଲାଗି ମଧ୍ୟ ସ୍ୱଦେଶରେ ଉତ୍ପାଦନ ଖୁବ୍‌ ଅଧିକ ବଢ଼ିଯାଇଛି। ପିଏମଏମୱାଇ ଯୋଜନା ବଳରେ ତୃଣମୂଳସ୍ତରରେ ବହୁ ସଂଖ୍ୟାରେ ରୋଜଗାର ସୁଯୋଗ ସୃଷ୍ଟିରେ ସହାୟତା ମିଳିଛି ଏବଂ ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ସହିତ ଏକ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି।

ଏ ସମ୍ପର୍କରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାଗବତ କିଷାନରାଓ କରାଡ଼ କହିଛନ୍ତି, ‘‘ପିଏମଏମଓ୍ୱାଇର ଉଦ୍ଦେଶ୍ୟ ଦେଶରେ ଲଘୁ ଉଦ୍ୟୋଗଗୁଡ଼ିକୁ ବନ୍ଧକମୁକ୍ତ ଋଣ ବାଧାମୁକ୍ତ ଭାବେ ଯୋଗାଇ ଦେବା ସୁନିଶ୍ଚିତ କରିବା। ଏହା ଜରିଆରେ ସମାଜରେ ଋଣରୁ ବଞ୍ଚିତ ଏବଂ ଅତ୍ୟନ୍ତ ସୀମିତ ଋଣ ପାଉଥିବା ବର୍ଗଙ୍କୁ ସଂସ୍ଥାଗତ ଋଣର ଢାଞ୍ଚା ମଧ୍ୟକୁ ଅଣାଯାଇଛି। ‘ମୁଦ୍ରା’କୁ ପ୍ରୋତ୍ସାହନ ଦେବା ଲାଗି ସରକାରୀ ନୀତି ବଳରେ ଲକ୍ଷାଧିକ ଏମଏସଏମଇ ଉଦ୍ୟୋଗ ଔପଚାରିକ ଅର୍ଥବ୍ୟବସ୍ଥାର ଅଂଶବିଶେଷ ହୋଇସାରିଛନ୍ତି ଏବଂ ଏହାଦ୍ୱାରା ସେମାନଙ୍କୁ ମନଇଚ୍ଛା ସୁଧ ଦରରେ ଋଣ ଦେଉଥିବା ସାହୁକାରମାନଙ୍କ କବଳରୁ ବାହାରକୁ ବାହାରିବାରେ ସହାୟତା ମିଳିଛି।

ଏବେ ଯେତେବେଳ ଆମେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର 8 ବର୍ଷ ପୂର୍ତ୍ତି ପାଳନ କରୁଛୁ ଆସନ୍ତୁ ସେହି ତିନୋଟି ପ୍ରମୁଖ ସ୍ତମ୍ଭ ଉପରେ ଆଲୋଚନା କରିବା ଯାହାକୁ ଆଧାର କରି ଏହି ଯୋଜନା ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ସୁନିଶ୍ଚିତ କରୁଛି। ତା’ହେଲେ ଆସନ୍ତୁ ଏହି ଯୋଜନାର କେତେକ ପ୍ରମୁଖ ବିଶେଷତ୍ୱ ଏବଂ ଉପଲବ୍ଧିତ ଉପରେ ଏକ ନଜର ପକାଇବା:

ଦେଶରେ ଆର୍ଥିକ ସମାବେଶ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ତିନୋଟି ସ୍ତମ୍ଭ ଉପରେ ଆଧାରିତ ଯଥା

ବ୍ୟାଙ୍କ ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ବ୍ୟାଙ୍କିଙ୍ଗ୍‌ ସୁବିଧା ଦେବା

ଅସୁରକ୍ଷିତମାନଙ୍କୁ ସୁରକ୍ଷିତ କରିବା

ପାଣ୍ଠିରୁ ବଞ୍ଚିତ ଲୋକମାନଙ୍କୁ ଆର୍ଥିକ ସୁବିଧା ଦେବା।

ଏହି କାର୍ଯ୍ୟକ୍ରମ ଅଧୀନରେ, ପ୍ରଯୁକ୍ତି ସହାୟତାରେ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ସହଯୋଗ ଦୃଷ୍ଟିକୋଣ ଆପଣାଇ ତିନୋଟି ଉଦ୍ଦେଶ୍ୟକୁ ପୂରଣ କରିବା ଲାଗି ପ୍ରୟାସ କରାଯାଉଛି। ଏଥିସହିତ ଜରୁରି ଋଣ ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି।

ଆର୍ଥିକ ଅନ୍ତର୍ଭୁକ୍ତିକରଣର ତିନୋଟି ସ୍ତମ୍ଭ ମଧ୍ୟରୁ ଗୋଟିଏ- ପାଣ୍ଠିରୁ ବଞ୍ଚିତ ଲୋକମାନଙ୍କୁ ଆର୍ଥିକ ସୁବିଧା ଦେବା-ପିଏମଏମୱାଇ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଏକ ଇକୋସିଷ୍ଟମ ପ୍ରତିଫଳିତ ହୋଇଥାଏ। କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ସୁବିଧା ଦେବା ଉଦ୍ଦେଶ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି।

ଯୋଜନାର ବୈଶିଷ୍ଟ୍ୟ

ଅର୍ଥ ଆବଶ୍ୟକତା ଓ ସମ୍ପୃକ୍ତ ବ୍ୟବସାୟର ପରିପକ୍ୱତା ସ୍ଥିତି ଆଧାରରେ ଋଣକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଶିଶୁ : 50,000 ଟଙ୍କା ପର୍ଯ୍ୟନ୍ତ ଋଣ। କିଶୋର : 50,000 ଟଙ୍କାରୁ ଅଧିକ ଏବଂ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ତରୁଣ : 5 ଲକ୍ଷ ଟଙ୍କାରୁ ଅଧିକ ଏବଂ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ।

ପିଏମଏମୱାଇ ଅଧୀନରେ ଉତ୍ପାଦନ, ବ୍ୟବସାୟ ଏବଂ ସେବା କ୍ଷେତ୍ର, କୁକ୍କୁଟ ପାଳନ, ଡାଏରୀ, ମହୁମାଛି ପାଳନ ଆଦି କୃଷି ଆନୁସଙ୍ଗୀକ କ୍ଷେତ୍ରରେ ଆୟ ସୃଷ୍ଟିକାରୀ ଗତିବିଧିରେ ଅର୍ଥ ଯୋଗାଣ ନିମନ୍ତେ ଦୁଇଟି ଉପାଦାନ-ସଅବଧି ଋଣ ଏବଂ କାର୍ଯ୍ୟଶୀଳ ପୁଞ୍ଜି ନିମନ୍ତେ ଋଣ ପ୍ରଦାନ କରାଯାଇଥାଏ।

ଭାରତୀୟ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁସାରେ ଋଣ ଦେବାକୁ ଥିବା ସଂସ୍ଥାନ ଦ୍ୱାରା ସୁଧ ଦର ନିର୍ଦ୍ଧାରଣ କରାଯାଇଥାଏ। କାର୍ଯ୍ୟଶୀଳ ପୁଞ୍ଜି ସୁବିଧା କ୍ଷେତ୍ରରେ, ଋଣଗ୍ରହିତାଙ୍କ ଋଣ ନେବାର ଗୋଟିଏ ଦିନ ପରେ ସୁଧ ଦର ଲାଗୁ ହୋଇଥାଏ।

 24.03.2023 ସୁଦ୍ଧା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ଅଧୀନରେ ଉପଲବ୍ଧି

ଯୋଜନା ଆରମ୍ଭ ହେବା ପର ଠାରୁ ବର୍ତ୍ତମାନ ସୁଦ୍ଧା ମୋଟ୍‌ 23.2 ଲକ୍ଷ କୋଟି ଟଙ୍କାର82କୋଟିରୁ ଅଧିକ ଋଣ ଆବଣ୍ଟନ କରାଯାଇଛି। ମୋଟ୍‌ ଋଣର ପାଖାପାଖି 21% ପ୍ରତିଶତ ଭାଗ ନୂଆ ଉଦ୍ୟୋଗୀମାନଙ୍କୁ ପ୍ରଦାନ କରାଯାଇଛି।

ମହିଳା ଉଦ୍ୟୋଗୀମାନଙ୍କୁ ମୋଟ୍‌ ଋଣର ପାଖାପାଖି 69 ପ୍ରତିଶତ ଋଣ ମଞ୍ଜୁର କରାଯାଇଛି ଏବଂ 51 ପ୍ରତିଶତ ଋଣ ଏସଏସି, ଏସଟି ଏବଂ ଓବିସି ବର୍ଗଙ୍କୁ ଦିଆଯାଇଛି।

ଅନ୍ୟ ପ୍ରାସଙ୍ଗିକ ସୂଚନା

 ପିଏମଏମୱାଇ ଅଧୀନରେ ଶିଶୁ ଋଣର ଶୀଘ୍ର ପରିଶୋଧ କ୍ଷେତ୍ରରେ ସୁଧ ଉପରେ ୨ ପ୍ରତିଶତ ଛାଡ଼ ସୁବିଧା ମିଳିଥାଏ। ଏହି ସୁବିଧାକୁ ଏବେ ୧୨ ମାସ ଅବଧି ପାଇଁ ଦିଆଯାଇଛି

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ବାରା ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ (ଏଏନବିପି) ଅଧୀନରେ ୧୪ ମେ ୨୦୨୦ରେ ଘୋଷଣା କରାଯାଇଥିବା ଏହି ଯୋଜନାକୁ ଏକ ଅଭୂତପୂର୍ବ ପରିସ୍ଥିତିର ମୁକାବିଲା କରିବା ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି। ଯୋଜନାର ଉଦ୍ଦେଶ୍ୟ ହେଉଛି ଋଣ ଖର୍ଚ୍ଚକୁ କମାଇ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଋଣଗ୍ରହିତାମାନଙ୍କୁ ଆର୍ଥିକ ଚାପକୁ କମ କରିବା।

ଏହି ଯୋଜନା 08.2021 ପର୍ଯ୍ୟନ୍ତ ଜାରି ରହିଥିଲା

ଋଣଗ୍ରହିତାଙ୍କ ଖାତାରେ ସବସିଡି ରାଶି ଜମା କରିବା ଲାଗି ସିଡବୀ ଦ୍ୱାରା ଏମଏଲଆଇକୁ89 କୋଟି ଟଙ୍କା ବିତରଣ କରାଯାଇଛି

ଲଘୁ ୟୁନିଟଗୁଡ଼ିକ ଲାଗି ଋଣ ଗ୍ୟାରେଣ୍ଟୀ ଫଣ୍ଡି (ସିଜିଏଫଏମୟୁ)

ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନାରେ ଥିବା କମ୍ପାନୀ ନେସନାଲ କ୍ରେଡିଟ୍‌ ଗ୍ୟାରେଣ୍ଟୀ ଟ୍ରଷ୍ଟି କମ୍ପାନୀ ଲିମିଟେଡ (ଏନସିଜିଟିସି)ର ତତ୍ତ୍ୱାବଧାନରେ ଜାନୁଆରୀ 2016ରେ ଲଘୁ ୟୁନିଟ ଗୁଡ଼ିକ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟୀ ଫଣ୍ଡ ଗଠନ କରାଯାଇଥିଲା, ଯାହାଫଳରେ ଏମାନଙ୍କୁ ଗ୍ୟାରେଣ୍ଟୀ ଦିଆଯାଇପାରିବ।

ବ୍ୟାଙ୍କ/ଅଣ-ବ୍ୟାଙ୍କ ଆର୍ଥିକ କମ୍ପାନୀ (ଏନବିଏଫସି)/ଲଘୁ ଆର୍ଥିକ ପ୍ରତିଷ୍ଠାନ (ଏମଏଫଆଇ)/ଅନ୍ୟ ଆର୍ଥିକ ମଧ୍ୟସ୍ଥମାନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ଅଧୀନରେ ଯୋଗ୍ୟ ଲଘୁ ୟୁନିଟ୍‌ ଗୁଡ଼ିକୁ ଦିଆଯାଇଛି 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ) ଏକାଉଣ୍ଟ ଅଧୀନରେ ମଞ୍ଜୁର 5,000 ଟଙ୍କାର ଓଭରଡ୍ରାଫ୍ଟ ଋଣ ରାଶି (ଯାହାକି ସେପ୍ଟେମ୍ବର, 2018ରେ ବୃଦ୍ଧି କରି 10,000 ଟଙ୍କା କରି ଦିଆଯାଇଛି ଏବଂ

10 ଲକ୍ଷ ଟଙ୍କା ଠାରୁ ଆରମ୍ଭ କରି 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ପୋର୍ଟଫୋଲିଓ (01.04.2020 ଠାରୁ ଲାଗୁ)।

ଋଣ ମଞ୍ଜୁର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025
Latest News

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.