Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଜିଓର ୨୦୨୨-୨୩ ବାର୍ଷିକ ନେଟ ଲାଭ ୨୩% ବୃଦ୍ଧି ସହ ୧୮୨୦୭ କୋଟି
ଆଜିର ଖବର

ରିଲାଏନ୍ସ ଜିଓର ୨୦୨୨-୨୩ ବାର୍ଷିକ ନେଟ ଲାଭ ୨୩% ବୃଦ୍ଧି ସହ ୧୮୨୦୭ କୋଟି

April 22, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଫଳାଫଳ ଆଜି ଘୋଷଣା କରାଯାଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨୩ ପ୍ରତିଶତ ବୃଦ୍ଧି ସହିତ ୧୮୨୦୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ନେଟ ଲାଭ ୧୪୮୧୭ କୋଟି ଟଙ୍କା ରହିଥିଲା I କମ୍ପାନୀର ବାର୍ଷିକ ମୋଟ ପରିଚାଳନାଗତ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ପାଇ ୯୦୭୮୬ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି, ଯାହା ପୂର୍ବ ବର୍ଷ ୭୬୯୭୭ କୋଟି ଟଙ୍କା ରହିଥିଲା।

ସେହିଭଳି ଜାନୁଆରୀ ରୁ ମାର୍ଚ୍ଚ ୨୦୨୩ ଚତୁର୍ଥ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୧୭୩ କୋଟି ଟଙ୍କା ରହିଥିବା ଘୋଷଣା କରାଯାଇଛି, ଯାହା ଗତ  ବର୍ଷ ସମାନ ତ୍ରୟମାସ ତୁଳନାରେ ୧୩ ପ୍ରତିଶତ ଅଧିକ ରହିଛି। ଚତୁର୍ଥ ତ୍ରୟମାସରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୩୩୯୪ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ସମାନ ତ୍ରୟମାସରେ ୨୦୯୦୧ ଟଙ୍କା ରହିଥିଲା।

ଦେଶର ୨୩୦୦ରୁ ଅଧିକ ସହର ଓ ନଗରକୁ ଜିଓ ଟ୍ରୁ ୫ଜି ସେବା ସମ୍ପ୍ରସାରିତ ହୋଇଥିବାବେଳେ ଡିସେମ୍ବର ୨୦୨୩ ସୁଦ୍ଧା ସମଗ୍ର ଦେଶରେ ୫ଜି ସେବା ସମ୍ପ୍ରସାରଣ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଜିଓର ହାରାହାରି ପ୍ରତି ଗ୍ରାହକ ପ୍ରତି ମାସ ରାଜସ୍ୱ  ୬.୭% ବୃଦ୍ଧି ସହିତ ୧୭୮.୮ ଟଙ୍କାରେ ପହଂଚିଛି। ଜିଓ ନେଟୱାର୍କରେ ମୋଟ ଡାଟା ଟ୍ରାଫିକ ମାସିକ ୧୦ ଏକସାବାଇଟ ରହିଥିବା ବେଳେ କମ୍ପାନୀ ୯୦ ଲକ୍ଷରୁ ଅଧିକ ଫିକ୍ସଡ଼ଲାଇନ ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତା ହାସଲ ସହିତ ଏକ ନମ୍ବର ସ୍ଥାନରେ ରହିଛି।

ଡିଜିଟାଲ ସେବା ନେଟ ଲାଭ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ପଡ଼ିଲା ଗଙ୍ଗା ନଦୀ ମଝିରେ ଚିକେନ୍ ବିରିୟାନି ଖାଇ ହାଡ଼ ଫିଙ୍ଗିବା: ୧୪ ଗିରଫ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026
Latest News

ମହଙ୍ଗା ପଡ଼ିଲା ଗଙ୍ଗା ନଦୀ ମଝିରେ ଚିକେନ୍ ବିରିୟାନି ଖାଇ ହାଡ଼ ଫିଙ୍ଗିବା: ୧୪ ଗିରଫ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.