Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ପିଏମ ଜନଔଷଧି ପରିଯୋଜନା: ଅକ୍ଟୋବରରେ ୧୦୦ କୋଟିର ବିକ୍ରି ସହ ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ
ବ୍ୟବସାୟ

ପିଏମ ଜନଔଷଧି ପରିଯୋଜନା: ଅକ୍ଟୋବରରେ ୧୦୦ କୋଟିର ବିକ୍ରି ସହ ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ

October 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା (ପିଏମ୍‌ବିଜେପି) ଅକ୍ଟୋବର ୨୦୨୪ରେ ୧୦୦୦ କୋଟି ଟଙ୍କାର ବିକ୍ରି ସହ ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଗତ ବର୍ଷ ତୁଳନାରେ ଏହା ଏକ ମହତ୍ୱପୂର୍ଣ୍ଣ ଅଭିବୃଦ୍ଧି ଏବଂ ଏହି ଲକ୍ଷ୍ୟ ୨୦୨୩ ଡିସେମ୍ବରରେ ହାସଲ କରାଯାଇଥିଲା। ଏହି ସଫଳତା ସୁଲଭ ତଥା ଗୁଣାତ୍ମକ ଔଷଧ ପ୍ରତି ଲୋକମାନଙ୍କର ବୃଦ୍ଧି ପାଉଥିବା ବିଶ୍ୱାସ ଏବଂ ନିର୍ଭରଶୀଳତାକୁ ଦର୍ଶାଉଛି। ଏହା କେବଳ ନାଗରିକମାନଙ୍କର ସମର୍ଥନ ଯୋଗୁଁ ହିଁ ସମ୍ଭବ ହୋଇପାରିଛି, ଯେଉଁମାନେ ସମଗ୍ର ଦେଶରେ ୧୪,୦୦୦ରୁ ଅଧିକ ଜନଔଷଧି କେନ୍ଦ୍ରରୁ ଔଷଧ କ୍ରୟ କରି ଏହି ପଦକ୍ଷେପକୁ ଗ୍ରହଣ କରିଛନ୍ତି। ଏହି ଅଭିବଦ୍ଧୃି ହେଉଛି କମ ଖର୍ଚ୍ଚରେ ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଇଁ ସୁଲଭ ତଥା ଶସ୍ତା କରିବା ନିମନ୍ତେ ପିଏମ୍‌ବିଆଇର ପ୍ରତିବଦ୍ଧତାର ପ୍ରମାଣ। ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ପିଏମ୍‌ବିଆଇ ସେପ୍ଟେମ୍ବର ୨୦୨୪ରେ ଗୋଟିଏ ମାସରେ ୨୦୦ କୋଟି ଟଙ୍କାର ଔଷଧ ବିକ୍ରି କରିଥିଲା।

ଗତ ୧୦ ବର୍ଷ ମଧ୍ୟରେ, ଏହି କେନ୍ଦ୍ର ସଂଖ୍ୟା ୧୭୦ ଗୁଣରୁ ଅଧିକ ବୃଦ୍ଧି ପାଇଛି, ଯାହା ୨୦୧୪ରେ ମାତ୍ର ୮୦ ଥିଲା। ବର୍ତ୍ତମାନ ଦେଶର ପ୍ରାୟ ସମସ୍ତ ଜିଲ୍ଲାକୁ ସମ୍ପ୍ରସାରିତ ହୋଇ  ଏହି କେନ୍ଦ୍ର ସଂଖ୍ୟା  ବୃଦ୍ଧି ପାଇ ୧୪,୦୦୦ରୁ ଅଧିକ ହୋଇଛି।

ଆସନ୍ତା ୨ ବର୍ଷରେ ଦେଶରେ ଜନଔଷଧି କେନ୍ଦ୍ର ସଂଖ୍ୟ ୨୫ ହଜାର ହେବ ବୋଲି ଅନୁମାନ କରାଯାଇଛି। ପିଏମ୍‌ବିଜେପିର ଉତ୍ପାଦଗୁଡିକ ମଧ୍ୟରେ ୨୦୪୭ ଔଷଧ ଏବଂ ୩୦୦ ସର୍ଜିକାଲ ଉପକରଣ ରହିଛି, ଯାହାକି ସମସ୍ତ ପ୍ରମୁଖ ଚିକିତ୍ସା ଗୋଷ୍ଠୀ ଯଥା କାର୍ଡିଓଭାସ୍କୁଲାର, ଆଣ୍ଟି-କ୍ୟାନ୍‌ସର, ଆଣ୍ଟି-ମଧୁମେହ, ଆଣ୍ଟି-ଇନ୍‌ଫେକ୍ଟିଭସ୍‌, ଆଣ୍ଟି-ଆଲର୍ଜିକ୍‌, ଗ୍ୟାଷ୍ଟ୍ରୋ-ଇଣ୍ଟେଷ୍ଟାଇନାଲ୍ ଔଷଧ, ନ୍ୟୁଟ୍ରାସ୍ୟୁଟିକାଲ୍ସ ଇତ୍ୟାଦି ଶ୍ରେଣୀର ଔଷଧ ଅନ୍ତର୍ଭୁକ୍ତ ରହିଛି। ପ୍ରତିଦିନ ପ୍ରାୟ ୧ ମିଲିୟନ ଲୋକ ଏହି ଲୋକପ୍ରିୟ କେନ୍ଦ୍ରକୁ ଆସୁଛନ୍ତି।

ପିଏମ୍‌ବିଜେପି ପଦକ୍ଷେପ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି, ଯାହା ଦ୍ୱାରା ଏହା ସୁନିଶ୍ଚିତ ହେଉଛି ଯେ, ପ୍ରତ୍ୟେକ ନାଗରିକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେଉଛି। ଏହି ଔଷଧ କେନ୍ଦ୍ରଗୁଡିକରେ ହୋଇଥିବା ରେକର୍ଡ ବିକ୍ରି କେବଳ କାର୍ଯ୍ୟକ୍ରମର ସଫଳତାକୁ ଆଲୋକିତ କରେ ନାହିଁ, ବରଂ ଦେଶରେ ସ୍ୱାସ୍ଥ୍ୟ ସମାନତାକୁ ପ୍ରୋତ୍ସାହିତ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026

କେଜରିୱାଲ ଏବଂ ସିସୋଦିଆଙ୍କୁ ବଡ଼ ଆଶ୍ୱସ୍ତି: ଏହି ମାମଲାରେ ସିବିଆଇକୁ ଭର୍ତ୍ସନା କଲେ କୋର୍ଟ

February 27, 2026
Latest News

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026

କେଜରିୱାଲ ଏବଂ ସିସୋଦିଆଙ୍କୁ ବଡ଼ ଆଶ୍ୱସ୍ତି: ଏହି ମାମଲାରେ ସିବିଆଇକୁ ଭର୍ତ୍ସନା କଲେ କୋର୍ଟ

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.