Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ସ୍ବାଧୀନତା ଦିବସ ଅବସରରେ ଓଡିଶାର ଶିଳ୍ପାୟନ ନେଇ ମୁଖ୍ୟମନ୍ତ୍ରୀ କହିଲେ…..
ବ୍ୟବସାୟ

ସ୍ବାଧୀନତା ଦିବସ ଅବସରରେ ଓଡିଶାର ଶିଳ୍ପାୟନ ନେଇ ମୁଖ୍ୟମନ୍ତ୍ରୀ କହିଲେ…..

August 15, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସ୍ବାଧୀନତା ଦିବସ ଅବସର
ସ୍ବାଧୀନତା ଦିବସ ଅବସରରେ ଓଡିଶାର ଶିଳ୍ପାୟନ ନେଇ ମୁଖ୍ୟମନ୍ତ୍ରୀ କହିଲେ.....

ଭୁବନେଶ୍ବର: ଆଜି ୭୯ତମ ସ୍ବାଧିନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି। ଏଥିରେ ସେ ଓଡିଶାର ଶିଳ୍ପ ପ୍ରଗତି ଉପରେ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଜୀବନ ଜୀବିକାର ଆଉ ଏକ ଦିଗ ହେଉଛି “ଶିଳ୍ପାୟନ”। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ କିମ୍ବା ଆଉ କୌଣସି କାରଣରୁ ହେଉ, ଓଡିଶାର ସାମର୍ଥ୍ୟ ଅନୁସାରେ ରାଜ୍ୟରେ ଶିଳ୍ପାୟନ ହୋଇ ପାରିନାହିଁ। ରାଜ୍ୟର ହାତଗଣତି କିଛି ଅଞ୍ଚଳକୁ ଛାଡିଦେଲେ ଅନ୍ୟ କୌଣସି ଅଞ୍ଚଳରେ କୌଣସି ବଡ କିମ୍ବା ମଧ୍ୟମ ଆକାରର ଉଦ୍ୟୋଗ ନାହିଁ। କିନ୍ତୁ, ଆମ ସରକାର ଆସିବା ପରେ, ଶିଳ୍ପ ନୀତିରେ ଆମୂଳଚୁଳ ପରିବର୍ତ୍ତନ ଆଣିଛନ୍ତି। ବର୍ତ୍ତମାନ, ରାଜ୍ୟର ପ୍ରତିଟି ଜିଲ୍ଲାରେ ହେବ ଶିଳ୍ପାୟନ।

ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଏବଂ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସହିତ, ଏହି କାର୍ଯ୍ୟକ୍ରମ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଆମ ସରକାର ପ୍ରଚାର ସର୍ବସ୍ଵ ନୁହେଁ, କେବଳ କ୍ୟାମେରା ପାଇଁ ଆମେ ଇଭେଣ୍ଟ ମ୍ୟାନେଜମେଣ୍ଟ କରୁନା। ଏହାର ପ୍ରମାଣ ହେଉଛି ଗତ ୬-୭ ମାସ ମଧ୍ୟରେ ଓଡିଶାରେ ୬୦ରୁ ଅଧିକ ଶିଳ୍ପ ସ୍ଥାପନ କରାଯାଇ ୧ ଲକ୍ଷ ୮୦ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ହୋଇପାରିଛି। ଏହାଦ୍ୱାରା ୧ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବା ସୁନିଶ୍ଚିତ ହୋଇପାରିଛି।

କେବଳ ବଡ ଉଦ୍ୟୋଗ ନୁହେଁ, ରାଜ୍ୟର ବୁଣାକାରଙ୍କ ମଙ୍ଗଳ ପାଇଁ ସରକାର ଚେଷ୍ଟିତ। ନିକଟରେ ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ୍‌ର ଆୟୋଜନ କରାଯାଇଥିଲା, ଯେଉଁଥିରେ ୭ ହଜାର ୮୦୦ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ସହିତ ୫୩ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାର ହସ୍ତତନ୍ତ ହେଉଛି ଆମର ଗୌରବ, ଆମର ଅସ୍ମିତା । ଆମ ହସ୍ତତନ୍ତରୁ ନିର୍ମିତ ପୋଷାକକୁ ଦେଶ ଓ ବିଦେଶର ଆକର୍ଷଣୀୟ ବ୍ରାଣ୍ଡ ଭାବେ ବିକଶିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ଅବସରରେ ମୁଁ ଅନୁରୋଧ କରୁଛି, ଆପଣମାନେ ସପ୍ତାହରେ ଅତି କମ୍ ରେ ଗୋଟିଏ ଦିନ, ହସ୍ତତନ୍ତ ପୋଷାକ ପିନ୍ଧନ୍ତୁ ।

ସରକାରୀ କ୍ଷେତ୍ରରେ ଦକ୍ଷତା ବୃଦ୍ଧିପାଇଁ ଉପଯୁକ୍ତ ସଂଖ୍ୟାରେ ଲୋକବଳ ଅତ୍ୟନ୍ତ ଆବଶ୍ୟକ। ପୂର୍ବରୁ ସରକାରୀ କ୍ଷେତ୍ରରେ ଅନେକ ପଦବୀ ଖାଲି ରହିଥିବା ସତ୍ତ୍ୱେ, ଏହାକୁ ପୂରଣ କରିବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଇ ନଥିଲା। ଆମ ସରକାର ଆସିବା ପରଠାରୁ ରାଜ୍ୟରେ ୨୮ ହଜାର ୩୯୨ଟି ପଦବୀ ପୂରଣ ହୋଇ ସାରିଛି। ଏହା ସହିତ ୩୪ ହଜାର ୫୦୦ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ବିଭିନ୍ନ ଆୟୋଗ ପକ୍ଷରୁ ଜାରି ରହିଛି।

ଆହୁରି ମଧ୍ୟ ୨୨,୮୯୬ଟି ଖାଲି ପଦବୀ ପୂରଣ ପାଇଁ ମଧ୍ୟ ଖୁବଶୀଘ୍ର ଅନୁମତି ପ୍ରଦାନ କରାଯିବ। ୨ ବର୍ଷରେ ଆମେ ୬୫ ହଜାର ସରକାରୀ ପଦବୀ ପୂରଣ କରିବାର ଲକ୍ଷ୍ୟ ରଖିଥିଲୁ; ତେବେ ଏହି ସମୟ ଭିତରେ ଅତି କମ୍‌ରେ ୮୫ ହଜାର ପଦବୀ ପୂରଣ ହେବାକୁ ଯାଉଛି। ନିଯୁକ୍ତି କ୍ଷେତ୍ରରେ କେବଳ ଲକ୍ଷ ହାସଲ ନୁହେଁ, ଲକ୍ଷ ଅତିକ୍ରମ କରିବାର ସାମର୍ଥ୍ୟ ନେଇ ଖୁବ ଅଧିକ ବେଗରେ ଗତି କରୁଛି ଆମ ସରକାର ।

ଆମ ଦେଶର ଯୁବବର୍ଗଙ୍କୁ ଦକ୍ଷ ଓ ସଶକ୍ତ କରି ଦେଶସେବାରେ ନିୟୋଜିତ କରିବା ପାଇଁ ଅଗ୍ନିବୀର ହେଉଛି ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଏକ ଅଭିନବ ପ୍ରୟାସ। ଏହି ଯୋଜନାରେ ଓଡିଶାର ଯୁବକ ଯୁବତୀମାନେ ଯେପରି ଅଧିକ ସଂଖ୍ୟାରେ ସାମିଲ ହୋଇପାରିବେ, ସେଥିପାଇଁ ରାଜ୍ୟ ସରକାର ଅଗ୍ନିବୀର ପ୍ରଶିକ୍ଷଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସରକାରୀ କ୍ଷେତ୍ର ବ୍ୟତୀତ ବେସରକାରୀ କ୍ଷେତ୍ରରେ ରୋଜଗାର ବୃଦ୍ଧି ପାଇଁ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ତିନି ଦିନ ତଳେ କେନ୍ଦ୍ରୀୟ କ୍ୟାବିନେଟ ଓଡିଶାରେ ସେମି-କଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସମ୍ମତି ଦେଇଛନ୍ତି। ଏହାଦ୍ଵାରା ଓଡିଶାରେ Electronics ଓ IT କ୍ଷେତ୍ରରେ ଏକ ରିଭୋଲ୍ୟୁସନ୍ ହେବାକୁ ଯାଉଛି।

ଠିକ୍ ସେହିପରି, ଫାର୍ମା କ୍ଷେତ୍ର ବି ଅବହେଳିତ ହୋଇ ରହିଥିଲା। କିନ୍ତୁ, ସରକାର ରାଜ୍ୟରେ ଏକ ଫାର୍ମା କନକ୍ଳେଭ୍ କରିବାକୁ ଯାଉଛନ୍ତି, ଯାହାଦ୍ଵାରା ଆସନ୍ତା କିଛି ଦିନରେ, ଦେଶ ବିଦେଶର ପ୍ରମୁଖ ଫାର୍ମା କମ୍ପାନୀମାନେ ନିଜ ନିଜର ପ୍ରତିଷ୍ଠାନ ନିର୍ମାଣ କରିବାକୁ ଆଗଭର ହେବେ। ଏହାଦ୍ଵାରା ଆଗାମୀ ଦିନରେ ଓଡିଶା ଦେଶର ଫାର୍ମା ହବ୍ ହୋଇପାରିବ, ଏବଂ କେବଳ ଏହି କ୍ଷେତ୍ରରେ ୨ ଲକ୍ଷ ୫୦ ହଜାରରୁ ଅଧିକ ରୋଜଗାର ସୃଷ୍ଟି ହେବ।

Mohan Majhi ସ୍ବାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

June 13, 2026

ଘରଭଡ଼ା ନିୟମରେ ବଡ଼ ପରିବର୍ତ୍ତନ, ଆସୁଛି ନୂଆ ଆଇନ

June 13, 2026

DG ପଦବୀ ପାଇଁ ୩୩ IPS ମନୋନୀତ : ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଅଧିକାରୀ ସ୍ଥାନ ପାଇଲେ

June 13, 2026

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଥ୍‌ମାଟିକ୍ସ- ଏକାମ୍ର କାନନ ୬ ଲେନ୍ ବିଶିଷ୍ଟ ରାସ୍ତା ଉଦ୍‌ଘାଟନ

June 13, 2026
Latest News

ଓଡିଶାରେ ଏବେ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଜାଣନ୍ତୁ ଅନ୍ୟ ରାଜ୍ୟର ସ୍ଥିତି

June 13, 2026

ସବୁଠାରୁ ବଡ଼ ଫିଫା ବିଶ୍ୱକପ୍ ବିଜୟ ରେକର୍ଡ କଲା ଆମେରିକା: ପାରାଗୁଏକୁ ପରାସ୍ତ କରି ରଚିଲା ଇତିହାସ

June 13, 2026

ଆସାମରେ ବଡ଼ ଦୁର୍ଘଟଣା: ଭାରତୀୟ ବାୟୁସେନାର AN-32 ବିମାନ ଦୁର୍ଘଟଣାଗ୍ରସ୍ତ

June 13, 2026

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ: କିଏ ନେବେ କୋହଲିଙ୍କ ସ୍ଥାନ?

June 13, 2026

ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.