NITI Aayog & CFA Institute: ନୀତି ଆୟୋଗର ଅଟଳ ନବସୃଜନ ମିଶନ ଏବଂ ଏକ ବିଶ୍ୱ ଅଣଲାଭକାରୀ ସଂଗଠନ, CFA ପ୍ରତିଷ୍ଠାନ ଆଜି ଦେଶର ନବସୃଜନ ଇକୋସିଷ୍ଟମରେ ଆର୍ଥିକ ସାକ୍ଷରତା, ଶାସନକୁ ସୁଦୃଢ କରିବା ପାଇଁ ଏକ ବୁଝାମଣା ସ୍ବାକ୍ଷର କରିଛନ୍ତି। ଏହି ସମ୍ପର୍କରେ ଦୁଇ ଅନୁଷ୍ଠାନ ମିଳିତ ଭାବେ ନୂଆଦିଲ୍ଲୀରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ନୀତି ଆୟୋଗ କହିଛି ଯେ ଏହି ସହଯୋଗ ଦେଶର ଦ୍ରୁତ ବିସ୍ତାରିତ ନବସୃଜନ ଏବଂ ଉଦ୍ୟୋଗୀତା ଓ ଆର୍ଥିକ ସାକ୍ଷରତା, ନୈତିକ ନିଷ୍ପତ୍ତି ଗ୍ରହଣ ଏବଂ ଶାସନ ମାନଦଣ୍ଡକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଆହୁରି କୁହାଯାଇଛି ଯେ,ଏହି ସହଭାଗୀତା ଅଟଳ ଲ୍ୟାବ୍, ଅଟଳ ଇନକ୍ୟୁବେସନ୍ କେନ୍ଦ୍ର, ଅଟଳ ସମ୍ପ୍ରଦାୟ ନବସୃଜନ କେନ୍ଦ୍ର ଏବଂ ପ୍ରାରମ୍ଭିକ ପର୍ଯ୍ୟାୟ ଷ୍ଟାର୍ଟଅପ୍ସକୁ ଯଥେଷ୍ଟ ସହଯୋଗ ପ୍ରଦାନ କରିବ। ଏହାର ଲକ୍ଷ୍ୟ ସଂରଚିତ କ୍ଷମତା-ନିର୍ମାଣ କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ଆର୍ଥିକ ଶିକ୍ଷା ମଡ୍ୟୁଲ୍ ଏବଂ ଭାରତର ଦୀର୍ଘକାଳୀନ ଲକ୍ଷ୍ୟ ସହିତ ସମନ୍ୱିତ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ପ୍ରଚଳନ କରିବ। ଯାହା ଦାୟିତ୍ୱବାନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ନବସୃଜନକାରୀଙ୍କୁ ପ୍ରୋତ୍ସାହିତ କରିବା। ଏହି ସହଯୋଗ ଅଧୀନରେ, ଅଟଳ ଟିଙ୍କରିଂ ଲ୍ୟାବ୍ ଅଧୀନରେ ସ୍କୁଲ ନବସୃଜନକାରୀମାନେ ଆର୍ଥିକ ସାକ୍ଷରତା ଏବଂ ନୀତିଶାସ୍ତ୍ର ଉପରେ ଶିକ୍ଷା ମଡ୍ୟୁଲ୍ ପ୍ରାପ୍ତ କରିପାରିବେ।


