Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»Jio Leads Odisha Market: ସର୍ବାଧିକ ୧.୬୯ କୋଟି ମୋବାଇଲ୍ ଗ୍ରାହକ ଯୋଡିଲା ରିଲାଏନ୍ସ ଜିଓ
ବ୍ୟବସାୟ

Jio Leads Odisha Market: ସର୍ବାଧିକ ୧.୬୯ କୋଟି ମୋବାଇଲ୍ ଗ୍ରାହକ ଯୋଡିଲା ରିଲାଏନ୍ସ ଜିଓ

December 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Jio Leads Odisha Market: ସର୍ବାଧିକ ୧.୬୯ କୋଟି ମୋବାଇଲ୍ ଗ୍ରାହକ ଯୋଡିଲା ରିଲାଏନ୍ସ ଜିଓ

Jio Leads Odisha Market: ରାଜ୍ୟର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଓଡିଶା ଟେଲିକମ ବଜାରରେ ଏହାର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ଼ କରି ରିଲାଏନ୍ସ ଜିଓ ୨୦୨୫ ଅକ୍ଟୋବର ମାସରେ ଓଡ଼ିଶାରେ ସର୍ବାଧିକ ୧.୬୭ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୨୭୦୦୦ରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି।

ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଅକ୍ଟୋବରରେ ୧.୬୭ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବାବେଳେ ଉଭୟ ଏୟାରଟେଲ୍ ଏବଂ ବିଏସଏନଏଲ ସେହି ସମାନ ସମୟରେ ରାଜ୍ୟରେ ହଜାର ହଜାର ମୋବାଇଲ୍ ଗ୍ରାହକ ହରାଇଛନ୍ତି।

ଏହି ଉଲ୍ଲେଖନୀୟ ପ୍ରଦର୍ଶନ ସହିତ, ଜିଓ ଅକ୍ଟୋବର ୩୧, ୨୦୨୫ ସୁଦ୍ଧା ଓଡ଼ିଶାରେ ୧.୬୯ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ଏବଂ ୪୭ ପ୍ରତିଶତରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ହାସଲ କରିଛି। ଜିଓର ସେବା ପ୍ରତି ଗ୍ରାହକଙ୍କ ଅତୁଳନୀୟ ବିଶ୍ୱାସ ଏବଂ ରାଜ୍ୟବ୍ୟାପୀ ଏହାର ଅତ୍ୟାଧୁନିକ ୪ଜି ଓ ୫ଜି ନେଟୱାର୍କ ପ୍ରଯୁକ୍ତିର ଶ୍ରେଷ୍ଠତା ଦ୍ୱାରା ଏହି ମାଇଲଖୁଣ୍ଟ ସମ୍ଭବ ହୋଇଛି। ଅତି-ସୁଲଭ ଜିଓଭାରତ ୪ଜି ଫୋନ୍ ବଳରେ ବିଶେଷକରି ସାରା ଓଡ଼ିଶାର ଗ୍ରାମୀଣ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ହଜାର ହଜାର ୨ଜି ଗ୍ରାହକ ୪ଜିକୁ ଅପଗ୍ରେଡ୍ କରିବାରେ ସକ୍ଷମ ହୋଇଛନ୍ତି।

ଟ୍ରାଇ ତଥ୍ୟ ଅନୁଯାୟୀ, ଅକ୍ଟୋବର ମାସରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୧.୫୯ ଲକ୍ଷ ବୃଦ୍ଧି ସହିତ ୩୧ ଅକ୍ଟୋବର ୨୦୨୫ ସୁଦ୍ଧା ୩.୫୯ କୋଟି ଅତିକ୍ରମ କରିଛି। ଜାତୀୟ ସ୍ତରରେ, ରିଲାଏନ୍ସ ଜିଓ ଅକ୍ଟୋବର ୨୦୨୫ରେ ଭାରତର ଟେଲିକମ୍ ଅଭିବୃଦ୍ଧିର ନେତୃତ୍ୱ ନେଇ ଏୟାରଟେଲ୍ ଅପେକ୍ଷା ଦେଢ଼ ଗୁଣ ଅଧିକ ଗ୍ରାହକ ଯୋଡିବା ସହିତ ଏହାର ଗ୍ରାହକ ବଜାର ଅଂଶ ୪୧.୪ ପ୍ରତିଶତକୁ ବୃଦ୍ଧି ପାଇଛି। ସକ୍ରିୟ ଉପଭୋକ୍ତା, ୱାୟାରଲାଇନ୍ ଏବଂ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଜିଓ ଶୀର୍ଷରେ ରହିଛି, ଯାହା ଜିଓଏୟାରଫାଇବର ଏବଂ ୫ଜି ରୋଲଆଉଟ୍ ଦ୍ୱାରା ସଶକ୍ତ ହୋଇ ଭାରତର ଡିଜିଟାଲ ପରିବର୍ତ୍ତନର ପ୍ରମୁଖ ବାହକ ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିଛି।

ଅକ୍ଟୋବର ମାସରେ ଓଡ଼ିଶାରେ ୨୭୦୦୦ ରୁ ଅଧିକ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ଯୋଡି ଜିଓ ହୋମ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ମଧ୍ୟ ନିଜର ପ୍ରାଧାନ୍ୟ ବିସ୍ତାର କରିଚାଲିଛି। ରାଜ୍ୟରେ ଜିଓ ନେଟୱାର୍କରେ ହୋମ ବ୍ରଡବ୍ୟାଣ୍ଡ ସବସ୍କ୍ରାଇବରଙ୍କ ସଂଖ୍ୟା ୩୧ ଅକ୍ଟୋବର ସୁଦ୍ଧା ୬.୪ ଲକ୍ଷ ଅତିକ୍ରମ କରିଛି। ଏହି ମାସରେ ରାଜ୍ୟରେ ୨୦୦୦୦ରୁ ଅଧିକ ନୂତନ ଗ୍ରାହକ ଜିଓଏୟାରଫାଇବର ସେବା ଆପଣାଇଛନ୍ତି।

ଏହାର ଅତ୍ୟାଧୁନିକ ପ୍ରଯୁକ୍ତି, ଦୃଢ଼ ଭିତ୍ତିଭୂମି ଏବଂ ଗ୍ରାହକ-ପ୍ରଥମ ଦର୍ଶନ ସହିତ, ଜିଓ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ ପରିବର୍ତ୍ତନର ଧାରାକୁ ଆଗକୁ ବଢାଇବା ଜାରି ରଖିଛି। ଜିଓଏୟାରଫାଇବର ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା, ଶେଷ-ମାଇଲ୍ ଫାଇବର ଚ୍ୟାଲେଞ୍ଜକୁ ଦୂର କରିବା ଏବଂ ସହର ଉପକଣ୍ଠ ତଥା ଗ୍ରାମାଞ୍ଚଳରେ ଘର ଏବଂ ଛୋଟ ବ୍ୟବସାୟଗୁଡ଼ିକୁ ନିରବଛିନ୍ନ ବ୍ରଡ଼ବ୍ୟାଣ୍ଡ ସଂଯୋଗ ପ୍ରଦାନ କରିବାରେ ସଫଳ ସାବ୍ୟସ୍ତ ହୋଇଛି।

ଏହା ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ, ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା ପ୍ରଦାନ କରୁଛି, ଯାହା ଛାତ୍ର, ବୃତ୍ତିଗତ ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରଗୁଡିକୁ ଡିଜିଟାଲ୍ ଯୁଗରେ ସଫଳତାର ସହିତ ଆଗକୁ ବଢିବା ଦିଗରେ ସଶକ୍ତ କରୁଛି।

Jio Leads Odisha Market Reliance JIO ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026
Latest News

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026

ଦୁବାଇରେ ଓଡ଼ିଆ ଯୁବକ ନିଖୋଜ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

February 4, 2026

ଭୁବନେଶ୍ବର ଲ୍ୟାଣ୍ଡମାର୍କ ଫେଜ୍-୨ର ବିଶେଷ କାର୍ଯ୍ୟକ୍ରମ ଗ୍ରୀନ୍ ଗାର୍ଡେନ୍ ଗେଟ-ଟୁଗେଦର

February 4, 2026

ସୁପ୍ରିମକୋର୍ଟରେ SIR ଶୁଣାଣି: ଇସି ବିରୋଧରେ ଅନେକ ଅଭିଯୋଗ ଆଣିଲେ ମମତା ବାନାର୍ଜୀ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.