Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ଆସନ୍ତାକାଲି ମୁକେଶ ଆମ୍ବାନୀ କରିବେ ବଡ ଘୋଷଣା: ଓଡିଶା ସହ ଭାରତର କେବୁଲ ଓ ଇଣ୍ଟରନେଟ୍ ଜଗତରେ ଆସିବ ଏକ ବଡ ବିପ୍ଲବ, ଘୋଷଣାରେ କଣ ଥିବ !
ବ୍ୟବସାୟ

ଆସନ୍ତାକାଲି ମୁକେଶ ଆମ୍ବାନୀ କରିବେ ବଡ ଘୋଷଣା: ଓଡିଶା ସହ ଭାରତର କେବୁଲ ଓ ଇଣ୍ଟରନେଟ୍ ଜଗତରେ ଆସିବ ଏକ ବଡ ବିପ୍ଲବ, ଘୋଷଣାରେ କଣ ଥିବ !

August 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ମୁକେଶ ଆମ୍ବାନୀ କରିବେ ବଡ ଘୋଷଣା: ଏଥିରେ ଓଡିଶା ସମେତ ଭାରତର କେବୁଲ ଓ ଇଣ୍ଟରନେଟ୍ ଜଗତରେ ଆସିବ ଏକ ବଡ ବିପ୍ଲବ, କଣ ହୋଇପାରେ ଘୋଷଣା ?
ଆସନ୍ତାକାଲି ମୁକେଶ ଆମ୍ବାନୀ କରିବେ ବଡ ଘୋଷଣା: ଏଥିରେ ଓଡିଶା ସମେତ ଭାରତର କେବୁଲ ଓ ଇଣ୍ଟରନେଟ୍ ଜଗତରେ ଆସିବ ଏକ ବଡ ବିପ୍ଲବ, କଣ ହୋଇପାରେ ଘୋଷଣା ?

ସମୀକ୍ଷା ବ୍ୟୁରୋ

 

ସଂକ୍ଷିପ୍ତ

1-ଆସନ୍ତାକାଲି ମୁକେଶ ଆମ୍ବାନୀଙ୍କ ଅଧ୍ୟକ୍ଷତାରେ ବସୁଛି ରିଲାଏନସର 42 ତମ ବାର୍ଷିକ ସାଧାରଣ ବୈଠକ

2-ଏଥିରେ ବହୁ ପ୍ରତିକ୍ଷୀତ ଜିଓ ଗିଗା ଫାଇବର ସେବା ଆରମ୍ଭ ହେବାର ଘୋଷଣା ହୋଇପାରେ

3-ମୁକେଶ ଆମ୍ବାନୀ ପ୍ରଥମ ଥର ପାଇଁ ଦେଶରେ ଗିଗା ଟିଭି ସେବା ଆରମ୍ଭ ହେବାର ସମ୍ଭାବନା

4-ବଜାରକୁ ସ୍କ୍ରିନ ଟଚ୍ ଜିଓ ଫୋନ-3 ର ପ୍ରବେଶ ନେଇ ମଧ୍ୟ ଘୋଷଣା ସମ୍ଭାବନା

ଆସନ୍ତାକାଲିକୁ ବିଶ୍ବର ଟେଲିକମ ବଜାର ଅପେକ୍ଷା କରି ରହିଛି। କାରଣ ହେଲା ବିଶ୍ବର ବଡ ଧନି ତଥା ଟେଲିକମ କଂପାନୀରେ ବିପ୍ଲବ ଆଣିଥିବା ମୁକେଶ ଆମ୍ବାନୀ ଏକ ବଡ ଘୋଷଣା କରିବାର ସମ୍ଭାବନା ରହିଛି। ପ୍ରତି ବର୍ଷ ରିଲାଏନସର ସାଧାରଣ ବାର୍ଷିକ ବୈଠକରେ ଆମ୍ବାନୀ କିଛି ନା କିଛି ଘୋଷଣା କରି ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଥାନ୍ତି।  ଆସନ୍ତାକାଲି ମଧ୍ୟ ଆମ୍ବାନୀ ଏକ ବଡ ଘୋଷଣା କରୁଛନ୍ତି ବୋଲି ଜଣାପଡିଛି। ତେବେ ଏଥିରେ ମୁଖ୍ୟତଃ ତିନୋଟି ବଡ ସେବାର ଘୋଷଣା କରାଯିବ ବୋଲି ଅର୍ଥନୈତିଜ୍ଞମାନେ ଆଶା ରଖିଛନ୍ତି। ସେଗୁଡିକ ହେଲା, ଜିଓ ଗିଗା ଫାଇବର, ଜିଓ ଗିଗା ଟିଭି ଏବଂ ଜିଓ ଫୋନ-3 । ଏହି ସେବାଗୁଡିକ ଭାରତରେ ଆରମ୍ଭ ହେଲେ ସାରା ବିଶ୍ବର ଟେଲିକମ ବଜାରରେ ଏକ ଭୂକମ୍ପ ସୃଷ୍ଟି ହେବ ବୋଲି ଜଣାପଡିଛି।

 ଜିଓ ଗିଗା-ଫାଇବର ସେବା, ମାତ୍ର 6 ଶହ ଟଙ୍କାରେ ମିଳିବ ହାଇସ୍ପିଡ ଇଣ୍ଟରନେଟ ସହିତ ମାଗଣା ଲ୍ୟାଣ୍ଡ ଫୋନ

ଭାରତରେ ଗିଗା ଫାଇବର ସେବା ଯୋଗାଇବା ହେଉଛି ମୁକେଶ ଆମ୍ବାନୀଙ୍କ ଏକ ସ୍ବପ୍ନର ପ୍ରକଳ୍ପ। ଏହି ପ୍ରକଳ୍ପ ପାଇଁ ରିଲାଏନସ କଂପାନୀ 5 ବର୍ଷ ଧରି କାର୍ଯ୍ୟ କରିଆସୁଛି। ଏହି ସେବା ଆସିଲେ ଦେଶରେ ଇଣ୍ଟରନେଟ ଏବଂ ଲ୍ୟାଣ୍ଡ ଫୋନ କ୍ଷେତ୍ରରେ ଏକ ବିପ୍ଳବ ଆସିବ। କଂପାନୀ ଲୋକଙ୍କ ଘରକୁ ଫାଇବର କେବୁଲ ମାଧ୍ୟମରେ ଇଣ୍ଟରନେଟ, ମାଗଣା ଲ୍ୟାଣ୍ଡ ଫୋନ ଏବଂ ଟିଭି ଦେଖିବାର ସୁଯୋଗ ଆଣିଦେବ। ସେଥାପାଇଁ ମାସକୁ 6ଶହ ଟଙ୍କା ପଡିବ ବୋଲି ଜଣାପଡିଛି। କଂପାନୀ ଜଣେ ଗ୍ରାହକକୁ 50 ଏମବିପିଏସ ବେଗରେ ମାସକୁ 100 ଜିବି ଡାଟା ଯୋଗାଇ ଦେବ। ବର୍ତ୍ତମାନ ବିଭିନ୍ନ କଂପାନୀ ସେମାନଙ୍କ ଅଫିସରେ 20 ଏମବିପିଏସ ବେଗରେ ଇଣ୍ଟରନେଟ ସେବା ନେଇ କାମ କରୁଛନ୍ତି। ହେଲେ ଜଣେ ଗ୍ରାହକଙ୍କ ପାଖକୁ ଯେତେବେଳେ 50 ଏମବିପିଏସ ବେଗରେ ଇଣ୍ଟରନେଟ ମିଳିବ ତେବେ ତାହା କିପରି ସ୍ପିଡ ହେବ ବର୍ତ୍ତମାନଠାରୁ ଜଣାପଡିଲାଣି। ସେତିକି ନୁହେଁ ଏହି କେବୁଲ ମାଧ୍ୟମରେ ଇଣ୍ଟରନେଟ ସହ ମାଗଣା ଲ୍ୟାଣ୍ଡ ଫୋନ ମଧ୍ୟ ପ୍ରଦାନ କରାଯିବ। ରିଲାଏନସ କଂପାନୀ ଏହି କେବୁଲ ଦେଶର ସମସ୍ତ ସହରରେ ବିଛାଇ ସାରିଛି। ଏବେ କେବଳ ଘୋଷଣାକୁ ଅପେକ୍ଷା।

ଜିଓ ଗିଗା ଟିଭି- ଘରେ ହାଇ କ୍ବାଲଟି ଏଚଡି ସିଗନାଲ ସହ 6 ଶହ ଚ୍ୟାନେଲ ଦେଖିବାର ସୁଯୋଗ

ଜିଓ ଗିଗା ଟିଭି- ଭାରତ ଟେଲିଭିଜିନ ଜଗତରେ ଆଣିବ ଏକ ନୂଆ ବିପ୍ଳବ। ବର୍ତ୍ତମାନ ଆପଣ ଘରେ ଟିଭି ଦେଖିବାକୁ ହେଲେ କେବୁଲ କନେକ୍ସନ ହେଉ କିମ୍ବା ଡିଟିଏଚ ସଂଯୋଗ ନେବାକୁ ପଡୁଛି । ହେଲେ ଜିଓ ଗିଗା ଟିଭି ମାଧ୍ୟମରେ ଆପଣ ଛଅ ଶହ ହାଇ କ୍ବାଲିଟ ଚ୍ୟାନେଲ ଦେଖିବାର ସୁଯୋଗ ପାଇ ପାରିବେ। ଏଥିପାଇଁ ମାସକୁ ମାତ୍ର 3ଶହ ଟଙ୍କା ପଡିବ ବୋଲି କୁହାଯାଉଛି। ହେଲେ ଘୋଷଣା ପରେ ଦର କେତେହେବ ଜଣାପଡିବ। ଘରକୁ ଗିଗା ଫାଇବର କନେକ୍ସନ ଯିବା ପରେ ଏହି ଗିଗା ଟିଭି ସେବା ପାଇଁ ଏକ ସେଟ-ଟପ ବକ୍ସ କିଣିବାକୁ ପଡିବ। ଏହି ବକ୍ସ ମାଧ୍ୟମରେ ଆପଣ ଛଅ ଶହ ଚ୍ୟାନେଲ ଦେଖିବାର ବ୍ୟବସ୍ଥା କରାଯାଇଛି। ଅର୍ଥାତ ଘରକୁ ଗିଗା ଫାଇବର ସଂଯୋଗ ନେଲେ ସେଥିରେ ଇଣ୍ଟରନେଟ, ମାଗଣା ଫୋନ ଏବଂ ଟିଭି ଚ୍ୟାନେଲ ଦେଖିବାର ସୁଯୋଗ ପାଇ ପାରିବେ।

ଜିଓଫୋନ-3, ମୋବାଇଲ ହ୍ୟାଣ୍ଡ ସେଟ ଜଗତରେ ଏକ ନୂଆ ପଦ୍ଧତିର ଅୟାରମ୍ଭ ହେବ

ପ୍ରତିବର୍ଷ ରିଲାଏନସର ସାଧାରଣ ବାର୍ଷିକ ବୈଠକରେ ନୂଆ ନୂଆ ଜିଓ ମୋବାଇଲ ହ୍ୟାଣ୍ଡସେଟର ବଜାର ପ୍ରବେଶ ଘୋଷଣା କରାଯାଇଥାଏ। ସେହିପରି ଚଳିତ ବୈଠକରେ ମଧ୍ୟ ମୁକେଶ ଆମ୍ବାନୀ ଏକ ନୂଆ ଜିଓ ହ୍ୟାଣ୍ଡ ସେଟର ସଂପର୍କରେ ଘୋଷଣା କରିବେ ଯାହାର ନାମ ରହିଛି ଜିଓଫୋନ-3। ଗତଥର ଜିଓଫୋନ-2 କୁ ବଜାର ପ୍ରବେଶ କରାଯାଇଥିଲା। ସେତେବେଳେ ଏହି ଜିଓଫୋନ-2 ରେ QWERT କି-ବୋର୍ଡ ଯୁକ୍ତ ହ୍ୟାଣ୍ଡସେଟ ଥିଲା। ବର୍ତ୍ତମାନ ଯେଉଁ ନୂଆ ଜିଓ-3 ଲଞ୍ଚ ହେବ ତାହା ଟଚ ସ୍କ୍ରିନ ବର୍ଗର ବୋଲି ଜଣାପଡିଛି। ଯାହା ଚର୍ଚ୍ଚା ଚାଲିଛି ଏହି ଫୋନଟି Android Go ପ୍ଲାଟଫର୍ମରେ ଆସିବ।

ମୁକେଶ ଆମ୍ବାନୀଙ୍କ ଘୋଷଣା ପରେ ପରେ ଓଡିଶାରେ ଆରମ୍ଭ ହୋଇପାରିବ ଏହି ସେବା

ମୁକେଶ ଆମ୍ବାନୀଙ୍କ ଏହି ଘୋଷଣା ଓଡିଶାର ବା ଓଡିଶା ଲୋକମାନେ ତୁରନ୍ତ ଏହିସବୁ ସେବା ପାଇପାରିବେ। କାରଣ ଓଡିଶାରେ ରିଲାଏନସ କଂପାନୀ ପ୍ରାୟ ପ୍ରମୁଖ ସହରର ମାଟି ତଳେ ଗିଗା ଫାଇବର ବିଛାଇ ସାରିଛି। ସେତିକି ନୁହେଁ ଭୁବନେଶ୍ବରରେ କଂପାନୀ 5 ମାସ ଧରି କେତେକ ନିର୍ଦ୍ଧିଷ୍ଠ ସ୍ଥାନରେ ଜିଓ ଗିଗା ଫାଇବର ସେବା ପରୀକ୍ଷା ମୂଳକ ଭାବେ ମାଗଣାରେ ଯୋଗାଇ ଆସୁଛି। ଭୁବନେଶ୍ବରର ଖାରବେଳ ନଗର, ଶାସ୍ତ୍ରୀ ନଗର, ବାପୁଜୀ ନଗର, ଧର୍ମବିହାର ଏବଂ ଖଣ୍ଡଗିରି ଅଞ୍ଚଳରେ ଗିଗା ଫାଇବର ସେବା ପ୍ରଦାନ କରାଯାଇଛି। କଂପାନୀ ପରୀକ୍ଷା ମୂଳକ ଭାବେ କେବଳ ଜିଓ ଗିଗା ଟିଭିକୁ ବ୍ୟତିତ ହାଇସ୍ପିଡ ଇଣ୍ଟରନେଟ ଏବଂ ଲ୍ୟାଣ୍ଡ ଫୋନ ସେବା ପ୍ରଦାନ କରିଛି। ତେବେ ଏହି ସେବା ଓଡିଶା ସହ ସାରା ଦେଶରେ ଆରମ୍ଭ ହେଲେ ପୂର୍ବରୁ ଥିବା କେବୁଲ ଏବଂ ଡିଟିଏଚ କଂପାନୀ ଅସୁବିଧାରେ ପଡିବାର ସମ୍ଭାବନା ଦେଖାଦେଇଛି।

****

ବିଜେଡି ଫେରିବାକୁ ବାଟ ଖୋଜୁଛନ୍ତି ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ

jio mukeshambani ril
Share. Facebook Twitter LinkedIn Email WhatsApp Copy Link

Related Posts

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026
Latest News

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.