Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ବିଶ୍ୱର ସର୍ବବୃହତ ତୀର୍ଥଯାତ୍ରୀଙ୍କ ସମାଗମ କୁମ୍ଭ ମେଳା ସମ୍ମାନରେ ‘କୁମ୍ଭ ଜିଓ-ଫୋନ’ ର ଶୁଭାରମ୍ଭ
ବ୍ୟବସାୟ

ବିଶ୍ୱର ସର୍ବବୃହତ ତୀର୍ଥଯାତ୍ରୀଙ୍କ ସମାଗମ କୁମ୍ଭ ମେଳା ସମ୍ମାନରେ ‘କୁମ୍ଭ ଜିଓ-ଫୋନ’ ର ଶୁଭାରମ୍ଭ

January 8, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସବୁ ଭାରତୀୟଙ୍କ ପାଇଁ ଡିଜିଟାଲ ସେବା ସୁଲଭ କରିବାପାଇଁ ଆରମ୍ଭ ହୋଇଥିବା ଜିଓ ଫୋନ ଏବେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ନେଇ ଆସିଛି ‘କୁମ୍ଭ ଜିଓ–ଫୋନ‘, ଯାହା ଆଗାମୀ କୁମ୍ଭ ମେଳାରେ ଉପଭୋକ୍ତାମାନଙ୍କ ପାଇଁ ଆଣିଦେବ ଅନନ୍ୟ ଅନୁଭୂତି ଓ ସୁବିଧା। ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇବାପାଇଁ ପ୍ରାୟ ୧୩୦ ନିୟୁତରୁ ଉର୍ଧ୍ଵ ତୀର୍ଥଯାତ୍ରୀଙ୍କ ସମାଗମ ହେଉଥିବା ୫୫ ଦିନର ଏହି କୁମ୍ଭ ମହୋତ୍ସବ ବିଶ୍ୱର ସର୍ବବୃହତ ଜନସମାଗମ। ଜାନୁଆରୀ ୧୫ ରୁ ମାର୍ଚ୍ଚ ୪ ଯାଏ ହେଉଥିବା ଏହି କୁମ୍ଭ ମେଳା ସମୟରେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ଭକ୍ତିପୂତ ଅନୁଭୂତିକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ଜିଓ ଫୋନ ନେଇ ଆସିଛି ଏକ ଅଭିନବ ଡିଜିଟାଲ ସେବା ସମ୍ଭାର ‘କୁମ୍ଭ ଜିଓ–ଫୋନ‘ ।

କୁମ୍ଭ ଜିଓ ଫୋନ ଡିଜିଟାଲ ସେବା ସମ୍ଭାର ମଧ୍ୟରେ ଉପଲବ୍ଧ ହେଉଥିବା ବିବିଧ ସୁବିଧା ମଧ୍ୟରେ ରହିଛି କୁମ୍ଭ ସମ୍ବନ୍ଧରେ ବିଷଦ ତଥ୍ୟ ଓ ସୂଚନା, ସ୍ୱତନ୍ତ୍ର ଟ୍ରେନ ଓ ବସ ଭଳି ଗମନଗମନ ସମ୍ପର୍କିତ ତତ୍-କ୍ଷଣାତ ସୂଚନା, ପୂର୍ବ ପ୍ରକାଶିତ ସ୍ନାନ ଓ ବୁଡ଼ ତଥା ଧାର୍ମିକ ତିଥି ସମୟ ନିର୍ଘଣ୍ଟ, ଜରୁରୀକାଳୀନ ସହାୟତା ନମ୍ବର ସମୂହ, ରାସ୍ତା ଓ ଅଂଚଳ ମ୍ୟାପ, ଟିକେଟ ବୁକିଂ ଓ ଅପଡେଟ ସୂଚନା,  ଷ୍ଟେସନରେ ଯାତ୍ରୀ ଆଶ୍ରୟ ସୂଚନା, ରେଳବାଇ କ୍ୟାମ୍ପ ମେଳା ସମ୍ବନ୍ଧିତ ସୂଚନା ଇତ୍ୟାଦି।

ଯେକୌଣସି ଜିଓ-ଫୋନରେ ଜିଓ ଷ୍ଟୋରରେ ଉପଲବ୍ଧ ରହିଥିବା ଏହି କୁମ୍ଭ ଜିଓ ଫୋନ ଆପ୍ପରେ ରହିଛି ଫ୍ୟାମିଲି ଲୋକେଟର ଓ ଖୋୟା–ପାୟା ଭଳି ସ୍ୱତନ୍ତ୍ର ସୁବିଧା ଯାହାଦ୍ୱାରା କୁମ୍ଭମେଳାରେ ତୀର୍ଥଯାତ୍ରୀମାନେ ନିଜ ପରିବାର, ବନ୍ଧୁ ଓ ସମ୍ପର୍କୀୟଙ୍କ ଅବସ୍ଥିତି ସମ୍ପର୍କରେ ସଠିକ ସୂଚନା ପାଇପାରିବେ ଏବଂ ଏକାଠି ହୋଇପାରିବେ।

ସେହିଭଳି ସମସ୍ତ ଜିଓ ଉପଭୋକ୍ତାଙ୍କୁ କୁମ୍ଭ ମେଳାର ଆନନ୍ଦ ଦେବାପାଇଁ ଜିଓ ଟିଭି ମାଧ୍ୟମରେ କୁମ୍ଭ ଦର୍ଶନରେ ଚଳିତ କୁମ୍ଭର ସ୍ୱତନ୍ତ୍ର କାର୍ଯ୍ୟକ୍ରମଗୁଡିକର ପ୍ରସାରଣ ସହିତ ପୂର୍ବରୁ ହୋଇଥିବା କୁମ୍ଭ ସମ୍ପର୍କିତ ଭିଡ଼ିଓ ଉପଲବ୍ଧ ହେବ। ସେହିଭଳି ଜିଓ ସାବନରେ ସ୍ୱତନ୍ତ୍ର କୁମ୍ଭ ରେଡ଼ିଓରେ କୁମ୍ଭ ମେଳା ସମ୍ପର୍କିତ ଭକ୍ତି ସଂଗୀତ, ମନ୍ତ୍ରୋଚ୍ଚାରଣ ଓ ଶ୍ଳୋକ ଉପଲବ୍ଧ କରାଯାଇଛି । ଏଥିସହିତ କୁମ୍ଭ ସମ୍ପର୍କିତ ସମସ୍ତ ନ୍ୟୁଜ ଆଲର୍ଟ କୁମ୍ଭ ଜିଓ ଫୋନ ଜରିଆରେ ସମସ୍ତଙ୍କ ହାତପାହାନ୍ତାରେ ଉପଲବ୍ଧ ହେବ। କୁମ୍ଭ ଅବସରରେ ମନୋରଞ୍ଜନ ପାଇଁ  ବିଭିନ୍ନ ଗେମ ସହିତ ଓ ପ୍ରତିଦିନ କୁମ୍ଭ କୁଇଜ଼ ବ୍ୟବସ୍ଥା ରହିଛି ଯେଉଁଥିରେ ଭାଗନେଇ ଉପଭୋକ୍ତାମାନେ ମନଲଖି ଉପହାର ଜିତି ପାରିବେ।

ଏସବୁ ସୁବିଧା ସାଙ୍ଗକୁ ଉପଭୋକ୍ତା ଜିଓ ଫୋନର ସମସ୍ତ ଆକର୍ଷଣୀୟ ସୁବିଧା ଯେପରିକି ମାଗଣା ଭଏସ କଲ, ସର୍ବନିମ୍ନ ମୂଲ୍ୟରେ ଅସୀମିତ ଇଣ୍ଟରନେଟ ଏବଂ ଜିଓ ଟିଭି, ଜିଓ ସିନେମା, ଜିଓ ସାବନ ମ୍ୟୁଜ଼ୀକ, ଜିଓ ଗେମ୍ସ, ଫେସବୁକ, ହ୍ୱାଟ୍ସଅପ୍ପ, ୟୁଟୁବ, ଗୁଗୁଲ ମ୍ୟାପ୍ସ ଭଳି ବିଶ୍ୱସ୍ତରୀୟ ଆପ୍ସର ମଜା ନେଇପାରିବେ। ସେହିଭଳି ଗୁଗୁଲ ଭଏସ ଆସିଷ୍ଟାଣ୍ଟ ସେବା ଉପଯୋଗ କରି ଭଏସ କମାଣ୍ଡ ଜରିଆରେ ଫୋନ ବ୍ୟବହାର କରିପାରିବେ।

କୁମ୍ଭ ଜିଓ ଫୋନ ସମ୍ପର୍କରେ ସୂଚନା ଦେବା ଅବସରରେ ଜିଓ ମୁଖପାତ୍ର ପ୍ରକାଶ କରିଛନ୍ତି ଯେ ” ଜିଓ ଫୋନ ହେଉଛି ଏକ ଅଭିନବ ଉଦ୍ୟମ ଏବଂ କୁମ୍ଭ ଜିଓ-ଫୋନ ଶୁଭାରମ୍ଭ ଜିଓ ଫୋନ ଉପଭୋକ୍ତାମାନଙ୍କୁ ନୂତନ ତଥା ଅଭିନବ ସୁବିଧା ପ୍ରଦାନ କରିବା ଦିଗରେ ଆମର ପ୍ରୟାସର ପରିଚାୟକ। ସ୍ୱଳ୍ପ ମୂଲ୍ୟରେ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଇ ପାରିଥିବାରୁ ଜିଓ ଫୋନ ସମ୍ପ୍ରତି ଭାରତରେ ସର୍ବାଧିକ ବିକ୍ରି ହେଉଥିବା ଫୋନେ ହୋଇପାରିଛି। ଆମେ ଏଥିପାଇଁ ଗର୍ବିତ ଯେ ପ୍ରତିଟି ଭାରତୀୟ ଏବେ ମାତ୍ର ୫୦୧ ଟଙ୍କାରେ ସ୍ମାର୍ଟଫୋନ ବ୍ୟବହାର କରିବାର ମଜା ନେଇପାରୁଛନ୍ତି ଏବଂ ବିଶ୍ୱସ୍ତରୀୟ ସୁବିଧା ଓ ଫିଚର ଉପଭୋଗ କରିଛନ୍ତି ଯାହା ଭାରତରେ ନିର୍ମିତ, ଭାରତ ପାଇଁ ନିର୍ମିତ ଏବଂ ଭାରତ ଦ୍ୱାରା ନିର୍ମିତ” ।

ଜିଓ ପକ୍ଷରୁ ଏସବୁ ସୁବିଧା ଓ ଅନୁଭୂତି ଉପଲବ୍ଧ କରାଇବା ପାଇଁ ଉତ୍ତରପ୍ରଦେଶ ପୋଲିସ ଓ KASH IT ସହିତ ନିରନ୍ତର ଭାବରେ କାର୍ଯ୍ୟ କରାଯାଉଛି ।

ସମସ୍ତ ବର୍ତମାନର ଓ ନୂଆ ଉପଭୋକ୍ତା ଜିଓ ଫୋନରେ ଜିଓ ଷ୍ଟୋରରୁ କୁମ୍ଭ ଜିଓ ଫୋନ ସେବା ପାଇପାରିବେ । କୁମ୍ଭ ଜିଓ ଫୋନ କିମ୍ବା ଜିଓଫୋନ ସମ୍ପର୍କିତ ସମସ୍ତ ପ୍ରକାର ପ୍ରଶ୍ନ ଓ ସହାୟତା ପାଇଁ ରିଲାଏନ୍ସ ରିଟେଲ ପକ୍ଷରୁ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ୧୯୯୧ ବ୍ୟବସ୍ଥା କରାଯାଇଛି।

odishanews ril thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.