କୋର୍ଟଙ୍କ ନିଷ୍ପତ୍ତିର ଉଲ୍ଲଂଘନ ପାଇଁ ଟେଲିକମ୍‌ କମ୍ପାନୀଙ୍କୁ ନୋଟିସ୍‌

Published: Feb 14, 2020, 12:30 pm IST

ନୂଆଦିଲ୍ଲୀ : କୋର୍ଟଙ୍କ ନିଷ୍ପତ୍ତିର ଉଲ୍ଲଂଘନ ପାଇଁ ସମସ୍ତ ଟେଲିକମ୍‌ କମ୍ପାନୀଙ୍କୁ କୋର୍ଟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଟେଲିକମ୍‌ କମ୍ପାନୀଙ୍କ ପକ୍ଷରୁ ବକେୟା ଦେୟ ପ୍ରଦାନ କରାଯାଇନଥିଲା । ଏଜିଆରଙ୍କୁ 1 ଲକ୍ଷ 47 ଟଙ୍କାର ଦେୟ ପ୍ରଦାନ କରିବା ପାଇଁ ଟେଲିକମ୍‌ ବିଭାଗ (ଡିଓଟି)କୁ ନିର୍ଦ୍ଦେଶ ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଡିଓଟି ପକ୍ଷରୁ 1.47 ଲକ୍ଷ କୋଟି ଟଙ୍କାର ଦେୟ ପ୍ରଦାନ ବାକି ରହିଛି । କୋର୍ଟଙ୍କ ପକ୍ଷରୁ ସମସ୍ତ ଟେଲିକମ୍‌ କମ୍ପାନୀର ମାଲିକ ଏବଂ ଏବଂ ଏମ୍‌ଡିଙ୍କୁ ନୋଟିସ୍‌ ଜାରି କରାଯାଇଛି । ଏହା ସହିତ କାହିଁକି ମାମଲା ରୁଜୁ କରାଯିବ ନାହିଁ ତାହାର କାରଣ ଦର୍ଶାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)

Related posts