750 ପଏଣ୍ଟ ଉପରକୁ ଉଠିଲା ସେନ୍‌ସେକ୍ସ : 60 ସେକେଣ୍ଡରେ ନିବେଶକଙ୍କୁ 2 ଲକ୍ଷ କୋଟିର ଫାଇଦା

Published: Mar 2, 2020, 12:58 pm IST

ମୁମ୍ବାଇ : କ୍ରମାଗତ 6 ଦିନ ଧରି ତଳୁଆ ରହିବା ପରେ ଉପରକୁ ଉଠିଛି ଭାରତୀୟ ସେୟାର ବଜାର । ସପ୍ତାହ ଏବଂ ମାସର ପ୍ରଥମ ଟ୍ରେଡିଂରେ ସୋମବାର ଦିନ ସେନସେକ୍ସ 750 ପଏଣ୍ଟ ଉପରକୁ ଉଠିଛି । ସକାଳର ପ୍ରଥମ ଘଣ୍ଟାରେ ସେନ୍‌ସେକ୍ସ 785 ପଏଣ୍ଟ ଉପରକୁ ଉଠିବା ସହିତ 38746.85 ପଏଣ୍ଟରେ ପହଞ୍ଚିଥିଲା । ଏହି ସମୟରେ ନିଫ୍‌ଟୀରେ 120.05 ପଏଣ୍ଟର ଅଭିବୃଦ୍ଧି ଘଟିଥିଲା । ସକାଳ 9.15 ମିନିଟ୍‌ରେ ବଜାର ଖୋଲିବା ପରେ ନିବେଶକଙ୍କୁ 1 ମିନିଟ୍‌ ମଧ୍ୟରେ 2 ଲକ୍ଷ କୋଟିର ଫାଇଦା ହୋଇଥିଲା । ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ସିଏଲ୍‌, ରିଲାଏନ୍ସ,, ଟିସିଏସ୍‌ ଏବଂ ଓଏନ୍‌ଜିସିର ସେୟାର ମୂଲ୍ୟରେ ଅଭିବୃଦ୍ଧି ଘଟିଛି । (ଏଜେନ୍ସି)

Related posts