
ନୂଆଦିଲ୍ଲୀ : ଏଣିକି ବିମାନରେ ମିଳିବାକୁ ଯାଉଛି ମାଗଣା ଓ୍ବାଇଫାଇ ସେବା । ପୂର୍ବରୁ ଏ ସମ୍ପର୍କରେ ଘୋଷଣା କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ବିଳମ୍ବ କରାଯାଉଥିଲା ମାତ୍ର ଶେଷରେ ରବିବାର ଦିନ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପୂର୍ବରୁ ଗୁଗୁଲ୍ ସହାୟତାରେ ଭାରତୀୟ ରେଳବାଇ ପକ୍ଷରୁ ମାଗଣା ଓ୍ବାଇଫାଇ ସେବା ପ୍ରଦାନ କରାଯାଇଥିଲା । ଫେବୃୟାର 29 ତାରିଖରେ ବିମାନ ମନ୍ତ୍ରାଳୟ ପକ୍ଷରୁ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି । କେବଳ ଅନ୍ତର୍ଜାତୀୟ ଯାତ୍ରା ସମୟରେ ଏହି ସୁବିଧା ମିଳିବ । ଆସନ୍ତା ସମୟରେ ଘରୋଇ ଯାତ୍ରାରେ ମଧ୍ୟ ଏହି ସୁବିଧାର ଲାଭ ମିଳିବ । ପାଇଲଟ୍ଙ୍କ ନିକଟରୁ ଅନୁମତି ନେଇ ଯାତ୍ରୀ ମାନେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । (ଏଜେନ୍ସି)