Categories
ଆଜିର ଖବର ଜାତୀୟ ଖବର

ମେ 3 ପର୍ଯ୍ୟନ୍ତ ବନ୍ଦ ରହିଲା ବିମାନ ଓ ରେଳ ସେବା

ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଅବଧି ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ରେଳ ସେବା ଏବଂ ବିମାନ ସେବା ପାଇଁ ନୂତନ ଘୋଷଣା କରାଯାଇଛି । ଆସନ୍ତା ମେ 3 ପର୍ଯ୍ୟନ୍ତ ବିମାନ ସେବା ଏବଂ ରେଳସେବାକୁ ବନ୍ଦ ରଖାଯାଇଛି । ପୂର୍ବରୁ ଏପ୍ରିଲ୍‌ 30 ତାରିଖ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରଖାଯାଇଥିବା ବେଳେ ଆଜି ଏହାକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ମଧ୍ୟ ଆଇଆରସିଟିସି ପକ୍ଷରୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ କରାଯାଇଛି । ତେବେ ପୂର୍ବବତ ମାଲବାହୀ ଟ୍ରେନ୍‌ ଏବଂ କାର୍ଗୋ ବିମାନ ଚଳାଚଳ ଜାରି ରଖାଯିବ । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

ଏଣିକି ବିମାନରେ ମିଳିବ ମାଗଣା ଓ୍ବାଇଫାଇ ସେବା

ନୂଆଦିଲ୍ଲୀ : ଏଣିକି ବିମାନରେ ମିଳିବାକୁ ଯାଉଛି ମାଗଣା ଓ୍ବାଇଫାଇ ସେବା । ପୂର୍ବରୁ ଏ ସମ୍ପର୍କରେ ଘୋଷଣା କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ବିଳମ୍ବ କରାଯାଉଥିଲା ମାତ୍ର ଶେଷରେ ରବିବାର ଦିନ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପୂର୍ବରୁ ଗୁଗୁଲ୍‌ ସହାୟତାରେ ଭାରତୀୟ ରେଳବାଇ ପକ୍ଷରୁ ମାଗଣା ଓ୍ବାଇଫାଇ ସେବା ପ୍ରଦାନ କରାଯାଇଥିଲା । ଫେବୃୟାର 29 ତାରିଖରେ ବିମାନ ମନ୍ତ୍ରାଳୟ ପକ୍ଷରୁ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି । କେବଳ ଅନ୍ତର୍ଜାତୀୟ ଯାତ୍ରା ସମୟରେ ଏହି ସୁବିଧା ମିଳିବ । ଆସନ୍ତା ସମୟରେ ଘରୋଇ ଯାତ୍ରାରେ ମଧ୍ୟ ଏହି ସୁବିଧାର ଲାଭ ମିଳିବ । ପାଇଲଟ୍‌ଙ୍କ ନିକଟରୁ ଅନୁମତି ନେଇ ଯାତ୍ରୀ ମାନେ ଇଣ୍ଟରନେଟ୍‌ ବ୍ୟବହାର କରିପାରିବେ । (ଏଜେନ୍ସି)

Categories
ଆଜିର ଖବର

ବାୟୁସେନା ବିମାନ ଦୁର୍ଘଟଣା : ୧୩ ମୃତକଙ୍କ ମଧ୍ୟରେ ଓଡିଆ ପାଇଲଟ୍‌ ସୁନୀତ ମହାନ୍ତି

୧୩ ଜଣ ବାୟୁସେନା ଅଧିକାରୀଙ୍କୁ ନେଇ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍‌-୩୨ର ଭଗ୍ନାବଶେଷ ଗତକାଲି ମିଳିଥିଲା। ଆଜି ଏନେଇ ଏକ ସର୍ଚ୍ଚ ଅପରେସନ ପରେ ବିମାନରେ ମହଜୁଦ ଥିବା ସମସ୍ତ କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ବାୟୁସେନା ପକ୍ଷରୁ ପ୍ରକାଶ ପାଇଛି। ୧୩ ଜଣ ମୃତକଙ୍କ ମଧ୍ୟରେ ରହିଛନ୍ତି ଓଡିଆ ପାଇଲଟ୍‌ ସୁନୀତ ମହାନ୍ତି। ଏନ-୩୨ ବିମାନରେ ସେ ଲେଫ୍ଟନାଣ୍ଟ ଥିଲେ। ତାଙ୍କର ଘର କବିସୂର୍ଯ୍ୟ ନଗରର ବଳିଆପଲ୍ଲି ଗ୍ରାମରେ।

Categories
ଆଜିର ଖବର

୧୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

ଆସାମର ଜୋରହାଟରୁ ଛାଡିଥିବା ଏକ ବିମାନ ନିଖୋଜ ହୋଇଯାଇଛି। ଅରୁଣାଚଳ ପ୍ରଦେଶ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନରେ ୧୩ ଜଣ ଯାତ୍ରୀ ରହିଥିଲେ। ନିଖୋଜଙ୍କ ମଧ୍ୟରେ ୮ ଜଣ ବିମାନ କର୍ମଚାରୀ ରହିଥିବା ବେଳେ ୫ ଜଣ ଯାତ୍ରୀ ରହିଥିଲେ। ସୋମବାର ସକାଳୁ ବିମାନଟି ଆସାମର ଜୋରହାଟରୁ ଛାଡିଥିଲା ଏବଂ ୧୨.୨୫ରେ ଏହା ଅରୁଣାଚଳ ପ୍ରଦେଶର ମେଚୁକା ବିମାନବନ୍ଦରରେ ପହଞ୍ଚିବାର ଥିଲା। ଆଣ୍ଟୋନୋଭ ଏନ୍‌ ୩୨ର ଏହି ବିମାନଟି ସହିତ ଦିନ ୧ଟା ପରଠାରୁ ସମ୍ପର୍କ ସ୍ଥାପନ ହୋଇପାରିନଥିଲା। ଭାରତୀୟ ବାୟୁସେନା ପକ୍ଷରୁ ବିମାନଟିକୁ ଖୋଜିବା ନିମନ୍ତେ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି। ଋଷୀୟ ବୈଷୟିକ କୌଶଳରେ ନିର୍ମିତ ଏହି ବିମାନଟି ଭାରତୀୟ ବାୟୁସେନା ପକ୍ଷରୁ ବିଗତ ୪ ଦଶନ୍ଧି ଧରି ବ୍ୟବହାର କରାଯାଉଛି।

Categories
ଆଜିର ଖବର

ଧମକପୂର୍ଣ୍ଣ ଫୋନ୍ କଲ୍‌ ପରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ

ବେଙ୍ଗାଲୁରୁରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ଏକ ଏୟାର ଏସିଆ ବିମାନ ଜରୁରୀ ଅବତରଣ କରିଛି। ଏକ ଧମକପୂର୍ଣ୍ଣ କଲ୍‌ ମିଳିବା ପରେ ବିମାନଟିର ଜରୁରୀ କାଳୀନ ଅବତରଣ କରାଯାଇଥିଲା। ରବିବାର ସନ୍ଧ୍ୟାରେ ବେଙ୍ଗାଲୁରୁର ବାଗ୍‌ଡୋଗ୍ରାରୁ ବିମାନଟି ଛାଡିଥିଲା। ଏୟାର ଏସିଆର ବେଙ୍ଗାଲୁରୁ ସ୍ଥିତ ଅଫିସ୍‌କୁ ଏକ ଫୋନ୍‌ କଲ୍‌ ମିଳିଥିଲା ଏବଂ ଯାତ୍ରୀଙ୍କୁ କ୍ଷତି ପହଞ୍ଚାଇବା ପରି କିଛି ସାମଗ୍ରୀ ବିମାନରେ ରହିଥିବାର ଖବର ଦିଆଯାଇଥିଲା। ବିମାନରେ ୧୭୯ ଯାତ୍ରୀ ଏବଂ ୬ ଜଣ ବିମାନ ପରିଚାରକ ଉପସ୍ଥିତ ରହିଥିଲେ। ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ପରେ ବିମାନଟିକୁ ନିଛାଟିଆ ସ୍ଥାନକୁ ନେଇ ତନ୍ନ ତନ୍ନ କରି ପରୀକ୍ଷା କରାଯିବା ପରେ କଲ୍‌ଟି ଗୁଜବ ଥିଲା ବୋଲି କୁହାଯାଇଛି।

Categories
ଆଜିର ଖବର

ଏୟାର ଇଣ୍ଡିଆର ସର୍ଭର ଡାଉନ୍‌ : ଦ୍ବିତୀୟ ଦିନରେ ୧୩୭ ବିମାନ ଉଡାଣ ବାତିଲ

ଗତକାଲି ଏୟାର ଇଣ୍ଡିଆର ସର୍ଭର ଡାଉନ୍‌ ହେବା କାରଣରୁ ଏହାର ସମସ୍ତ ଜାତୀୟ ଏବଂ ଆନ୍ତର୍ଜାତୀୟ ଉଡାଣ ଦୀର୍ଘ ସମୟ ଧରି ବନ୍ଦ ରହିଥିବା ବେଳେ ରବିବାର ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛ। ରବିବାର ଏୟାର ଇଣ୍ଡିଆର ୧୩୭ ଟି ବିମାନ ଉଡାଣ ବାତିଲ ଘୋଷଣା କରାଯାଇଛି। ବର୍ତ୍ତମାନ ଏୟାର ଇଣ୍ଡିଆର ସମସ୍ତ ବିମାନ ଆପାତତଃ ୧୯୭ମିନିଟ୍‌ ବିଳମ୍ବରେ ଉଡାଣ ଭରୁଛି । ଯାତ୍ରୀମାନେ ଦିଲ୍ଲୀ ଏବଂ ମୁମ୍ବାଇ ବିମାନବନ୍ଦରରେ ହୋହଲ୍ଲା କରିଛନ୍ତି। କିଛି ସମୟ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଗତକାଲି ମଧ୍ୟ ଏହି ଏୟାର ଲାଇନ୍ସ ନିଜର ୧୪୯ଟି ବିମାନର ଉଡାଣ ବାତିଲ କରିଥିଲା। ନିଜର ସହଯୋଗୀ କମ୍ପାନୀ ଆଲାଏନ୍ସ ଏୟାର ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ସହିତ ଏୟାର ଇଣ୍ଡିଆ ଦୈନିକ ଭାବରେ ୬୭୪ ବିମାନ ଉଡାଣ କରିଥାଏ।