୧୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

Published: Jun 3, 2019, 4:39 pm IST
Air Force Plane Carrying 13 Missing After Taking Off From Assam

ଆସାମର ଜୋରହାଟରୁ ଛାଡିଥିବା ଏକ ବିମାନ ନିଖୋଜ ହୋଇଯାଇଛି। ଅରୁଣାଚଳ ପ୍ରଦେଶ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନରେ ୧୩ ଜଣ ଯାତ୍ରୀ ରହିଥିଲେ। ନିଖୋଜଙ୍କ ମଧ୍ୟରେ ୮ ଜଣ ବିମାନ କର୍ମଚାରୀ ରହିଥିବା ବେଳେ ୫ ଜଣ ଯାତ୍ରୀ ରହିଥିଲେ। ସୋମବାର ସକାଳୁ ବିମାନଟି ଆସାମର ଜୋରହାଟରୁ ଛାଡିଥିଲା ଏବଂ ୧୨.୨୫ରେ ଏହା ଅରୁଣାଚଳ ପ୍ରଦେଶର ମେଚୁକା ବିମାନବନ୍ଦରରେ ପହଞ୍ଚିବାର ଥିଲା। ଆଣ୍ଟୋନୋଭ ଏନ୍‌ ୩୨ର ଏହି ବିମାନଟି ସହିତ ଦିନ ୧ଟା ପରଠାରୁ ସମ୍ପର୍କ ସ୍ଥାପନ ହୋଇପାରିନଥିଲା। ଭାରତୀୟ ବାୟୁସେନା ପକ୍ଷରୁ ବିମାନଟିକୁ ଖୋଜିବା ନିମନ୍ତେ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି। ଋଷୀୟ ବୈଷୟିକ କୌଶଳରେ ନିର୍ମିତ ଏହି ବିମାନଟି ଭାରତୀୟ ବାୟୁସେନା ପକ୍ଷରୁ ବିଗତ ୪ ଦଶନ୍ଧି ଧରି ବ୍ୟବହାର କରାଯାଉଛି।

Related posts