Categories
ଆଜିର ଖବର

୧୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

ଆସାମର ଜୋରହାଟରୁ ଛାଡିଥିବା ଏକ ବିମାନ ନିଖୋଜ ହୋଇଯାଇଛି। ଅରୁଣାଚଳ ପ୍ରଦେଶ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନରେ ୧୩ ଜଣ ଯାତ୍ରୀ ରହିଥିଲେ। ନିଖୋଜଙ୍କ ମଧ୍ୟରେ ୮ ଜଣ ବିମାନ କର୍ମଚାରୀ ରହିଥିବା ବେଳେ ୫ ଜଣ ଯାତ୍ରୀ ରହିଥିଲେ। ସୋମବାର ସକାଳୁ ବିମାନଟି ଆସାମର ଜୋରହାଟରୁ ଛାଡିଥିଲା ଏବଂ ୧୨.୨୫ରେ ଏହା ଅରୁଣାଚଳ ପ୍ରଦେଶର ମେଚୁକା ବିମାନବନ୍ଦରରେ ପହଞ୍ଚିବାର ଥିଲା। ଆଣ୍ଟୋନୋଭ ଏନ୍‌ ୩୨ର ଏହି ବିମାନଟି ସହିତ ଦିନ ୧ଟା ପରଠାରୁ ସମ୍ପର୍କ ସ୍ଥାପନ ହୋଇପାରିନଥିଲା। ଭାରତୀୟ ବାୟୁସେନା ପକ୍ଷରୁ ବିମାନଟିକୁ ଖୋଜିବା ନିମନ୍ତେ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି। ଋଷୀୟ ବୈଷୟିକ କୌଶଳରେ ନିର୍ମିତ ଏହି ବିମାନଟି ଭାରତୀୟ ବାୟୁସେନା ପକ୍ଷରୁ ବିଗତ ୪ ଦଶନ୍ଧି ଧରି ବ୍ୟବହାର କରାଯାଉଛି।

Categories
ଆଜିର ଖବର

ଜେଏନ୍‌ୟୁ ଛାତ୍ର ନିଖୋଜ ଘଟଣା : ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ

ଜେଏନ୍‌ୟୁର ନିଖୋଜ ଛାତ୍ର ନଜୀବ ଅହମ୍ମଦଙ୍କ ନିଖୋଜ ହେବା ପ୍ରସଙ୍ଗରେ ସିବିଆଇକୁ ଚୂଡାନ୍ତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ। ନିଖୋଜ ଛାତ୍ରଙ୍କ ମା‘ ଫାତିମା ନଫିସ୍‌ଙ୍କ ଯାଚିକା ଉପରେ ବିଚାର କରି ଏହି ଆଦେଶ ଶୁଣାଇଛନ୍ତି କୋର୍ଟ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦୁଇ ସପ୍ତାହ ମଧ୍ୟରେ ନିଜର ଚୂଡାନ୍ତ ରିପୋର୍ଟ ଦାଖଲ କରିବା ନେଇ ଆଦେଶ ଦେଇଛନ୍ତି ଦିଲ୍ଲୀର ଏକ କୋର୍ଟ। ସମସ୍ତ ସାକ୍ଷୀଙ୍କ ବୟାନ ଏବଂ ମାମଲା ସମ୍ପର୍କିତ ସମସ୍ତ ତଥ୍ୟର ଏକ ନକଲ ଦୁଇ ସପ୍ତାହ ମଧ୍ୟକରେ ଫାତିମା ନଫିସ୍‌ଙ୍କୁ ପ୍ରଦାନ କରିବାକୁ କୋର୍ଟ ରାୟ ଦେଇଛନ୍ତି। ମାଜିଷ୍ଟ୍ରେଟ୍‌ ନବୀନ କୁମାର କଶ୍ୟପ ଏହି ମାମଲାର ଶୁଣାଣି କରି ଏହି ଆଦେଶ ଶୁଣାଇଛନ୍ତି। ମେ ୭ ତାରିଖରେ ଆସନ୍ତା ଶୁଣାଣିରେ ତଦନ୍ତକାରୀ ଅଫିସର ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବା ପାଇଁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି।