Categories
ଆଜିର ଖବର

୧୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

ଆସାମର ଜୋରହାଟରୁ ଛାଡିଥିବା ଏକ ବିମାନ ନିଖୋଜ ହୋଇଯାଇଛି। ଅରୁଣାଚଳ ପ୍ରଦେଶ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନରେ ୧୩ ଜଣ ଯାତ୍ରୀ ରହିଥିଲେ। ନିଖୋଜଙ୍କ ମଧ୍ୟରେ ୮ ଜଣ ବିମାନ କର୍ମଚାରୀ ରହିଥିବା ବେଳେ ୫ ଜଣ ଯାତ୍ରୀ ରହିଥିଲେ। ସୋମବାର ସକାଳୁ ବିମାନଟି ଆସାମର ଜୋରହାଟରୁ ଛାଡିଥିଲା ଏବଂ ୧୨.୨୫ରେ ଏହା ଅରୁଣାଚଳ ପ୍ରଦେଶର ମେଚୁକା ବିମାନବନ୍ଦରରେ ପହଞ୍ଚିବାର ଥିଲା। ଆଣ୍ଟୋନୋଭ ଏନ୍‌ ୩୨ର ଏହି ବିମାନଟି ସହିତ ଦିନ ୧ଟା ପରଠାରୁ ସମ୍ପର୍କ ସ୍ଥାପନ ହୋଇପାରିନଥିଲା। ଭାରତୀୟ ବାୟୁସେନା ପକ୍ଷରୁ ବିମାନଟିକୁ ଖୋଜିବା ନିମନ୍ତେ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି। ଋଷୀୟ ବୈଷୟିକ କୌଶଳରେ ନିର୍ମିତ ଏହି ବିମାନଟି ଭାରତୀୟ ବାୟୁସେନା ପକ୍ଷରୁ ବିଗତ ୪ ଦଶନ୍ଧି ଧରି ବ୍ୟବହାର କରାଯାଉଛି।

Categories
ଆଜିର ଖବର

ଅରୁଣାଚଳ ପ୍ରଦେଶରେ ବିସ୍ଫୋରଣ : ବିଧାୟକଙ୍କ ସମେତ ୧୧ ମୃତ

ଅରୁଣାଚଳ ପ୍ରଦେଶର ବିଧାୟକ ତିରୋଙ୍ଗ ଅବୋଙ୍କ ସମେତ ଅନ୍ୟ ୧୦ଜଣଙ୍କ ଏକ ବିସ୍ଫୋରଣରେ ମୃତ୍ୟୁ ଘଟିଛି। ଘଟଣାଟି ଅରୁଣାଚଳ ପ୍ରଦେଶର ତିରପ ଜିଲ୍ଲାର ବୋଗାପାନୀ ଗ୍ରାମରେ ଘଟିଛି। ଏଥିରେ ବିଧାୟକଙ୍କ ପରିବାର ସଦସ୍ୟଙ୍କ ସମେତ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଏହା ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ ଅନୁମାନ କରାଯାଉଛି। ଏହି କ୍ରୂର ଘଟଣାକୁ ମେଘାଳୟ ମୁଖ୍ୟମନ୍ତ୍ରୀ କନ୍ନଡ଼ ସଙ୍ଗମା ନିନ୍ଦା କରିଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କୁ ଦୋଷୀଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଆଗ୍ରହ କରିଛନ୍ତି।

Categories
ଆଜିର ଖବର

ଅରୁଣାଚଳ- ସିକ୍କିମ୍‌ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଆଜି ଅରୁଣାଚଳପ୍ରଦେଶ ଏବଂ ସିକ୍କିମ୍‌ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ସିକ୍କିମ୍‌ ପାଇଁ ୧୨ ଜଣଙ୍କ ନାମ ଓ ଅରୁଣାଚଳ ପାଇଁ ୬ଜଣଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ସେଣ୍ଟ୍ରାଲ ଇଲେକ୍ସନ୍‌ କମିଟି ସିଇସି ବୈଠକରେ ଏହାର ଅନୁମୋଦନ ପରେ ଏହି ତାଲିକା ଘୋଷଣା କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହିତ ସିଇସିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।