ଧମକପୂର୍ଣ୍ଣ ଫୋନ୍ କଲ୍‌ ପରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ

Published: May 27, 2019, 11:53 am IST
emergency landing of air asia flight

ବେଙ୍ଗାଲୁରୁରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ଏକ ଏୟାର ଏସିଆ ବିମାନ ଜରୁରୀ ଅବତରଣ କରିଛି। ଏକ ଧମକପୂର୍ଣ୍ଣ କଲ୍‌ ମିଳିବା ପରେ ବିମାନଟିର ଜରୁରୀ କାଳୀନ ଅବତରଣ କରାଯାଇଥିଲା। ରବିବାର ସନ୍ଧ୍ୟାରେ ବେଙ୍ଗାଲୁରୁର ବାଗ୍‌ଡୋଗ୍ରାରୁ ବିମାନଟି ଛାଡିଥିଲା। ଏୟାର ଏସିଆର ବେଙ୍ଗାଲୁରୁ ସ୍ଥିତ ଅଫିସ୍‌କୁ ଏକ ଫୋନ୍‌ କଲ୍‌ ମିଳିଥିଲା ଏବଂ ଯାତ୍ରୀଙ୍କୁ କ୍ଷତି ପହଞ୍ଚାଇବା ପରି କିଛି ସାମଗ୍ରୀ ବିମାନରେ ରହିଥିବାର ଖବର ଦିଆଯାଇଥିଲା। ବିମାନରେ ୧୭୯ ଯାତ୍ରୀ ଏବଂ ୬ ଜଣ ବିମାନ ପରିଚାରକ ଉପସ୍ଥିତ ରହିଥିଲେ। ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ପରେ ବିମାନଟିକୁ ନିଛାଟିଆ ସ୍ଥାନକୁ ନେଇ ତନ୍ନ ତନ୍ନ କରି ପରୀକ୍ଷା କରାଯିବା ପରେ କଲ୍‌ଟି ଗୁଜବ ଥିଲା ବୋଲି କୁହାଯାଇଛି।

Related posts