Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୟୁକ୍ରେନରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: 22 ମୃତ

ୟୁକ୍ରେନ୍‌ : ୟୁକ୍ରେନ୍‌ରେ ଶୁକ୍ରବାର ଦିନ ଏକ ବିମାନଦୁର୍ଘଟଣା ଘଟିଛି । ୟୁକ୍ରେନ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏହି ଘଟଣାରେ 22 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଦୁଇଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ 4 ଜଣ ନିଖୋଜ ରହିଥିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନାର ଏହି ବିମାନରେ ଚାଳକଙ୍କ ସହିତ ମୋଟ୍‌ 28ଜଣ ରହିଥିଲେ । ବିମାନ ଲାଣ୍ଡିଂ କରିବା ସମୟରେ କ୍ରାସ୍‌ ହୋଇଥିଲା । ଲ୍ୟାଣ୍ଡିଂ ସମୟରେ ବିମାନରେ ନିଆଁ ଲାଗିଯାଇଥିଲା । ତେବେ ଘଟଣାସ୍ଥଳରେ ଥିବା କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ବିମାନରେ ଥିବା ସମସ୍ତଙ୍କ ଲୋକଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ 22ଜଣ ଲୋକଙ୍କ ମୃତ ଘୋଷଣା କରିଥିଲେ ଡାକ୍ତର। ଏହି ଦୁର୍ଘଟଣାରେ ନିଖୋଜ ରହିଥିବା ବ୍ୟକ୍ତିଙ୍କ ସନ୍ଧାନ କାର୍ଯ୍ୟ ଜାରି ରହିଛି । ତେବେ କେଉଁ କାରଣ ଯୋଗୁଁ ବିମାନଟି ଦୁର୍ଘଟଣଗ୍ରସ୍ତ ହେଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Categories
ଆଜିର ଖବର

ଧମକପୂର୍ଣ୍ଣ ଫୋନ୍ କଲ୍‌ ପରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ

ବେଙ୍ଗାଲୁରୁରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ଏକ ଏୟାର ଏସିଆ ବିମାନ ଜରୁରୀ ଅବତରଣ କରିଛି। ଏକ ଧମକପୂର୍ଣ୍ଣ କଲ୍‌ ମିଳିବା ପରେ ବିମାନଟିର ଜରୁରୀ କାଳୀନ ଅବତରଣ କରାଯାଇଥିଲା। ରବିବାର ସନ୍ଧ୍ୟାରେ ବେଙ୍ଗାଲୁରୁର ବାଗ୍‌ଡୋଗ୍ରାରୁ ବିମାନଟି ଛାଡିଥିଲା। ଏୟାର ଏସିଆର ବେଙ୍ଗାଲୁରୁ ସ୍ଥିତ ଅଫିସ୍‌କୁ ଏକ ଫୋନ୍‌ କଲ୍‌ ମିଳିଥିଲା ଏବଂ ଯାତ୍ରୀଙ୍କୁ କ୍ଷତି ପହଞ୍ଚାଇବା ପରି କିଛି ସାମଗ୍ରୀ ବିମାନରେ ରହିଥିବାର ଖବର ଦିଆଯାଇଥିଲା। ବିମାନରେ ୧୭୯ ଯାତ୍ରୀ ଏବଂ ୬ ଜଣ ବିମାନ ପରିଚାରକ ଉପସ୍ଥିତ ରହିଥିଲେ। ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ପରେ ବିମାନଟିକୁ ନିଛାଟିଆ ସ୍ଥାନକୁ ନେଇ ତନ୍ନ ତନ୍ନ କରି ପରୀକ୍ଷା କରାଯିବା ପରେ କଲ୍‌ଟି ଗୁଜବ ଥିଲା ବୋଲି କୁହାଯାଇଛି।