Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେବାଳିଆ ଅବସ୍ଥାରେ ଦେଶର ଆଉ ଏକ ପ୍ରମୁଖ ବ୍ୟାଙ୍କ, ୟେସ ବ୍ୟାଙ୍କ
ବିଶେଷ ଖବର

ଦେବାଳିଆ ଅବସ୍ଥାରେ ଦେଶର ଆଉ ଏକ ପ୍ରମୁଖ ବ୍ୟାଙ୍କ, ୟେସ ବ୍ୟାଙ୍କ

March 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଦେଶର ଅନ୍ୟତମ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ୟେସ ବ୍ୟାଙ୍କରେ ଆପଣ ପଇସା ଜମା କରିଛନ୍ତି କି? ତେବେ ଆପଣଙ୍କ ମୁଣ୍ଡରେ ଚଡକ ପଡିଲା ଜାଣନ୍ତୁ। ଆସନ୍ତା ଏପ୍ରିଲ ୩ ତାରିଖ ପର୍ୟନ୍ତ ଆପଣଙ୍କ ଖାତାରୁ ଆପଣ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। ୟେସ ବ୍ୟାଙ୍କ ପରିଚାଳନାରେ ବ୍ୟାପକ ଅନିୟମିତତା ଓ ଆର୍ଥିକ ଦେବାଳିଆ ଅବସ୍ଥା ଆସି ଯାଇଥିବାରୁ, ଜମାକାରୀଙ୍କ ଅର୍ଥ ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲାଗୁ କରିଛି। ପୂର୍ବରୁ ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କରେ ଏ ପ୍ରକାର ସ୍ଥିତି ଉପୁଜିଥିଲା। ଦେଶର କୋଟି କୋଟି ସାଧାରଣ ଜନତା ନିଜର ଝାଳବୁହା ସଞ୍ଚୟକୁ ନେଇ ଏବେ ଘୋର ଆଶଙ୍କା ଭିତରେ ରହିଛନ୍ତି।

ରିଜର୍ଭ ବ୍ୟାଙ୍କ ର କଟକଣା ଅନୁସାରେ ୟେସ ବ୍ୟାଙ୍କରୁ ପଚାଶ ହଜାର ଟଙ୍କା ପର୍ୟନ୍ତ ଉଠା ଯାଇପାରିବ ବୋଲି କୁହା ଯାଇଥିଲେ ମଧ୍ୟ ଗ୍ରାହକମାନେ ବିଲକୁଲ ଟଙ୍କାଟିଏ ବି ଏହି ବ୍ୟାଙ୍କରୁ ଉଠାଇ ପାରୁନଥିବାର ଅଭିଯୋଗ ଆସିଛି। ରିଜର୍ଭ ବ୍ୟାଙ୍କ ଇତି ମଧ୍ୟରେ ୟେସ ବ୍ୟାଙ୍କ ପ୍ରଶାସନକୁ ନିଜ ଅଧୀନକୁ ନେଇଛି। ଆସନ୍ତା ୩୯ ଦିନ ଭିତରେ ଟଙ୍କା ଉଠାଣ କଟକଣା ଉଠିଯିବ ବୋଲି କୁହା ଯାଉଥିଲେ ମଧ୍ୟ ଏହା ଜମାକାରୀଙ୍କ ମନରେ ଘୋର ଆଶଙ୍କା ସୃଷ୍ଟି କରିଛି।

ମୋଦୀ ସରକାର ଅମଳରେ ଗୋଟିଏ ପରେ ଗୋଟିଏ ପ୍ରମୁଖ ବ୍ୟାଙ୍କ ବୁଡିବା ଅବସ୍ଥାକୁ ଆସିଗଲେଣି। ଏହା ଦେଶର ଅର୍ଥନୈତିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇବ ନିଶ୍ଚୟ। ଇତି ମଧ୍ୟରେ ୟେସ ବ୍ୟାଙ୍କକୁ ବଞ୍ଚାଇବାକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଉପଯୋଗ କରାଯାଇଛି। ଘରୋଇ ବ୍ୟାଙ୍କ ଓ କମ୍ପାନୀ ଗୁଡିକୁ ବଞ୍ଚାଇବାକୁ ଯାଇ ଭାରତ ସରକାର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଜୀବନ ବୀମା ନିଗମ ଭଳି ଦୁଧିଆଳୀ ସରକାରୀ ଉଦ୍ୟୋଗକୁ ବଳି ପକାଉନାହାନ୍ତି ତ!!

Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026
Latest News

ଓଡ଼ିଆ କାବ୍ୟ ପୁରାଣ “ନୃସିଂହାବତାରମ୍” ଉନ୍ମୋଚିତ

April 30, 2026

ବୋଲେରୋ ଗାଡ଼ି ସହ ଗଞ୍ଜେଇ ଜବତ: ଚାଲାଣକାରୀ ଗିରଫ

April 30, 2026

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

April 30, 2026

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.