1200 ପଏଣ୍ଟ ତଳକୁ ଖସିଲା ସେନସେକ୍ସ : ୟେସ୍‌ ବ୍ୟାଙ୍କ ଅଂଶଧନ ମୂଲ୍ୟରେ 80 ପ୍ରତିଶତ ହ୍ରାସ

Published: Mar 6, 2020, 1:35 pm IST

ମୁମ୍ବାଇ : ଦେଶରେ କୋରୋନା ଭାଇରସ୍‌ର ଆତଙ୍କ ବଢି ଚାଲିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ସେୟାର ବଜାର ଉପରେ ପଡିଛି । ଶୁକ୍ରବାର ସପ୍ତାହର ଅନ୍ତିମ ଟ୍ରେଡିଂରେ ୟେସ୍‌ ବ୍ୟାଙ୍କ ଅଂଶଧନ ମୂଲ୍ୟରେ 80 ପ୍ରତିଶତ ହ୍ରାସ ଘଟିବା ସହିତ ସେନସେକ୍ସ 1200 ପଏଣ୍ଟ ତଳକୁ ଖସିଛି । 1294 ପଏଣ୍ଟ ତଳକୁ ଖସିବା ସହିତ ସେନ୍‌ସେକ୍ସ 37011.09 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 441.60 ପଏଣ୍ଟ ତଳକୁ ଖସି 10827.40 ପଏଣ୍ଟରେ ରହିଛି । ଏହି ସମୟରେ ସବୁଠାରୁ ଅଧିକ କ୍ଷତି ସହିଛି ୟେସ୍‌ ବ୍ୟାଙ୍କ । ୟେସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟ 35 ଟଙ୍କାରୁ ଖସି 18.46 ପଇସାରେ ପହଞ୍ଚିଛି । ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ଟାଟା ମୋଟର୍ସ ଏବଂ ଟାଟା ଷ୍ଟିଲ୍‌ ବ୍ୟାପକ କ୍ଷତି ସହିଛନ୍ତି । (ଏଜେନ୍ସି)

Related posts