କୋରୋନା ଭାଇରସ୍‌ ପ୍ରଭାବ : 8 ବର୍ଷରେ ସର୍ବନିମ୍ନ ସ୍ତରରେ ଅଶୋଧିତ ତୈଳଦର

Published: Mar 7, 2020, 1:35 pm IST

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଛି । ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଘଟିଥିବା ବେଳେ 2017 ପରଠାରୁ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏହି ସମୟରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟରେ 9 ପ୍ରତିଶତ ହ୍ରାସ ପାଇଛି । ଆମେରିକୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ 45.50 ଡଲାର ରହିଥିବା ବେଳେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ 41.11 ଡଲାର ରହିଛି । ଜାନୁୟାରୀ 2020ରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ 71 ଡଲାରରେ ପହଞ୍ଚିଥିବା ବେଳେ ମାତ୍ର ଦୁଇ ମାସ ମଧ୍ୟରେ ଏହାର ମୂଲ୍ୟ 30 ଡଲାର ହ୍ରାସ ପାଇଛି । (ଏଜେନ୍ସି)

Related posts