
ମୁମ୍ବାଇ : କେନ୍ଦ୍ର ସରକାରଙ୍କ ପକ୍ଷରୁ ୟେସ୍ ବ୍ୟାଙ୍କ ପାଇଁ ନୂତନ ସିଇଓ ନିଯୁକ୍ତ କରାଯାଇଛି । ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ପୂର୍ବତନ ଷ୍ଟେଟ୍ ବ୍ୟାଙ୍କ ବ୍ୟାଙ୍କର ପ୍ରଶାନ୍ତ କୁମାରଙ୍କୁ ନିଯୁକ୍ତ କରାଯାଇଛି । ଏସ୍ବିଆଇର ପୂର୍ବତନ ମୁଖ୍ୟ ଅର୍ଥନୈତିକ ଅଫିସର ଏବଂ ସହକାରୀ ପରିଚାଳନା ନିର୍ଦ୍ଦେଶକଙ୍କୁ ଶନିବାର ଦିନ ନିଯୁକ୍ତି ପ୍ରଦାନ କରାଯାଇଛି । ଏହା ସହିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନନ୍ ଏକଜ୍ୟୁକ୍ୟୁଟିଭ୍ ଚେୟାରମ୍ୟାନ୍ ସୁନୀଲ ମେହତାଙ୍କୁ ନନ୍ ଏକଜ୍ୟୁକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବରେ ଘୋଷଣା କରାଯାଇଛି । ସୁନୀଲଙ୍କ ବ୍ୟତିତ ଦୁଇ ବୋର୍ଡ ସଦସ୍ୟ ମହେଶ କ୍ରୀଷ୍ଣମୂର୍ତ୍ତି ଏବଂ ଅତୁଲ ଭେଡାଙ୍କୁ ନନ୍ ଏକଜ୍ୟୁକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି । (ଏଜେନ୍ସି)