
ଚେନ୍ନାଇ : ଦେଶରେ କରୋନା ଭାଇରସ୍ ଆତଙ୍କର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଛି । ଏହି ସମୟରେ ସାଧାରଣ ଲୋକଙ୍କ ଆୟର କୌଣସି ପନ୍ଥା ନଥିବା ବେଳେ ଇଏମ୍ଆଇ ଏବଂ ଅନ୍ୟାନ୍ୟ ଋଣ ଭରିବାକୁ ପଡିବ । ତେଣୁ ଏହି ଜରୁରୀ କାଳୀନ ସମୟରେ ସମୟରେ କୌଣସି ଋଣ ଅର୍ଥ, ସୁଧ ଏବଂ ଇଏମ୍ଆଇ ଆଦାୟ ଉପରେ କଟକଣା ଜାରି କରିଛନ୍ତି ତାମିଲନାଡୁ ସରକାର । ଏହି ସମୟରେ ଋଣ ରାଶି ଆଦାୟ କରାଗଲେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହା ସହିତ ରାଜ୍ୟରେ ସମସ୍ତ ଜରୁରୀ କାଳୀନ ସେବାକୁ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । (ଏଜେନ୍ସି)