Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ-୧୯ ମୁକାବିଲା ପାଇଁ ଆରବିଆଇର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା
ଆଜିର ଖବର

କୋଭିଡ-୧୯ ମୁକାବିଲା ପାଇଁ ଆରବିଆଇର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

March 27, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟରେ ୭୫ ବେସିସ ପଏଂଟ ହ୍ରାସ ସହିତ ଏହାକୁ ୪.୪ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି ରିଭର୍ସ ରେପୋ ରେଟକୁ ୯୦ ବେସିସ ପଏଂଟ ସହିତ ୪ ପ୍ରତିଶତକୁ ହ୍ରାସ କରାଯାଇଛି । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି । ୨୮ ମାର୍ଚ୍ଚ ଠାରୁ ଗୋଟିଏ ବର୍ଷ ପାଇଁ ସମସ୍ତ ବ୍ୟାଙ୍କର ସିଆରଆର ୧୦୦ ବେସିସ ପଏଂଟ ହ୍ରାସ କରାଯାଇ ୩% କରି ଦିଆଯାଇଛି । ଏହି ପଦକ୍ଷେପ ଫଳରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମଧ୍ୟକୁ ୩.୭୪ ଲକ୍ଷ କୋଟି ଟଙ୍କାର ଚଳନ୍ତି ପୁଞ୍ଜି ପ୍ରବେଶ କରିବ । ଏହି ନିଷ୍ପତିର ଯୌକ୍ତିକତା ବିଷୟରେ ବର୍ଣ୍ଣନା କରି ଶ୍ରୀ ଦାସ କହିଥିଲେ ଯେ, କୋଭିଡ-୧୯ ମହାମାରୀ କାରଣରୁ ଅର୍ଥବ୍ୟବସ୍ଥା ଉପରେ ପଡ଼ିଥିବା ପ୍ରଭାବକୁ ହ୍ରାସ କରିବା ଲାଗି ରେପୋ ରେଟ ଏବଂ ରିଭର୍ସ ରେପୋ ରେଟ ହ୍ରାସ ନିମନ୍ତେ ନିଷ୍ପତି ନିଆଯାଇଛି । ଏହା ଅର୍ଥବ୍ୟବସ୍ଥା ଉପରେ କରୋନା ମହାମାରୀର ପ୍ରଭାବ ହ୍ରାସ କରିବା ସହିତ ଅଭିବୃଦ୍ଧିକୁ ପୁନରୁଦ୍ଧାର କରିବ ଓ ଆର୍ଥିକ ସ୍ଥିରତା ଆଣିବ ବୋଲି ସେ କହିଥିଲେ ।

ଆଉ ଏକ ବଡ଼ ଘୋଷଣା ସ୍ୱରୂପ, ଗଭର୍ଣ୍ଣର କହିଥିଲେ ଯେ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ (ଆଂଚଳିକ ଗ୍ରାମୀଣ ବ୍ୟାଙ୍କ, କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଏବଂ କ୍ଷେତ୍ରୀୟ ବ୍ୟାଙ୍କ ସମେତ), ସମବାୟ ବ୍ୟାଙ୍କ, ସର୍ବ ଭାରତୀୟ ଆର୍ଥିକ ସଂସ୍ଥାନ ଏବଂ ଏନବିଏଫସି (ଆବାସ ଅର୍ଥଲଗାଣ କମ୍ପାନୀ ଏବଂ ମାଇକ୍ରୋ ଫାଇନାନ୍ସ ସଂସ୍ଥାନ ସମେତ)ଗୁଡ଼ିକୁ ମାର୍ଚ୍ଚ ୧, ୨୦୨୦ ସୁଦ୍ଧା ନିଆଯାଇଥିବା ସମସ୍ତ ଅବଧିର ଋଣ ଉପରେ ମାସିକ କିସ୍ତିକୁ ତିନି ମାସ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ସ୍ଥଗିତ ରଖିବା ଲାଗି ଅନୁମତି ଦିଆଯାଇଛି ।
ମାର୍ଚ୍ଚ ୧, ୨୦୨୦ ସୁଦ୍ଧା ନଗଦ ଋଣ/ଓଭର ଡ୍ରାଫ୍ଟ ଆକାରରେ ଜାରି କରାଯାଇଥିବା କାର୍ଯ୍ୟଶୀଳ ପୁଞ୍ଜି ସୁବିଧା କ୍ଷେତ୍ରରେ ସୁଧ ପଇଠ ପାଇଁ ତିନି ମାସ ପର୍ଯ୍ୟନ୍ତ ମହଲତ ଲାଗି ଋଣଲଗାଣକାରୀ ସଂସ୍ଥାଗୁଡ଼ିକୁ ଅନୁମତି ଦିଆଯାଇଥିବା ଆରବିଆଇ ଗଭର୍ଣ୍ଣର ଘୋଷଣା କରିଛନ୍ତି । ମହଲତ ଅବଧି ଶେଷ ହେବା ପରେ ଏହି ଅବଧି ପାଇଁ ସଞ୍ଚିତ ସୁଧ ପୈଠ କରାଯିବ । ଅବଧି ଋଣ ଉପରେ ସୁଧ ପୈଠ ଲାଗି ଦିଆଯାଇଥିବା ମହଲତ ଏବଂ କାର୍ଯ୍ୟଶୀଳ ପୁଞ୍ଜି ସୁଧ ପୈଠ ସ୍ଥଗିତ ରଖାଯିବା ସତ୍ୱେ ସମ୍ପତି ବର୍ଗୀକରଣ ହ୍ରାସ କରାଯିବ ନାହିଁ ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଆହୁରି କହିଥିଲେ ଯେ କୋଭିଡ-୧୯ ମହାମାରୀ ବ୍ୟାପକ ଭାବେ ବ୍ୟାପିବା କାରଣରୁ ବିଶ୍ୱ ଅର୍ଥବ୍ୟବସ୍ଥା ଏକ ପ୍ରକାର ଠପ ହୋଇପଡ଼ିଛି । ୨୦୨୦ରେ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଯେଉଁ ଆଶା କରାଯାଉଥିଲା ତାହା ସମ୍ପୂର୍ଣ୍ଣ ଧୂଳିସାତ ହୋଇଛି । ବିଶ୍ୱର ଅଧିକାଂଶ ଭାଗ ମାନ୍ଦାବସ୍ଥାର ଗହ୍ୱର ଭିତରକୁ ଠେଲି ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ରିଜର୍ଭ ବ୍ୟାଙ୍କ ପରିବର୍ତିତ ଆର୍ଥିକ ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି । ଏହାସହିତ ଆବଶ୍ୟକତା ଅନୁସାରେ ଅତିରିକ୍ତ ପୁଞ୍ଜି ଯୋଗାଇ ଦେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ମହାମାରୀ ପ୍ରଭାବରୁ ଦେଶର ଅର୍ଥବ୍ୟବସ୍ଥାକୁ ସୁରକ୍ଷିତ ରଖିବା ବର୍ତମାନ ସମୟର ଆବଶ୍ୟକତା ବୋଲି ସେ କହିଥିଲେ ।

ଶ୍ରୀ ଦାସ ଆହୁରି ମଧ୍ୟ କହିଥିଲେ ଯେ ୨୦୧୯-୨୦ ଚତୁର୍ଥ ତ୍ରୈମାସରେ ୪.୭% ଜିଡିପି ଅଭିବୃଦ୍ଧି ହାର ଲକ୍ଷ୍ୟ ହାସଲ ଏବେ ସଂକଟରେ ପଡ଼ିଯାଇଛି । କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଏବଂ ଏହାର ତୀବ୍ରତା ଯୋଗୁ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରକୁ ଛାଡ଼ି ଦେଲେ ଅର୍ଥବ୍ୟବସ୍ଥାର ଅଧିକାଂଶ କ୍ଷେତ୍ର ପ୍ରଭାବିତ ହୋଇଛି । କୋଭିଡ ୧୯ କାରଣରୁ ଅଭୂତପୂର୍ବ କ୍ଷତି ହୋଇଛି । କଷ୍ଟକର ସମୟ ବେଶୀଦିନ ତିଷ୍ଠି ନଥାଏ, କେବଳ ଦୃଢ଼ ମଣିଷ ଏବଂ ଅନୁଷ୍ଠାନ ତିଷ୍ଠି ରହିଥାନ୍ତି ।

କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ୩୧ ମାର୍ଚ୍ଚ, ୧ ଏବଂ ୩ ଏପ୍ରିଲ ୨୦୨୦ରେ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ମୌଦ୍ରିକ ନୀତି ସମିତିର ସମୀକ୍ଷା ବୈଠକ ଆଗୁଆ ଅନୁଷ୍ଠିତ ହୋଇଥିଲା । ୨୪, ୨୬ ଓ ୨୭ ମାର୍ଚ୍ଚ, ୨୦୨୦ରେ ଅନୁଷ୍ଠିତ ଏହି ବୈଠକରେ ସାମ୍ପ୍ରତିକ ଏବଂ ପରିବର୍ତିତ ମିଶ୍ରିତ ଅର୍ଥନୀତି ଏବଂ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

covid19 rbi
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.