ଲକ୍‌ଡାଉନ୍‌ରେ ଜିଓଫୋନ୍ ଗ୍ରାହକଙ୍କ ପାଇଁ ନୂତନ ଅଫର୍‌, ଜାଣନ୍ତୁ କଣ ରହିଛି?

Published: Mar 31, 2020, 9:28 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଜାରି ହୋଇଥିବା ଦେଶବ୍ୟାପୀ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ୍ ଗ୍ରାହକଙ୍କୁ ନୂତନ ଅଫର୍ ପ୍ରଦାନ କରାଯାଇଛି। ଆସନ୍ତା ଏପ୍ରିଲ ୧୭ ଯାଏଁ ଜିଓ ଫୋନ୍ ଗ୍ରାହକଙ୍କୁ ୧୦୦ ମିନିଟ୍‌ର ମାଗଣା ଟକ୍‌ଟାଇମ୍ ଏବଂ ୧୦୦ ମାଗଣା ଏସ୍‌ଏମ୍‌ଏସ୍ ଦେବାନେଇ ଘୋଷଣା କରାଯାଇଛି। ଲକ୍‌ଡାଉନ୍ ସମୟରେ ପ୍ରତିଯୋଗୀ କମ୍ପାନୀମାନଙ୍କ ପକ୍ଷରୁ ଦିଅ।ଯାଉଥିବା ସୁବିଧାଠାରୁ ଏହା ୧୦ ଗୁଣ ଅଧିକ ବୋଲି ଜିଓ ପକ୍ଷରୁ ପ୍ରକାଶ କରାଯାଇଛି।

ଏଥିସହିତ ଲକ୍‌ଡାଉନ୍ ସମୟରେ ଦୋକାନ ଗୁଡିକରେ ରିଚାର୍ଜ ସମ୍ଭବ ନଥିବାରୁ ଜିଓ ପକ୍ଷରୁ ପ୍ରିପେଡ୍ ଜିଓଫୋନ୍ ବ୍ୟବହାରକାରୀମାନଙ୍କ ପାଇଁ ପ୍ଲାନ୍ ବୈଧତା ସରିବା ପରେ ମଧ୍ୟ ଇନ୍‌-କମିଙ୍ଗ୍ କଲ୍ ଜାରି ରହିବ ବୋଲି ଘୋଷଣା କର।ଯାଇଛି। କମ୍ପାନୀ ପକ୍ଷରୁ ଏକ ଟୁଇଟ୍‌ରେ ମଧ୍ୟ ଏଥିନେଇ ସୂଚନା ଦିଅ।ଯାଇଛି।

ସେହିଭଳି ଜିଓର ସର୍ବାଧିକ ସଂଖ୍ୟକ ଗ୍ରାହକ ଅନ୍‌-ଲାଇନ୍ ରିଚାର୍ଜ କରୁଥିବାରୁ ରିଚାର୍ଜ ପାଇଁ ବିକଳ୍ପ ପେମେଣ୍ଟ ଗେଟୱେର ବ୍ୟବସ୍ଥା କର।ଯାଉଛି ବୋଲି ଜିଓ ପକ୍ଷରୁ କୁହ।ଯାଇଛି। ଏହି ବିକଳ୍ପଗୁଡିକ ମଧ୍ୟରେ ୟୁପିଆଇ ପେମେଣ୍ଟ ଗେଟ୍‌ୱେ, ଏସ୍‌ଏମ୍‌ଏସ୍ ଓ କଲ୍ ମାଧ୍ୟମରେ ରିଚାର୍ଜ ଏବଂ ବିଭିନ୍ନ ବ୍ୟାଙ୍କଗୁଡିକର ଏଟିଏମ୍ ଗୁଡିକ ମାଧ୍ୟମରେ ରିଚାର୍ଜକୁ ଅନ୍ତର୍ଭୁକ୍ତ କରାଯାଇଛି।

Related posts